ରାଜ୍ୟରେ ଆଉ ୧୧୦୫୯ କରୋନା ସଂକ୍ରମିତ ଚିହ୍ନଟ

1 min read

ଭୁବନେଶ୍ୱର: ରାଜ୍ୟରେ ଆଉ ୧୧ହଜାର ୫୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ୧୧ହଜାର ୬୨୭ ସୁସ୍ଥ ହୋଇଛନ୍ତି । ୩୨ଜଣଙ୍କ ଜୀବନ ନେଇଛି କିଲର ଭାଇରସ୍ । କ୍ୱାରେଣ୍ଟାଇନ୍‌ରୁ ୬୧୯୩, ଲୋକାଲ କେସ୍ ୪୮୬୬ । କଟକରୁ ସର୍ବାଧିକ ୧୧ଶହ ୩୩, ଖୋର୍ଦ୍ଧାରୁ ୧୦୧୦ କରୋନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୮୫୯, ସୁନ୍ଦରଗଡ଼ରୁ ୭୨୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜରୁ ୬୬୨, ଯ଼ାଜପୁରରୁ ୫୬୪, ପୁରୀରୁ ୪୩୦, କଳାହାଣ୍ଡିରୁ ୪୦୭, ବାଲେଶ୍ୱରରୁ ୪୦୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସମ୍ବଲପୁରରୁ ୩୭୯, ଭଦ୍ରକରୁ ୩୭୭, ବରଗଡ଼ରୁ ୩୬୭, ଢେଙ୍କାନାଳରୁ ୩୫୧, ଜଗତସିଂହପୁରରୁ ୩୩୦, ନବରଙ୍ଗପୁରରୁ ୩୨୨, କେନ୍ଦ୍ରାପଡାରୁ ୩୦୯ ଆକ୍ରାନ୍ତ ଚିହ୍ନଟ । ବୌଦ୍ଧରୁ ୨୬୧, ନୟାଗଡ଼ରୁ ୨୪୬, ଝାରସୁଗୁଡାରୁ ୨୨୮, ସୋନପୁରରୁ ୨୦୪, ଷ୍ଟେଟପୁଲରୁ ୨୦୩, କେନ୍ଦୁଝରରୁ ୨୦୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାୟଗଡ଼ାରୁ ୧୭୭, କୋରାପୁଟରୁ ୧୭୫, ବଲାଙ୍ଗୀରରୁ ୧୬୬, ଗଞ୍ଜାମରୁ ୧୫୫, ଦେଓଗଡ ଓ କନ୍ଧମାଳରୁ ୧୦୩ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମାଲକାନଗିରିରୁ ୯୮, ଗଜପତିରୁ ୬୭, ନୂଆପଡାରୁ ୪୪ ଆକ୍ରାନ୍ତ ଚିହ୍ନଟ । ରାଜ୍ୟରେ ମୋଟ୍ ପଜିଟିଭ ସଂଖ୍ୟା ୭ଲକ୍ଷ ୩ହଜାର ୪୪୧ ଥିବା ବେଳେ ମୋଟ୍ ସୁସ୍ଥ ହେଲେଣି ୫ଲକ୍ଷ ୮୯ହଜାର ୬୧୦ । ଆକ୍ଟିଭ କେସ୍ ୧ଲକ୍ଷ ୧୧ହଜାର ୨୬୨ ରହିଛି । ମୋଟ୍ କରୋନା ମୃତ୍ୟୁସଂଖ୍ୟା ୨୫୧୬ରେ ପହଞ୍ଚିଛି ।

Leave a Reply