ତିନି ବର୍ଷ ପରେ ଜେଲରୁ ମୁକୁଳିବେ ଲାଲୁ ଯାଦବ, ଜାମିନ୍ ପାଇଁ ଏହି ସର୍ତ୍ତ ରଖିଲେ ହାଇକୋର୍ଟ

1 min read
Fodder Scam RJD Supremo Lalu Prasad Yadav Get Bail From Jharkhand High Court

ରାଞ୍ଚି: ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ଜେଲ ଦଣ୍ଡ ଭୋଗୁଥିବା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟରୁ ଜାମିନ୍ ମିଳିଛି । ଲାଲୁଙ୍କୁ ୧ ଲକ୍ଷ ଟଙ୍କାର ବନ୍ଧକ ଓ ୧୦ ଲକ୍ଷ ଟଙ୍କାର ଜରିମାନା ଦେବାକୁ ପଡ଼ିବ । ବେଲ୍ ବଣ୍ଡ ଜମା କରିବାର ଦିନେ କିମ୍ବା ଦୁଇଦିନ ପରେ ତାଙ୍କୁ ମୁକ୍ତି ମିଳିବ । ଲାଲୁଙ୍କ ପ୍ରାୟ ତିନିବର୍ଷ ପରେ ବେଲ୍ ମିଳିଛି । ଗୋ-ଖାଦ୍ୟ ଦୁର୍ନୀତି ସହ ଜଡ଼ିକ ଏକ ମାମଲାରେ ଲାଲୁ ଯାଦବ ୨୦୧୭ ଡିସେମ୍ବର ୨୩ ତାରିଖରେ ଜେଲ୍ ଯାଇଥିଲେ ।

Fodder Scam RJD Supremo Lalu Prasad Yadav Get Bail From Jharkhand High Court

କୋର୍ଟଙ୍କ ସର୍ତ୍ତ

୧) ଜାମିନ୍ ସମୟ ମଧ୍ୟରେ କୋର୍ଟଙ୍କ ଅନୁମତି ବିନା ଲାଲୁ ଦେଶ ବାହାରକୁ ଯାଇପାରିବେ ନାହିଁ

୨) ସେ ନିଜ ମୋବାଇଲ୍ ନମ୍ବର ଏବଂ ଠିକଣା ପରିବର୍ତ୍ତନ କରିବେ ନାହିଁ

ଦୁମକା ଟ୍ରେଜେରୀ ମାମଲାରେ ଅଧା ସଜା ଭୋଗିବା ପରେ ଲାଲୁ ଯାଦବଙ୍କୁ ଜାମିନ୍ ମିଳିଛି । ଏହା ପୂର୍ବରୁ ଲାଲୁଙ୍କୁ ୨୦୨୦ ଅକ୍ଟୋବରରେ ଚାଇବାସା ଟ୍ରେଜେରୀ ମାମଲାରେ ଜାମିନ୍ ମିଳିଥିଲା । ଦୁମକା ଟ୍ରେଜେରୀ ମାମଲା ପାଇଁ ସେତେବେଳେ ଜେଲରୁ ମୁକୁଳି ପାରି ନଥିଲେ ଲାଲୁ । ଅନ୍ୟ ଏକ ଡୋରଣ୍ଡା ଟ୍ରେଜେରୀ ମାମଲାରେ ଶୁଣାଣି ସରିନାହିଁ । କୋଭିଡ୍ ପାଇଁ ମାମଲାର ଶୁଣାଣି ସିବିଆଇ କୋର୍ଟରେ ଅଟକିଛି ।

Fodder Scam RJD Supremo Lalu Prasad Yadav Get Bail From Jharkhand High Court

ଏମ୍ସରେ ଚିକିତ୍ସିତ ହେଉଥିବା ଲାଲୁ ଯାଦବ ପ୍ରାୟ ଅଢ଼େଇ ବର୍ଷ ଧରି ରାଞ୍ଚି ସ୍ଥିତ ରିମ୍ସରେ ଭର୍ତ୍ତି ହୋଇଥିଲେ । ଗତ ଜାନୁଆରୀରେ ତାଙ୍କ ସ୍ୱାସ୍ଥ୍ୟରେ ଅଚାନକ ଅବନତି ଦେଖା ଦେଇଥିଲା । ଛାତିରେ ଯନ୍ତ୍ରଣା ଓ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଯୋଗୁଁ ଲାଲୁଙ୍କୁ ୨୦୨୧ ଜାନୁଆରୀ ୨୩ରେ ରିମ୍ସରୁ ଏମ୍ସକୁ ରେଫର୍ କରାଯାଇଥିଲା ।

Leave a Reply