spot_img
Home Blog Page 5901

ବିଜୁଙ୍କ ସାନପିଲା ନୂଆପଡ଼ା ଏବେ ହୋଇଛି ସଶକ୍ତ ଓ ସବୁଜ, ଖଡିଆଳରୁ ନବୀନଙ୍କ ଦମ୍ଭୋକ୍ତି

ନୂଆପଡ଼ା: ନୂଆପଡ଼ା ଥିଲା ଚିର ମରୁଡି ଅଞ୍ଚଳ। ଆଜି ଏଠାରେ ନୂଆ ସବୁଜିମା ସୃଷ୍ଟି ହେଉଛି। ଆଜି ନୂଆପଡା ବିକାଶର ନୂଆ ଇତିହାସ ଲେଖୁଛି। ଓଡ଼ିଶା ପାଇଁ ନୂଆପଡ଼ା ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଆଜି ନୂଆପଡ଼ା ଗସ୍ତରେ ଯାଇ ଲୋୟର ଇନ୍ଦ୍ର ଜେଳସେଚନ ପ୍ରକଳ୍ପର ଉଦଘାଟନ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ। ଏହା ସହ ଖଡ଼ିଆଳରେ ଆୟୋଜିତ ସଭାରେ ୪ ହଜାର କୋଟିର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ସହ ଶିଳାନ୍ୟାସ କରିଛନ୍ତି। ନିଜ ଅଭିଭାଷଣରେ ନୂଆପଡ଼ାର ମାଆ ମାନଙ୍କୁ ପ୍ରଶଂସା କରିବା ସହିତ ସ୍ୱାଧୀନତା ସଂଗ୍ରାମରେ ଭୂମିକାକୁ ସଲାମ ଜଣାଇଥିଲେ। କହିଥିଲେ ନୂଆପଡାକୁ ଆସି ମୁଁ ବହୁତ ଖୁସି। ନୂଆପଡ଼ା  ଭେଲା ଗାଁ ର ମା’ ମାନଙ୍କ ସଂଗ୍ରାମ ଆଜି ବି ସମସ୍ତଙ୍କୁ  ପ୍ରେରଣା ଦେଉଛି। ୨୦୨୨ ରେ ଆମେ ସ୍ଵାଧୀନତାର ୭୫ ବର୍ଷ ପାଳନ କରୁଛୁ। ଭେଲାର ସଂଗ୍ରାମୀ ମାନଙ୍କୁ ସମ୍ମାନ ଜଣାଇ ସେଠାରେ ଏକ ସୁନ୍ଦର ମେମୋରିଆଲ କରାଯିବ ବୋଲି ଘୋଷଣା କରିଥିଲେ ନବୀନ।

୧୯୯୩ ରେ ବିଜୁବାବୁ ନୂଆପଡ଼ାକୁ ଏକ ସ୍ଵତନ୍ତ୍ର ଜିଲ୍ଲା ଘୋଷଣା କଲେ। ସେତେବେଳେ କିଛି ଲୋକ ଏହାକୁ ନେଇ ପ୍ରଶ୍ନ କରିବାରୁ ବିଜୁ କହିଥିଲେ ଦୂରରେ ରହୁଥିବା ପିଲାଙ୍କୁ ଯେପରି ବାପା ମା ବହୁତ ଭଲ ପାଆନ୍ତି ସେହିପରି ବିଜୁ ବାବୁ ନୂଆପଡ଼ାକୁ ଭଲ ପାଆନ୍ତି ବୋଲି ଜବାବ ରଖିଥିଲେ।  ଆଜି ନୂଆପଡ଼ାର ରୂପାନ୍ତରକୁ ଆପଣମାନେ ଦେଖି ପାରୁଛନ୍ତି । ଅନୁଭବ କରିପାରୁଛନ୍ତି । ବିଜୁ ଏକ୍ସପ୍ରେସ ୱେ ରେ ସବୁଠାରୁ ଅଧିକ ଲାଭ ପାଇଛି ନୂଆପଡା । ୬୮୦ କୋଟି ଟଙ୍କାରେ ୧୩୨ କି.ମି ରାସ୍ତା କେବଳ ନୂଆପଡାରେ ହିଁ ହୋଇଛି ।  ନୂଆପଡାର ଜିଲ୍ଲା ମୁଖ୍ୟ ହସ୍ପିଟାଲ ରାଜ୍ୟର ବଡ ବଡ ସହରର ହସ୍ପିଟାଲ ମାନଙ୍କଠାରୁ କିଛି କମ ନୁହେଁ । ସେହିପରି ନୂଆପଡ଼ାରେ ଶିଶୁ ଓ ମାତୃ ମୃତ୍ୟହାର ବହୁତ ହ୍ରାସ ପାଇଛି  ।

ନୂଆପଡାର ଫ୍ଲୋରାଇଡ ପାଣି ସମସ୍ୟାର ସମାଧାନ କରାଯାଇଛି  । ଆଜି ନୂଆପଡାର ୫୫ ପ୍ରତିଶତ ଘରକୁ ଆମେ ପାଇପ ପାଣି ଦେଇ ପାରିଛୁ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ। ହଜାରେରୁ ଅଧିକ  ଫ୍ଲୋରାଇଡ ରାଇଭୋଲ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଇଛି  । ୯୦୦ ରୁ ଅଧିକ ଗାଁ କୁ ଫ୍ଲୋରାଇଡ ସମସ୍ୟାରୁ ଶତ ପ୍ରତିଶତ ମୁକ୍ତ କରାଯାଇ ପାରିଛି। କେବଳ ସେତିକି ନୁହେଁ  ନୂଆପଡାର ଏକ ଲକ୍ଷ ପରିବାରକୁ ପାଇପ ପାଣି ର ସୁବିଧା ମଧ୍ୟ ଦିଆ ଯାଇଛି । ୨୦୨୨ ସୁଧା  ନୂଆପଡା ର ସବୁ ପରିବାରକୁ ପାଇପ ପାଣି ଯୋଗାଇ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ୭୦୦ କୋଟି ଟଙ୍କାର ୨୦୫ ଟି ପାଇପ ୱାଟର ସପ୍ଲାଏ ପ୍ରକଳ୍ପ ଓ ଗୋଟିଏ ମେଗା ପାଇପ ୱାଟର ସପ୍ଲାଏ ପ୍ରୋଜେକ୍ଟ କାମ ଚାଲିଛି।

ଲୋୟର ଇନ୍ଦ୍ର ଜେଳସେଚନ ପ୍ରକଳ୍ପ ଦ୍ୱାରା ନୂଆପଡାର କୋମନା, ଖଡିଆଳ ଏବଂ ବଲାଙ୍ଗିରର ବଙ୍ଗୋମୁଣ୍ଡା, ମୁରିବାହାଲ ଓ ଟିଟିଲାଗଡ ବ୍ଲକର ୨୦୦ ଗାଁର ଏକ ଲକ୍ଷ ୮୦ ହଜାର ଲୋକ ଉପକୃତ ହେବେ। ନୂଆପଡାରେ ୨୨୦ କୋଟି ଟଙ୍କାର ମେଗା ଲିଫ୍ଟ ଇରିଗେସନ ପ୍ରକଳ୍ପ ଏବର୍ଷ ଡିସେମ୍ବର ସୁଦ୍ଧା ଶେଷ ହେବ। ଏହାଦ୍ୱାରା କୋମନା, ନୂଆପଡା, ସିନାପାଲି ଓ ବୋଡେନ ଅଞ୍ଚଳର ୧୮ ହଜାର ଏକରରୁ ଅଧିକ ଜମିକୁ ପାଣି ମିଳିପାରିବ । ଆଗକୁ ଏହି ପ୍ରକଳ୍ପରୁ ଆଉ ୭ ହଜାର ୫ଶହ ଏକର ଜମିକୁ ପାଣି ଯୋଗାଇଦେବା ପାଇଁ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ସେହିପରି ବିଜ୍ଞାନର ବିକାଶ ପାଇଁ ଲୋୟର ଇନ୍ଦ୍ର ଡ୍ୟାମ ସାଇଟ ପାଖରେ ୩ କୋଟି ଟଙ୍କାରେ ଏକ ସାଇନ୍‌ସ ପାର୍କ ଓ ମ୍ୟୁଜିୟମ କରାଯିବ ବୋଲି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। ନୂଆପଡାରେ କ୍ରୀଡା ଭିତ୍ତିଭୂମି ସୁଦୃଢ କରିବା ପାଇଁ ନୂଆପଡା ଓ ଖଡିଆଳ ଦୁଇଟି ଇଣ୍ଡୋର ଷ୍ଟାଡିୟମ କରାଯିବ। ଖଡିଆଳ ସ୍ୱୟଂଶାସିତ କଲେଜରେ କ୍ରୀଡା ସୁବିଧାର ବିକାଶ କରାଯିବ ବୋଲି ଘୋଷଣା କରିଛନ୍ତି ନବୀନ। ବିଜୁବାବୁଙ୍କର ସେଦିନର ସାନ ପିଲା ”ନୂଆପଡା” ଆଜି ବଡ ହୋଇଛି । ସଶକ୍ତ ହୋଇଛି। ସବୁଜ ହୋଇଛି। ଓଡ଼ିଶାର ବିକାଶ ଯାତ୍ରାରେ ନିଜ ପାଇଁ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଆଗକୁ ନୂଆପଡ଼ାର ବିକାଶ ଧାରା ଆହୁରି ବଢିବ ବୋଲି କହି ଆନନ୍ଦ ପ୍ରକାଶ କରିଥିଲେ ମୁଖ୍ୟମନ୍ତ୍ରୀ।

ଆଜିଠାରୁ ଆରଡି ଆଖଣ୍ଡଳମଣି ମନ୍ଦିରରେ ୨ଦିନ ପାଇଁ ୧୪୪ଧାରା ଲାଗୁ

ଆରଡି: ଆସନ୍ତାକିଲ ପବିତ୍ର ଜାଗର। ଏନେଇ ୨ଦିନ ପାଇଁ ମନ୍ଦିରରେ ୧୪୪ଧାରା ଲାଗୁ ହୋଇଛି। ଆଜିଠୁ ଆରଡି ଆଖଣ୍ଡଳମଣିଙ୍କ ପୀଠରେ ୧୪୪ଧାରା ଲାଗୁ ହୋଇଛି। ଆଜି ସକାଳ ୭ଟାରୁ ୧୨ତାରିଖ ସକାଳ ୭ଟା ଯାଏଁ ପୀଠରେ ୧୪୪ଧାରା ଜାରି ରହିବ। ତେଣୁ ବିନା ଭକ୍ତରେ ସମସ୍ତ ନୀତିକାନ୍ତି ସମ୍ପର୍ଣ୍ଣ ହେବା ସହିତ ମନ୍ଦିର ଚୂଡାକୁ ମହାଦୀପ ଉଠିବ। ମହାଶିବରାତ୍ରୀ ଅବସରରେ ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି। ଏପଟେ ଜାଗର ନୀତିକାନ୍ତି ନିମନ୍ତେ ଆଜି ମନ୍ଦିରରେ ଏକବାର ନୀତି ଅନୁଷ୍ଠିତ ହେଉଛି। ଭୋର ୪ଟାରେ ଦ୍ୱାର ଫିଟିବା ପରେ ମଙ୍ଗଳ ଆଳତୀ, ଘର୍ଷଣଲାଗି, ଜଳାଭିଷେକ ନୀତି ସରିବା ପରେ ମଣିବାବାଙ୍କୁ ନବବସ୍ତ୍ର ଓ ଫୁଲଚନ୍ଦନ ଲାଗି କରାଯାଇ ଦିଗମ୍ବର ବେଶରେ ସଜ୍ଜିତ କରାଯାଇ ବାଲ୍ଯଭୋଗ ଲାଗି କରାଯିବ। ପରେ ପହଡଖିଆ ଅନ୍ନନୀତି, ଦିବା ୧ଟାରେ ଯୋଗୀବେଶ ଓ ବଡ ଅନ୍ନନୀତି ଭୋଗ ଲାଗି ହେବା । ଅପରାହ୍ଣ ୪ଟା ସୁଧା ସମସ୍ତ ନୀତିକାନ୍ତୀ ସମ୍ପର୍ଣ୍ଣ ହେବା ପରେ ମନ୍ଦିର ଶୋଧନ କରାଯାଇ ବିଭିନ୍ନ ଅଳଙ୍କାର, ଫୁଲ, ଚନ୍ଦନ ଆଦି ଆଭୁଷଣ କରାଯାୟୀ ମଣିବାବାଙ୍କୁ ବଡସିଂହାର ବେଶରେ ସଜ୍ଜିତ କରାଯିବ। ପରେ ଏକବାର ଅନ୍ନନୀତି ଲାଗି କରାଯିବା ସହ ବିଧିବଧାନ ଅନୁଯାୟୀ ମନ୍ଦିର ଗର୍ଭଗୃହରେ ନୂତନ ଚାନ୍ଦୁଆ ଲାଗି ହେବା ସହିତ ମନ୍ଦିର ଚୂଡାରେ ନେତ ଲାଗି ହେବ।

ଶିମିଳିପାଳରେ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛି ବିଜେଡି

ଶିମିଳିପାଳରେ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛି ବିଜେଡି। ବହୁଦିନ ହେବ ଶିମିଳିପାଳ ଜଙ୍ଗଲ ଜଳୁଥିବା ବେଳେ ଏଭଳି ପରିସ୍ଥିତରେ ଶିମିଳିପାଳରେ ନିଆଁ ଲିଭାଇବ ବିଜେଡି। ରାଜ୍ୟ ସରକାରଙ୍କ ବ୍ୟାପକ କାର୍ଯ୍ୟକ୍ରମ ସାଙ୍ଗକୁ ବିଜେଡ଼ି ଦଳ ପକ୍ଷରୁ “ଶିମିଳିପାଳରେ ବିଜେଡି” କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଜିଲ୍ଲା ବିଜେଡ଼ି ପର୍ଯ୍ୟବେକ୍ଷକ ତଥା ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନିର୍ଦ୍ଦେଶକ୍ରମେ ବିଜେଡି ଦଳ ପକ୍ଷରୁ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ଏବଂ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ନିଜେ ଯଶିପୁରରେ ସାମିଲ ହେବେ ବୋଲି ଜଣାପଡିଛି। ତେବେ ଶିମିଳିପାଳ ଅଭୟାରଣ୍ୟରେ ନିଆଁକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ବିଜେଡି ପ୍ରତି ଆଙ୍ଗୁଳି ନିର୍ଦେଶ କରି ବିରୋଧୀ ମାନେ ଶାସକ ଦଳ ବିଜେଡିକୁ କଟୁ ସମାଲୋଚନା କରିଥିଲେ।

ଏହାର ଜବାବରେ ବିଜେଡି ପକ୍ଷରୁ ଜିଲ୍ଲାର ବାରିପଦା, ବଡ଼ସାହି, ଉଦଳା, ବାଙ୍ଗିରିପୋଷି, ସାରସକଣା, କରଞ୍ଜିଆ, ଯଶିପୁର ଓ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀସ୍ତରୀୟ ଯୁବ ଓ ଛାତ୍ର ବିଜେଡ଼ି କର୍ମୀଙ୍କୁ ନେଇ ପୃଥକ ଦଳ ଶିମିଳିପାଳରେ ପହଁଞ୍ଚି ନିଆଁକୁ ଆୟତ୍ତ କରୁଛନ୍ତି ।

ନୂଆପଡ଼ା ତିଖାଲିରେ ପହଞ୍ଚି ଲୋୟର ଇନ୍ଦ୍ର ଜଳ ପ୍ରକଳ୍ପକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ନୂଆପଡ଼ା: ନବୀନଙ୍କ ଫୋକସରେ ପଶ୍ଚିମ ଓଡ଼ିଶା। କଳାହାଣ୍ଡି ସୁନ୍ଦରଗଡ଼ ପରେ ଆଜି ନୂଆପଡ଼ାରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମେ ଗୌତମା ଏୟାରଷ୍ଟ୍ରିପରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ। ସେଠାରୁ ନୂଆପଡ଼ା ତିଖାଲିରେ ପହଞ୍ଚି ବହୁ ପ୍ରତିକ୍ଷିତ ଲୋୟର ଇନ୍ଦ୍ର ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ତିଖାଲି ଡ୍ୟାମ ସାଇଡ଼ରେ ପହଞ୍ଚି ଡ୍ୟାକମୁ ଲୋକାର୍ପଣ କରିଛନ୍ତି। ଡ୍ୟାମ ସୁଇଚ ଦବାଇ ମୁଖ୍ୟମନ୍ତ୍ରୀ ତିଖାଲି ଡ୍ୟାମ୍‌ ଲୋକାର୍ପଣ କରିଥିଲେ। ତିଖାଲିଠାରେ ୨୦୨୦ ମେ ୭ ତାରିଖରେ ଲୋୟର ଇନ୍ଦ୍ର ଜଳ ପ୍ରକଳ୍ପ ପାଇଁ ଶିଳାନ୍ୟାସ ହୋଇଥିଲା।

ପ୍ରଥମେ ନୂଆପଡ଼ାରେ ୨୩୩୭ କୋଟି ୧୫ ଲକ୍ଷର ପ୍ରକଳ୍ପ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ। ଏହା ସହ ୫୦ କୋଟି ୨୯ ଲକ୍ଷ ପ୍ରକଳ୍ପର ଶିଳାନ୍ୟାସ କରିବେ। ତେବେ ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ ଭି କେ ପାଣ୍ଡିଆନ ଉପସ୍ଥିତ ରହିଛନ୍ତି। ତେବେ ଏହା ଦ୍ୱାରା ମରୁଡ଼ି ପ୍ରବଣ ନୂଆପଡ଼ା ଜିଲ୍ଲାକୁ କରିବ ଚିରହରିତ। ଜିଲ୍ଲାକୁ ଫ୍ଳୋରାଇଡ୍ ମୁକ୍ତ ଓ ଶୁଦ୍ଧ ପାନୀୟଜଳ ଯୋଗାଇବା ଲକ୍ଷ୍ୟରେ ଏହି ପ୍ରକଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଥିଲେ। ଫୋକସରେ ଜଳସେଚନ ଓ ଶୁଦ୍ଧ ପାନୀୟ ଜଳ ଯୋଗାଣ। କାରଣ ଏହି ପ୍ରକଳ୍ପ ଦ୍ୱାରା ଜଳସେଚିତ ହେବ ୨୯ ହଜାର ହେକ୍ଟର ଚାଷ ଜମିକୁ।

ଏହାସହ ଉପକୃତ ହେବେ ୭୯ ଗାଁର ୧୯ ହଜାର ଚାଷୀ। ସେହିପରି ବୋଡେନ ବ୍ଲକର ୧୫ ହଜାର ୧୨୧ ପରିବାର, ନୂଆପଡ଼ାର ୧୧ ହଜାର ୧୮୫ ପରିବାର ଓ ଖଡିଆଳ ବ୍ଲକର ୮ ହଜାର ୮୯୩ ପରିବାରକୁ ମିଳିବ ବିଶୁଦ୍ଧ ପାଣି। ଏହି ପ୍ରକଳ୍ପ ଶିଳାନ୍ୟାସ ହେବା ପରେ ଏଣିକି ଘରେ ଘରେ ଲୋକଙ୍କ ପାଖରେ ପହଞ୍ଚିବ ଫ୍ଲୋରାଇଡ ମୁକ୍ତ ବିଶୁଦ୍ଧ ପାଣି । ମରୁଡି ପ୍ରବଣ ଟ୍ୟାଗରୁ ମୁକୁଳି ନୂଆପଡ଼ା ଚାଷ ଜମି ହେବ ଶସ୍ୟ ଶ୍ୟାମଳା । ପ୍ରତି ଚାଷୀଙ୍କ ଜମିରେ ପହଞ୍ଚିବ ଲୋୟର ଇନ୍ଦ୍ର ପାଣି । ଶିକ୍ଷାର ବିକାଶ ପାଇଁ ସିନାପଲ୍ଲୀ, ବୋଡେନ ଓ କୋମନାରେ ତିଆରି ହେବ ହଷ୍ଟେଲ । ଦାଦନରୁ ବର୍ତ୍ତିବା ପାଇଁ ନୂଆପଡ଼ାର ଯୁବକ ଯୁବତୀଙ୍କୁ ଦିଆଯିବ କୌଶଳ ବିକାଶର ତାଲିମ । ବୋଡେନ ବ୍ଲକରେ ଲୋକାର୍ପିତ ହେବ ଦକ୍ଷତା ବିକାଶ କେନ୍ଦ୍ର । ସେହିପରି ଗମନାଗମନର ସୁବିଧା ପାଇଁ ରାସ୍ତାଘାଟ ଓ ପୋଲର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବ ନ୍ୟାସନାଲ୍ ସିକ୍ୟୁରିଟି ଗାର୍ଡ

ପୁରୀ: ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବ ନ୍ୟାସନାଲ୍ ସିକ୍ୟୁରିଟି ଗାର୍ଡ ବା ଏନଏସଜି। ଆସନ୍ତା ୧୮ ତାରିଖରେ ପୁରୀ ଆସିବେ ଏନଏସଜିର ବରିଷ୍ଠ ଅଧିକାରୀ। ରାଜ୍ୟ ପୋଲିସ ଅଧିକାରୀଙ୍କ ସହ ୫ ଜଣିଆ NSG ଟିମ୍ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ। ଟିମରେ ରହିବେ ଏନଏସଜିର ଦୁଇ ଜଣ ଅଧିକାରୀ ଓ ଦୁଇ ଜଣ କର୍ମଚାରୀ। ରାଜ୍ୟ ପୋଲିସ ଅଧିକାରୀଙ୍କ ସହ ମିଶି ମକ ଡ୍ରିଲ କରିବା କାର୍ଯ୍ୟକ୍ରମ ରହିଛି।

ଏନଏସଜି ସହ ସମନ୍ୱୟ ରକ୍ଷା ପାଇଁ ଆଇଜି ଅପରେସନ୍ ଅମିତାଭ ଠାକୁରଙ୍କୁ ରାଜ୍ୟ ସରକାର ନୋଡାଲ୍ ଅଫିସର ଭାବରେ ଦାୟିତ୍ୱ ଦେଇଛନ୍ତି। ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ପରେ ପ୍ରଥମ ଥର ସମୀକ୍ଷା କରିବ NSG। ଏହି ସମୟରେ ଶ୍ରୀମନ୍ଦିର ପ୍ରଶାସନ, ପୋଲିସ ଅଧିକାରୀ ଓ ଏଏସଆଇ ଅଧିକାରୀଙ୍କ ସହ ଆଲୋଚନା ବି କରିବେ।

ଶ୍ରୀମନ୍ଦିର ଐତିହ୍ୟ ଓ ସୁରକ୍ଷା କରିଡଡର ବାବଦରେବି ଆଲୋଚନା କରିବା ନେଇ ସୂଚନା ମିଳିଛି। ପୂର୍ବରୁ ୨୦୧୭ ଜୁଲାଇ ଓ ୨୦୧୮ ସେପ୍ଟେମ୍ବର ମାସରେ ଶ୍ରୀମନ୍ଦିରରେ ସୁରକ୍ଷା ସ୍ଥିତିର ଯାଞ୍ଚ କରିଥିଲା ଏନଏସଜି।

SCBରେ ଚିକିତ୍ସା ଅଭାବରୁ ୭ ବର୍ଷ ଝିଅର ମୃତ୍ୟୁ

କାଲକାନାଗିରି: ଚିକିତ୍ସା ଅବହେଳା ରୁ ୭ ବର୍ଷର ଝିଅର ମୃତ୍ୟୁ ହୋଇଥିବା ଅଭିଯୋଗ। ମୃତ ଦେହ ରଖି ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ଆଗରେ ଧାରଣା ଦେଲେ ପରିବାର ଲୋକେ। ମାଲକାନଗିରି ଜିଲ୍ଲା ୧୧୯ କଲୋନୀର ସହଦେଵ ନାଗ ଙ୍କ ୭ ବର୍ଷର ଝିଅ ଏଲିସା ନାଗ ଛୋଟ ଥିବା ବେଳେ ଗୋଟିଏ ହାତ ପୋଡି ଯାଇ ଅକାମି ହୋଇଥିଲା। ତେବେ ବହୁବାର ଝିଅର ଚିକିତ୍ସା ନିମନ୍ତେ  ମାଲକାନଗିରି ମେଡ଼ିକାଲ ନେଇଥିବା ପରେ ଗତ ମାର୍ଚ୍ଚ ୧ ତାରିଖରେ ଝିଅକୁ ଉତ୍ତମ ଚିକିତ୍ସା ପାଇଁ କଟକ SCB ମେଡ଼ିକାଲ କୁ ଅଣା ଯାଇଥିଲା।

ସେଠାରେ ଚିକିତ୍ସା ପରେ ଝିଅ ଟିର ମୃତ୍ୟୁ ହୋଇଛି। ତେବେ ଚିକିତ୍ସା ଅବହେଳା ପାଇଁ ଝିଅଟିର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।  ଚିକିତ୍ସା ରେ ଅବହେଳା ଯୋଗୁଁ ଝିଅର ମୃତ୍ୟୁ ହୋଇଥିବା ଅଭିଯୋଗ କରି ଝିଅର ମୃତ ଦେହ କୁ କଟକ SCBରୁ ଆଣି ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ରଖି ଆଜି ଶତାଧିକ ଲୋକେ ନ୍ୟାୟ ଦାବିରେ ଧାରଣା ଦେଇଛନ୍ତି।

ଉତ୍ତରାଖଣ୍ଡ ପରେ ସଙ୍କଟରେ ହରିୟାଣାର ବିଜେପି, ସରକାର ଭାଙ୍ଗିବା ଆଶଙ୍କା

ଉତ୍ତରାଖଣ୍ଡ ପରେ ସଙ୍କଟରେ ହରିୟାଣାର ବିଜେପି ସରକାର। ବିରୋଧୀ ଦଳର ଅନାସ୍ଥା ପ୍ରସ୍ତାବ ପରେ ଆଜି ବିଧାନସଭାରେ ଅଗ୍ନିପରୀକ୍ଷା ଦେବେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର। ଜେଜେପି ସହ ମେଣ୍ଟ କରି ହରୟାଣାରେ ବିଜେପି ସରକାର ଗଢ଼ିଛି । ହେଲେ ଜେଜେପି ବିଧାୟକ ଏବେ ବିଜେପି ବିରୋଧରେ ମେଳି କରୁଥିବାରୁ ସରକାର ଭାଙ୍ଗିବା ଆଶଙ୍କା ଦେଖାଯାଇଛି। ବିରୋଧୀ କଂଗ୍ରେସ ଆଣିଥିବା ଅନାସ୍ଥା ପ୍ରସ୍ତାବ ନେଇ ଆଜି ବିଧାନସଭାରେ ଆଲୋଚନା ହେବ। ଏହାବାଦ ଭୋଟିଂ  ମଧ୍ୟ ହୋଇପାରେ। ତେବେ ବହୁମତ ସାବ୍ୟସ୍ତ କରିବା ଖଟ୍ଟର ସରକାର ପ୍ରତି କଷ୍ଟକର ହେବ। ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହେବାକୁ ଥିବାରୁ ଗୃହରେ ସମସ୍ତ ବିଜେପି ବିଧାୟକ ଉପସ୍ଥିତ ରହିବାକୁ ରୁଲିଂ ଜାରି କରାଯାଇଛି। ଚାଷୀ ଆନ୍ଦୋଳନକୁ ନେଇ ବିଜେପି ବିରୋଧରେ ଜନମତ ରହିଥିବାରୁ ଜେଜେପି ସରକାରଙ୍କ ହାତ ଛାଡ଼ିଦେବା ଦରକାର ବୋଲି ଜେଜେପି ବିଧାୟକ ଦେବେନ୍ଦ୍ର ବବ୍ଲି ମତ ଦେଇଥିଲେ। ଜେଜେପିର ବିଜେପି ବିରୋଧୀ ଏଭଳି ମତ ଯୋଗୁ  ଅନାସ୍ଥା ପ୍ରସ୍ତାବ ଉପରେ ସମସ୍ତଙ୍କ ନଜର ରହିଛି।

ଏନଏସି ମାନ୍ୟତା ପ୍ରଦାନ ଦାବୀରେ ୧୨ ଘଣ୍ଟିଆ ଲୋଇସିଂହା ବନ୍ଦ

ବଲାଙ୍ଗିର: ଆଜି ୧୨ ଘଣ୍ଟିଆ ଲୋଇସିଂହା ବନ୍ଦ । ବଲାଙ୍ଗିର ଜିଲ୍ଲା  ଲୋଇସିଂହାକୁ ଏନଏସି ମାନ୍ୟତା ପ୍ରଦାନ ଦାବୀରେ ଲୋଇସିଂହା ଆଞ୍ଚଳିକ ବିକାଶ ପରିଷଦ ଦ୍ବାରା ବନ୍ଦ ଡାକରା ଦିଆୟାଇଛି । ସକାଳ ୬ ରୁ ସଂଧ୍ୟା ୬ ପର୍ଯ୍ୟନ୍ତ ବନ୍ଦ ପାଳନ ହେଉଛି  । ଦୋକାନ ବଜାର, ସ୍କୁଲ, କଲେଜ, ସରକାରୀ ବେସରକାରୀ କାର୍ଯ୍ୟାଳୟ, ଯାନବାହନ ଚଳାଚଳ ସଂପୂର୍ଣ୍ଣ ବନ୍ଦ ।  ଗତ ୧୪ ଦିନ ଧରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେବା ପରେ ଆଜି ବନ୍ଦ ପାଳନ କରାଯାଉଛି । ଲୋଇସିଂହାକୁ ଏନଏସି ମାନ୍ୟତା ପ୍ରଦାନ ଦାବୀରେ ଲୋଇସିଂହା ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଗତ ଫେବ୍ରୁୟାରୀ ୨୪ ତାରିଖ ଠାରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇ ଆସୁଥିଲା । ତେବେ ୧୪ ଦିନ ଧରି ଧାରଣା ଦେବା ପରେ ଆଜି ଆନ୍ଦୋଳନକୁ ବ୍ୟାପକ କରାଯାଇଛି । ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ଦାବୀ ପୂରଣ ନହେଲେ ଆନ୍ଦୋଳନକୁ ଆହୁରି ବ୍ୟାପକ କରିବାକୁ ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି ।

TMC ସାଂସଦ ସମସ୍ତଙ୍କ ସାମ୍ନାରେ ଟାଣିଲେ ମହିଳା MLAଙ୍କ ଗାଲ, ଭିଡିଓ ନେଇ ବିରୋଧି କଲେ ଟାର୍ଗେଟ

ପଶ୍ଚିମବଙ୍ଗ ନିର୍ବାଚନକୁ ଆଉ କିଛି ଦିନ ବାକି ରହିଲା। ନିର୍ବାଚନ ନେଇ ପଶ୍ଚିମବଙ୍ଗରେ ଆରମ୍ଭ ହୋଇଛି କସରତ। ଏଭଳି ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ନେତାମାନଙ୍କର ଭିଡିଓ।  ଏହି ସବୁ ଭିଡିଓକୁ ନେଇ ନେତା ନେତାଙ୍କ ମଧ୍ୟରେ ଆରମ୍ଭ ହୋଇଛି ଆରୋପ ପ୍ରତ୍ୟାରୋପ। ତେବେ ପଶ୍ଚିମବଙ୍ଗରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି। ବଙ୍ଗଳା (ବିଜେପି) ସାଂସଦ ଲକେଟ୍ ଚାଟାର୍ଜୀ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏକ ଭିଡିଓ ସେୟାର କରି TMC ଏବଂ ଏହାର ସାଂସଦ କଲ୍ୟାଣ ବାନାର୍ଜୀ ଙ୍କୁ ଟାର୍ଗେଟ କରିଛନ୍ତି। ଏହି ଭିଡିଓରେ ଟିଏମସି ସାଂସଦ ସାମ୍ବାଦିକ ସମ୍ମିଳନୀରେ ଦଳର ଜଣେ ମହିଳା ବିଧାୟକଙ୍କ ଗାଲ ଟାଣୁଥିବା ନଜର ଆସିଛନ୍ତି।

କିନ୍ତୁ ଏହି ଭିଡିଓ ଏବେର କି ବହୁ ପୁରୁଣା ଭିଡିଓ ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଲକେଟ୍ ଚାଟାର୍ଜୀ ଦାବି କରିଛନ୍ତି ଯେ ଏଥିରେ ଦେଖାଯାଇଥିବା ବ୍ୟକ୍ତି ହେଉଛନ୍ତି ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ। ଲକେଟ୍ ଚାଟାର୍ଜୀ ଟ୍ୱିଟ୍ କରି କହିଛନ୍ତି ଯେ ଟିଏମସି ମହିଳା ସଶକ୍ତିକରଣ କରୁଛି, ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ ଏବଂ ବ୍ୟାଙ୍କୁରା ମହିଳା ବିଧାୟକ ଯେଉଁମାନେ ଟିକେଟ୍ ନ ପାଇ ନିରାଶ ହୋଇଥିଲେ ।

ବିଜେପି ନେତା ଏହି ଭିଡିଓକୁ ଭାଇରାଲ କରିବା ପରେ ବିଜେପି ଏବଂ TMC ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ବିଜେପି କହିଛି ଯେ ଗତ ଦଶ ବର୍ଷ ମଧ୍ୟରେ ପଶ୍ଚିମବଙ୍ଗରେ ବଳାତ୍କାର, ନିର୍ଯାତନା ଭଳି ମହିଳା ଅପରାଧ ଘଟଣାରେ ହ୍ରାସ ଘଟିନାହିଁ। ଏପରିକି ରାଜ୍ୟର ମମତା ସରକାର ଏନସିଆରବିରେ ମହିଳାଙ୍କ ପ୍ରତି ହେଉଥିବା ଅପରାଧର ପରିସଂଖ୍ୟାନ ଦେଇନାହାଁନ୍ତି। ଏହି କାରଣରୁ ବିସ୍ତୃତ ରିପୋର୍ଟ ମଧ୍ୟ ପ୍ରସ୍ତୁତ ହୋଇନାହିଁ।

ଅନ୍ୟପକ୍ଷରେ ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନରେ TMC ଏଥର 50 ଜଣ ମହିଳାଙ୍କୁ ସ୍ଥାନ ଦେଇଛି। ନିକଟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ମହିଳାମାନଙ୍କ ସୁରକ୍ଷା ଏବଂ ମୁଦ୍ରାସ୍ଫୀତି ସମ୍ପର୍କରେ କୋଲକାତାରେ ଏକ ରାଲି କରିଛନ୍ତି। ଏଥିରେ ତାଙ୍କ ସହିତ ବହୁ ସଂଖ୍ୟକ ମହିଳା ନଜର ଆସିଥିଲେ।

 

ନକଲି କାଗଜ ଦେଖାଇ ଲୁଟି ନେଲେ ବନ୍ଧ ପଡ଼ିଥିବା ସୁନା, ୪ ଜଣ ଗିରଫ

କଟକ: ବନ୍ଧକ ରଖିଥିବା ସୂନା ହୋଇଗଲା ହଡ଼ବ। ନକଲି କାଗଜ ଦେଇ ଲୁଟି ନେଲେ ଲୁଟେରା। ଏଭଳି ଏକ ଘଟଣା କଟକ ଚଣ୍ଡୀ ଛକ ମୁତୁଟ ଫାଇନାନ୍ସରେ ଦେଖିବାକୁ ମିଳିଛି। ଏନେଇ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଅଟକ ରଖିଛି । ତେବେ ସୂଚନା ଅନୁଯାୟୀ, ୨୦୧୮ ମସିହାରେ ଜଣେ ମହିଳା ମୁତୁଟ ଫାଇନାନ୍ସରେ ସୁନା ବନ୍ଧକ ରଖି ୬୬ ହଜାର ଟଙ୍କା ରୂଣ ନେଇଥିଲେ। ଠିକ ଦୁଇ ବର୍ଷ ପରେ ଉକ୍ତ ମହିଳା ସେହି ସଂସ୍ଥାକୁ ଯାଇ ତାଙ୍କ ସୁନା ଫେରସ୍ତ ପାଇଁ କହିଥିଲେ। କିନ୍ତୁ ତାଙ୍କ ସୁନା ନିଲାମ ହୋଇ ଯାଇଥିବା କହିଥିଲେ ଫାଇନାନ୍ସ ଅଧିକାରୀ। ପରେ ନିଜେ ସତ୍ୟପାଠ ଦେଇ ସୁନା ନେଇଥିବା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଥିଲା। ହେଲେ ମହିଳା ସେତେବେଳେ ଜାଣିବାକୁ ପାଇଥିଲେ ତାଙ୍କ ସୁନା ସେଠାରୁ କେହି ଜାଲ କାଗଜ ଦେଇ ଲୁଟି ନେଇଛି। ଏନେ ମହିଳା ଜଣକ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ତାଙ୍କ ଅଭିଯୋଗକୁ ଆଧାରକରି ପୋଲିସ ୪ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛି।