କରୋନାରୁ ବଞ୍ଚିବା ପାଇଁ କ’ଣ ଖାଇବେ, ସାରଣୀ ଜାରି କଲା WHO

1 min read

ନୂଆଦିଲ୍ଲୀ:  ପୁଣିଥରେ ସମସ୍ୟା ବଢାଇ ଦେଇଛି କରୋନାର ଦ୍ୱିତୀୟ ପ୍ରବାହ । ଯାହା ଏବେ କାୟା ବିସ୍ତାର କରି ସାରିଲାଣି । ଏଭଳି ସ୍ଥିତିରେ କରୋନାକୁ ବେଖାତିର କରିବାର ଅର୍ଥ ହେଉଛି ତାକୁ ନିମନ୍ତ୍ରଣ କରିବା । ବାରମ୍ବାର ହାତ ଧୋଇବା, ଠିକ୍ଭାବରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ମାନିବା ସହିତ ଖାଦ୍ୟପେୟକୁ ମଧ୍ୟ ଉଚିତ୍ଧ୍ୟାନ ଦେବା ଉଚିତ୍। ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ପୁଷ୍ଟିକର ଖାଦ୍ୟ ଖାଇବା ନିହାତି ଆବଶ୍ୟକ । ଏହାଦ୍ୱାରା ରୋଗର ଆଶଙ୍କା ସାମାନ୍ୟ କମ୍ହୋଇଯାଏ । ତେବେ କରୋନାରୁ ବଞ୍ଚିବା ପାଇଁ କେଉଁଭଳି ଡାଇଟ ନେବା ଆବଶ୍ୟକ ତାହାକୁ ନେଇ ଏକ ସାରଣୀ WHO ପକ୍ଷରୁ ଜାରି ହୋଇଛି ।

ଓ୍ୱର୍ଲଡ ହେଲଥ ଅର୍ଗାନାଇଜେସନ ଅନୁସାରେ ଆପଣଙ୍କୁ ଆପଣଙ୍କ ଡାଇଟରେ କେତେକ ତାଜା ଫଳ ଓ ଅନପ୍ରୋସେସ୍ଡ ଫୁଡ୍ସାମିଲ କରିବା ଉଚିତ୍, ଯେଉଁଥିରୁ ଆପଣଙ୍କୁ ଆବଶ୍ୟକୀୟ ଭିଟାମିନ୍, ମିନେରାଲ୍ସ, ଫାଇବର, ପ୍ରୋଟିନ୍ଏବଂ ଆଣ୍ଟି ଅକ୍ସିଡାଣ୍ଟ ମିଳିପାରିବ ।

ଖାଦ୍ୟରେ ଫଳ, ପନିପରିବା, ବିଭିନ୍ନ ପ୍ରକାରର ଡାଲି, ନଟ୍ସ ଏବଂ ଅନପ୍ରୋସେସ୍ଡ ମକା, ବାଜରା,ଓଟ୍ସ,ଗହମ,ବ୍ରାଉନ ରାଇସ୍, ଆଳୁ,ଶାକରକନ୍ଦା,ଶାରୁ ଆଦି ମୂଳ ଜାତୀୟ ପନିପରିବା ସାମିଲ କରନ୍ତୁ । ଏହା ବ୍ୟତୀତ ମାଂସ,ମାଛ,ଅଣ୍ଡା ଏବଂ ଦୁଗ୍ଧକୁ ମଧ୍ୟ ଡାଇଟରେ ସାମିଲ କରିବା ପାଇଁ ଭୁଲିବେ ନାହିଁ । ତେବେ କେତେ ପରିମାଣର ଖାଇବେ ଆସନ୍ତୁ ଆଲୋଚନା କରିବା ।

ପ୍ରତିଦିନ ଅତି କମରେ ୨ କପ୍ପରିମାଣର ଫଳ,୨.୫ କପ୍ପରିମାଣର ପରିବା, ୧୫୦ ଗ୍ରାମ ଡାଲି ଏବଂ ୧୬୦ ଗ୍ରାମ ମାଂସ ଡାଇଟରେ ସାମିଲ କରନ୍ତୁ । ତେବେ ସପ୍ତାହରେ ଥରେ କିମ୍ବା ଦୁଇଥର ରେଡ୍ମିଟ୍ଏବଂ ୨ରୁ ୩ ଥର ଚିକେନ ଖାଇପାରିବେ । ସଂନ୍ଧ୍ୟା ସମୟରେ ହାଲକା ଭୋକ ଲାଗିଲେ ସନ୍ତୁଳିତ ପରିବା ଏବଂ ତାଜା ଫଳ ଖାଆନ୍ତୁ ।

ଅନ୍ୟପଟେ ଶରୀର ପାଇଁ ଜଳର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହା ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରିବା ସହିତ ବିଷାକ୍ତ ପଦାର୍ଥକୁ ଶରୀରରୁ ବାହାର କରିଥାଏ । ପ୍ରତିଦିନ ଅତି କମରେ ୮ରୁ ୧୦ ଗ୍ଲାସ ପାଣି ପିଅନ୍ତୁ । ଜଳ ବ୍ୟତୀତ ଆପଣ ଫଳ ରସ ଏବଂ ଲେମ୍ବୁ ପାଣି ପିଇପାରିବେ । ସଫ୍ଟ ଡ୍ରିଙ୍କ୍, କୋଲ୍ଡ ଡ୍ରିଙ୍କ୍, ସୋଡ଼ା ଆଦିର ମାତ୍ରାକୁ କମ୍ କରିଦିଅନ୍ତୁ ।

ଜଣେ ଅନ୍ୟ ଜଣକର ସମ୍ପର୍କରେ ଆସିବା ଦ୍ୱାରା କରୋନା ସଂକ୍ରମଣ ବଢିଥାଏ । ତେଣୁ ବାହାରେ ଖାଇବା ଠାରୁ ଦୂରେଇ ରୁହନ୍ତୁ ।

ଏହା ବ୍ୟତୀତ ଚିନି, ଅଧିକ ଲୁଣ ଏବଂ ଫ୍ୟାଟ୍ଜାତୀୟ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ । ଗୋଟିଏ ଦିନରେ ୧ ଚାମଚରୁ ଅଧିକ ଲୁଣ ଖାଆନ୍ତୁ ନାହିଁ ।
ପ୍ରୋସେସ୍ଡ ଫୁଡ୍, ଫାଷ୍ଟ୍ଫୁଡ୍, ସ୍ନାକ୍ସ ଫୁଡ୍,ଫ୍ରାଇଡ୍ଫୁଡ୍, ସ୍ନାକ୍ସ ଫୁଡ୍,ଫ୍ରୋଜେନ ଫୁଡ୍, ପିଜ୍ଜା,କୁକିଜ୍ଆଦିରେ ଅଧିକ ଫ୍ୟାଟ୍ସ ରହିଥାଏ । ତେଣୁ ସୁସ୍ଥକର ଖାଦ୍ୟ ଡାଇଟରେ ସାମିଲ କରନ୍ତୁ । ତେବେ ଖାଦ୍ୟ ବ୍ୟତୀତ ମାନସିକ ଭାରସାମ୍ୟ କିଭଳି ଠିକ୍ରହିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ ।

Leave a Reply