ଆମେରିକା ଯିବନି ୫୦ ଲକ୍ଷ କୋଭିସିଲଡ ଟିକା, ସ୍ଥିତିକୁ ଦେଖି କେନ୍ଦ୍ର ନିଷ୍ପତ୍ତି

ନୂଆଦିଲ୍ଲୀ: ବିଦେଶକୁ ଯିବା ପାଇଁ ରହିଥିବା ଟିକା ଏବେ ଦେଶରେ ଦିଆଯିବ । କେନ୍ଦ୍ର ସରକାର ଯୁକ୍ତରାଷ୍ଟ୍ର ଆମେରିକା ପଠାଇବାକୁ ଥିବା ୫୦ ଲକ୍ଷ ଟିକା ବର୍ତ୍ତମାନ ଦେଶରେ ବାଣ୍ଟିବା ବ୍ୟବସ୍ଥା ଅର୍ଥାତ ଟିକାକରଣରେ ସାମିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଦେଶରେ ୧୮ରୁ ୪୪ ବର୍ଷ ବୟସର ବ୍ୟକ୍ତିଙ୍କ ପାଇଁ ଆରମ୍ଭ କରାଯାଇଥିବା ଟିକାକରଣ କାର୍ଯ୍ୟକ୍ରମରେ ଏହା ସାମିଲ କରାଯିବା ନେଇ ସୂଚନା ମିଳିଛି ।

ପୁନେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ କୋଭିସିଲଡ ଭ୍ୟାକ୍ସନି ଉତ୍ପାଦନ ଜାରି ରଖିଛି । ଉକ୍ତ ଟିକା ପ୍ରଦାନକାରୀ ସଂସ୍ଥା ନିକଟରେ ଥିବା ୫୦ ଲକ୍ଷ ଟିକା ଆମେରିକା ଯିବା ପାଇଁ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ସ୍ଥିତିରେ ଟିକା ବିଦେଶକୁ ରପ୍ତାନୀ କରିବା ସମ୍ବବପର ନୁହେଁ । କାରଣ ଯେହେତୁ ଦେଶରେ ୧୮ରୁ ୪୪ ବର୍ଷ ବୟସର ବ୍ୟକ୍ତିଙ୍କୁ ମଧ୍ୟ ଟିକାକରଣରେ ସାମଲ କରାଯାଇଛି ।

ସେପଟେ ରେଜିଷ୍ଟ୍ରେସନ ଅନୁଯାୟୀ ଦେଶରେ ଯେହେତୁ ଆବଶ୍ୟକୀୟ ଟିକାର ଅଭାବ ପରିଲିକ୍ଷିତ ହେଉଛି, ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାରଙ୍କ ଅଧିକାରୀ ପ୍ରକାଶ କୁମାର ସିଂହ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆକୁ ଚିଠି ଲେଖି ଏ ବିଷୟରେ ଅବଗତ କରିଛନ୍ତି । ବର୍ତ୍ତମାନ ସ୍ଥିତିରେ ମହଜୁଦ ରହିଥିବା ୫୦ ଲକ୍ଷ କୋଭିସିଲଡ ଟିକା ଆମେରିକା ନପଠାଇବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ।

ମହଜୁଦ ରହିଥିବା ଟିକାକୁ ଦେଶର ୨୧ ରାଜ୍ୟକୁ ପ୍ରଦାନ କରାଯିବ । ସୂଚନା ମୁତାବକ କିଛି ରାଜ୍ୟରେ ସାଢେ ୩ ଲକ୍ଷର କୋଭିସିଲଡ ଡୋଜ ବଣ୍ଟା ହେବାକୁ ଥିବାବେଳେ ଅନେକ ରାଜ୍ୟକୁ ଏକ ଲକ୍ଷ ଡୋଜ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ସେହିପରି ଆଉ କିଛି ରାଜ୍ୟକୁ ୫୦ ହଜାର ଲେଖାଏଁ ଟିକା ପ୍ରଦାନ କରାଯିବ ନେଇ ସୂଚନା ମିଳିଛି । ବର୍ତ୍ତମାନର ଟିକାକରଣ ବ୍ୟବସ୍ଥା ଏବଂ ଆବଶ୍ୟକୀୟ ଟିକାକୁ ପରିଲିକ୍ଷିତ କରି କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି  । ଏବଂ ବିଦେଶକୁ ପଠାଯିବାକୁ ଥିବା ୫୦ ଲକ୍ଷ ଟିକାକୁ ବନ୍ଦ କରିବାର ବ୍ୟବସ୍ଥା କରିଛନ୍ତି  ।

Leave a Reply