ବାସ ଛାରଖାର୍ କରିଦେଲା ବଜ୍ରପାତ, ଶୋଇଥିବା ବେଳେ ଜଳିଗଲା ୧୧ ପରିବାରର ବାସଗୃହ

House Of 11 Family Blaze In Lighting Bhadrak

ଭଦ୍ରକ: ଦାଉ ସାଧୁଛି ପ୍ରକୃତି । ଭଦ୍ରକରେ ବଜ୍ରପାତରେ ୧୧ଟି ପରିବାରର ୨୦ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି । ଏଥିସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡ଼ି ପାଉଁଶ ହୋଇଛି । ତିହିଡ଼ି ବ୍ଲକ ଅଚକ ପଞ୍ଚାୟତ ଗୋପ ସାହିରେ ବିଳମ୍ବିତ ରାତିରେ ସମସ୍ତେ ଶୋଇଥିବା ବେଳେ ବଜ୍ରପାତ ପରେ ଅଗ୍ନିକାଣ୍ଡ ହୋଇଥିଲା । ଗତ ରାତିରେ ଜୋର ବର୍ଷା ପବନ ସହ ବଜ୍ରପାତ ହୋଇଥିଲା ।

House Of 11 Family Blaze In Lighting Bhadrak

ବଜ୍ରାଘାତ ଯୋଗୁଁ ଘର ଗୁଡ଼ିକରେ ନିଆଁ ଲାଗି ଯାଇଥିଲା । ଘର ଗୁଡ଼ିକ ପାଖା ପାଖି ଲାଗି ରହିଥିବାରୁ ଚାହୁଁ ଚାହୁଁ ନିଆଁ ବ୍ୟାପି ଯାଇଥିଲା । ଘରେ ନିଆଁ ଲାଗିବା ଦେଖି ଲୋକେ ଜୀବନ ବିକଳରେ ବାହାରକୁ ବାହାରି ଆସିଥିଲେ । ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ନିଆଁ ଆୟତ୍ତକୁ ଆସି ନଥିଲା । ଶେଷରେ ନିକଟସ୍ଥ ଅଗ୍ନିଶମ ବାହିନୀ ଗାଡି ଆସି ନିଆଁକୁ ଆୟତ୍ତ କରିଛି ।

House Of 11 Family Blaze In Lighting Bhadrak

ଅଗ୍ନିକାଣ୍ଡରେ ଗାଁର କୃପାସିନ୍ଧୁ ଖୁଣ୍ଟିଆ, ନରହରି ଖୁଣ୍ଟିଆ, ବିଷ୍ଣୁ ମୋହନ ଖୁଣ୍ଟିଆ, ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆଙ୍କ ସମେତ ଆହୁରି ଅନେକ ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି । ଗଛିତ ଥିବା ଧାନ, ଚାଉଳ, ଆସବାବପତ୍ର, ଗାଡ଼ି ସବୁ ଜଳି ପୋଡ଼ି ଛାରଖାର୍ ହୋଇଯାଇଛି । ଖୋଲା ଆକାଶ ତଳେ ପଡ଼ି ରହିଥିବା ଅଗ୍ନି ବିପନ୍ନ ପ୍ରଶାସନର ସହାୟତାକୁ ଅନାଇ ରହିଛନ୍ତି ।

Leave a Reply