ସର୍ବାଧିକ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସ୍‌ଆରସି: ସ୍ଥାନାନ୍ତରଣ ଉପରେ ଗୁରୁତ୍ୱ

1 min read

ଭୁବନେଶ୍ୱର: ବାତ୍ୟା ‘ୟାସ’ ଆସନ୍ତାକାଲି (ବୁଧବାର) ସକାଳେ ଧାମରା ନିକଟରେ ମାଡ଼ ହୋଇପାରେ । ଏସଆରସି ପ୍ରଦୀପ କୁମାର ଜେନା ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ଏସଆରସି କହିଛନ୍ତି ଯେ, ଧାମରା ନିକଟରେ ‘ୟାସ’ ଲ୍ୟାଣ୍ଡଫଲ୍ କରିପାରେ ତେବେ ଏ ନେଇ ସବୁ ପ୍ରକାର ସ୍ଥିତିର ମୁକାବିଲା କରିବା ପାଇଁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର ଜିଲ୍ଲା ପ୍ରଶାସନକୁ ସଜାଗ ରହିବାକୁ କୁହାଯାଇଛି । ସମୁଦ୍ର କୁଳିଆ ଅଞ୍ଚଳରୁ ଲୋକଙ୍କୁ ହଟାଇବା କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ବୋଲି ସେ କହିଛନ୍ତି । ଚିହ୍ନଟ ଆଶ୍ରୟସ୍ଥଳୀ ସହିତ ସମସ୍ତ ସରକାରୀ ପକ୍କାଘରକୁ ଲୋକଙ୍କ ପାଇଁ ଉନ୍ମୁକ୍ତ କରାଯାଇଛି ।

ସୂଚନାଯୋଗ୍ୟ ଯେ, ବାତ୍ୟା ‘ୟାସ’ ମୁକାବିଲା ନେଇ ରାଜ୍ୟ ସରକାର ସବୁ ପ୍ରକାରର ପଦକ୍ଷେପ ଗ୍ରହଣ କରିଛନ୍ତି । ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ଅଂଚଳର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରି ଦିଆଯାଇଛି । ଏନଡିଆରଏଫ୍, ଓଡ୍ରାଫ୍, ରାଜ୍ୟ ଅଗ୍ନିଶମ ବାହିନୀଙ୍କୁ ମୁକାବିଲା ନିମନ୍ତେ ତୟାର ରଖାଯାଇଛି । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଉଛି । ଆଗରୁ ବାତ୍ୟା ଚାନ୍ଦିପୁର ନିକଟରେ ମାଡ଼ ହେବ ବୋଲି କୁହାଯାଉଥିଲା । ଏବେ ବାତ୍ୟା ୟାସ ଘଣ୍ଟାପ୍ରତି ୧୦ରୁ ଅଧିକ କିଲୋମିଟର ବେଗରେ ଗତି କରୁଛି । ସ୍ଥଳଭାଗରେ ମାଡ଼ ହେବାର ୬ ଘଣ୍ଟା ପୂର୍ବରୁ ଓ ୬ ଘଣ୍ଟା ପରେ ବିପଦ ସର୍ବାଧିକ ବୋଲି କୁହାଯାଉଛି ।

Leave a Reply