ନାଇଟ କର୍ଫ୍ୟୁ ସହ ଟ୍ୱିନ୍ ସିଟିରେ ୧୪୪ ଧାରା, ଜାଣନ୍ତୁ ଜାରି ରହିବ କେଉଁ ସେବା…

1 min read
144 Imposed In Twin City With Night Curfew Cuttack And Bhubaneswar

ଭୁବନେଶ୍ୱର: ଟ୍ବିନସିଟିରେ ୧୪୪ ଧାରା । କଟକ-ଭୁବନେଶ୍ବରରେ ନାଇଟ୍ କର୍ଫ୍ୟୁ ସମୟରେ ୧୪୪ ଧାରା ଲାଗୁ କରିବ କମିଶନରେଟ୍ ପୋଲିସ । ରାଜ୍ୟର ୨୦ ଜିଲ୍ଲାର ସହରାଞ୍ଚଳରେ ଆଜିଠୁ ରାତି ୯ରୁ ସକାଳ ୫ଟା ଯାଏ କର୍ଫ୍ୟୁ ଜାରି ହେବ । ବର୍ତ୍ତମାନ ସୁଦ୍ଧା କୌଣସି ପାସ୍ ସୁବିଧା ନଥିବା ବେଳେ ଲୋକ ଆବଶ୍ୟକ ପ୍ରମାଣପତ୍ର ଦେଖାଇ ଜରୁରୀ କାମରେ ଯାଇପାରିବେ । ସେଥିପାଇଁ କିଛି ଜରୁରୀ ସେବାପ୍ରଦାନକାରୀଙ୍କୁ କର୍ଫ୍ୟୁରୁ ବାଦ୍ ଦିଆଯାଇଛି ।

ଭୁବନେଶ୍ବରରେ ନାଇଟ୍ କର୍ଫ୍ୟୁ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ଭୁବନେଶ୍ବରର ୨୫ଟି ସ୍ଥାନରେ ବ୍ଲକିଂ ପଏଣ୍ଟ ହୋଇଛି । ପିସିଆର, ପାଟ୍ରୋଲିଂ ଓ କର୍ଫ୍ୟୁ ଏନଫୋର୍ସମେଣ୍ଟ ଗାଡ଼ି ନିୟୋଜିତ ହୋଇଛନ୍ତି । ଭୁବନେଶ୍ବରକୁ ୩ଟି ଜୋନରେ ବିଭକ୍ତ କରାଯାଇଛି । ୩ ଜଣ ଡିଏସପି ପାହ୍ୟାର ଅଧିକାରୀ ଏହି ଦାୟିତ୍ବରେ ଅଛନ୍ତି । କର୍ଫ୍ୟୁ ସମୟରେ ସବୁ ଚିକିତ୍ସା ସେବା ସଂସ୍ଥା ଖୋଲା ରହିବ । ପରିଚୟପତ୍ର ଦେଖାଇ ସ୍ବାସ୍ଥ୍ୟକର୍ମୀ ଯାତାୟତ କରିପାରିବେ । ମେଡିସିନ୍ ଷ୍ଟୋର ଖୋଲା ରହିବ ।

144 Imposed In Twin City With Night Curfew Cuttack And Bhubaneswar

କର୍ମଚାରୀ ବାଣିଜ୍ୟ ଅନୁମତିପତ୍ର ଦେଖାଇ ଯାଇପାରିବେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କର୍ମଚାରୀ ପରିଚୟପତ୍ର ଦେଖାଇ ଯାତ୍ରା କରିବାକୁ କୁହାଯାଇଛି । ପେଟ୍ରୋଲ ବିତରକ ସଂସ୍ଥା ବିଭାଗୀୟ ପ୍ରାଧିକରଣ ପତ୍ର ଦେଖାଇପାରିବେ । ସାମ୍ବାଦିକ ପରିଚୟ ପତ୍ର ଦେଖାଇ ଯିବା ଆସିବା କରିବେ । ପାନୀୟଜଳ ଯୋଗାଣ, ବିଦ୍ୟୁତ ଓ ସଫେଇ କର୍ମଚାରୀ ପରିଚୟପତ୍ର ଦେଖାଇ ପାରିବେ । ହୋମ୍ ଡେଲିଭରୀ ସୁବିଧା ଜାରି ରହିବ ।

Leave a Reply