spot_img
Home Blog Page 5818

ଭାରତୀୟ ଦଳର ପୂର୍ବତନ କ୍ରିକେଟର ଇର୍ଫାନ ପଠାନ୍‌‌ଙ୍କୁ କରୋନା

ଭୁବନେଶ୍ୱର: ଦେଶରେ କରୋନା ଦ୍ବିତୀୟ ଲହରୀ ଜାରି ରହିଛି । ପ୍ରତିଦିନ ୬୦ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଉଛନ୍ତି । ଏହାରିଭିତରେ କ୍ରିକେଟରଙ୍କୁ ହେଉଛି କରୋନା । ସଚିନ , ୟୁସୁଫ୍ ଓ ବଦ୍ରିନାଥଙ୍କ ପରେ ଇରଫାନ ପଠାନ ହୋଇଛନ୍ତି କରୋନା ପଜିଟିଭ । ପୂର୍ବରୁ ବଡ଼ଭାଇ ୟୁସୁଫ୍ ପଠାନ୍ କରୋନା ଆକ୍ରାନ୍ତ ହୋଇଥିଲେ । ଏବେ ଟିମ୍ ଇଣ୍ଡିଆର ପୂର୍ବତନ ଅଲ୍‌ରାଉଣ୍ଡର ହୋଇଛନ୍ତି କରୋନା ଆକ୍ରାନ୍ତ । ଇରଫାନ ସୋସିଆଲ ମିଡିଆରେ ନିଜେ ଏହି ସୂଚନା ଦେଇଛନ୍ତି । କୌଣସି ଲକ୍ଷଣ ନଥିବା ସତ୍ବେ ସେ କରୋନା ପଜିଟିଭ ଆସିଥିବା ଟ୍ବିଟରେ ଉଲ୍ଲେଖ କରିଛନ୍ତି  । ହୋମ୍ ଆଇସୋଲେସନରେ ଅଛନ୍ତି ଇରଫାନ୍  । କିଛି ଦିନ ମଧ୍ୟରେ ତାଙ୍କ ସମ୍ପର୍କରେ ଆସିଥିବା ବ୍ୟକ୍ତିଙ୍କୁ କରୋନା ଟେଷ୍ଟ କରିବାକୁ ସେ ଅନୁରୋଧ କରିଛନ୍ତି । ଏହାସହ ମାସ୍କ ଓ ସୋସିଆଲ ଡିଷ୍ଟାନ୍ସ ନିୟମ ପାଳନ କରିବାକୁ ସେ ଟ୍ବିଟରେ ଲୋକଙ୍କୁ ସଚେତନ କରାଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ଜଙ୍ଗଲ ରାସ୍ତାରେ ଦି’ ଦିନ ଗାଡ଼ି ଚଲାଇଲେ ମୁଖ୍ୟମନ୍ତ୍ରୀ, ଭିଡ଼ିଓ ଭାଇରାଲ୍

ଆରମ୍ଭ ହେଲା ମା‘ ତାରାତାରିଣୀଙ୍କ ଚୈତ୍ର ଯାତ୍ରା

ପୁରୁଷୋତ୍ତମପୁର: ଆଜିଠୁ ଆରମ୍ଭ ହେଉଛି ଦକ୍ଷିଣ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ତାରାତାରିଣୀଙ୍କ  ଚୈତ୍ର ଯାତ୍ରା । ମାଆଙ୍କ ପୀଠରେ ପାଞ୍ଚଟି ମଙ୍ଗଳବାରରେ ପାଳନ ହେବ ଏହି ପର୍ବ । ଶ୍ରଦ୍ଧାଳୁମାନେ ମାଆଙ୍କ ନିକଟରେ ମାନସିକ ରଖିବା ସହିତ ଦର୍ଶନ କରିବେ । ତେବେ କରୋନା ସଂକ୍ରମଣ ବଢୁଥିବାରୁ ଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ ଗାଇଡଲାଇନ୍ ଜାରି କରିଛି । ପାହାଡ଼ ଉପରେ ମାଆଙ୍କ ନିକଟରେ ମୁଣ୍ଡନକୁ ବାରଣ କରାଯାଇଥିବା ବେଳେ କେବଳ ଦର୍ଶନକୁ ଅନୁମତି ମିଳିଛି । ଦର୍ଶନ ବେଳେ ସାମାଜିକ ଗୁରୁତ୍ବ ସହ ମାସ୍କ ବ୍ୟବହାରକୁ କଡ଼ାକଡ଼ି କରାଯାଇଛି । ଏହା ସହ ଯାତ୍ରା ଶାନ୍ତିଶୃଙ୍ଖଳାରେ କରିବା ପାଇଁ ୩ ଜଣ ଆଡିସିନାଲ ଏସ୍.ପି, ୩ଜଣ ଡି.ଏସ୍.ପି, ୧୨ଜଣ ଆଇ.ଆଇ.ସି  ନିୟୋଜିତ ହୋଇଛନ୍ତି । ୧୪ ସବ୍ ଇନ୍ସପେକ୍ଟର, ୬୨ ଏ.ଏସ୍.ଆଇଙ୍କ ସମେତ ୯ ପ୍ଳାଟୁନ୍ ପୋଲିସ ଫୋର୍ସ ଓ ୧୮୦ ହୋମଗାର୍ଡଙ୍କୁ ନିୟୋଜିତ କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ଖାଇବାକୁ ଗଲା ମୂଷା, ଫସିଗଲା ନାଗ

ଖାଇବାକୁ ଗଲା ମୂଷା, ଫସିଗଲା ନାଗ

ଭୁବନେଶ୍ୱର: ମୂଷା ଯନ୍ତାରେ ନାଗ। ମୂଷା ଖାଇବାକୁ ଯାଇ ଯନ୍ତାରେ ଫସିଲା ନାଗ । ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ରତାପଡା ଗାଁରେ ସୁବାସ ପରିଡ଼ା ନିଜ ଗ୍ରୋସରି ଦୋକାନରେ ମୁଷା ଉପଦ୍ରଵକୁ ରୋକିବା ପାଇଁ ଯନ୍ତା ବସେଇଥିଲେ । ଗତକାଲି ବିଳମ୍ବିତ ରାତିରେ ସେଇ ଯନ୍ତା ଭିତରେ ଏକ ନାଗ ସାପ ପଡିଥିବାର ଦେଖି ସଦାଶିବ ବାବୁ ଉଦ୍ଧାର ପାଇଁ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ । ସ୍ଥାନୀୟ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସୁଶାନ୍ତ କୁମାର ବେହେରା ଘଟଣା ସ୍ଥଳରେ ପହଞ୍ଚି ଯତ୍ନର ସହିତ ଏକ ୩ ଫୁଟ ଲମ୍ବର ନାଗ ସାପ କୁ ଯନ୍ତା ଭିତରୁ ବାହାର କରିଥିଲେ । ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କୁହନ୍ତି “ଯନ୍ତାରେ ପ୍ରଥମେ ମୁଷା ହିଁ ପଡିଥିଲା, ତେବେ ମୁଷା ଖାଇବା ଆଶାରେ ଯେନ ତେନ ପ୍ରକାରେ ଯନ୍ତା ଭିତରେ ପସିଗଲା ସତ ; ହେଲେ ଖାଇବା ପରେ ପେଟ ଫୁଲି ଯିବାରୁ ଆଉ ବାହାରିବା ବାଟ ପାଇନଥିଲା” । ସାପକୁ  ଉଦ୍ଧାର ଗାଁ ଠାରୁ ଯଥେଷ୍ଟ ଦୂରରେ ଏକ ପ୍ରାକୃତିକ ଆବସିକ ସ୍ଥଳୀରେ ଛାଡ଼ି ଦିଆଯାଇଚି।  ।

ଏଥିସହିତ ପଢ଼ନ୍ତୁ:ହେଲମେଟ ଚେକିଂ ବେଳେ ପୋଲିସର ମାଡ଼ ଘଟଣା, ୨ ଜଣ ନିଲମ୍ବିତ

ଟ୍ରକ୍‌କୁ ପଛପଟୁ ପିଟିଲା ବାଇକ୍: ଜଣେ ମୃତ

ନବରଙ୍ଗପୁର: ଅଧା ରାସ୍ତାରେ ଛକିଥିଲା ମୃତ୍ୟୁ । ନବରଙ୍ଗପୁର ପାପଡ଼ାହାଣ୍ଡି ବ୍ଲକ୍ ଜଟାବହାଲ ନିକଟରେ ସଡ଼କ ଦୁର୍ଘଟଣା । ଟ୍ରକକୁ ପଛପଟୁ ପିଟିଲା ବାଇକ୍ । ଘଟଣାସ୍ଥଳରେ ବାଇକ୍ ଚାଳକଙ୍କ ମୃତ୍ୟୁ, ବାଇକ ପଛରେ ବସିଥିବା ବ୍ୟକ୍ତି ଗୁରୁତର । ମୃତକ ହେଲେ ପିପାଲଗୁଡ଼ାର ସମ ଭତରା । ଦୁର୍ଘଟଣାର ପୁରା ଦୃଶ୍ୟ ନିକଟରେ ଥିବା ପେଟ୍ରୋଲ ପମ୍ପର ସିସିଟିଭିରେ କଏଦ୍ ହୋଇଛି । ସମ ଭତରା ଓ ନବୀନ ଭତରା ନିଜ ଘରକୁ ଫେରୁଥିବା ବେଳେ ରାସ୍ତାରେ ଯାଉଥିବା ଏକ ଚାଉଳ ବୋଝେଇ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲେ । ଘଟଣାସ୍ଥଳରେ ସମ ଭତରାଙ୍କର ମୃତ୍ୟୁ ହୋଇଥିବାବେଳେ ପଛରେ ବସିଥିବା ନବୀନ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ପାପଡାହାଣ୍ଡି ଡାକ୍ତରଖାନା ଭର୍ତ୍ତି କରାଯାଇଛି ।

 

ଏଥିସହିତ ପଢ଼ନ୍ତୁ: ଖୋର୍ଦ୍ଧା ଜିଲ୍ଲାରୁ ୩୩, ଭୁବନେଶ୍ୱରରୁ ୩୨

ନାମାଙ୍କନ ଭରିବେ ବିଜେଡିର ରୁଦ୍ର ଓ କଂଗ୍ରେସର ଅଜିତ୍

ପୁରୀ: ପିପିଲି ବିଧାନସଭା ଆସନ ଲାଗି ଆଜି ନାମାଙ୍କନ ଭରିବେ ବିଜୁ ଜନତା ଦଳ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ । ପୁରୀ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିବେ ନାମାଙ୍କନ ପତ୍ର  । ସକାଳ ସାଢେ ୯ଟାରେ ପିପିଲି ବିଜେଡି ଅଫିସରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରିବେ । ପିପିଲି ପାଇଁ ବିଜେଡିର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ସରିଛି । ପଞ୍ଚାୟତ, ବ୍ଲକ୍‌ ଏବଂ ଏନ୍‌ଏସି ଦାୟିତ୍ବ ମନ୍ତ୍ରୀ ଓ ବିଧାୟକଙ୍କୁ ଦିଆସରିଛି । ଦଳର ମହିଳା, ଛାତ୍ର ଓ ଯୁବ ସାମ୍ମୁଖ୍ୟକୁ ଏଥର ଦିଆଯାଇଛି ଅଧିକ ଗୁରୁତ୍ବ ।

ପିପିଲି ଉପ-ନିର୍ବାଚନ ନେଇ ବିଜେଡି ପକ୍ଷରୁ ରୁଦ୍ରଙ୍କ ନାମ ଘୋଷଣା ପରେ ଗତ ୨୮ ତାରିଖରେ ନବୀନ ନିବାସ ଯାଇ ଦଳୀୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରୁ ଟିକେଟ୍ ଗ୍ରହଣ କରିଥିଲେ । ତାଙ୍କ ସହ ଭଉଣୀ ଓ ଭିଣୋଇ ମଧ୍ୟ ନବୀନ ନିବାସ ଯାଇଥିଲେ । ବାପାଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବେ ବୋଲି କହିଛନ୍ତି ରୁଦ୍ର । ଚାଷୀଙ୍କ ଉନ୍ନତି, ପାନୀୟ ଜଳ, ଜଳସେଚନ ଉପରେ ଧ୍ୟାନ ଦେବେ ବୋଲି ରୁଦ୍ର କହିଛନ୍ତି । ଏଥିସହ ପରିବାରରେ ଟିକେଟ୍ ପାଇଁ ମତଭେଦ ଉପରେ ପ୍ରତିକ୍ରିୟା ରଖି ରୁଦ୍ର କହିଛନ୍ତି ଏହା ବିରୋଧୀ ଦଳର ଏକ ଚାଲ୍ । ପରିବାର ସବୁବେଳେ ଏକାଠି ଅଛି ବୋଲି କହିଛନ୍ତି ରୁଦ୍ର ।

ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ମଧ୍ୟ ଆଜି ନାମାଙ୍କନ ଭରିବେ । ପୁରୀ ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସରେ ପ୍ରାର୍ଥିପତ୍ର ଦାଖଲ କରିବେ ଅଜିତ୍ । ତେବେ ଅଜିତ ମଙ୍ଗରାଜଙ୍କୁ କଂଗ୍ରେସ ପୁଣି ପ୍ରାର୍ଥୀ କରିବା ପରେ ପୁଣି ମୁଣ୍ଡ ଟେକିଛି ଦଳୀୟ କନ୍ଦଳ । ଅନ୍ୟତମ ଟିକେଟ ଆଶାୟୀ ଥିବା ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରିଛନ୍ତି । ତାଙ୍କୁ ଟିକେଟ ନମିଳିବା ପଛରେ ପିସିସି ସଭାପତିଙ୍କ ଷଡ଼ଯନ୍ତ୍ର ବାରିଛନ୍ତି ପୂର୍ଣ୍ଣ । ଗତ ନିର୍ବାଚନରେ ମାତ୍ର ୯ ହଜାର ୮୩୦ ଭୋଟ୍‌ ପାଇଥିବା ଅଜିତଙ୍କ ଉପରେ ଦଳ ପୁଣି ବିଶ୍ବାସ କରିବା, ପିପିଲି କଂଗ୍ରେସକୁ ଆଚମ୍ବିତ କରିଛି ।

ହେଲମେଟ ଚେକିଂ ବେଳେ ପୋଲିସର ମାଡ଼ ଘଟଣା, ୨ ଜଣ ନିଲମ୍ବିତ

କରଞ୍ଜିଆ: ମୟୂରଭଞ୍ଜ କରଞ୍ଜିଆରେ ହେଲମେଟ୍‌ ଚେକିଂ ବେଳେ ପୋଲିସ ମାଡ଼ ମାରିବା ଘଟଣା । ୨ ଜଣଙ୍କୁ ନିଲମ୍ବନ କଲେ ମୟୂରଭଞ୍ଜ ଏସପି । ୪୭୪ ବାଟାଲିୟନର ସିପାହୀ ଆର.କେ ସିଂହ ଏବଂ କରଞ୍ଜିଆ ପୋଲିସ ଡ୍ରାଇଭର ତଥା ହୋମଗାର୍ଡ ମାନସ ରଞ୍ଜନ ସ୍ୱାଇଁଙ୍କୁ ନିଲମ୍ବିତ କରିଛନ୍ତି ମୟୂରଭଞ୍ଜ ଏସପି । ଏହି ଦୁଇ ଜଣଙ୍କ ମାଡ଼ରେ ଯୁବକ ଲହୁ ଲୁହାଣ ହୋଇଥିଲେ ।

 Police Attacks Youth While Helmet Checking In Karanjia

ଗୁରୁତର ଆହତ ଯୁବକଙ୍କ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କ କାନରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି । କରଞ୍ଜିଆ ଶାହାରପଡ଼ା ବାଇପାସ ନିକଟରେ ହେଲମେଟ୍ ଚେକିଂ ବେଳେ ଏଭଳି ଘଟଣା ଘଟିଛି । ପୋଲିସର ମାଡ଼ ପ୍ରତିବାଦରେ କରଞ୍ଜିଆ ଥାନା ସମ୍ମୁଖରେ ସ୍ଥାନୀୟ ଲୋକ ଘେରାଉ କରିଥିଲେ । ଚାପା ଉତ୍ତେଜନା ଦେଖା ଦେଇଥିଲା ।

 Police Attacks Youth While Helmet Checking In Karanjia

ଏଥିସହ ପଢ଼ନ୍ତୁ- ଚେକିଂରେ ଅଟକିଲେନି ବୋଲି ମାଡ଼ ମାରିଲା ପୋଲିସ

ଏହା ପୂର୍ବରୁ ଗତ ଜାନୁଆରୀ ୧୪ରେ ମଧ୍ୟ ମୟୂରଭଞ୍ଜ ପୋଲିସ ବିରୋଧରେ ଅନୁରୂପ ଅଭିଯୋଗ ହୋଇଥିଲା । ଜାମଦା ଥାନା ଅଞ୍ଚଳରେ ହେଲମେଟ୍ ଚେକିଂ ବେଳେ ନ ଅଟକିବାରୁ ଜଣେ ଯୁବକଙ୍କୁ ପୋଲିସ ମାଡ଼ ମାରିଥିଲା । ଗତବର୍ଷ ମଧ୍ୟ ବାରିପାଦ ଟାଉନ୍ ଥାନା ଅଞ୍ଚଳରେ ଚେକିଂ ବେଳେ ପୋଲିସ ମାଡ଼ରେ ଯୁବକଙ୍କ ଆଖିରେ ଶକ୍ତ ଆଘାତ ଲାଗିଥିଲା । ବାରମ୍ବାର ମୟୂରଭଞ୍ଜ ପୋଲିସ ସମାନ ଆଚରଣ କରୁଥିବା ବେଳେ ସଚେତନତା ଦିଗରେ ଦୃଷ୍ଟି ଦେଉନଥିବାରୁ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି ।

ଜଙ୍ଗଲରେ ନିଆଁ ଲିଭାଉଥିବା ବେଳେ ଜଳିଗଲେ ୱାଚର୍

ବାରିପଦା: ନିଆଁ ଲିଭାଇବା ବେଳେ ଅଘଟଣ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ବାଦାମପାହାଡ଼ ରେଞ୍ଜ ଉକାମପାହାଡ଼ ଜଙ୍ଗଲରେ ନିଆଁ ଲାଗିଥିଲା । ଜଙ୍ଗଲର ୩ଟି ସ୍ଥାନରେ ନିଆଁ ଲାଗିବା ଖବର ପାଇ ଟିଆକାଠି ଡୁଙ୍ଗୁରୀ ସାହି ବନ ସୁରକ୍ଷା ସମିତି ନିଆଁ ଲିଭାଇବା ପାଇଁ ଯାଇଥିଲା । ନିଆଁ ଲିଭାଉଥିବା ବେଳେ ହଠାତ ସାମନା ପଟୁ ପବନ ହେବା ଫଳରେ ଜଣଙ୍କର ଦେହରେ ନିଆଁ ଲାଗିଯାଇଥିଲା ।

Watcher Brunt While Defusing Forest Fire Baripada

ସହଯୋଗୀ ମାନେ ତାଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଗୁରୁତର ଯୁବକ ଜଣକ ବନ ବିଭାଗର ଟିଆକାଠି ବନ ସୁରକ୍ଷା ସମିତିର ୱାଚର ଭାବେ କାର୍ଯ୍ୟରତ ବୋଲି ଜଣାପଡିଛି । ଯୁବକ ଜଣକ ହେଲେ ବିଶୋଇ ବ୍ଲକ ଟିଆକାଠି ଗାଁର ଗୋବିନ୍ଦ ଟୁଡୁ । ବନ ସୁରକ୍ଷା ସମିତିର ସହାୟତାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

୩୨ ପଜିଟିଭ୍ ଚିହ୍ନଟ ପରେ ପ୍ରଗତି କଲେଜକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ପ୍ରଶାସନ

ଭବାନୀପାଟଣା/ରାଉରକେଲା: ଭବାନୀପାଟଣାର ପ୍ରଗତି କଲେଜକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । କଲେଜରୁ ୩୨ ଜଣ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ ପରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଏନେଇ କଳାହାଣ୍ଡିର ଭାରପ୍ରାପ୍ତ CDMO ସୂଚନା ଦେଇଛନ୍ତି । କଲେଜ ଭିତରକୁ ବାହାର ଲୋକଙ୍କୁ ପ୍ରବେଶ ବାରଣ କରାଯାଇଛି ।

Bhawanipatana Pragati College Declared As Containment Zone

କଲେଜ ଭିତରେ ଥିବା ସମସ୍ତଙ୍କର କୋଭିଡ୍ ଟେଷ୍ଟ ହେବ ବୋଲି ପ୍ରଶାସନ କହିଛି । ପଜିଟିଭ୍ ଚିହ୍ନଟ ଛାତ୍ରଛାତ୍ରୀ ସଂଗରୋଧରେ ରହିଛନ୍ତି । ପଜିଟିଭ୍ ଚିହ୍ନିଟ ଛାତ୍ରଛାତ୍ରୀ କଲେଜ ହଷ୍ଟେଲରେ ରହୁଥିଲେ ।

ଏଥିସହ ପଢ଼ନ୍ତୁ- ଶିକ୍ଷାନୁଷ୍ଠାନରେ ବ୍ୟାପୁଛି କରୋନା, ଘରୋଇ କଲେଜରେ ୩୨ ପଜିଟିଭ୍

Bhawanipatana Pragati College Declared As Containment Zone

ଅନ୍ୟପଟେ ରାଉରକେଲା NITରେ ଆଜି ୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୬ ଛାତ୍ର ଓ ଜଣେ କର୍ମଚାରୀ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ NIT ରେଜିଷ୍ଟ୍ରାର ସୂଚନା ଦେଇଛନ୍ତି । ପୂର୍ବରୁ ରାଉରକେଲା NITରୁ ୭ ଜଣ ପଜିଟିବ୍ ଚିହ୍ନଟ ହୋଇଥିଲେ । ଏହାକୁ ମିଶାଇ ରାଉରକେଲା NITରେ ମୋଟ ୧୪ଜଣ ଆକ୍ରାନ୍ତ ହେଲେଣି ।

ଏନସିପି ମୁଖ୍ୟ ଶରଦ ପାୱାର ଅସୁସ୍ଥ, ମେଡିକାଲରେ ଭର୍ତ୍ତି

ମୁମ୍ବାଇ: ହସ୍ପିଟାଲରେ ଏନସିପି ମୁଖ୍ୟ ଶରଦ ପାୱାର । ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପରୀକ୍ଷା ପରେ ତାଙ୍କ ଗଲ ବ୍ଲାଡରରେ ସମସ୍ୟା ଥିବା ଜଣାପଡ଼ିଛି । ଡାକ୍ତରଙ୍କ ପରାମର୍ଶ କ୍ରମେ ଆସନ୍ତା ୩୧ ତାରିଖରେ ତାଙ୍କର ଏଣ୍ଡୋସ୍କୋପି ଏବଂ ଅସ୍ତ୍ରୋପଚାର କରାଯିବ ।

 NCP chief to undergo gallbladder surgery on March 31 in Mumbai

ପରବର୍ତ୍ତୀ ନୋଟିସ୍ ପର୍ଯ୍ୟନ୍ତ ପାୱାରଙ୍କ ସମସ୍ତ କାର୍ଯ୍ୟକ୍ରମ ବାତିଲ୍ କରାଯାଇଥିବା ସୂଚନା ଦିଆଯାଇଛି । ଏ ନେଇ ଦଳର ପ୍ରବକ୍ତା ନୱାବ ମଲ୍ଲିକ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ।

ଏବର୍ଷ ବାତ୍ୟା, ବନ୍ୟା ଓ ଅଧିକ ବୃଷ୍ଟିପାତର ଆଶଙ୍କା

ଯାଜପୁର: ପଣା ସଂକ୍ରାନ୍ତି ପରେ କମିବ କରୋନା । ବିରଜା ପାଞ୍ଜିରେ ଏହା ଉଲ୍ଲେଖ ରହିଛି । ଯାଜପୁରର ଦେବୀ ମା’ ବିରଜାଙ୍କ ନିକଟରେ ପାଞ୍ଜି ପାଠ କରାଯାଇଛି । ବର୍ଷ ତମାମ ଯାହା ଘଟିବ, ତାହା ପାଞ୍ଜିରେ ଉଲ୍ଲେଖ ଅଛି । ଏଥର ପାଞ୍ଜି ଗଣନାରେ ଆସିଛି ବଡ଼ ଆଶ୍ୱସ୍ତିକର ଭବିଷ୍ୟବାଣୀ । ଏବର୍ଷ ମହାମାରୀ କରୋନା ପ୍ରକୋପ କମିବା ସହ ଦେଶ ଓ ରାଜ୍ୟରେ କୃଷି ଉତ୍ପାଦନ ବୃଦ୍ଧି ପାଇବ । ହେଲେ ବାତ୍ୟା, ବନ୍ୟା ଓ ଅଧିକ ବୃଷ୍ଟିପାତର ଆଶଙ୍କା ଅଛି ବୋଲି ବିରଜା ପାଞ୍ଜିରେ ଭବିଷ୍ୟବାଣୀ କରାଯାଇଛି ।

What Will Happen This Year According Maa Biraja Panji Jajpur

ପଣା ସଂକ୍ରାନ୍ତି ପରେ ପରେ ଧିରେ ଧିରେ କରୋନା ମହାମାରୀର ପ୍ରକୋପ କମିଯିବ । ରାଜନୀତିକ ଅସ୍ଥିରତାର ସମ୍ଭାବନା ମଧ୍ୟ ନାହିଁ ବୋଲି ପାଞ୍ଜିରେ କୁହାଯାଇଛି । ଦୋଳ ପୂର୍ଣ୍ଣିମାରେ ବିରଜାଙ୍କ ଜ୍ୟୋତିଷ ସେବକମାନଙ୍କ ଦ୍ୱାରା ପ୍ରସ୍ତୁତ ନୂତନ ବିରଜା ପାଞ୍ଜିରେ ଏପରି ଗଣନା କରାଯାଇଛି । ମା’ ବିରଜାଙ୍କର ନୂଆ ପାଞ୍ଜି ଦୋଳ ପୂର୍ଣ୍ଣିମାରେ ପାଠ କରାଯାଉଛି । ଏଥିରେ ୧୨ଟି ରାଶିର ଗ୍ରହ ନକ୍ଷତ୍ର ଚଳନ ସହ ଦେଶ ଓ ରାଜ୍ୟର ଭବିଷ୍ୟତ ଗଣନା କରାଯାଇଛି । ମା’ ବିରଜାଙ୍କ ବିଜେ ପ୍ରତିମାଙ୍କୁ ଦୋଳ ମଣ୍ଡପରେ ସୂତନ୍ତ୍ର ପୂଜାର୍ଚ୍ଚନା କରାଯାଇ ବିରଜା ପାଞ୍ଜି ପାଠ କରାଯାଇଛି ।

କେବଳ ସେତିକି ନୁହଁ ବିରଜା ପାଞ୍ଜି ଅନୁସାରେ ୧୨ଟି ରାଶି ମଧ୍ୟରୁ ମେଷ, ମିଥୁନ, କନ୍ୟା, ବିଛା ରାଶିରେ ଶୁଭ ଫଳ ଥିବା ବେଳେ ଅନ୍ୟ ରାଶିରେ ସେତେଟା ଭଲ ନାହିଁ । ଏବର୍ଷ ବାତ୍ୟା, ବନ୍ୟା ଓ ଅଧିକ ବୃଷ୍ଟିପାତ ସହ ପ୍ରବଳ ଗ୍ରୀଷ୍ଣ ପ୍ରବାହ ହେବ ।

What Will Happen This Year According Maa Biraja Panji Jajpur

ଆସନ୍ତା ପଣା ସଂକ୍ରାନ୍ତିରେ ମା’ ବିରଜାଙ୍କ ଏହି ନୂତନ ପାଞ୍ଜି ପ୍ରଚଳିତ କରାଯିବ । ଯାଜପୁର ଜିଲ୍ଲା ସମେତ କିଛି ପଡ଼ୋଶୀ ଜିଲ୍ଲାରେ ମା’ ବିରଜାଙ୍କ ପାଞ୍ଜି ପ୍ରଚଳିତ ହୋଇଥାଏ । ପୁରାଣର ବିଶ୍ୱାସ ଅନୁସାରେ ମା ବିରଜା ପାଞ୍ଜିରେ ଯାହା ଭବିଷ୍ୟତ ବାଣୀ ରହେ ତାହା ଦେଶ ଓ ରାଜ୍ୟରେ ଦେଖିବାକୁ ମିଳେ ।