ଦେଶରେ ସଂକ୍ରମଣ ଭାଙ୍ଗିଲା ସବୁ ରେକର୍ଡ, ଦିନକରେ ୪ ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ

1 min read
India Reports Record No Of 4,01,993 new COVID19 cases

ନୂଆଦିଲ୍ଲୀ: ମହାମାରୀ କରୋନା ଦେଶରେ ସୁନାମୀ ଭଳି ମାଡ଼ି ଚାଲିଛି । ପ୍ରତିଦିନ କରୋନା ସଂକ୍ରମଣ ମାମଲା ବଢ଼ି ବଢ଼ି ଏବେ ୪ ଲକ୍ଷ ପାର୍ କରିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତାଜା ରିପୋର୍ଟ ଅନୁସାରେ, ବିଗତ ୨୪ ଘଣ୍ଟାରେ ଦେଶରେ ୪ ଲକ୍ଷ ୧ ହଜାର ୯୯୩ଟି ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ଦିନକରେ କରୋନାରେ ପ୍ରାଣ ହରାଇଛନ୍ତି ୩ ହଜାର ୫୨୩ ଜଣ । ଗତ ୨୪ ଘଣ୍ଟାରେ ୨ ଲକ୍ଷ ୯୯ ହଜାର ୯୮୮ ଜଣ କରୋନାକୁ ମାତ୍ ଦେଇଛନ୍ତି । ଏହା ପୂର୍ବରୁ ଗୁରୁବାର ଦେଶରେ ୩ ଲକ୍ଷ ୮୬ ହଜାର ୪୫୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବିଶ୍ୱରେ ଚିହ୍ନଟ ମୋଟ ସଂକ୍ରମଣ ମାମଲାର ୪୦ ପ୍ରତିଶତ କେସ୍ ପ୍ରତିଦିନ ଭାରତରେ ଚିହ୍ନଟ ହେଉଛି ।

ଦେଶରେ କରୋନା ମାମଲା

ମୋଟ ସଂକ୍ରମିତଙ୍କ ସଂଖ୍ୟା- ୧ କୋଟି ୯୧ ଲକ୍ଷ ୬୪ ହଜାର ୯୬୯

ମୋଟ ସୁସ୍ଥ- ୧ କୋଟି ୫୬ ଲକ୍ଷ ୮୪ ହଜାର ୪୦୬

ମୋଟ ସକ୍ରିୟ ମାମଲା- ୩୨ ଲକ୍ଷ ୬୮ ହଜାର ୭୧୦

ମୋଟ ମୃତ୍ୟୁ- ୨ ଲକ୍ଷ ୧୧ ହଜାର ୮୫୩

ମୋଟ ଟିକାକରଣ- ୧୫ କୋଟି ୪୯ ଲକ୍ଷ ୮୯ ହଜାର ୬୩୫ ଡୋଜ୍

ଦିଲ୍ଲୀ ଓ ମହାରାଷ୍ଟ୍ରରେ ସ୍ଥିତି ଏବେବି ଚିନ୍ତାଜନକ ରହିଛି । ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୨୭ ହଜାର ୪୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି କରୋନାରେ ୩୭୫ ଜଣଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ଦିନକରେ ୬୨ ହଜାର ୯୧୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୮୨୮ ଜଣଙ୍କ ମୃତ୍ୟୁ ହୋଇଛି ।

Leave a Reply