spot_img
Home Blog Page 5819

ପ୍ରଶାସନ ପୋତି ଦେଲା କ୍ୱିଣ୍ଟାଲ୍ କ୍ୱିଣ୍ଟାଲ୍ ଚୁଡ଼ା

ଯାଜପୁର: ପଦାରେ ପଡ଼ିଲା ସ୍ଥାନୀୟ ପ୍ରଶାସନର ପାରିବାପଣିଆ । ଯାଜପୁର ଜିଲ୍ଲା ବରୀ ବ୍ଲକରେ ପୋତା ହୋଇଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ଚୁଡ଼ା । ଯାହାକି ସ୍ଥାନୀୟ ଲୋକଙ୍କୁ ଚକିତ କରିଛି । ହୋଲି ପାଇଁ ସରକାରୀ ଛୁଟି ଥିବାବେଳେ କାହା ଅନୁମତିରେ ବ୍ଲକ ପରିସରରେ ଗଚ୍ଛିତ ଥିବା ପାଖାପାଖି ପାଞ୍ଚଶହ କ୍ୱିଣ୍ଟାଲ ଚୁଡ଼ା ପୋତା ଗଲା ? ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Several Bags Of Dehusked Rice Daumping In Jajpur

ଏନେଇ ବରୀ ବିଡିଓ ଶିବାନନ୍ଦ ସ୍ୱାଇଁ କହିଛନ୍ତି- ୧୦ ବର୍ଷ ପୂର୍ବରୁ ଏହି ଚୁଡ଼ା ଗଚ୍ଛିତ ଥିଲା । ଜିଲ୍ଲାପାଳଙ୍କ ଅନୁମତି କ୍ରମେ ଏହି ଚୁଡ଼ାକୁ ପୋତି ନଷ୍ଟ କରାଯାଇଛି । ବନ୍ୟା ସମୟରେ ଲୋକଙ୍କ ପାଖରେ ଚୁଡ଼ା, ଗୁଡ଼ ପହଞ୍ଚି ପାରିନଥିବା ବେଳେ ଏତେ ଚୁଡ଼ା କାହିଁକି ଗଚ୍ଛିତ ଥିଲା ବୋଲି ସାଧାରଣ ଲୋକ ପ୍ରଶ୍ନ କରିଛନ୍ତି ।

Several Bags Of Dehusked Rice Daumping In Jajpur

ତେବେ ପୋତା ହୋଇଥିବା ଚୁଡ଼ା ଓ ଗୁଡ଼ ପ୍ରାୟ ବର୍ଷକ ତଳର ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ୧୦ ବର୍ଷ ଧରି ଏତେ ପରିମାଣର ଚୁଡ଼ା ଓ ଗୁଡ଼ ଗଛିତ ରଖିବାର କାରଣ କ’ଣ ବୋଲି ପ୍ରଶ୍ନ ପଚାରିଛନ୍ତି ସ୍ଥାନୀୟ ବାସିନ୍ଦା ।

ନୂତନ କରୋନା ସଂକ୍ରମଣ ମାମଲା ଓ ମୃତ୍ୟୁ ସପ୍ତାହକରେ ୫୧ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବଢ଼ିଥିବା ବେଳେ ସପ୍ତାହକର କରୋନା ଗ୍ରାଫ୍ ଚିନ୍ତା ବଢ଼ାଇ ଦେଇଛି । ଗତ ସପ୍ତାହକ ମଧ୍ୟରେ କରୋନା ମାମଲା ୫୧ ପ୍ରତିଶତ ବୃଦ୍ଧି ପାଇଛି । ଚଳିତ ସପ୍ତାହରେ ନୂଆ ସଂକ୍ରମଣ ମାମଲା ଗତ ସପ୍ତାହ ତୁଳନାରେ ୧.୩ ଲକ୍ଷ ଅଧିକ ରହିଛି । ମହାମାରୀ କରୋନା ବ୍ୟାପିବା ପରେ ଏହା ସବୁଠୁ ଅଧିକ ବୃଦ୍ଧି ବୋଲି ଜଣାପଡ଼ିଛି । କେବଳ ସଂକ୍ରମଣ ନୁହେଁ ମୃତ୍ୟୁ ମାମଲା ମଧ୍ୟ ବଢ଼ିଛି । ଗତ ସପ୍ତାହ ତୁଳନାରେ ଚଳିତ ସପ୍ତାହରେ ମୃତ୍ୟୁ ମାମଲା ୫୧ ପ୍ରତିଶତ ବଢ଼ିଛି ।

ଦେଶରେ ବିଗତ ୨୪ ଘଣ୍ଟାରେ କରୋନାର ୬୮ ହଜାର ୨୦ଟି ନୂଆ ମାମଲା ଚିହ୍ନଟ ହୋଇଛି । ମୋଟ ସଂକ୍ରମଣ ମାମଲା ୧ କୋଟି ୨୦ ଲକ୍ଷ ୩୯ ହଜାର ୬୪୪ରେ ପହଞ୍ଚିଛି । ୨୯୧ ଜଣଙ୍କ ମୃତ୍ୟୁ ସହ ସଂଖ୍ୟା ୧ ଲକ୍ଷ ୬୧ ହଜାର ୮୪୩ରେ ପହଞ୍ଚିଛି । ଦେଶରେ ଏବେ ୫ ଲକ୍ଷ ୨୧ ହଜାର ୮୦୮ଟି ସକ୍ରିୟ ମାମଲା ରହିଥିବା ବେଳେ ୧ କୋଟି ୧୩ ଲକ୍ଷ ୫୫ ହଜାର ୯୯୩ ଜଣ ସୁସ୍ଥ ହୋଇ ସାରିଛନ୍ତି ।

Coronavirus India Sees Biggest Jump In Cases Till Date

କେନ୍ଦ୍ର ସରକାରଙ୍କ ଅନୁସାରେ- ରବିବାର ଦେଶରେ କରୋନାର ୮୪.୫ ପ୍ରତିଶତ ନୂଆ ମାମଲା ୮ଟି ରାଜ୍ୟ ମହାରାଷ୍ଟ୍ର, କର୍ଣ୍ଣାଟକ, ପଞ୍ଜାବ, ମଧ୍ୟପ୍ରଦେଶ, ଗୁଜରାଟ, କେରଳ, ତାମିଲନାଡ଼ୁ ଓ ଛତିଶଗଡ଼ରୁ ଆସିଛି । ମହାରାଷ୍ଟ୍ର, କେରଳ, ପଞ୍ଜାବ, ଛତିଶଗଡ଼ ଓ କର୍ଣ୍ଣାଟକ ଆଦି ୫ଟି ରାଜ୍ୟରେ ଦେଶର ୮୦ ପ୍ରତିଶତ ମାମଲା ରହିଛି ।

ନୂଆ ସଂକ୍ରମଣ ମାମଲା ବିଗତ ୩ ସପ୍ତାହ ମଧ୍ୟରେ ତିନିଗୁଣ ହୋଇଛି । ମାର୍ଚ୍ଚ ୧ରୁ ୭ ମାର୍ଚ୍ଚ ମଧ୍ୟରେ ୧.୧୭ ଲକ୍ଷ ମାମଲା ଚିହ୍ନଟ ହୋଇଥିବା ବେଳେ ଚଳିତ ସପ୍ତାହରେ ୩ ଲକ୍ଷ ୯୩ ହଜାର ୫୬ଟି ମାମଲା ଅର୍ଥାତ୍ ଏକ ତୃତୀୟାଂଶରୁ କମ୍ । ମହାମାରୀର ଦ୍ୱିତୀୟ ଲହର ଆରମ୍ଭ ପରେ ଗତ ୩୫ ଦିନରେ ୧୦ ଲକ୍ଷ ମାମଲା ଆସିଛି । ତା’ପୂର୍ବରୁ କରୋନାର ୧୦ ଲକ୍ଷ ମାମଲା ଆସିବା ଲାଗି ୬୫ ଦିନ ଲାଗିଥିଲା ।

ସୁଏଜ କେନାଲରୁ ହଟିଲା ଟ୍ରାଫିକ୍ ଜାମ୍,୩ଶହରୁ ଅଧିକ ଜାହଜଙ୍କ ପାଇଁ ରାସ୍ତା ସଫା

କାଇରୋ: ସୁଏଜ କେନାଲରେ ଗତ ଏକ ସପ୍ତାହ ଧରି ଲାଗି ରହିଥିବା ଟ୍ରାଫିକ୍ ଜାମ ହଟିଛି । କେନାଲ କୁଳରେ ଲାଗି ରହିଥିବା ବିଶାଳକାୟ ବାଣିଜ୍ୟକ ପୋତ ଏଭର ଗିଭେନକୁ ସଫଳତାର ସହ ହଟାଯାଇଛି । ଫଳରେ କେନାଲର ଫଶି ରହିଥିବା ୩୬୭ ଜାହଜଙ୍କୁ ଆଗକୁ ବଢିବାକୁ ରାସ୍ତା ମିଳିଛି ।

ସୂଚନାଯୋଗ୍ୟ ଯେ, ଗତ ସପ୍ତାହରେ ତାଇୱାନର ଏଭରଗ୍ରୀନ୍ କମ୍ପାନୀ ମାଲିକାନାରେ ଥିବା ଏଭର ଗିଭେନ୍ ଜାହଜ ଭୀଷଣ ସାମୁଦ୍ରିକ ପବନ କାରଣରୁ କୁଳକୁ ଚାଲିଯାଇଥିଲା । ଫଳରେ କେନାଲର ମୁହାଁଣ ବନ୍ଦ ହୋଇଯାଇଥିଲା । ଏହି ଜାହାଜର ଆକାର ୪ଟି ଫୁଟବଲ ପଡିଆ ସହିତ ସମାନ । ଏତେବଡ ବିଶାଳ ଜାହଜ କେନାଲ ମୁହାଁଣରେ ତେରଛା ହୋଇ ଲାଗି ରହିଥିବା କାରଣରୁ ବାକି ଜାହଜଙ୍କୁ ଆଗକୁ ବଢିବାକୁ ରାସ୍ତା ମିଳୁନଥିଲା ।

୧୮୬୭ ମସିହାରେ ନିର୍ମିତ ସୁଏଜ କେନାଲ ଭୂମଧ୍ୟ ସାଗର ଓ ଲୋହିତ ସାଗରକୁ ଯୋଡିଥାଏ । ଏହି କେନାଲ କାରଣରୁ ଏସିଆ ଓ ୟୁରୋପ ମଧ୍ୟରେ ଦୂରତା କମିଥାଏ । ବିଶ୍ୱର ୧୨ ପ୍ରତିଶତ ସାମୁଦ୍ରିକ ବାଣିଜ୍ୟ ଏହି ରୁଟରେ ହୋଇଥାଏ । ୨୦୨୦ରେ ଏହି କେନାଲ ଦେଇ ୧୯ ହଜାର ଜାହଜ ଯାଇଥିଲେ । ଯାହାର ଅର୍ଥ ହେଉଛି ପ୍ରତ୍ୟହ ୫୧ରୁ ଅଧିକ ଜାହଜ ଏହି କେନାଲକୁ ଅତିକ୍ରମ କରିଥାନ୍ତି ।

ତାଇୱାନ କମ୍ପାନୀ ଏଭରଗ୍ରୀନ ମରିନର ଏହି ଜାହଜ ୨୦୧୮ ମସିହାରେ ତିଆରି ହୋଇଥିଲା । ଯାହାର ଲମ୍ବ ୪ଶହ ମିଟର(୧୩୧୨ ଫୁଟ) ଓ ଓସାର ୫୦ ମିଟର । ଏହାର ମାଲବହନ କ୍ଷମତା ହେଉଛି ୧,୧୯,୦୦୦ ଟନରୁ ଅଧିକ । ୪ଟି ଫୁଟବଲ ପଡିଆକୁ ମିଶାଇଲେ ଯେତିକି ହେବ ଏଭର ଗିଭେନର ଆକାର ସେତିକି । ଅନେକ ପ୍ରକାରର ମାଲବାହକ ଜାହଜ ରହିଛନ୍ତି । ଯାହାମଧ୍ୟରୁ ପୈନାମାକ୍ସ ଶ୍ରେଣୀର ଜାହଜଙ୍କ ଲମ୍ବ ୩ଶହ ମିଟରରୁ ଅଧିକ ହୋଇଥାଏ । ସେହିଭଳି ଅଲ୍ଟ୍ରା ଲାର୍ଜ କଣ୍ଟେନର ସିପ୍ ଗୁଡିକଙ୍କ ଲମ୍ବ ୩୬୬ ମିଟର ହୋଇଥାଏ ।ଯେତେବେଳେକି ଏଭର ଗିଭନ ଅଲ୍ଟ୍ରା ଲାର୍ଜ ସିପ୍ ଠାରୁ ୪୦ ମିଟର ଅଧିକ ଲମ୍ବ । ୨୦ଫୁଟ ଲମ୍ବ ବିଶିଷ୍ଟ ୨୦ ହଜାର ସିପିଂ କଣ୍ଟେନରକୁ ବହନ କରିବାର କ୍ଷମତା ଏହି ଜାହଜର ରହିଛି ।

ପାକିସ୍ତାନରେ ଶହେ ବର୍ଷ ପୁରୁଣା ମନ୍ଦିର ଉପରେ ଆକ୍ରମଣ, ହୋଲି ପାଳନ ବନ୍ଦ

ଇସଲାମାବାଦ: ଇମ୍ରାନ ଖାନଙ୍କ ନୂଆ ପାକିସ୍ତାନରେ ବି ହିନ୍ଦୁ ମନ୍ଦିର ଉପରେ ଥମୁନି ଆକ୍ରମଣ । ପାକିସ୍ତାନର ରାୱଲପିଣ୍ଡି ସହରରେ ଥିବା ୧୦୦ ବର୍ଷରୁ ଅଧିକ ପୁରୁଣା ଏକ ମନ୍ଦିର ଉପରେ ଅଜଣା ଗୋଷ୍ଠୀ ଆକ୍ରମଣ କରିଛନ୍ତି । ଅଭିଯୋଗ ଅନୁସାରେ, ଶନିବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ବେଳେ ୧୦ରୁ ୧୫ ଜଣ ଲୋକ ମନ୍ଦିର ଉପରେ ଆକ୍ରମଣ କରିଛନ୍ତି । ପୋଲିସରେ ଏନେଇ ଅଭିଯୋଗ ହୋଇଥିବା ବେଳେ ମନ୍ଦିରର ନବୀକରଣ ଚାଲିଥିବା ବେଳେ ଆକ୍ରମଣ କରାଯାଇଛି ।

ଆକ୍ରମଣକାରୀ ମନ୍ଦିରର ଉପର ମହଲାର ମୁଖ୍ୟ ଦ୍ୱାର ଓ ଅନ୍ୟ ଦ୍ୱାର ସହ ସିଡ଼ି ଗୁଡ଼ିକ ଭାଙ୍ଗି ଦେଇଛନ୍ତି । ବିଗତ ମାସେ ହେଲା ମନ୍ଦିରର ନବୀକରଣ ଚାଲିଥିବା ବେଳେ ଆକ୍ରମଣ ହୋଇଛି । ମନ୍ଦିର ଉପରେ ଆକ୍ରମଣ କରିଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ଏହା ପୂର୍ବରୁ କିଛି ଲୋକ ମନ୍ଦିର ନିକଟ ରାସ୍ତାରେ ଦୋକାନ କରି ଦୀର୍ଘ ସମୟ ଧରି କବଜା କରି ରଖିଥିଲେ ।

ପରେ ଜିଲ୍ଲା ପ୍ରଶାସନ ପୋଲିସ ସହଯୋଗରେ ଜବରଦଖଲ ଉଚ୍ଛେଦ ହୋଇଥିଲା । ଜବରଦଖଲ ଉଚ୍ଛେଦ ପରେ ନବୀକରଣ କାର୍ଯ୍ୟ ଆରମ୍ଭ ହୋଇଛି । ମନ୍ଦିର ସହ ସମ୍ପୃକ୍ତ ଲୋକଙ୍କୁ ମଧ୍ୟ ସୁରକ୍ଷା ଯୋଗାଇ ଦିଆଯାଉଥିବା ପୋଲିସ କହିଛି । ତେବେ, ମନ୍ଦିରରେ ହୋଲି ଉତ୍ସବ ପାଳନ ହେବ ନାହିଁ ବୋଲି ଜଣାପଡ଼ିଛି ।

ଖୋର୍ଦ୍ଧା ଜିଲ୍ଲାରୁ ୩୩, ଭୁବନେଶ୍ୱରରୁ ୩୨

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ପୁଣି ବଢ଼ିଥିବା ବେଳେ ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରୁ ୩୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩୩ ଆକ୍ରାନ୍ତଙ୍କ ମଧ୍ୟରୁ ୩୨ ଜଣ କେବଳ ଭୁବନେଶ୍ୱରରୁ ଥିବା ଜଣାପଡ଼ିଛି । ସେଥିମଧ୍ୟରୁ ଏଲିଏନ ଶିକ୍ଷାନୁଷ୍ଠାନରୁ ସର୍ବାଧିକ ୭ ଜଣ ସଂକ୍ରମିତ ଥିବା ବେଳେ ପଟିଆ ସ୍ଥିତ ଓଡିଏମ ପବ୍ଲିକ ସ୍କୁଲରୁ ୩ ଜଣ ଥିବା ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

ଏଥିସହ ପଢ଼ନ୍ତୁ- ଶିକ୍ଷାନୁଷ୍ଠାନରେ ବ୍ୟାପୁଛି କରୋନା, ଘରୋଇ କଲେଜରେ ୩୨ ପଜିଟିଭ୍

ଓଡିଏମ ସ୍କୁଲରୁ ଚିହ୍ନଟ ୩ ସଂକ୍ରମିତ ନିଜ ଘରେ ସଂଗରୋଧରେ ଅଛନ୍ତି । ଏଲିଏନ ଶିକ୍ଷାନୁଷ୍ଠାନରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବା ଚିନ୍ତା ବଢ଼ାଇଛି । ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ୩୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ୭ ଜଣଙ୍କୁ ମିଶାଇ ଏହି ଶିକ୍ଷାନୁଷ୍ଠାନରେ ଆକ୍ରାନ୍ତଙ୍କ ସଂଖ୍ୟା ୪୧ରେ ପହଞ୍ଚିଛି ।

ଗତ ୨୪ ଘଣ୍ଟାରେ ବିଏମସି ଅଞ୍ଚଳରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିବା ବେଳେ ଅବଶିଷ୍ଟ ୨୬ ଜଣ ସ୍ଥାନୀୟ ସଂକ୍ରମିତ । ଭୁବନେଶ୍ୱରରେ ବିଭିନ୍ନ ଅଞ୍ଚଳରୁ ବିକ୍ଷିପ୍ତ ଭାବେ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହେଉଥିବାରୁ ସଂକ୍ରମଣକୁ ରୋକ ଲଗାଇବାକୁ ବିଏମସି ନିଜର ରଣନୀତି ବଦଳାଇବାକୁ ଚିନ୍ତା କରୁଛି ।

ଜଙ୍ଗଲ ରାସ୍ତାରେ ଦି’ ଦିନ ଗାଡ଼ି ଚଲାଇଲେ ମୁଖ୍ୟମନ୍ତ୍ରୀ, ଭିଡ଼ିଓ ଭାଇରାଲ୍

ଇଟାନଗର: ଅରୁଣାଚଳ ପ୍ରଦେଶର ସିଏମ ପେମା ଖାଣ୍ଡୁଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ମିଆଓରୁ ନିଜେ ବିଜୟନଗର ଅଭିମୁଖେ ଗାଡ଼ି ଚଳାଉଥିବାର ଚିତ୍ର ସେ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି । ପେମା ଖାଣ୍ଡୁ ବିଜୟନଗରରେ ରହୁଥିବା ୟବିନ୍ ଜନଜାତିର ଲୋକଙ୍କୁ ଭେଟିବାକୁ ଯାଇଥିଲେ ଏବଂ ଏହି ଯାତ୍ରା ସମୟରେ ସେ ଅନେକ କଷ୍ଟଦାୟକ ରାସ୍ତାରେ ଯାଉଥିଲା ବେଳେ ସୁରକ୍ଷା କର୍ମୀଙ୍କ ସହ ମିଶି କାଦୁଅରେ ଫସିଥିବା ତାଙ୍କ କାର ବାହାର କରୁଥିବା ମଧ୍ୟ ଦେଖିବାକୁ ମିଳୁଛି ।

ପେମା ଖାଣ୍ଡୁ ଏହି ଯାତ୍ରା ସମୟର ଫଟୋ ଏବଂ ଭିଡିଓ ଟୁଇଟ୍ କରି ଲେଖିଛନ୍ତି, ମିଆଓରୁ ବିଜୟନଗର ଯାଏଁ ପ୍ରାୟ ୧୫୭ କିଲୋମିଟର କାର ଓ ପଦଯାତ୍ରାରେ ଯିବାର ସ୍ମୃତି ସ୍ମରଣୀୟ ଥିଲା। ମାର୍ଚ୍ଚ ୨୫ ତାରିଖ ସକାଳ ୫ଟାରୁ ଦେବନରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ତା’ ପରଦିନ ଗାନ୍ଧୀଗ୍ରାମ (୧୩୭ କିଲୋମିଟର)ରେ ବିଶ୍ରାମ ନେଇଥିଲୁ । ତା’ ପରଦିନ ଆମେ ପରଦିନ ବିଜୟନଗର ଅଭିମୁଖେ ଯାତ୍ରା କରିଥିଲୁ।

ଲୋକଙ୍କ ସମସ୍ୟା ବିଷୟରେ ଶୁଣିବା ଲାଗି ପହଞ୍ଚିଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଖାଣ୍ଡୁ ଯାଇଥିବା ବିଜୟନଗରକୁ ଯାତାୟତ ପାଇଁ ଭଲ ରାସ୍ତା ନାହିଁ । ଯେଉଁଥିପାଇଁ ଯାନବାହନ ଚଳାଚଳ ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ନିଜେ ସ୍ଥାନୀୟ ଲୋକଙ୍କ ସମସ୍ୟା ଶୁଣିବା ପାଇଁ ସେଠାକୁ ଯାଇଥିଲେ। ତେବେ ଏଭଳି ସମସ୍ୟା କଥା ଜାଣିବା ପରେ ଏହି ରାସ୍ତାରେ ଗମନାଗମନ ପାଇଁ ଖୁବ୍ ଶୀଘ୍ର ଭଲ ରାସ୍ତା ତିଆରି ହେବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।

ତେବେ ଖାସ୍ କଥା ହେଉଛି ବିଜୟନଗର ଗସ୍ତ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେଠାରେ ପହଞ୍ଚିବା ପାଇଁ ତାଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା।

ଶିକ୍ଷାନୁଷ୍ଠାନରେ ବ୍ୟାପୁଛି କରୋନା, ଘରୋଇ କଲେଜରେ ୩୨ ପଜିଟିଭ୍

ଭବାନୀପାଟଣା: ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ କରୋନା ମହାମାରୀ ବ୍ୟାପିବାରେ ଲାଗିଛି । କଟକ, ଭୁବନେଶ୍ୱର, ରାଉରକେଲା, ଢ଼େଙ୍କାନାଳ ପରେ କଳାହାଣ୍ଡି ଜିଲ୍ଲାର କଲେଜରୁ ଚିହ୍ନଟ ହୋଇଛନ୍ତି କରୋନା ସଂକ୍ରମିତ । ଭବାନୀପାଟଣାର ଏକ ଘରୋଇ ମହାବିଦ୍ୟାଳୟରୁ ୩୨ ଜଣ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

32 Covid-19 Positive Cases Reported In A Private College Of Kalahandi

ଏନେଇ କଳାହାଣ୍ଡି ସିଡିଏମଓ ସୂଚନା ଦେଇଛନ୍ତି । କଲେଜରୁ ଏକାଧିକ ପଜିଟିଭ୍ କେସ୍ ଚିହ୍ନଟ ପରେ ମେଡିକାଲ୍ ଟିମ୍ ପହଞ୍ଚି କୋଭିଡ୍ ପରୀକ୍ଷା ଆରମ୍ଭ କରିଛି । କଣ୍ଟାକ୍ଟ ଟ୍ରେସିଂ କରି କୋଭିଡ୍ ଟେଷ୍ଟ ବଢ଼ା ଯାଉଥିବା ସୂଚନା ଦେଛନ୍ତି ସିଡିଏମଓ ।

ଭାସି ଯାଉଥିବା ଭଣଜାଙ୍କୁ ଉଦ୍ଧାର କରିବାକୁ ଯାଇ ମାମୁ ମୃତ

ଆଠଗଡ଼: ହୋଲିରେ ଅଘଟଣ । ନରସିଂହପୁର ଥାନା ଘୋରାଡ଼ିଆ ଗାଁରେ ଭଣଜାଙ୍କୁ ବଞ୍ଚାଇବାକୁ ଯାଇ ମାମୁର ମୃତ୍ୟୁ ହୋଇଛି । ଗାଧୋଇବା ବେଳେ ମହାନଦୀରେ ପ୍ରଥମେ ଭଣଜା ଭାସି ଯାଇଥିଲା । ଭଣଜାକୁ ଉଦ୍ଧାର କରିବାକୁ ଯାଇଥିବା ମାମୁ ବି ବୁଡ଼ି ଯାଇଥିଲେ । ଗ୍ରାମବାସୀ ଖୋଜାଖୋଜି କରିବା ପରେ ମାମୁ ପ୍ରକାଶକୁ ଉଦ୍ଧାର କରାଯାଇ ମେଡିକାଲ ନିଆଯାଇଥିଲା । ଡାକ୍ତର ମୃତ ଘୋଷଣା କରିଛନ୍ତି ।

Holi Accident, Uncle And Nephew Drowned Death In Mahanadi

ନୟାଗଡ଼ ଜିଲ୍ଲା ଭାପୁର ଥାନା ଭାପୁର ଗାଁର ୨୪ ପ୍ରକାଶ କୁମାର ବେହେରା ଭଉଣୀ ଘର ନରସିଂହପୁର ଥାନା ଘୋରାଡ଼ିଆକୁ ବୁଲିବାକୁ ଆସିଥିଲେ । ହୋଲି ଖେଳି ସାରିବା ପରେ ମାମୁ ପ୍ରକାଶ ସହ ୧୦ ବର୍ଷର ଭଣଜା ଶାନ୍ତନୁ ଗାଧୋଇବାକୁ ମହାନଦୀର ମାଙ୍କଡ଼ଭୂଇଁଆଁ ଘାଟକୁ ଯାଇଥିଲେ । ନଦୀରେ ଗାଧୋଇବା ସମୟରେ ଭଣଜା ଶାନ୍ତନୁ ଭାସି ଯାଇଥିଲା ।

Holi Accident, Uncle And Nephew Drowned Death In Mahanadi

ଭଣଜାଙ୍କୁ ଉଦ୍ଧାର ଲାଗି ପ୍ରକାଶ ଉଦ୍ୟମ କରିବା ବେଳେ ଭାସି ଯାଇଥିଲେ । ନରସିଂହପୁର ଦମକଳ ବାହିନୀ ଓ ଗ୍ରାମବାସୀ ଦୀର୍ଘ ଦୁଇ ଘଣ୍ଟା ଖୋଜାଖୋଜି କରିବା ପରେ ପ୍ରକାଶଙ୍କୁ ଉଦ୍ଧାର କରି ନରସିଂହପୁର ଡାକ୍ତରଖାନା ନେଇଥିଲେ । ସେଠାରେ ଡାକ୍ତର ନଥିବାରୁ ପ୍ରକାଶଙ୍କୁ ବଡ଼ମ୍ବା ଡାକ୍ତରଖାନା ନିଆଯାଇଥିଲା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି । ଗାଁରେ ଶୋକାକୂଳ ପରିବେଶ ଲାଗି ରହିଛି । ଭଣଜା ଶାନ୍ତନୁଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସେ ସୁସ୍ଥ ଅଛି ।

ଡରାଉଛି କରୋନାର ଦ୍ୱିତୀୟ ଲହରୀ, ପୁଣି ଫେରିଲା କଟକଣା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ରୋକିବାକୁ ଜିଲ୍ଲାପାଳଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି । ବାହାର ରାଜ୍ୟ ଜିଲ୍ଲା ବାହାରୁ ଆସୁଥିବା ଲୋକଙ୍କ ଉପରେ କଟକଣା ଲଗାଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ପ୍ରବାସୀଙ୍କୁ ଆସିବାକୁ ବାରଣ କରାଯାଇଛି । ଯଦି କେହି ଆସନ୍ତି ତାଙ୍କୁ ସାଙ୍ଗରେ କୋଭିଡ୍ ନେଗେଟିଭ ରିପୋର୍ଟ ଆଣିବାକୁ ଜିଲ୍ଲା ପ୍ରଶାସନ ବାଧ୍ୟ କରିଛି ।

Outsider Who Coming Ganjam Must Carry Covid-19 Negative Certificate

ଜିଲ୍ଲାରେ କରୋନା ସଂକ୍ରମଣକୁ ନେଇ ଲୋକେ ସଚେତନ ହେଉନାହାନ୍ତି । ଫଳରେ ବାଧ୍ୟ ହୋଇ ପ୍ରଶାସନ ଏଭଳି ପଦକ୍ଷେପ ନେଇଛି । ଦଣ୍ଡଯାତ୍ରା, ଠାକୁରାଣୀ ଯାତ୍ରା କିମ୍ବା ଚୈତ୍ର ଯାତ୍ରା ପାଇଁ ଗଞ୍ଜାମ ଜିଲ୍ଲାକୁ ପ୍ରବାସୀଙ୍କୁ ନ ଆସିବା ଲାଗି ପ୍ରଶାସନ ଅନୁରୋଧ କରିଛି । ଏନେଇ ଜିଲ୍ଲାର ସମସ୍ତ ସରପଞ୍ଚ ଏବଂ ଜିଲ୍ଲା ପରିଷଦ ସଭ୍ୟଙ୍କ ସହ ଜିଲ୍ଲାପାଳ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି । ଏହି ନିୟମକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଗଞ୍ଜାମ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୩ ଜଣ କୋଭିଡ୍ ସଂକ୍ରମି ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ଏବେ ୧୮ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି । ଜିଲ୍ଲାରେ ଏଯାବତ୍ ୨୧ ହଜାର ୯୫୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୧ ହଜାର ୬୮୦ ଜଣ ସୁସ୍ଥ ହୋଇଛନ୍ତି । କରୋନାରେ ୨୪୮ ଜଣଙ୍କ ମୃତ୍ୟୁ ହୋଇଛି ।

ରାଜଧାନୀର ରାସ୍ତା ଉପରେ ହାତ କାଟିଦେଲେ ଯୁବତୀ

ଭୁବନେଶ୍ୱର: ହୋଲିକୁ ନେଇ ସାରା ସହର ମସଗୁଲ୍ ଥିଲାବେଳେ ରାଜଧାନୀରେ ଘଟିଛି ଅଭାବନୀୟ ଘଟଣା । ମାଷ୍ଟରକ୍ୟାଣ୍ଟିନ ଛକରେ ଜଣେ ଯୁବତୀ ହାତ କାଟି ଦେଇଛନ୍ତି । ଯୁବତୀ ଜଣଙ୍କୁ ରକ୍ତାକ୍ତ ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି ଖାରବେଳ ନଗର ଥାନା ପୋଲିସ ।

ତେବେ ଯୁବତୀ ଜଣଙ୍କ କାହିଁକି ହାତ କାଟିଦେଲେ ଜଣାପଡ଼ିନାହିଁ । ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ସମ୍ପୃକ୍ତ ଯୁବତୀଙ୍କ ପରିଚୟ ମଧ୍ୟ ମିଳିନି । ପ୍ରେମ ବ୍ୟାପାରକୁ ନେଇ ହୋଲିରେ ଯୁବତୀ ଏଭଳି ଚରମ ନିଷ୍ପତ୍ତି ନେଇଥିବା ଆଶଙ୍କା କରାଯାଉଛି ।