spot_img
Home Blog Page 5851

ମିଆଁମାରରେ ସାମରିକ ବିଦ୍ରୋହ; ମହଙ୍ଗା ହେଲା ଇଡ଼ଲି, ଦୋସା

ନୂଆଦିଲ୍ଲୀ: ମିଆଁମାରରେ ସାମରିକ ବିଦ୍ରୋହକୁ ପାଖାପାଖି ମାସେ ହୋଇଗଲାଣି । ସେଠାକାର ଗଣତାନ୍ତ୍ରିକ ସରକାରକୁ କ୍ଷମତାରୁ ତଡି ମିଲିଟାରି ଜୁନ୍ତା ନିଜ ଅକ୍ତିଆରରେ ଶାସନ କଳକୁ ରଖିଛି । ମିଆଁମାର ଭଳି ଗୋଟିଏ ଛୋଟ ଦେଶ ଯାହାର ବିଶ୍ୱ ପାୱାର କରିଡରରେ ସେମିତି କିଛି ବଡ ପ୍ରଭାବ ନାହିଁ ସେଠାକାର ଘରୋଇ ମାମଲା ପାଇଁ ଆପଣଙ୍କ ଉପରେ କ’ଣ ପ୍ରଭାବ ପଡିପାରେ ବୋଲି ଭାବୁଥିବେ । ଯଦି ଆପଣ ଏମିତି ଭାବୁଛନ୍ତି ତେବେ ଆପଣ ଭୁଲ । ମିଆଁମାର ସାମରିକ ବିଦ୍ରୋହ କାରଣରୁ ଆପଣଙ୍କ ପର୍ସ ଉପରେ ପ୍ରଭାବ ପଡିବ । ଏହାକୁ ଟିକିଏ ଭଲକି ବୁଝାଇ କହିଲେ ଏମିତେ ଯେ, ଯଦି ଆପଣ ଇଡ଼ଲି,ଦୋସା ଭଳି ଦକ୍ଷିଣ ଭାରତୀୟ ଖାଦ୍ୟର ଭକ୍ତ ତେବେ ମିଆଁମାରରେ ଶୀଘ୍ର ଶାନ୍ତି ଫେରିବା ଆପଣଙ୍କ ସ୍ୱାର୍ଥ ପାଇଁ ଭଲ ହେବ ।

ମିଆଁମାରର ଇଡ଼ଲି କନେକ୍ସନ
ବିରି ବିନା ଇଡ଼ଲିର କଳ୍ପନା କରାଯାଇ ପାରିବନି । ମିଆଁମାର ହେଉଛି ବିଶ୍ୱର ଦୁଇ ନମ୍ବର ବିରି ଉତ୍ପାଦକ ରାଷ୍ଟ୍ର । ଭାରତକୁ ମିଆଁମାରରୁ ଅଧିକ ବିରି ଆସିଥାଏ । ୧୫ ଫେବ୍ରୁଆରୀରୁ ୧୫ ମାର୍ଚ୍ଚ ମଧ୍ୟରେ ମିଆଁମାରରେ ସାମରିକ ବିଦ୍ରୋହର ପ୍ରଭାବ ଅଧିକ ଥିଲା । ଆଉ ଏହି ସମୟରେ ଭାରତରେ ବିରି ଦାମ ଅଧିକ ବଢିଥିଲା ।
ମୁମ୍ବାଇର ହୋଲସେଲ ବଜାରରେ ବିରି କିଲୋ ପ୍ରତି ୯୭ରୁ ୧୧୦ ଟଙ୍କା । ରିଟେଲ ବଜାରରେ ଏହା କିଲୋ ପ୍ରତି ୧୧୭ ଟଙ୍କା ବଦଳରେ ୧୩୦ ଟଙ୍କାରେ ବିକ୍ରି ହେଉଛି । ଅନ୍ୟପକ୍ଷରେ ଦିଲ୍ଲୀରେ ଆଗରୁ ୧୦୦ ଟଙ୍କାରେ ବିକ୍ରି ହେଉଥିବା ବିରି ଏବେ କିଲୋ ପ୍ରତି୧୨୩ ଓ ଲକ୍ଷ୍ନୌରେ ୧୧୩ ବଦଳରେ ୧୪୫ ଟଙ୍କାରେ ବିକ୍ରି ହେଉଛି ।

ଆଗକୁ ଆହୁରି ଦାମ ବଢିବ କି ?
ବିରି ପୁରା ଭାରତରେ ବ୍ୟାପକ ଭାବେ ଖାଦ୍ୟରେ ବ୍ୟବହୃତ ହୋଇଥାଏ । ଦକ୍ଷିଣ ଭାରତର ପ୍ରମ୍ମୁଖ ବ୍ୟଞ୍ଜନ ଇଡ଼ଲି ହେଉ କି ଓଡ଼ିଶାର ଚକୁଳି । ବିରି ବିନା ଏହି ସବୁ ଖାଦ୍ୟ ସାମଗ୍ରୀ ତିଆରି ହୋଇ ପାରିବ ନାହିଁ । ଆର୍ଥିକ ବିଶେଷଜ୍ଞଙ୍କ କହିବା ହେଉଛି ଯେ, ମିଆଁମାରରେ ଯଦି ସ୍ଥିତି ଶୀଘ୍ର ନସୁଧୁରେ ତେବେ ଦରଦାମ ଆଗକୁ ମଧ୍ୟ ବଢିବ ।

ହୋଲି ଓ ଦୋଳ ଯାତ୍ରା ପାଳନ ନେଇ ବିଏମ୍‌ସି ପକ୍ଷରୁ କଟକଣା ଜାରି, ଜାଣନ୍ତୁ କେମିତି ପାଳିବେ ହୋଲି

ଭୁବନେଶ୍ୱର: ହୋଲି ଓ ଦୋଳ ପୂର୍ଣ୍ଣିମା ପାଳନ ନେଇ ରାଜ୍ୟ ରାଜଧାନୀରେ କଟକଣା କଟକଣା । ବଢ଼ୁଥିବା ସଂକ୍ରମଣ ସଂଖ୍ୟାକୁ ଆଖି ଆଗରେ ରଖି କଟକଣା ଜାରି କରିଛି ଭୁବନେଶ୍ୱର ମ୍ୟୁନସିପାଲଟି କର୍ପୋରେସନ୍ । ଦୋଳ ଯାତ୍ରା ସମୟରେ ଠାକୁରଙ୍କୁ ନେଇ ପରିକ୍ରମା ବେଳେ ମାତ୍ର ୬ ଜଣଙ୍କୁ ନେଇ ଯାଇପାରିବେ । କିନ୍ତୁ କୌଣସି ପ୍ରକାର ବାଜା ବଜାଇବେ ନାହିଁ ଯାହ ଦ୍ୱାରା ଲୋକଙ୍କ ଧ୍ୟାନ ଆକର୍ଷଣ ହେବ ଏବଂ ଲୋକେ ଏଥିରେ ସାମିଲ ହେବେ ।

ଅପରପକ୍ଷରେ ମେଲଣ ପଡ଼ିଆରେ ସର୍ବାଧିକ ୫୦ରୁ ୬୦ ଜଣ ରହିପାରିବେ । ପଡ଼ିଆରେ ଉପସ୍ଥିତ ଥିବା ଲୋକଙ୍କ ମଧ୍ୟରେ ୬ଫୁଟ୍ ଦୂରତା ରହିବା ସହ ସମସ୍ତେ ମାସ୍କ ପିନ୍ଧିଥିବେ । ମେଲଣ ପଡ଼ିଆରେ କୌଣସି ପ୍ରକାର ଯାତ୍ରା, ଅରକେଷ୍ଟ୍ରା ଏବଂ ମୀନା ବଜାରର ଆୟୋଜନ ହେବ ନାହିଁ । ଅଧିକ ସଂଖ୍ୟକ ଲୋକଙ୍କୁ ନେଇ ମେଲଣ ଆୟୋଜନ କରିବା ନେଇ ବିଏମ୍‌ସି ପକ୍ଷରୁ ଅନୁମତି ନେବା ଆବଶ୍ୟକ ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା: ଫେରିବ ଲକ୍‌ଡାଉନ୍ !

ରାଜ୍ୟରେ ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା: ଫେରିବ ଲକ୍‌ଡାଉନ୍ !

ଭୁବନେଶ୍ୱର: କରୋନା ପ୍ରସଂଗରେ DMET ନିର୍ଦ୍ଦେଶକ ଡ. ସିବିକେ ମହାନ୍ତିଙ୍କ ପ୍ରତିକ୍ରିୟା । ବିଗତ ଏକ ବର୍ଷରେ ଯାହା ଅନୁଭବ ପାଇଛୁ, ତାକୁ ପାଥେୟ କରି ପଦକ୍ଷେପ ନେବୁ । ଆମ ରାଜ୍ୟରେ ପ୍ରସ୍ତୁତି ସବୁ ଦିନ ପାଇଁ ରହିଛି । ଏହାକୁ ଅଧାର କରି ଆଗାମୀ ସମୟରେ ପଦକ୍ଷେପ ନିଆଯିବ । ରାଜ୍ୟର ଅଳ୍ପ କେତୋଟି ସ୍କୁଲ, କଲେଜରେ ସଂକ୍ରମିତ ବାହାରିଛି । ଯଦି ଆବଶ୍ୟକ ହୁଏ ଅନ୍ୟ ରାଜ୍ୟ ଭଳି ଏଠି ବି ଲକ ଡାଉନ କରାଯିବ । ହସପିଟାଲର ମୂଳ ଲକ୍ଷ ଚିକିତ୍ସା ଯୋଗାଇବା, ଦରକାର ପଡିଲେ ନିଶ୍ଚୟ ବେଡ ସଂଖ୍ୟା ବଢାଯିବ । ଏଥିରେ ଦ୍ବିମତ ନାହିଁ । ରାଜ୍ୟରେ ଲକ୍ ଡାଉନ ଭଳି ପରିସ୍ଥିତିକୁ ଏଡ଼ାଇବାକୁ ହେଲେ ସମସ୍ତେ ନିୟମ ମାନିବା ଦରକାର, ସରକାର ପଦକ୍ଷେପ ନେଉଛନ୍ତି, ହେଲେ ଲୋକମାନେ ଏହାକୁ ମାନିବା କଥା । ଲୋକ ନିଜେ ସମୀକ୍ଷା କରିବା କଥା, ଯେ ସେମାନେ କେତେ ପାଳୁଛନ୍ତି । କୋଭିଡ ସଂପର୍କରେ ସମୀକ୍ଷା ଏକ ନିୟମିତ ପ୍ରକିୟା, ଦରକାର ପଡିଲେ ଉଚ୍ଚ ସ୍ତରୀୟ ବୈଠକ ହେବ । ଅନ୍ୟ ରାଜ୍ୟ ଭଳି କଟକଣା ଜାରି ହୋଇପାରେ ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ପୁଣି ଶହେ ଟପିଲା ସଂକ୍ରମିତଙ୍କ ସଂଖ୍ୟା

ରାଜ୍ୟରେ ପୁଣି ଶହେ ଟପିଲା ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ପୁଣି ଶହେ ଟପିଲା କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୧୪୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ବାରେନଣ୍ଟାଇନ୍ ସେଣ୍ଟରରୁ ୮୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୯ଟି ଲୋକାଲ କେସ୍ ରହିଛି  ।  ଖୋର୍ଦ୍ଧାରୁ ସର୍ବାଧିକ ୩୫ଜଣ କରୋନା ସଂକ୍ରମିତ ହୋଇଛନ୍ତି। କଟକରୁ ୨୫, ମୟୂରଭଞ୍ଜରୁ ୧୩, ନୂଆପଡାରୁ ୧୨ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି ।

ଅପରପକ୍ଷରେ କଟକ ପରେ ଭୁବନେଶ୍ୱରର ଶିକ୍ଷାନୁଷ୍ଠାନରୁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜାଭିୟର୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ(
XIMB)ରୁ ୨୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଶିକ୍ଷାନୁଷ୍ଠାନରୁ ୨୩ ପଜିଟିଭ୍ ଚିହ୍ନଟ ପରେ XIMBକୁ ସିଲ୍ କରିଛି ଭୁବନେଶ୍ବର ମହାନଗର ନିଗମ-ଜବିଏମସି । XIMBକୁ ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ଲଗାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ XIMBର ଗେଟ୍‌ ବନ୍ଦ ରଖାଯିବ । ସେହିପରି XIMBକୁ ଲାଗି ରହିଥିବା ଅନ୍ୟ ସମସ୍ତ ଅନୁଷ୍ଠାନର କ୍ୟାମ୍ପସ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । XIMB ଭିତରେ ସମସ୍ତ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କର ହେବ କୋଭିଡ ଟେଷ୍ଟ । ଗେଟ୍‌ ବନ୍ଦ ଥିବାରୁ ସମସ୍ତ ଅନ୍ତେବାସୀଙ୍କୁ ଖାଦ୍ୟ ଯୋଗାଇ ଦିଆଯିବ ।

ବର୍ଷେ ତଳେ ହୋଇଥିଲା ଜନତା କର୍ଫ୍ୟୁ, ସେଦିନ କ’ଣ ଥିଲା ଆଜି କ’ଣ ଅଛି…

ଭୁବନେଶ୍ୱର: ଠିକ୍ ଏଇଦିନ,ଗଲା ବର୍ଷ । ଭାରତ କରୋନାର ଆତଙ୍କ ସହିତ ଜିଇଁବା ଶିଖିବାକୁ ଯାଉଥିଲା । ଠିକ୍ ଆଜିର ଦିନରେ ବର୍ଷକ ତଳେ ଭାରତରେ ଲାଗୁ ହୋଇଥିଲା ଜନତା କର୍ଫ୍ୟୁ । ଗୋଟିଏ ଦିନର କର୍ଫ୍ୟୁ । କ୍ରିକେଟ୍ ପାଗଳ ଭାରତୀୟଙ୍କ ଭାଷାରେ କହିବାକୁ ଗଲେ ସଂପୂର୍ଣ୍ଣ ଲକଡାଉନ୍ ପୂର୍ବରୁ ପ୍ରାକ୍ଟିସ ଲକଡାଉନ୍ । ଗୋଟିଏ ଦିନ ପାଇଁ ଭାରତୀୟଙ୍କୁ ନିଜ ଘରେ ନିଜକୁ ତାଲା ପକାଇବାକୁ କହିଥିଲେ ମୋଦି । ଦେଶ ମାନିଥିଲା ପ୍ରଧାନମନ୍ତ୍ରୀଙ୍କ କଥାକୁ । ଜନତା କର୍ଫ୍ୟୁ ସଫଳ ହୋଇଥିଲା ବୋଲି କୁହାଯାଇପାରେ । କିନ୍ତୁ ସେହି ଜନତା କର୍ଫ୍ୟୁ କାଳରେ ସୋସିଆଲ ମିଡିଆରେ ହ୍ୱାଟସଅପ୍ ବିଶ୍ୱବିଦ୍ୟାଳୟରେ କରୋନା ଉପରେ ଗବେଷଣା କରିଥିବା ବିଶେଷଜ୍ଞଙ୍କ ଅବିର୍ଭାବ ମଧ୍ୟ ଘଟିଥିଲା । କରୋନା ଚେନ୍ ଭାଙ୍ଗିବାକୁ ମୋଦିଙ୍କ ମାଷ୍ଟର ଷ୍ଟ୍ରୋକ,୩୬ ଘଣ୍ଟାରେ କେମିତି କରୋନା ଚେନ୍ ଭାଙ୍ଗିଯିବ ଆଉ ବିପଦ ରହିବ ନାହିଁ ।

ଅବଶ୍ୟ ୩୬ ଘଣ୍ଟା ପରେ ଦେଶରେ କରୋନା ଚେନ୍ ଛିନ୍ନ ହୋଇ ନଥିଲା । କରୋନା ଜୋରରେ ନିଜ କାୟା ବିସ୍ତାର କରିଥିଲା । କିନ୍ତୁ ଜନତା କର୍ଫ୍ୟୁ ଲୋକଙ୍କୁ ଲକଡାଉନ୍ କେମିତି ହେବାକୁ ଯାଉଛି ତା’ର ଝଲକ ଦେଖାଇ ଥିଲା । ଅବଶ୍ୟ ଜୀବନ କାଳରେ ଲକଡାଉନ୍ ଶବ୍ଦ ସହିତ ଅପରିଚିତ ଭାରତୀୟଙ୍କୁ ଲକଡାଉନର ଅସଲି ମଜା ଏହା ପରେ ମିଳିଥିଲା । ଯେଉଁଦିନ ଜନତା କର୍ଫ୍ୟୁ ଲାଗୁ ହୋଇଥିଲା ସେହିଦିନ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ଥିଲା ୪୦୦ । ୩ ଜଣଙ୍କ ଜୀବନ କରୋନା ନେଇଥିଲା । ଆଜି ବର୍ଷକ ପରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହେଉଛି ୧ କୋଟି ୧୬ଲକ୍ଷ ୪୬ ହଜାର ୮୧ । ବର୍ଷକ ଭିତରେ ଏହି ମହାମାରି ନେଇଛି ୧ ଲକ୍ଷ ୫୯ ହଜାର ୯୬୭ ଜୀବନ । ଜନତା କର୍ଫ୍ୟୁ ଦିନ ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଥିବା ବେଳେ ଦେଶରେ ସର୍ବାଧିକ ମାମଲା କେରଳରୁ ଆସିଥିଲା । ସେହିଦିନ ସକାଳରେ କେରଳରେ ସଂକ୍ରମିତଙ୍କ ସଂଖ୍ୟା ଥିଲା ୪୫ ।

ଜନତା କର୍ଫ୍ୟୁ ଯଦି ଟ୍ରେଲର ଥିଲା ତେବେ ଲକଡାଉନ୍ ଥିଲା ଫିଲ୍ମ । ଜନତା କର୍ଫ୍ୟୁର ତିନି ଦିନ ପରେ ଦେଶବ୍ୟାପି ଲକଡାଉନ୍ ଘୋଷଣା ହୋଇଥିଲା । ମାର୍ଚ୍ଚ ୨୫ ୨୦୨୦ରେ ପିଏମ୍ ଲକଡାଉନ୍ ଘୋଷଣା କରିଥିଲେ । ପୁରା ଦେଶ ତାଲାବନ୍ଦ ହୋଇଥିଲା । କେବଳ ଜରୁରୀକାଳିନ ସେବା ବ୍ୟବସ୍ଥା ବ୍ୟତିତ ଆଉ ସବୁକିଛି ବନ୍ଦ ରହିଥିଲା । ପୂର୍ଣ୍ଣ ଲକଡାଉନର ତିନି ମାସ ପରେ ଜୁନ୍ ମାସରୁ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଥଲା । ସେପ୍ଟେମ୍ବର ୨୦୨୦ରେ ଭାରତରେ କରୋନା ପିକ୍ ରେ ପହଂଚିଥିଲା । କିନ୍ତୁ ୨୦୨୧ ଆସୁ ଆସୁ ସ୍ଥିତି ସାମାନ୍ୟ ହେବାରେ ଲାଗିଲା । ତେବେ ମହାରାଷ୍ଟ୍ର ଭଳି କେତେକ ରାଜ୍ୟରେ କରୋନା ଏବେ ପୁଣି ମୁଣ୍ଡ ଟେକିଛି । ଯାହାକୁ ନେଇ ଆଶଙ୍କା କରାଯାଉଛି ଯେ, କରୋନା ପୁଣି ଫେରୁଛି ।

ମଧ୍ୟପ୍ରଦେଶରେ କିଛି ସହରରେ ଗତ ବର୍ଷର ଲକଡାଉନ୍ ଭଳି ସଂପୂର୍ଣ୍ଣ ଲକଡାଉନ୍ ଲାଗୁ ହୋଇସାରିଲାଣି । ଓଡ଼ିଶା କଥା ଯଦି କହିବା ତେବେ ଓଡ଼ିଶାରେ ମଧ୍ୟ କରୋନା କଡ ଲେଉଟାଉଥିବା ଭଳି ଲାଗୁଛି । ଜନତା କର୍ଫ୍ୟୁର ବର୍ଷକ ପରେ ଭୁବନେଶ୍ୱରର ଗୋଟିଏ ଶିକ୍ଷାନୁଷ୍ଠାନରୁ ୨୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଉକ୍ତ ଶିକ୍ଷାନୁଷ୍ଠାନକୁ ସିଲ୍ କରିଦିଆଯାଇଛି । ତେବେ ବର୍ଷକ ତଳେ ପୁରା ଓଡ଼ିଶାରେ ଦୁଇ ମାମଲା ଥିବା ବେଳେ ବର୍ଷକ ପରେ ଠିକ୍ ସେହି ଦିନ ୨୩ ଜଣ ସଂକ୍ରମିତ ଚିହ୍ନଟ ହେବା ନିଶ୍ଚିତ ଭାବେ ଡରାଇବା ଭଳି ।

ମୁଁ ମରିଯିବ କହି ଟ୍ରକ୍ ଆଗକୁ ମାଡ଼ିଗଲେ ବାଇକ୍ ଚାଳକ, ଜାଣନ୍ତୁ କ’ଣ ହେଲା ତା’ପରେ..

ନୀଳଗିରି: କଦମ୍ୱସାହି ଅଞ୍ଚଳରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ଟ୍ରକ ଆଗକୁ ଡେଉଁ ବାଇକ ଚାଳକଙ୍କ ଆତ୍ମହତ୍ୟା ଉଦ୍ୟମ । ବାଇକ ଭାଙ୍ଗି ଚୁରମାର ହୋଇଯାଇଥିବା ବେଳେ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ଖବର ପାଇଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କୁ ଅଟକ ରଖିଛି । ଯୁବକଙ୍କ ଘର ଖନ୍ତାପଡ଼ା ଥାନା ସିପୁରା  ଗାଁର ସଞ୍ଜୀବ ମହାଳିକ ବୋଲି ସୂଚନା ଅଛି। ତେବେ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନି । ଘଟଣାନୁଯାୟୀ, ଯୁବକ ଜଣଙ୍କ ବାଇକ୍ ସହ ଚଳନ୍ତା ଟ୍ରକ୍ ସାମ୍ନାକୁ ଡେଇଁବାକୁ ଉଦ୍ୟମ କରୁଥିଲେ । ସେ ବାରମ୍ୱାର ଚଳନ୍ତା ଟ୍ରକ୍‌କୁ ଓଭର ଟେକ୍ କରି ଟ୍ରକ୍  ସାମ୍ନାରେ ଚାପି ହେବାକୁ ଚେଷ୍ଟା କରୁଥିଲେ । ଯୁବକଙ୍କ ଏଭଳି ଆଭିମୁଖ୍ୟ ଦେଖି ଟ୍ରକ ଡ୍ରାଇଭର ଜଣଙ୍କ କିଛି ସମୟ ପାଇଁ ଗାଡ଼ିକୁ ଅଟକାଇଥିଲେ । ଏବଂ ତାକୁ ପଚାରିଥିଲେ ଏଭଳି କରୁଛନ୍ତି । ଉତ୍ତରରେ ଯୁବକ ଜଣଙ୍କୁ ମରିଯିବାକୁ ଚାହୁଁଥିବା କହିଥିଲେ । କିଛି ସମୟର ବୁଝାସୁଝା ପରେ ଟ୍ରକ୍ ଚାଳକ ଜଣଙ୍କ ଟ୍ରକ୍ ଷ୍ଟାର୍ଟ କରିଥିଲେ । ଏହା ପରେ ପୁଣି ଯୁବକ ଜଣଙ୍କ ତାଙ୍କୁ ଓଭର ଟେକ୍ କରିବାକୁ ଚେଷ୍ଟା କରିଥିଲେ । ଏହାଦ୍ୱାରା ଟ୍ରକ୍ ଦେହରେ ବାଡ଼େଇ ହୋଇଥିଲେ । ଏହାଦ୍ୱାରା ଯୁବକ ଜଣଙ୍କ ଆହତ ହେବା ସହ ବାଇକଟି ଚୁରମାର ହୋଇଯାଇଛି ।

ଏଥିସହିତ ପଢ଼ନ୍ତୁ: କନ୍ଧମାଳ ଫେରିବ ଜଗା: କଟକ ଏସ୍‌ସିବିରେ ପହଞ୍ଚିଲେ ତିନିଜଣିଆ ଟିମ୍

କନ୍ଧମାଳ ଫେରିବ ଜଗା: କଟକ ଏସ୍‌ସିବିରେ ପହଞ୍ଚିଲେ ତିନିଜଣିଆ ଟିମ୍

ଫୁଲବାଣୀ: କନ୍ଧମାଳ ଫେରିବ ଜଗା । ଏ ନେଇ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ତିନିଜଣିଆ ଟିମ୍ ଆଜି ସକାଳୁ କଟକ ଏସସିବି ମେଡିକାଲରେ ପହଞ୍ଚି ଜଗାର ସ୍ବାସ୍ଥ୍ୟ ଅବସ୍ଥା ସମ୍ପର୍କରେ ସମୀକ୍ଷା କରୁଛନ୍ତି । ଏହି ତିନିଜଣିଆ ଟିମ୍‌ରେ ଶିଶୁରୋଗ ବିଶେଷଜ୍ଞ, ଶଲ୍ୟରୋଗ ବିଶେଷଜ୍ଞଙ୍କ ସମେତ ଜଣେ ଫାର୍ମାସିଷ୍ଟ କଟକ ଏସସିବି ମେଡିକାଲରେ ପହଞ୍ଚିଛନ୍ତି । କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କହିବା ହେଲା, ତିନିଜଣିଆ ଟିମ୍ ଜଗାର ସ୍ବାସ୍ଥ୍ୟବସ୍ଥା ଓ ଫୁଲବାଣୀକୁ ଫେରିଲେ ତାର ଚିକିତ୍ସା ବ୍ୟବସ୍ଥା କିପରି କରାଯିବ ସେ ନେଇ ବିସ୍ତୃତ ଭାବରେ ଏସସିବି ମେଡିକାଲ କର୍ତ୍ତୃପକ୍ଷଙ୍କୁ ସହ କଥା ହେବା ପରେ, ଜଗା କେବେ ଫେରିବ ସେ ନେଇ ନିଷ୍ପତ୍ତି ନିଆଯିବ ।

ଭୁବନେଶ୍ୱରକୁ ପୁଣି ଫେରିଲା କରୋନା,XIMB କ୍ୟାମ୍ପସକୁ ସିଲ୍ କଲା ବିଏମସି

ଭୁବନେଶ୍ୱର: ଭୁବନେଶ୍ୱରରେ ପୁଣି ବ୍ୟାପିଲା କରୋନା । XIMBରୁ ୨୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଶିକ୍ଷାନୁଷ୍ଠାନରୁ ୨୩ ପଜିଟିଭ୍ ଚିହ୍ନଟ ପରେ XIMBକୁ ସିଲ୍ କରିଛି ଭୁବନେଶ୍ବର ମହାନଗର ନିଗମ-ଜବିଏମସି । XIMBକୁ ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ଲଗାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ XIMBର ଗେଟ୍‌ ବନ୍ଦ ରଖାଯିବ । ସେହିପରି XIMBକୁ ଲାଗି ରହିଥିବା ଅନ୍ୟ ସମସ୍ତ ଅନୁଷ୍ଠାନର କ୍ୟାମ୍ପସ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । XIMB ଭିତରେ ସମସ୍ତ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କର ହେବ କୋଭିଡ ଟେଷ୍ଟ । ଗେଟ୍‌ ବନ୍ଦ ଥିବାରୁ ସମସ୍ତ ଅନ୍ତେବାସୀଙ୍କୁ ଖାଦ୍ୟ ଯୋଗାଇ ଦିଆଯିବ ।

XIMB କ୍ୟାମ୍ପସ ସିଲ କରିବାକୁ ନେଇ ସୂଚନା ଦେଇ ବିଏମସି ଜୋନାଲ ଡେପୁଟି କମିଶନର (ଉତ୍ତର) ପୁରନ୍ଦର ନନ୍ଦା କହିଛନ୍ତି ଯେ,କିଛି ବିଦ୍ୟାର୍ଥୀ ଓ ଷ୍ଟାଫ୍ କରୋନା କୋଭିଡ୍-୧୯ ପଜିଟିଭ୍ ବାହାରିବା ପରେ ଆଗାମୀ ଆଦେଶ ପର୍ଯ୍ୟନ୍ତ କ୍ୟାମ୍ପସକୁ ସିଲ୍ କରି ଦିଆଯାଇଛି । କ୍ୟାମ୍ପସ ପରିସର ମଧ୍ୟକୁ ପ୍ରବେଶ ଉପରେ ରୋକ ଲଗାଯାଇଛି ।

ସୂଚନାଯୋଗ୍ୟ ଯେ, ବିଏମସି ସଂପୂର୍ଣ୍ଣ କ୍ୟାମ୍ପସକୁ ସାନିଟାଇଜ୍ କରିଛି । କ୍ଲାସରୁମଠାରୁ ଲାଇବ୍ରେରି,ଅଡିଟୋରିୟମ ସବୁକିଛି ସାନିଟାଇଜ୍ କରାଯାଇଛି । ଇତିମଧ୍ୟରେ ଏକ ସ୍ୱତନ୍ତ୍ର ଦଳକୁ କ୍ୟାମ୍ପସ ମଧ୍ୟରେ କରୋନା ପରୀକ୍ଷଣ ପାଇଁ ପଠାଯାଇଛି । ବିଦ୍ୟାର୍ଥୀ ଓ ଷ୍ଟାଫଙ୍କ ସ୍ୱାବକୁ ଆରଟି ପିସିଆର ଟେଷ୍ଟ୍ ପାଇଁ ପଠାଯାଇଛି ।

 

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ପୁଣି ବିବାଦୀୟ ବୟାନ; ଅଧିକ ଛୁଆ ଜନ୍ମ କର, ଅଧିକ ରାସନ ମିଳିବ

ଡେରାଡୁନ: କିଛିଦିନ ତଳେ ଫଟା ଜିନ୍ସ ପିନ୍ଧିବାକୁ ନେଇ ଦେଇଥିଲେ ବିବାଦୀୟ ବୟାନ । ଆଉ ଏବେ ଶିଶୁ ଜନ୍ମ କରିବାକୁ ନେଇ ଦେଇଛନ୍ତି ମନ୍ତବ୍ୟ। ଦୁଇ ଶିଶୁ ଜନ୍ମକଲେ, କାହିଁକି ୨୦ ଶିଶୁ ଜନ୍ମ କରିଲେ ନାହିଁ ବୋଲି ସାଧାରଣ ଲୋକଙ୍କୁ ପ୍ରଶ୍ନ କରିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ । ଅନ୍ତ୍ରରାଷ୍ଟ୍ରୀୟ ବଣିକ ଦିବସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ  ତିରଥ  ସିଂ ରାୱତ । ଲକଡ଼ାଉନ ଏବଂ ସଟଡାଉନ ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ରାସନ ସାମଗ୍ରୀକୁ ନେଇ ମତ ମନ୍ତବ୍ୟ ଦେଇଥିଲେ ତ୍ରିରଥ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାରଙ୍କ ପକ୍ଷରୁ ବଣ୍ଟା ଲଯାଇଥିବା ରାସନକୁ ନେଇ କିଛି ଲୋକ ଅସନ୍ତୁଷ୍ଟ ଅଛନ୍ତି । ଯାହାର ଦୁଇ ଛୁଆ ସେ ୧୦ କିଲୋ ରାସନ ପାଇଛନ୍ତି, ଯାହାର ୨୦ ଛୁଆଁ ସେ ଅଧିକ ପାଇବା ନିଶ୍ଚିତ । ସେ ଯଦି ୨୦ ଶିଶୁ ଜନ୍ମ କରିପାରିଲେ, ତୁମେ କଣ ପାଇଁ କଲନି । ୨୦ ଶିଶୁ ଜନ୍ମ କରିଥିଲେ ଅଧିକ ରାସନ ସୁନିଶ୍ଚିତ ମିଳି ଥାଆନ୍ତା ବୋଲି କହିଛନ୍ତି  ତିରଥ ସିଂ ରାୱତ ।

ତେଣୁ ଏଥିରେ କେନ୍ଦ୍ର ସରକାର ଉପରେ ରାଗିବାରେ କଣ ଅଛି । ଭାଇ ଏଠି ଦୋଶ କାହାର ? ସେ ୨୦ ଶିଶୁ ଜନ୍ମ କଲେ କ୍ବିଣ୍ଟାଲ ରାସନ ପାଇଲେ, ତୁମେ ଦୁଇ ଶିଶୁ ଜନ୍ମକଲ ୧୦ କିଲୋ ରାସନ ପାଇଲ । ତୁମେ କାହିଁକି ୨୦ ଶିଶୁ ଜନ୍ମ କଲ ନାହିଁ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ତ୍ରିରଥ । ସେପଟେ ନିଜ ପ୍ରତିକ୍ରିୟାରେ କୌଣସି ନିର୍ଦ୍ଧିଷ୍ଟ ଜାତି କିମ୍ବା ଧର୍ମ ବିଷୟରେ ଉଲ୍ଲେଖ କରି ନାହାଁନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ । ସେପଟେ ଭୁଲ ତଥ୍ୟ ଦେଇ ମଧ୍ୟ ବିବାଦକୁ ଆସିଛନ୍ତି  ତିରଥ ସିଂ ରାୱତ । ସେ କହିଛନ୍ତି ଭାରତକୁ ୨୦୦ ବର୍ଷଧରି ଶାସନ କରିଛି ଆମେରିକା । ସମଗ୍ର ବିଶ୍ବରେ ରାଜ କରୁଥିବା ଆମେରିକା ନିକଟରେ ଆମେ ଗୁଲାମ ଥିଲେ । କିନ୍ତୁ ଆଜି କୋଭିଡ ସମୟରେ ଆମେରିକା ଠାରୁ ଭଲ ସ୍ଥିତିରେ ଆମେ ଅଛୁ ବୋଲି କହିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ।