ଗୁଟଖା ପାଇଁ ଜମିଥିଲା ଗହଳି, ଗୋଡାଇ ଗୋଡାଇ ପିଟିଲା ପୋଲିସ୍

ଶିବପୁରୀ: ମଧ୍ୟପ୍ରଦେଶର ଶିବପୁରୀରେ ୫ ଦିନିଆ ଲକଡାଉନ୍ ଭଳି କର୍ଫ୍ୟୁ ଆରମ୍ଭ ହୋଇଯାଇଛି । ଏଭଳି ସମୟରେ କିଛି କିଛି ଲକଡାଉନକୁ ମାନୁଥିବା ବେଳେ ଆଉ କିଛି କିଛି କର୍ଫ୍ୟୁକୁ ହେଜ୍ଞାନ କରୁଥିବା ନଜର ଆସୁଛି । ଏହି ଅବଧିରେ ନିତିଦିନିଆ ଗୁଟଖା ଗରାଖ ମାନେ ଗୁଟଖା କିଣିବା ପାଇଁ ଦୋକାନ ଆଗରେ ଭିଡ଼ ଜମାଇଥିଲେ । ଲାେକଙ୍କ ମଧ୍ୟରେ ସାମାଜିକ ଦୁରତ୍ୱ ନଥିଲା ବେଳେ ଏଭଳି ଅମାନିଆଙ୍କୁ ସାବାଡ୍ କରିବା ଲାଗି ପୋଲିସ ଲାଠି ଚାର୍ଜ କରିଥିଲା ।

ଏହି ମାମଲା ଶିବପୁରୀ ସ୍ଥିତ ଶଙ୍କର କଲୋନୀରେ ଦେଖିବାକୁ ମିଳୁଛି। ଯେଉଁଠି ଗୁଟଖା କିଣିବା ଲାଗି ଲମ୍ବା ଲାଇନ୍ ଲାଗିଥିଲା । ଏଭଳି ଭିଡ଼କୁ ଦେଖି କେହି ପୋଲିସକୁ ଫୋନ୍ କରିଥିଲେ। ଯାହା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସକୁ ଦେଖି ଭିଡ଼ ଭାଙ୍ଗି ଲୋକମାନେ ଏଣେତେଣେ ଦୗେଡୁ ଥିବା ବେଳେ ଲାଠିଚାର୍ଜ କରାଯାଇଥିଲା ।

ଏମିତିକି ଦୋକାନ ଭିତରେ ଲୁଚିଥିବା ଲୋକଙ୍କୁ ମଧ୍ୟ ବାହାରକୁ ଟାଣିଆଣି ପୋଲିସ ପିଟିଥିଲା । ଆଉ ଏବେ ଏହି ଘଟଣାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଭିଡିଓରେ ଗୁଟଖା ପାଇଁ ଲୋକମାନେ ଦୋକାନ ଆଗରେ ଲମ୍ବା ଲାଇନ୍ ଲଗାଇଥିଲା ବେଳେ ପୋଲିସ ପହଞ୍ଚି ସେମାନଙ୍କ ଉପରେ ଲାଠି ଚାର୍ଜ କରୁଥିବା ନଜର ଆସିଛି।

Leave a Reply