ଅକ୍ସିଜେନ୍ ଅଭାବରୁ ଚାଲି ଯାଉଛି ଜୀବନ, ଏଠି ଫୋପାଡ଼ି ଦେଲେ ୩୬ଟି ନୂଆ ସିଲିଣ୍ଡର

ପାଟଣା: ଅକ୍ସିଜେନ୍ ପାଇଁ ସବୁଠୁ ହାହାକାର । କରୋନା ସଂକ୍ରମିତଙ୍କୁ ଅକ୍ସିଜେନ୍ ଯୋଗାଇ ଦେବାକୁ ବେଶ୍ କସରତ କରୁଛନ୍ତି ସମ୍ପର୍କୀୟ । କୋଭିଡର ଦ୍ୱିତୀୟ ଲହରରେ ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥାର ନଗ୍ନ ରୂପ ସାମ୍ନାକୁ ଆସି ସାରିଛି । ଏବେ ନୀତିଶଙ୍କ ସୁଶାସନ ଚାଲିଥିବା ବିହାରରୁ ଆସିଛି ଆଉ ଏକ ଚିତ୍ର । ଲୋକ ଅମ୍ଲଜାନ ଅଭାବରୁ ଛଟପଟ ହୋଇ ଜୀବନ ହାରୁଛନ୍ତି । କିନ୍ତୁ ବିହାରରେ ନୂଆ ଅକ୍ସିଜେନ୍ ସିଲିଣ୍ଡର ଅଳିଆ ଗଦାରେ ଫୋପଡ଼ା ଯାଉଛି ।

New Oxygen Cylinder Was Thrown In The Garbage In Patna

ବିହାର ରାଜଧାନୀ ପାଟଣାର ଗର୍ଦନୀବାଗରେ ଥିବା ସିଭିଲ୍ ସର୍ଜନ କାର୍ଯ୍ୟାଳୟ ଓ କ୍ୟାମ୍ପସରେ ୩୬ଟି ନୂଆ ଅକ୍ସିଜେନ୍ ସିଲିଣ୍ଡର ଅଳିଆ ଗଦାରେ ଫୋପଡ଼ା ଯାଇଛି । ନୂଆ ଅକ୍ସିଜେନ୍ ସିଲିଣ୍ଡର ଫୋପଡ଼ା ଯାଇଥିବା ସ୍ଥାନରେ ରାଜ୍ୟ ସ୍ୱାସ୍ଥ୍ୟ ସମିତିର କାର୍ଯ୍ୟାଳୟ ମଧ୍ୟ ରହିଛି ।

New Oxygen Cylinder Was Thrown In The Garbage In Patna

ଏହି ମାମଲାର ଯାଞ୍ଚ ପାଇଁ ପାଟଣା ଜିଲ୍ଲାପାଳ ଚନ୍ଦ୍ରଶେଖର ସିଂହ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସେ କହିଛନ୍ତି, ଆମେ ପାଖେ ସିଲିଣ୍ଡର ନୁହେଁ ଅକ୍ସିଜେନର ଅଭାବ ରହିଛି । କିନ୍ତୁ ବାସ୍ତବତା ହେଉଛି ରାଜ୍ୟରେ ଏମିତି ଅନେକ କରୋନା ଆକ୍ରାନ୍ତ ଅଛନ୍ତି ଯାହାଙ୍କୁ ଅକ୍ସିଜେନ୍ ତୁରନ୍ତ ଦରକାର । କିନ୍ତୁ ସେମାନଙ୍କୁ ଅକ୍ସିଜେନ୍ ସିଲିଣ୍ଡର ହିଁ ମିଳୁନି । କରୋନା ସଂକ୍ରମଣ କାଳରେ ବିହାରରେ ସ୍ୱାସ୍ଥ୍ୟସେବାର ଅସଲ ଚିତ୍ର ପଦାରେ ପଡ଼ିଛି । ୨ ଦିନ ତଳେ ସାରଣ ସାଂସଦ ରାଜୀବ ପ୍ରତାପ ରୁଡିଙ୍କ ବାସଭବନରେ କେତେକ ଆମ୍ବୁଲାନ୍ସ ଘୋଡ଼ା ହୋଇ ରହିଥିଲା । ଯାହାକୁ ନେଇ ବିବାଦ ମଧ୍ୟ ଦେଖା ଦେଇଛି ।

Leave a Reply