ଚିଟଫଣ୍ଡ ଅଭିଯୁକ୍ତ ସେଲ୍ ନିକଟରୁ ଫୋନ୍ ଜବତ, ୨୩ ଦିନରେ ଜବତ ହେଲାଣି ୧୨ ମୋବାଇଲ୍

1 min read
Mobile Phone Seized From Jharapada Jail During Raid

ଭୁବନେଶ୍ୱର: ଜେଲରୁ ଜବତ ହେଉଛି ମୋବାଇଲ୍ । ଚଳିତ ମେ’ ମାସରେ ଆଜି ଯାଏ ଝାରପଡ଼ା ଜେଲର ସେଲରୁ ଏଯାବତ୍ ପାଖାପାଖି ୧୨ଟି ମୋବାଇଲ୍ ଜବତ ହୋଇଛି । ରବିବାର ଜେଲ୍ ସୁପରିଟେଣ୍ଡଣ୍ଟଙ୍କ ନେତୃତ୍ୱରେ ଚଢ଼ାଉ ହୋଇଥିଲା । ମାଟି ତଳେ ପୋତା ହୋଇ ରହିଥିବା ଏକ ମୋବାଇଲକୁ ଜେଲ୍ କର୍ତ୍ତୃପକ୍ଷ ଜବତ କରିଛନ୍ତି ।

ଏଥିସହ ପଢ଼ନ୍ତୁ- ଝାରପଡ଼ା ଜେଲରେ ଚଢ଼ାଉ, ଦୁର୍ଦ୍ଦାନ୍ତ ଅପରାଧୀର ସେଲ ପଛପଟୁ ମୋବାଇଲ୍ ଜବତ

ମୋବାଇଲଟି ଚିଟଫଣ୍ଡ ଅଭିଯୁକ୍ତର ସେଲ୍ ନିକଟରୁ ମିଳିଛି । ଏନେଇ ଲକ୍ଷ୍ମୀସାଗର ଥାନାରେ ଜେଲ କର୍ତ୍ତୃପକ୍ଷ ଏତଲା ଦେଇଥିବା ଡିଆଇଜି ଶୁଭକାନ୍ତ ମିଶ୍ର ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଉକ୍ତ ମୋବାଇଲରୁ ଗୋଟିଏ ମିନିଟକୁ ଶହେ ଟଙ୍କା ହିସାବରେ ISD କଲ୍ କରାଯାଉଥିଲା । ଅର୍ଥାତ୍ ମୋବାଇଲକୁ ବ୍ୟବହାର କରି ବିଦେଶକୁ କଲ୍ କରି କଥା ହେଉଥିଲେ ଅଭିଯୁକ୍ତ ।

ଏଥିସହ ପଢ଼ନ୍ତୁ- ଝାରପଡ଼ା ଜେଲରେ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ଠାରୁ ୨ଟି ମୋବାଇଲ୍ ସିଜ୍

ଏହା ପୂର୍ବରୁ ମେ ୧୨ରେ ଜେଲ ଡିଜିଙ୍କ ନେତୃତ୍ୱରେ ଝାରପଡ଼ା ଜେଲରେ ରେଡ୍ କରାଯାଇଥିଲା । ସେତେବେଳେ ସିମେଣ୍ଟ ତଳୁ ୨ଟି ମୋବାଇଲ୍ ଜବତ କରାଯାଇଥିଲା । ତା’ର ଦୁଇ ଦିନ ପୂର୍ବରୁ ରେଡ୍ ବେଳେ ୯ଟି ମୋବାଇଲ୍ ଜବତ ହୋଇଥିଲା । ମେ ୧ରେ ଜେଲ୍ ବିଭାଗ ଆଇଜି ଓ ଡିଆଇଜିଙ୍କ ନେତୃତ୍ୱରେ ରେଡ୍ ବେଳେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀର ସେଲ୍ ପଛପଟୁ ମଧ୍ୟ ମୋବାଇଲ୍ ଜବତ ହୋଇଥିଲା ।

Leave a Reply