spot_img
Home Blog Page 5763

ବଢୁଛି କୋଭିଡ, ଘୁଞ୍ଚିଲା ବୋର୍ଡ ପରୀକ୍ଷା

ମୂମ୍ବାଇ: କୋଭିଡ ପାଇଁ ବୋର୍ଡ ପରୀକ୍ଷା ସ୍ଥଗିତ ରଖିଲେ ମହାରାଷ୍ଟ୍ର ସରକାର । ସଂକ୍ରମଣକୁ ଦୃଷ୍ଟିରେ ରଖି ୧୦ମ ଓ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଛି । ଦଶମ ଓ ଦ୍ବାଦଶ ପରୀକ୍ଷା ଯଥାକ୍ରମେ ଏପ୍ରିଲ ୨୩ ଓ ୨୯ ତାରିଖରେ କରାଯିବାକୁ ଧାର୍ଯ୍ୟ ହୋଇଥିଲା । ହେଲେ ରାଜ୍ୟରେ କରୋନା ସ୍ଥିତିକୁ ଦେଖି ପରୀକ୍ଷା ଘୁଞ୍ଚାଇବାକୁ ନିଷ୍ପତ୍ତି ହୋଇଛି ।

ସେପଟେ ଦ୍ବାଦଶ ବୋର୍ଡ ପରୀକ୍ଷା ମେ’ମାସରେ କରାଯିବ ଓ ଜୁନରେ ଦଶମ ବୋର୍ଡ ପରୀକ୍ଷା କରାଯିବ । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେରଙ୍କ ସହ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ହୋଇଥିବା ସୂଚନା ଦେଇଛନ୍ତି ଶିକ୍ଷା ମନ୍ତ୍ରୀ ବର୍ଷା ଗାଇକୋଡ । କରୋନା ଦ୍ବିତୀୟ ଲହରରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର । ଏଭଳି ସ୍ଥିତିରେ ପରୀକ୍ଷା ପାଇଁ ପ୍ରସ୍ତୁତି କରିବା ଛାତ୍ରଛାତ୍ରୀଙ୍କ ପାଇଁ ଚିନ୍ତାଜନକ ସ୍ଥିତି ହୋଇଛି।

ଏଥିସହ ପିଲାଙ୍କ ସ୍ବାସ୍ଥ୍ୟକୁ ପ୍ରାଥମିକତା ଦେବା ଆମର କର୍ତ୍ତବ୍ୟ । ଏଣୁ ପରୀକ୍ଷା ଘୁଞ୍ଚାଇବାକୁ ନିଷ୍ପତ୍ତି ହୋଇଛି ବୋଲି ଶିକ୍ଷାମନ୍ତ୍ରୀ କହିଛନ୍ତି । ରାଜ୍ୟରେ ଲକଡାଉନ୍ ଘୋଷଣା ହେବ କି ନାହିଁ ସେ ନେଇ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଘୋଷଣା ହେବ ବୋଲି କହିଛନ୍ତି ମହାରାଷ୍ଟ୍ର ମନ୍ତ୍ରୀ ଅସଲମ୍ ସେଖ ।

କାଶୀ ବିବାଦ କ’ଣ ?

ଗୋଟେ ବିବାଦ ତୁଟିବାର ବର୍ଷେ ବିତିନି ଆଉ ଗୋଟିଏ ବିବାଦ ଆରମ୍ଭ ହୋଇଗଲାଣି । । ଅଯୋଧ୍ୟା କାଣ୍ଡ ସରିବାକୁ ବର୍ଷେ ପୁରିନି,ଏହା ଭିତରେ ମୁଣ୍ଡ ଟେକିଛି କାଶୀକାଣ୍ଡ । କାଶୀ ବିଶ୍ୱନାଥ ମନ୍ଦିର ଓ ସେହି ପରିସରରେ ଥିବା ଜ୍ଞାନବାପି ମସଜିଦକୁ ନେଇ ରାଜନୀତି ଆରମ୍ଭ ହୋଇ ଯାଇଛି । ଗୁରୁବାର ଦିନ ସ୍ଥାନୀୟ ଅଦାଲତ ଭାରତୀୟ ପ୍ରତ୍ନତାତ୍ୱିକ ବିଭାଗ-ଏଏସଆଇକୁ ମସଜିଦ ପରିସରରେ ଖନନ କରିବାକୁ ଆଦେଶ ଦେଇଛନ୍ତି । ନିଜ ଆଦେଶରେ ଅଦାଲତ ଏଏସଆଇର ଏକ ୫ ଜଣିଆ ଟିମ୍ ଗଠନ କରି ପରିସର ଖନନ କରିବାକୁ କହିଛନ୍ତି।

ଏବେ ଆସନ୍ତୁ ଜାଣିବା ବିବାଦ କ’ଣ ପାଇଁ । ବିବାଦ ପଛରେ କ’ଣ କାରଣ ରହିଛି । ତେବେ ଏସବୁକୁ ବୁଝିବାକୁ ହେଲେ ଇତିହାସରେ ଅନେକ ପଛକୁ ଫେରିବାକୁ ପଡିବ । ଇତିହାସକୁ ଫେରିବା ପୂର୍ବରୁ ଆସନ୍ତୁ ବିବାଦ ଉପରେ ନଜର ପକାଇବା।

ଜ୍ଞାନବାପି ମସଜିଦକୁ ନେଇ ହିନ୍ଦୁଙ୍କ ଦାବି ଯେ,ଏହାକୁ ପ୍ରାଚୀନ କାଶୀ ବିଶ୍ୱନାଥ ମନ୍ଦିର ଧ୍ୱଂସ କରି ନିର୍ମାଣ କରାଯାଇଛି। ମସଜିଦ ତଳେ ପ୍ରକୃତରେ ମନ୍ଦିର ରହିଛି ବୋଲି ହିନ୍ଦୁ ପକ୍ଷଙ୍କ ଦାବି। ପ୍ରଥମ ଥର ପାଇଁ ୧୯୯୧ ମସିହାରେ ସ୍ୱୟଂମ୍ଭୁ ଜ୍ୟୋର୍ତିଲିଙ୍ଗ ଭଗବାନ ବିଶେଶ୍ୱରଙ୍କ ପକ୍ଷରୁ ଜ୍ଞାନବାପି ମସଜିଦରେ ପୂଜାର୍ଚ୍ଚନା ପାଇଁ ଅନୁମତି ମାଗି ଅଦାଲତରେ ଆବେଦନ କରାଯାଇଥିଲା । ଏହାପରଠାରୁ ମସଜିଦକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ପ୍ରଥମ ପିଟିସନ ତିନି ଜଣ ପୂଜକ ଦାଏର କରିଥିଲେ। ଏହାପରେ ୨୦୧୯ରେ ଓକିଲ ବିଜୟ ଶଙ୍କର ରସ୍ତୋଗୀ ସିଭିଲ କୋର୍ଟରେ ଆବେଦନ କରିଥିଲେ। ଜ୍ଞାନବାପି ପରିସରର ପ୍ରତ୍ନାତାତ୍ୱିକ ସର୍ଭେକ୍ଷଣ ପାଇଁ ସେ ନିବେଦନ କରିଥିଲେ ।

ମନ୍ଦିର ସ୍ଥାନରେ ମସଜିଦ ?
ଆବେଦନକାରୀ ହିନ୍ଦୁ ସଂଗଠନଙ୍କ ଦାବି ଯେ, ଯେଉଁ ସ୍ଥାନରେ ଏବେ ଜ୍ଞାନବାପି ମସଜିଦ ଅଛି ସେଠାରେ ଆଗରୁ ମନ୍ଦିର ଥିଲା । ୨ ହଜାର ବର୍ଷର ପୁରୁଣା ମନ୍ଦିରକୁ ଭାଙ୍ଗି ଔରଙ୍ଗଜେବ ମସଜିଦ୍ ତିଆରି କରିଥିଲେ ବୋଲି ହିନ୍ଦୁଙ୍କ ଯୁକ୍ତି । ୧୬୬୯ରେ ଉତ୍ତର ଭାରତରେ ହିନ୍ଦୁ ବିଦ୍ରୋହକୁ ଦମନ କରିବାକୁ ଔରଙ୍ଗଜେବ ବିଶ୍ୱନାଥ ମନ୍ଦିରକୁ ଧ୍ୱଂସ କରିବାକୁ ଆଦେଶ ଦେଇଥିଲେ ବୋଲି କୁହାଯାଏ। ଅନେକ ମନ୍ଦିର ଓ ଗୁରୁକୁଳରେ ତନ୍ତ୍ରମନ୍ତ୍ରର ଶିକ୍ଷା ଦିଆଯାଉଛି,ଏହାକୁ ବାହନା କରି ଔରଙ୍ଗଜେବ ମନ୍ଦିର ଧ୍ୱଂସ କରିବାକୁ ଆଦେଶ ଦେଇଥିଲେ ବୋଲି ମାସିର-ଏ-ଆଲମଗିରି ପୁସ୍ତକରେ ଉଲ୍ଲେଖ ଅଛି। ଏହି ପୁସ୍ତକ ଔରଙ୍ଗଜେବ ଉପରେ ଲିଖିତ।

ହିନ୍ଦୁ ମନ୍ଦିର ଭଗ୍ନାବଶେଷରୁ ମସଜିଦ ନିର୍ମାଣ ?
ଅନେକ ଦାବି କରନ୍ତି ଯେ, ଔରଙ୍ଗଜେବ ଜ୍ଞାନବାପି ମସଜିଦର ନିର୍ମାଣରେ ଭଙ୍ଗାଯାଇଥିବା ମନ୍ଦିରର ସାମଗ୍ରୀକୁ ବ୍ୟବହାର କରିବାକୁ ଆଦେଶ ଦେଇଥିଲେ। ଐତିହାସିକ ଏଡବିନ୍ ଗ୍ରିବ୍ସ ତାଙ୍କ ପୁସ୍ତକ Kashi the city illustriousରେ ଏହାର ବର୍ଣ୍ଣନା କରିଛନ୍ତି । ସେ ଲେଖିଛନ୍ତି ଯେ, ଏମିତି ଅନେକ କିଛି ମସଜିଦରେ ଅଛି ଯାହା ମନ୍ଦିରର ଝଲକ ଦେଖାଏ । ଜ୍ଞାନବାପି ମସଜିଦ୍ ବାହାରେ ଏକ ବିଶାଳ ନନ୍ଦୀ ମୂର୍ତ୍ତି ରହିଛି । ଯାହାକି ଶିବଙ୍କ ବାହାନ। ନନ୍ଦି ମସଜିଦ ଆଡକୁ ମୁହଁକରି ବସିଛନ୍ତି । ଏସବୁକୁ ଆଧାର କରି ହିନ୍ଦୁ ମସଜିଦ ଉପରେ ନିଜ ଦାବି ରଖୁଛନ୍ତି ।

ମନ୍ଦିରର ଇତିହାସ-
କାଶୀ ବିଶ୍ୱନାଥ ମନ୍ଦିରର ଇତିହାସ ୨ ହଜାର ବର୍ଷରୁ ଅଧିକ ପୁରୁଣା । କୁହାଯାଏ ଯେ, ରାଜା ହରିଶଚନ୍ଦ୍ର ଏହି ମନ୍ଦିରର ଜିର୍ଣ୍ଣୋଉଦ୍ଧାର କରିଥିଲେ । ଅର୍ଥାତ ପୁରାଣର ହରିଶ୍ଚନ୍ଦ୍ରଙ୍କ ପୂର୍ବରୁ ମଧ୍ୟ ମନ୍ଦିର ଥିଲା । ହରିଶଚନ୍ଦ୍ରଙ୍କ ପରେ ଅନେକ ହିନ୍ଦୁ ରାଜା ଏହି ମନ୍ଦିରର ଜିର୍ଣ୍ଣୋଉଦ୍ଧାର କରିଛନ୍ତି । ରାଜା ବିକ୍ରମାଦିତ୍ୟ ମଧ୍ୟ ଏହାର ପୁନଃନିର୍ମାଣ କରିଥିଲେ । ମୋଗଲ ଆକ୍ରମଣ କାଳରେ ମନ୍ଦିରକୁ ଧ୍ୱଂସ କାରାଯାଇଥିଲା । ଔରଙ୍ଗଜେବ ମନ୍ଦିର ଭାଙ୍ଗି ଏହା ସ୍ଥାନରେ ମସଜିଦ୍ ତିଆରି କରିଥିଲେ । ୧୭୮୦ ମସିହାରେ ମାଲବାର ରାଣୀ ଅହଲ୍ୟାବାଇ ମସଜିଦ ପାଖରେ ବର୍ତ୍ତମାନର ଶିବ ମନ୍ଦିର ନିର୍ମାଣ କରିଥିଲେ ।

ମସଜିଦ ସ୍ଥାନରେ ଆଗରୁ ମନ୍ଦିର ଥିଲା ବୋଲି ଯୁକ୍ତିକୁ ଅଧିକ ଶକ୍ତ କରିବା ପାଇଁ ହିନ୍ଦୁ ପକ୍ଷ ୩୫୦ ବର୍ଷ ପୁରୁଣା ଗୋଟିଏ ଦସ୍ତାବିଜ ମଧ୍ୟ ସାମ୍ନାରେ ରଖୁଛନ୍ତି। ଏହି ଦସ୍ତାବିଜ୍ ଔରଙ୍ଗଜେବଙ୍କ ଦରବାରରୁ ଜାରି ହୋଇଥିଲେ। ସେପ୍ଟେମ୍ବର ୨,୧୬୬୯ରେ ଜାରି ଆଦେଶ ପତ୍ରରେ ଔରଙ୍ଗଜେବ ମନ୍ଦିର ଧ୍ୱଂସ ପାଇଁ ଆଦେଶ ଦେଇଥିଲେ।
ଇତିହାସ ଯାହା ବି ହେଉନା କାହିଁକି । କିନ୍ତୁ ଜ୍ଞାନବାପି ମସଜିଦ ପୁଣି ଥରେ ଭାରତୀୟ ରାଜନୀତିରେ ଝଡ ଆଣିବ ଏଥିରେ ସନ୍ଦେହ ନାହିଁ । ବାବ୍ରି ମସଜିଦ ପରେ ଆଗକୁ ଏହା ଆଉ ଗୋଟିଏ ବଡ ପ୍ରସଙ୍ଗ ହେବାକୁ ଯାଉଛି ଏଥିରେ ସନ୍ଦେହ ନାହିଁ ।

ସଜାଗ ରାୟଗଡ଼ା ପ୍ରଶାସନ, ଓଡିଶା ଆସିଲେ ଜରୁରୀ ନଗେଟିଭ ରିପୋର୍ଟ

ରାୟଗଡ଼ା: କୋରନା ର ଦ୍ବିତୀୟ ଲହରୀ ଆରମ୍ଭ ହୋଇଥିବା ବେଳେ କୋରନା ପଜିଟିଭ୍ ସଂଖ୍ୟା ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି। ଏଭଳି କ୍ଷେତ୍ରରେ ରାୟଗଡା ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ସ୍ଥାନିୟ ଉପଜିଲ୍ଲାପାଳ ଜେ ସୋନାଲ୍ ଆନ୍ଧ୍ର ଓଡିଶା ବଡର ଗୁଡିକ ର ସଡକ ପଥରେ ପ୍ରତ୍ୟେକ ଗାଡିକୁ ତନ୍ନତନ୍ନ ଯାଞ୍ଚ କରାଯିବା ନିର୍ଦେଶ ଦେଇଛନ୍ତି। ଆଜିଠାରୁ ଆନ୍ଧ୍ର ଓଡିଶା ସଂଯୋଗ କରୁଥିବା ସିମାନ୍ତବର୍ତ୍ତୀ ସଡକ ଗୁଡିକରେ ଯେଉଁ ଗାଡି ଚଳାଚଳ କରୁଛି ସେଗୁଡିକୁ ପୋଲିସ୍ ପ୍ରଶାସନ ତନ୍ନତନ୍ନ ଯାଞ୍ଚ କରୁଥିବା ଦେଖିବାକୁ ମିଳିଛି।

ଗୁଣୁପୁର ଜଗନ୍ନାଥପୁର ନିକଟ ବାସନାଗୁଡା ବଡର ଓ ରାମନାଗୁଡା ନିକଟବର୍ତୀ କାଟିକି ବଡର ଓ ଆମ୍ବାଦଳା ନିକଟରେ ମଧ୍ୟ ଗୋଟିଏ ଚେକ୍ ପଏଣ୍ଟ କରାଯାଇଛି।ଏହି ଚେକ୍ ପଏଣ୍ଟ ଗୁଡିକରେ ଆନ୍ଧ୍ର ରୁ ଆସୁଥିବା ପ୍ରତ୍ୟେକ ଲୋକଙ୍କୁ ଯାଞ୍ଚ କରାଯିବା ସହ ସେମାନଙ୍କ ତଥ୍ୟ ରଖାଯାଉଛି। ସେମାନଙ୍କର ଭେକ୍ସିନେସନ୍ ସାର୍ଟୀଫିକେଟ୍ କିମ୍ବା ୭୨ ଘଣ୍ଟା ମଧ୍ୟରେ କୋରନା ଟେଷ୍ଟ୍ କରିଥିବା ରିର୍ପୋଟ ରହିଥିବା ଆବଶ୍ୟକ କରିଛି ଜିଲ୍ଲା ପ୍ରଶାସନ ।

ସେପଟେ ଚେକ୍ ପଏଣ୍ଟ୍ ରେ ଚେକ୍ କରିବା ବେଳେ ରିର୍ପୋଟ ନଥିଲେ ସେମାନେ ୭ ଦିନ ପାଇିଁ କ୍ବାରେଣ୍ଟାଇନ୍ର ରହିବେ। ସୀମାରେ ରହିଥିବା ଚେକ୍ ପଏଣ୍ଟ ଗୁଡିକରେ ସ୍ଥାନିୟ ଉପଜିଲ୍ଲାପାଳ ପହଞ୍ଚି ସ୍ଥିତି ପରଖଖଛନ୍ତି। ଚେକ୍ ପଉଣ୍ଟ ଗୁଡିକରେ ପ୍ରଶାସନ ଏକ ଅସ୍ଥାୟୀ କ୍ୟାମ୍ପ୍ କରି ଯାଞ୍ଚ କରୁଛି।

ସୁନିଲଙ୍କ ସ୍ଥାନରେ ସୁଶୀଲ, ମଙ୍ଗଳବାର ନେବେ CEC ଦାୟିତ୍ବ

ନୂଆଦିଲ୍ଲୀ: ନୂତନ ନିର୍ବାଚନ କମିଶନର ହୋଇଛନ୍ତି ସୁଶୀଲ ଚନ୍ଦ୍ରା । ସୁନିଲ ଆରୋରାଙ୍କ ପଦ ସମ୍ଭାଳିବେ ସୁଶୀଲ । ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ନୂତନ ନିର୍ବାଚନ କମିଶନର ଦାୟିତ୍ୱ ନେବା ନେଇ ସୂଚନା ମିଳିଛି । ୨୦୨୨ ମେ ୧୪ ପର୍ଯ୍ୟନ୍ତ ନିର୍ବାଚନ କମିଶନର ଭାବେ ପଦ ସମ୍ଭାଳିବେ ସୁଶୀଲ ।

ନିର୍ବାଚନ କ୍ଷେତ୍ରରେ ସୁଶୀଲ ଚନ୍ଦ୍ରାଙ୍କ ଅନେକ ଅନିଭୂତି ଓ ଅଭିଜ୍ଞତା ରହିଛି । ସୁଶୀଲ ଚନ୍ଦ୍ରା ପଦ ସମ୍ଭାଳିବା ପରେ ତାଙ୍କ ନେତୃତ୍ବରେ ମଧ୍ୟ ଅନେକ ରାଜ୍ୟର ବିଧାନସଭା ନିର୍ବାଚନ ହେବାକୁ ୟାଉଛି । ଯଥା ଗୋଆ, ମଣିପୁର, ଉତ୍ତରାଖଣ୍ଡ ଏବଂ ପଞ୍ଜାବରେ ହେବାକୁ ଯାଉଛି ଆସନ୍ତା ବର୍ଷ ନିର୍ବାଚନ ।

ପୂର୍ବରୁ କେନ୍ଦ୍ରୀୟ କେନ୍ଦ୍ରୀୟ ଟିକସ ବୋର୍ଡ (ସିବିଡିଟି) ର ଅଧ୍ୟକ୍ଷ ଭାବେ କାର୍ଯ୍ୟକରିଛନ୍ତି ସୁଶୀଲ । ଏହାପରେ ଲୋକସଭା ନିର୍ବାଚନ ପୂର୍ବରୁ ଅର୍ଥାତ ୧୪ ଫେବୃଆରୀ ୨୦୧୯ ରେ ସୁଶୀଲ ଚନ୍ଦ୍ରା ନିର୍ବାଚନ କମିଶନର ଭାବରେ ନିଯୁକ୍ତ ହୋଇଥିଲେ। ୧୯୮୦ ବ୍ୟାଚର ଆଇଆରଏସ (IRS)ହେଉଛନ୍ତି ସୁଶୀଲ ଚନ୍ଦ୍ରା । ଆଇଆଇଟି ଋଋକିରୁ ବିଟେକ ଏବଂ ଡେରାଡୁନରୁ ଏଲଏଲବି ପାସ କରିଛନ୍ତି ସୁଶୀଲ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ନୂତନ ନିର୍ବାଚନ କମିଶନର ଭାବେ ନିୟୁକ୍ତ କରିଛନ୍ତି ।

ଦିଦି ଦେଲେ ସାମ୍ପ୍ରଦାୟିକ ବୟାନ, EC ଦେଲେ ନିର୍ଦେଶ

କୋଲକାତା: ଟିଏମସି ସୁପ୍ରିମୋଙ୍କୁ ବଡ଼ ଝଟକା । ୨୪ ଘଣ୍ଟା ପାଇ ପ୍ରଚାର ବ୍ୟାନ କଲେ ନିର୍ବାଚନ କମିଶନ । ଏହି କଟକଣା ଆଜି ରାତି ଅର୍ଥାତ ସୋମବାର ରାତି ୮ ଟାରୁ ମଙ୍ଗଳବାର ରାତି ୮ ପର୍ଯ୍ୟନ୍ତ ବଳବତ୍ତର ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ନିର୍ବାଚନ ଆୟୋଗ । ସୂଚନା ମୁତାବକ ଏକ ପ୍ରଚାର ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହିନ୍ଦୁ-ମୁସଲିମ ସମ୍ପ୍ରଦାୟକୁ ନେଇ ଏକ ବିବାଦୀୟ ବୟାନ ଦେଇଥିଲେ । ଯାହା ରାଜ୍ୟରେ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି କଲାଭଳି ପରିସ୍ଥିତି ଉପୁଯାଇବା ନେଇ ଆଶଙ୍କା କରିଛି କମିଶନ । ଏହି ଘଟଣାକୁ ନେଇ ନିର୍ବାଚନ କମିଶନ ମମତା ବାନାର୍ଜୀଙ୍କୁ ଏକ ନୋଟିସ ଜାରି କରିଛନ୍ତି । ଯେଉଁଥିରେ ମମତା ଚବିଶି ଘଣ୍ଚା ପର୍ଯ୍ୟନ୍ତ ପ୍ରଚାର କରିପାରିବେ ନାହିଁ ସ୍ପଷ୍ଟ ଉଲ୍ଲେଖ ରଖିଛନ୍ତି ନିର୍ବାଚନ କମିଶନ ।

ପଶ୍ଚିମବଙ୍ଗ ନିର୍ବାଚନୀ ପାରଦ ପ୍ରତି ମୂହୂର୍ତ୍ତରେ ବଢିବାରେ ଲାଗିଛି  । ସମୟ ଯେତିକି ପାଖଉଛି, ତାତି ସେତେକି ବଢୁଛି  । ଏହାରି ଭିତରେ ସୋମବାର ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ନିର୍ବାଚନୀ ପ୍ରଚାରରେ ହିନ୍ଦୁ-ମୁସଲିମ ନେଇ ଦେଇଛନ୍ତି ବୟାନ  । ଯାହା ସାମ୍ପ୍ରଦାୟିକ ହିଂସା ଘଟଇବା ଭଳି ବୟାନ ବୋଲି ଦର୍ଶାଇଛି ଇସି  । ଏହି ଘଟଣାକୁ ନେଇ ନିର୍ବାଚମ କମିସନ ମମତାଙ୍କୁ ନିକଟକୁ ନୋଟିସ ମଧ୍ୟ ଜାରି କରିଛନ୍ତି  । ଏହାସହ ୨୪ ଘଣ୍ଟା ପାଇଁ ପ୍ରାଚର କରିପାରିବେ ନାହଁ ବୋଲି ନିର୍ଦେଶ ମଧ୍ୟ ଦେଇଛନ୍ତି  । ସେପଟେ ନିର୍ବାଚନ କମିଶନଙ୍କ ଏଭଳି ନିର୍ଦେଶ ନେଇ ଟିଏମସି ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି  ।

ଟିଏମସି ସାଂସଦ ଡେରେକ ଓ ବ୍ରାୟନ କହିଛନ୍ତି, କେନ୍ଦ୍ର ସରକାରଙ୍କ ଏଭଳି ଆଭିମୁଖ୍ୟ ନିନ୍ଦନୀୟ  । ନିର୍ବାଚନ କମିଶନ ଦେଇଥିବା ନିର୍ଦେଶ ଗ୍ରହଣୀୟ ନୁହେଁ  । ଏହା ଗଣତନ୍ତ୍ର ପାଇଁ କଳାଦିନ ବୋଲି କହିଛନ୍ତି  । ସେପଟେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରବିବାର ନିର୍ବାଚନ ଆୟୋଗଙ୍କୁ ଟାର୍ଗଟ କରି କହିଥିଲେ EC ବଦଳରେ ବର୍ତ୍ତମାନ MCC ରଖାଯାଉ  । ଅର୍ଥାତନ ନିର୍ବାଚନ କମିଶନ ନିଜ ନାମ ବଦଳାଇ ମୋଦି କୋଡ ଅଫ କଣ୍ଡକ୍ଟ ରଖିଦିଅନ୍ତୁ ବୋଲି ଟ୍ବିଟ କରି ଉଲ୍ଲେଖ କରିଥିଲେ ମୁଖ୍ୟମନ୍ତ୍ରୀ । ସେପଟେ ପଶ୍ଚିମବଙ୍ଗର କୁଚ ବିହାର ହିଂସା ନେଇ ମଧ୍ୟ ନିର୍ବାଚନ ଜାରି କରିଛନ୍ତି ନିର୍ଦେଶ  । ଉକ୍ତ ସ୍ଥାନକୁ କୈଣସି ନେତା ପ୍ରବେଶ କରିପାରିବେ ନାହିଁ ବୋଲି କହିଛନ୍ତି କମିଶନ  ।

ହାଇଦର ଫେରାର ଦିନ ଆସିଥିଲେ ପରିବାର ଲୋକ, ଏତଲାରେ ଉଲ୍ଲେଖ କଲେ ସୁରକ୍ଷାକର୍ମୀ

ଭୁବନେଶ୍ୱର: SCBରୁ ଗ୍ୟାଙ୍ଗଷ୍ଟର ହାଇଦର ଉଭାନ ହେବା ଘଟଣାକୁ ତିନି ଦିନ ବିତିଛି । କିନ୍ତୁ ଏବେ ବି ହାତ ଖାଲି କରି ବସିଛି ଓଡିଶା ପୋଲିସ । ସେପଟେ ଫେରାର ଦିନ କେବିନରେ କର୍ତ୍ତବ୍ୟରତ ପୋଲିସ କର୍ମଚାରୀ ମହମ୍ମଦ୍ ମୌସିମ ଏକ ଲିଖିତ ଏତଲା ଥାନାରେ ଦାଏର କରିଛନ୍ତି । ଗତ 10 ତାରିଖରେ ହାଇଦର ଫେରାର ହେବା ପରେ ସେହି ଦିନ ରାତିରେ ଦିଆଯାଇଥିବା ଏତଲାରେ କର୍ମଚାରୀ ଜଣକ ଘଟଣା ସଂପର୍କରେ ଉଲ୍ଲେଖ କରିଛନ୍ତି ।

ଏତଲାରେ ଉଲ୍ଲେଖ ରହିଛି, ଫେରାର ଦିନ ହାଇଦରକୁ ଭେଟିବାକୁ ତାର ପରିବାର ଓ ସଂପର୍କୀୟ ମାନେ ଆସିଥିଲେ । ଯଥା ପୁଅ, ଭାଇ, ପୁତୁରା,ଶଳା ଓ ସାନ ଜ୍ବାଇଁ ସେଦିନ ଭେଟିବାକୁ ଆସିଥିଲେ । ଠିକ ସେହି ସୟରେ ସଂପର୍କୀୟ ଓ ଅନ୍ୟ ଲୋକମାନେ ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ କନଷ୍ଟେବଳଙ୍କ ଉପରକୁ ଟକ୍ରାନ୍ତ କରି କିଛି ବିଷାକ୍ତ ଜିନିଷ ଉପରକୁ ଫିଙ୍ଗିଥିବା ଏତଲାରେ ଉଲ୍ଲେଖ କରିଛନ୍ତି ସୁରକ୍ଷାକର୍ମୀ ।

ଫିଡ଼ିକିଗଲେ ନୱାଜଉଦ୍ଦିନ୍: କହିଲେ, ଫେକ୍ ଆକ୍ଟିଂ କରୁଛନ୍ତି ସୁପରଷ୍ଟାର୍ସ

ମୁମ୍ବାଇ:  ବଲିଉଡ୍‌ ଅଭିନେତା  ନୱାଜୁଦ୍ଦିନ୍‌ ସିଦ୍ଦିକି ଜଣେ ଦକ୍ଷ ଓ ଲୋକପ୍ରିୟ ଅଭିନେତା। ସେ ନିଜର ଅଭିନୟ ପାଇଁ  ପ୍ରତିଟି ଦର୍ଶକଙ୍କ ମଧ୍ୟରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ନୱାଜଙ୍କ କୁହନ୍ତୁ ଯେ ସେହି କଳାକାର ସଫଳ ହୁଏ ଯାହା ପାଖରେ ନିଜର ଏକ ସ୍ୱତନ୍ତ୍ର ଷ୍ଟାଇଲ ଥାଏ । ତାଙ୍କ କହିବା କଥା ଯେ ଯଦି ନୂଆ କଳାକାରମାନେ ଇଣ୍ଡଷ୍ଟ୍ରିର ସୁପରଷ୍ଟାରଙ୍କ  ନକଲ କରିବେ ତେବେ ତାଙ୍କୁ ଦର୍ଶ ଆଦୌ ପସନ୍ଦ କରିବେ ନାହିଁ ।

ଫେକ୍ ଆକ୍ଟିଂ କରନ୍ତି ସୁପରଷ୍ଟାର୍ସ:

ନିଜ ଚମତ୍କାର ଅଭିନୟରେ ଦର୍ଶକଙ୍କ ମନ ଜିଣୁଥିବା ନୱାଜ  କହିଛନ୍ତି, ‘ମୁଁ ନିଜ ଅନୁଭବରୁ ବାସ ଏତିକି କହିବି ଯେ ଆପଣଙ୍କୁ କେବେ ନିଜ ସ୍ୱତନ୍ତ୍ର ଷ୍ଟାଇଲ ଛାଡ଼ିବା ଉଚିତ ନୁହେଁ । ଯେତେ ବି ସୁପରଷ୍ଟାର ଅଛନ୍ତି ସମସ୍ତେ ଫେକ୍ ଆକ୍ଟିଂ କରନ୍ତି, ସେତିପାଇଁ ନିଜ ପରିଚୟ ନିଜେ ବନେଇବା ଉଚିତ । ମୁଁ ଆପଣଙ୍କ ଅରିଜିନାଲ୍ ଆକ୍ଟିଂ ଦେକିବାକୁ ଚାହୁଁଛି । ଯଦି ଆପଣ କୌଣସି ସୁପରଷ୍ଟାର ଭଳି ଅଭିନୟ କରିବେ ତେବେ ମୁଁ ଆପଣଙ୍କୁ କାହିଁକି ଦେଖିବି? ଯଦି ଆପଣ କିଛି ଭଲ, ରୋଚକ ତଥା ଅରିଜିନାଲ୍ ଦେଖାଇବେ ତେବେ ଯାଇ ମୁଁ ଆପଣଙ୍କୁ ଦେଖିବାକୁ ଚାହିଁବି।’

ନିଜ ଫାଇଦା ପୀଇଁ OTT ଆସିଲେ ସୁପରଷ୍ଟାର୍ସ:

ବର୍ତ୍ତମାନ ବଲିଉଡର ବହୁ ବଡ଼ ବଡ଼ ସୁପରଷ୍ଟାର ମାନଙ୍କୁ ବି OTT ପ୍ଲାଟଫର୍ମରେ ଦେଖିବାକୁ ମିଳୁଛି । ଫିଲ୍ମ ବ୍ୟତୀତ ଏମାନେ ବିଭିନ୍ନ ୱେବ୍ ସିରିଜରେ ବି ଅଭିନୟ କରୁଛନ୍ତି । ତେବେ ନୱାଜଙ୍କ କହିବା କଥା ଯେ ପ୍ରାରମ୍ଭରେ ଲୋକମାନେ କେବଳ ଭଲ କାମ ଏବଂ ଉତ୍ସାହ ପାଇଁ OTTରେ ଯାଉଥିଲେ। ହେଲେ ଏବେ କିନ୍ତୁ ସୁପରଷ୍ଟାରମାନେ ଏଥିପାଇଁ  ଓଟିଟି ଆଡ଼କୁ ଢଳୁଛନ୍ତି କାହିଁକି ନା ଫିଲ୍ମ ଗୁଡ଼ିକ ଥିଏଟରରେ ରିଲିଜ ହୋଇପାରୁ ନାହିଁ । ଯାହାକି ଠିକ୍ ନୁହେଁ । ବର୍ତ୍ତମାନ ବଡ଼ OTT ପ୍ଲାଟଫର୍ମ ସୁପରଷ୍ଟାରମାନଙ୍କ ସହିତ କାମ କରୁଛି । ତେବେ ସେ ପ୍ରଶ୍ନ କରିଛନ୍ତି ଯେ ପୂର୍ବରୁ ଏମାନେ କାହିଁକି ଏଠାକୁ ଆସିଲେ ନାହିଁ?

ଆଦିବୀ ଶେଷଙ୍କ ‘ମେଜର’କୁ ଧମାକାଦାର ଟିଜର କହିଲେ ସଲମାନ ଖାନ୍‌‌

ନୂଆଦିଲ୍ଲୀ:    ରିଲିଜ୍‌ହୋଇ ସାରିଛି ଶଶି କିରଣ ଟିକାଙ୍କ ଫିଲ୍ମ ମେଜରର ଟିଜର । ଏହି ଫିଲ୍ମରେ ଆଦିବି ଶେଷ୍‌ଏବଂ ସଇ ମାଞ୍ଜରେକର ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଫିଲ୍ମର ଟିଜର ଖୁବ୍‌ଆକର୍ଷଣୀୟ ହୋଇଛି । ଫିଲ୍ମର ଟିଜର ଜାରି କରିଛନ୍ତି ସାଉଥ୍‌ସୁପରଷ୍ଟାର ମହେଶ୍‌ବାବୁ । ସେ ତାଙ୍କ ଟ୍ୱିଟରରେ ଫିଲ୍ମର ଟିଜର ଜାରି କରି ଲେଖିଛନ୍ତି, ଭାରତୀୟ ହିରୋଙ୍କୁ ସମ୍ମାନିତ କରିବାର ସୁଯୋଗ ମିଳିଛି । ଏହା ଏକ ଜୁରୁରୀ ଯାତ୍ରାର ଆରମ୍ଭ ।

 

ସୂଚନାଯୋଗ୍ୟ ମେଜର ଫିଲ୍ମରେ ଆଦିବୀ ଶେଷ୍‌୨୬/୧୧ରେ ଶହୀଦ ମେଜର ଅତ୍ରିକୃଷ୍ଣାନ୍‌ଙ୍କ ଚରିତ୍ରରେ ନଜର ଆସିବେ । ଟିଜରରେ ଆଦିବୀଙ୍କ ଅଭିନୟ ଖୁବ୍‌ଜୀବନ୍ତ ମନେ ହେଉଛି । ଫିଲ୍ମରେ ପ୍ରକାଶ ରାଜ୍‌, ରେବତୀ, ମୁରଲୀ ଶର୍ମା ଆଦି ମୁଖ୍ୟ ଚରିତ୍ରରେ ନଜର ଆସିବେ । ସଲମାନ ଖାନ୍‌ଏବଂ ପୃଥ୍ୱୀରାଜ୍‌ସୁକୁମାରନ ଫିଲ୍ମର ହିନ୍ଦୀ ଏବଂ ମଲୟାଲାମ ଟିଜର ଲଞ୍ଚ୍‌କରିଛନ୍ତି । ତେବେ ଫିଲ୍ମର ଟିଜରକୁ ବେଶ୍‌ଭଲ ରେସପନ୍ସ ମିଳୁଛି ।

ଆଦିବୀ ଶେଷଙ୍କ ଏହି ଫିଲ୍ମ କେବଳ ତେଲୁଗୁ ଭାଷାରେ ନୁହେଁ ବରଂ ହିନ୍ଦୀ, ଓ ମଲୟାଲାମ ଭାଷାରେ ମଧ୍ୟ ରିଲିଜ୍‌ହେବ । ଫିଲ୍ମର ପ୍ରଯୋଜକ ହେଉଛନ୍ତି ମହେଶ ବାବୁ ଏବଂ A+S ମୁଭିଜ୍‌। ୨ ଜାରିଖରେ ଫିଲ୍ମ ବଡ଼ ପରଦାରେ ରିଲିଜ ହେବ ।

ଭୁବନେଶ୍ୱରରେ ୨ ସଫେଇ କର୍ମୀଙ୍କ ମୃତ୍ୟୁ ଘଟଣା, ୧୦ ଲକ୍ଷ କ୍ଷତିପୂରଣ ନିର୍ଦ୍ଦେଶ ଦେଲେ NHRC

ଭୁବନେଶ୍ୱର: ଭୁବନେଶ୍ୱରରେ ମଇଳା ଟାଙ୍କି ସଫା କରିବା ସମୟରେ ଦୁଇଜଣଙ୍କ ମୃତ୍ୟୁ ହେବା ଘଟଣାରେ ଜାତୀୟ ମାନବ ଅଧିକାର କମିଶନ (ଏନଏଚଆରସି) ମୁଖ୍ୟ ଶାସନ ସଚିବ ଓ ପୋଲିସ୍ ଡିଜିଙ୍କୁ ନୋଟିସ୍ ଜାରି କରିଛନ୍ତି। ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ସେ ନିର୍ଦ୍ଦେଶ କରିଛନ୍ତି । ଏଥିସହିତ ଦୋଷୀ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବି ନିର୍ଦ୍ଦେଶ ଦେଇଛନ୍ତି ।

ଦୋଷୀ ଅଫିସରଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ସେ ସମ୍ପର୍କରେ ଛଅ ସପ୍ତାହ ମଧ୍ୟରେ ରିପୋର୍ଟ ପ୍ରଦାନ ଲାଗି ଜାତୀୟ ମାନବ ଅଧିକାର କମିଶନ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି  । ମାନବିକ ଅଧିକାର କର୍ମୀ ଶ୍ରୀ ଅଖଣ୍ଡ ଏକ ପିଟିସନ ଜରିଆରେ ଅଭିଯୋଗ କରିଥିଲେ ଯେ ଗତ ମାର୍ଚ୍ଚ ୧୯ରେ ବ୍ରହ୍ମେଶ୍ୱର ବାଗ୍ ଅଂଚଳରେ ଟାଙ୍କି ସଫା କରିବା ସମୟରେ ସୁନାରାମ ସଦର (୫୫) ଓ ସିଲୁପ ବିରୁଆଙ୍କର ମୃତ୍ୟୁ ଘଟିଥିଲା ।

ଓଡିଶା ଜଳ ଯୋଗାଣ ଓ ସ୍ୱେରେଜ୍ ବୋର୍ଡ ଦ୍ୱାରା ନିଯୁକ୍ତ ଏକ ଠିକାଦାର ସଂସ୍ଥା ଦ୍ୱାରା ସେମାନେ ନିଯୁକ୍ତ ହୋଇଥିଲେ। କାମ କରିବା ସମୟରେ ସେମାନେ ଅକ୍ସିଜେନ୍ ମାସ୍କ ପିନ୍ଧିନଥିଲେ କିମ୍ବା ଅନ୍ୟ ସୁରକ୍ଷା ସାରଜାଂମ ନଥିଲା। ଏହି ଘଟଣାରେ ମାନୁଆଲ୍ ସ୍କାଭେଂଜର ନିଯୁକ୍ତି ନିଷେଧ ଓ ଥଇଥାନ ଆଇନ, ୨୦୧୩ର ଧାରା ୭,୯ ଓ ୨୨ ଅନୁସାରେ ଏଫଆଇଆର୍ ହୋଇଛି କି ନାହିଁ ତାହା ଜଣାଇବା ସହ ଏହି ମାମଲାରେ କି ପଦକ୍ଷେପ ନିଆଯାଇଛି, ତାହା ଜଣାଇବାକୁ କମିଶନ ପୁଲିସ୍ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ପିପିଲିରେ ନବୀନଙ୍କ ଭର୍ଚୁଆଲ ପ୍ରଚାର, କହିଲେ ମୁଁ ନେବି ବିକାଶ ଦାୟିତ୍ବ

ଭୁବନେଶ୍ୱର: ପିପିଲିରେ ଶଙ୍ଖ ଫୁଙ୍କିଲେ ବିଜେଡ଼ି ସୁପ୍ରିମୋ । ଭର୍ଚୁଆଲ ଯୋଗେ କ୍ୟାମ୍ପନିଂକୁ ଓହ୍ଲାଇଛନ୍ତି ଷ୍ଟାର କ୍ୟାମ୍ପନର ନବୀନ ପଟ୍ଟନାୟକ । ପିପିଲି ବିଜେଡ଼ି ପ୍ରାର୍ଥୀ ରୁଦ୍ର ମହାରଥିଙ୍କ ପାଇଁ ଉପସ୍ଥିତ ଭୋଟରଙ୍କୁ ଭୋଟ ଦେବାକୁ ଆହ୍ୱାନ ଦେଇଛନ୍ତି ନବୀନ । ୬ଟି ଜିଲ୍ଲା ପରିଷଦ ଜୋନବାସୀଙ୍କୁ ସମ୍ବୋଧନ କରି ସୁପ୍ରିମୋ କହିଛନ୍ତି ଏହି ପବିତ୍ର ଐତିହ୍ୟ ସମ୍ପୂର୍ଣ୍ଣ ମାଟିକୁ ମୋର ପ୍ରଣାମ । ପିପିଲିର ସମସ୍ତ ଭାଇ-ଭଉଣୀଙ୍କୁ ନମସ୍କାର ଜଣାଇବା ସହ ପିପିଲି ଚାନ୍ଦୁଆକୁ ନେଇ ଗର୍ବିତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ମୋ ପ୍ରତି ଆପଣମାନଙ୍କ ଭଲ ପାଇବା ରହିଛି, ମୁଁ ପିପିଲି ଯିବାକୁ ଆଗ୍ରହୀ କିନ୍ତୁ କୋଭିଡର କଟକଣା ବାଧକ ସାଜିଛି । ଯେଉଁଥିପାଇଁ ମୁଁ ଆଜି ଭର୍ଚୁଆଲ ଯୋଗେ ଆପଣମାନଙ୍କୁ ଭେଟୁଛି  । ସେହିପରି ସମ୍ବୋଧନ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ପିପିଲି-ଡେଲାଙ୍ଗର ବିକାଶ ଆଗକୁ ଆହୁରି ଆଗେଇବ । ଏହାର ବିକାଶ ଦାୟିତ୍ବ ନିଜେ ନେବାକୁ ମଧ୍ୟ ଘୋଷଣା କରିଛନ୍ତି ସୁପ୍ରିମୋ ।

ପିପିଲି-ଡେଲାଙ୍ଗରେ ଅନେକ ବିକାଶ ହୋଇଛି, ଆଗକୁ ମଧ୍ୟ ଏହି ପ୍ରକ୍ରିୟା ତ୍ବରିତ ହେବ । ଏଥିପାଇଁ ସ୍ବର୍ଗତ ମହାରଥିଙ୍କ ଅବଦାନ ଅତୁଳନୀୟ । ପୁନର୍ବାର ଏହି କାର୍ଯ୍ୟକୁ ଆଗେଇ ନେବା ପାଇଁ ବିଜେଡ଼ି ସମର୍ଥିତ ପ୍ରାର୍ଥୀ ରୁଦ୍ର ମହାରଥିଙ୍କୁ ବୋଟ ଦେବା ପାଇଁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ମୁଖ୍ୟମନ୍ତ୍ରୀ କହିଛନ୍ତି କୋଭିଡ ସ୍ଥିତି ହଟିବା ପରେ ମୁଁ ନିଶ୍ଚିତ ପିପିଲି ଯାଇ ଆପଣମାନଙ୍କୁ ଭେଟିବି ।