ସମ୍ୱଲପୁର: ଆହୁରି ଜୋରଦାର ହେବ କୋଭିଡ୍ କଟକଣା । ଆଜିଠୁ ପଶ୍ଚିମ ଓଡ଼ିଶାରେ ଆରମ୍ଭ ହୋଇଛି ୧୦ଦିନିଆ ସ୍ୱତନ୍ତ୍ର ଡ୍ରାଇଭ୍ । ଆସନ୍ତା ୧୬ତାରିଖ ଯାଏଁ ଚାଲିବ ସ୍ୱତନ୍ତ୍ର ଡ୍ରାଇଭ୍ । କୋଭିଡ କଟକଣା ଅନୁପାଳନ ପାଇଁ ଏହି ସ୍ୱତନ୍ତ୍ର ଅଭିଯାନ କରାଯାଉଛି । ଏ ନେଇ ସବୁ ଏସପି, ଡିସିପିଙ୍କୁ ପୋଲିସ ଡିଜିଙ୍କ ନିର୍ଦ୍ଦେଶ ରହିଛି । ମାସ୍କ, ସାମାଜିକ ଦୂରତା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ । ଏଥିସହ ଅଭିଯାନ ନେଇ ଆଇନ ଶୃଙ୍ଖଳା ଡିଆଇଜିଙ୍କୁ ଦୈନିକ ରିପୋର୍ଟ ଦିଆଯିବ । ଏନେଇ ଗତକାଲି ମୁଖ୍ୟମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରି ନିର୍ଦ୍ଦେଶ ଦେଇଥିଲେ ।
୨ଦିନ ମଧ୍ୟରେ ଟିକା ନ ଦେଲେ ରାଜ୍ୟରେ ବନ୍ଦ ହେବ ଟିକାକରଣ
ଭୁବନେଶ୍ୱର: ରାଜ୍ୟରେ ବନ୍ଦ ହୋଇପାରେ ଟିକାକରଣ । ୨ ଦିନ ମଧ୍ୟରେ କେନ୍ଦ୍ର ପକ୍ଷରୁ ରାଜ୍ୟକୁ ଟିକା ନଦେଲେ ରାଜ୍ୟରେ ଟିକାକରଣ ବନ୍ଦ ହେବ । ଆବଶ୍ୟକୀୟ ଟିକା କେନ୍ଦ୍ର ଦେଉନାହିଁ । ଫଳରେ ରାଜ୍ୟରେ ୧୫ଶହ ଟିକା କେନ୍ଦ୍ର ମଧ୍ୟରୁ ୪ଶହ ଟିକାକେନ୍ଦ୍ର ବନ୍ଦ ହେଲାଣି । ବର୍ତ୍ତମାନ ୧୧୦୩ଟି ଟିକାକରଣ କେନ୍ଦ୍ରରେ ଚାଲିଛି ଭ୍ୟାକ୍ସିନେସନ । ପ୍ରତିଦିନ ୨ ଲକ୍ଷ ଟିକାକରଣ ନିଷ୍ପତ୍ତି ନିଆଯାଇଥିଲା । କେନ୍ଦ୍ର ଟିକା ଦେଉନି । ରାଜ୍ୟ ୧୫ ଲକ୍ଷ ଟିକା ଦେବାକୁ କେନ୍ଦ୍ରକୁ ଚିଠି ଲେଖି ଦାବି କରିଥିବା ବେଳେ ବର୍ତ୍ତମାନ ୧ଲକ୍ଷ ୭୩ ହଜାର ଟିକା ମହଜୁଦ ଅଛି । କାଲି ଆସିଥିଲା ୩ ଲକ୍ଷ ୩୯ ହଜାର ଟିକା , ତାକୁ ବାଣ୍ଟି ଦିଆଯାଇଛି । ଧାର୍ଯ୍ୟ ଲକ୍ଷ ପୂରଣ ହେଉନଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ।
ଏଥିସହିତ ପଢ଼ନ୍ତୁ: ଦେଶରେ ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ
ପୁଣି ବନ୍ଦ ହେବ AIIMS ଓପିଡି
ଭୁବନେଶ୍ୱର: ପୁଣି ବନ୍ଦ ହେବ ଏମ୍ସ ଓପିଡି । କରୋନା ସ୍ଥିତିକୁ ଦେଖି ଦିଲ୍ଲୀ ଏମସ ଓପିଡି ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି । ଗୁରୁବାରଠାରୁ ଓପିଡି ବନ୍ଦ କରାଯିବାକୁ ନିଷ୍ପତ୍ତି ନେଇଛନ୍ତି ମେଡିକାଲ କର୍ତ୍ତୃପକ୍ଷ । ଏବେ କେବଳ ଅନ୍ଲାଇନ୍ରେ ନାମ ପଞ୍ଜୀକୃତ କରିବେ ରୋଗୀ । ଅନଲାଇନ ନାମ ପଞ୍ଜୀକୃତ କରିବା ପରେ ଡାକ୍ତରଙ୍କୁ ଦେଖାଇପାରିବେ । ପ୍ରତ୍ୟେକ ବିଭାଗରେ ଦୈନିକ ୫୦ ରୋଗୀ ନାମ ରେଜିଷ୍ଟ୍ରେସନ କରିପାରିବେ । ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୫୧ ଶହ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।
ଏଥିସହିତ ପଢ଼ନ୍ତୁ: ପୁଣି ଭୁବନେଶ୍ୱର ରେଳ ଷ୍ଟେସନ୍ରୁ କରୋନା ସଂକ୍ରମିତ ଚିହ୍ନଟ
ପୁଣି ଭୁବନେଶ୍ୱର ରେଳ ଷ୍ଟେସନ୍ରୁ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନରୁ ପୁଣି କରୋନା ସଂକ୍ରମିତ ଚିହ୍ନଟ । ଆଜି ସକାଳେ ଚିହ୍ନଟ 3ଜଣ ଯାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସମସ୍ତ ୩ଜଣ ଆକ୍ରାନ୍ତ ବେଙ୍ଗାଲୁରୁ ଫେରନ୍ତା । ସୂଚନା ଯୋଗ୍ୟ ଯ, ପୂର୍ବରୁ ମଧ୍ୟ ଭୁବନେଶ୍ୱର ରେଳ ଷ୍ଟେସନ୍ରୁ ୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବିମାନବନ୍ଦରରୁ ମଧ୍ୟ ୧୦ ପଜିଟିଭ୍ ଚିହ୍ନଟ ହୋଇଥିଲେ । ରବିବାର ଅପରାହ୍ନ ୩ଟା ସୁଦ୍ଧା ୧୦ ଜଣ କରୋନା ପଜିଟିଭ ଚିହ୍ନଟ ଭୁବନେଶ୍ୱର ବିମାନ ବନ୍ଦରରୁ ଚିହ୍ନଟ ହୋଇଥିଲେ । ଏଯାବତ୍ ଭୁବନେଶ୍ୱର ବିମାନ ବନ୍ଦରରୁ ମୋଟ ୩୫ ଜଣ ଯାତ୍ରୀ ପଜିଟିଭ୍ ଚିହ୍ନଟ ହୋଇସାରିଲେଣି। ପଜିଟିଭ ଚିହ୍ନଟ ହୋଇଥିବା ସମସ୍ତ ଯାତ୍ରୀଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିମାନ ବନ୍ଦରରୁ ଚିହ୍ନଟ ସମସ୍ତ ଯାତ୍ରୀ ମହାରାଷ୍ଟ୍ରର ମୁମ୍ବାଇ ଓ ପୁଣେରୁ ଫେରିଛନ୍ତି ।

