ବାତ୍ୟା ପାଇଁ ୭ ଜିଲ୍ଲାରୁ ସ୍ଥାନାନ୍ତରଣ ହେଲେଣି ଦେଢ଼ ଲକ୍ଷରୁ ଅଧିକ ଲୋକ

Odisha Evacuated More Than 1.5 Lakh People In View Of Cyclone Yaas

ଭୁବନେଶ୍ୱର: ବୁଧବାର ଭୋରରୁ ବାତ୍ୟା ‘ୟାସ୍’ ଉତ୍ତର ଧାମରା ଏବଂ ଦକ୍ଷିଣ ବାଲେଶ୍ୱର ମଧ୍ୟରେ ଉପକୂଳ ଛୁଇଁବ । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଉଛି । ଆସନ୍ନ ପ୍ରସବାଙ୍କୁ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ପରିବର୍ତ୍ତେ ମେଡିକାଲକୁ ନିଆଯାଇଛି । ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକର ତଳିଆ ଅଞ୍ଚଳରେ କଚ୍ଚାଘରେ ଥିବା ଲୋକଙ୍କୁ ସ୍ଥାନାନ୍ତରିତ କରାଯାଉଛି ।

Odisha Evacuated More Than 1.5 Lakh People In View Of Cyclone Yaas

ମଧ୍ୟାହ୍ନ ସୁଦ୍ଧା ୭ ଜିଲ୍ଲାରୁ ୧ ଲକ୍ଷ ୫୫ ହଜାର ୧୨୯ ଜଣଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରଶାସନ ପକ୍ଷରୁ ସ୍ଥାନାନ୍ତରିତ କରାଯାଇଛି । ଭଦ୍ରକ ଜିଲ୍ଲାରେ ସର୍ବାଧିକ ୭୨ ହଜାର ୯୭୦ ଜଣଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତରଣ କରାଯାଇଥିବା ବେଳେ ବାଲେଶ୍ୱରରେ ୪୬ ହଜାର ୮୨୮ ଜଣଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀକୁ ନିଆଯାଇଛି । ସେହିଭଳି କେନ୍ଦ୍ରାପଡ଼ା ଜିଲ୍ଲାରେ ବାତ୍ୟା ଆଶ୍ରୟ ସ୍ଥଳୀକୁ ୧୮ ହଜାର ୩୯୧ ଜଣ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି ।

Odisha Evacuated More Than 1.5 Lakh People In View Of Cyclone Yaas

ଜଗତସିଂହପୁର ଜିଲ୍ଲାରେ ୯ ହଜାର ୧୨୨ ଜଣ, ପୁରୀରେ ୩ ହଜାର ୫୦୦ ଜଣ ଓ ଯାଜପୁରରେ ୧୧୧୮ ଜଣଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀରେ ରଖାଯାଇଛି । ଏଥିସହ ବାତ୍ୟାକୁ ଦୃଷ୍ଟିରେ ରଖି କୋଭିଡ୍ ହସ୍ପିଟାଲଗୁଡ଼ିକରେ ନିରାପତ୍ତା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି । ହସ୍ପିଟାଲର କବାଟ ଓ ଝରକାକୁ ଅଧିକ ସୁରକ୍ଷିତ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବାଲେଶ୍ୱରରେ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।

Leave a Reply