ଆଉ କିଛି ଘଣ୍ଟା ପରେ ଅତି ଭୀଷଣ ବାତ୍ୟାର ରୂପ ନେବ ‘ୟାସ୍’, ଏବେ ପାରାଦୀପ ଠାରୁ ୨୨୦ କିମି ଦୂରରେ

1 min read
Cyclone Yaas Intensify Further Into A Very Severe Cyclonic Storm In Next Few Hour

ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ‘ୟାସ୍’ । ପଶ୍ଚିମକେନ୍ଦ୍ରୀୟ ଏବଂ ସଂଲଗ୍ନ ପୂର୍ବକେନ୍ଦ୍ରୀୟ ଓ ଉତ୍ତର ବଙ୍ଗୋପସାଗରରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି । ବିଗତ ୬ ଘଣ୍ଟା ହେଲା ଘଣ୍ଟାପ୍ରତି ୧୬ କିମି ବେଗରେ ଆଗକୁ ବଢ଼ୁଛି ବାତ୍ୟା ‘ୟାସ୍’ । ଦକ୍ଷିଣ-ଦକ୍ଷିଣପୂର୍ବରେ ପାରାଦୀପ ଠାରୁ ୨୨୦ କିଲୋମିଟର ଦୂରରେ ବାତ୍ୟା ‘ୟାସ୍’ ଥିବାବେଳେ ସମାନ ଦିଗରେ ବାଲେଶ୍ୱର ଠାରୁ ୩୩୦ ଓ ଦୀଘା ଠାରୁ ୩୨୦ ଏବଂ ସାଗରଦ୍ୱୀପ ଠାରୁ ୩୨୦ କିଲୋମିଟର ଦୂରରେ ରହିଛି ।

Cyclone Yaas Intensify Further Into A Very Severe Cyclonic Storm In Next Few Hour

ଭୟଙ୍କର ସାମୁଦ୍ରିକ ଝଡ଼ର ରୂପ ନେଇଥିବା ‘ୟାସ୍’ ଆଉ କିଛି ସମୟ ପରେ ଅତି ଭୀଷଣ ବାତ୍ୟାର ରୂପ ନେବ । ବାତ୍ୟା ‘ୟାସ୍’ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ଉତ୍ତରପଶ୍ଚିମ ବଙ୍ଗୋପସାଗରର ଧାମରା ନିକଟରେ ବୁଧବାର ଭୋର୍ ସମୟରେ ପହଞ୍ଚିବ । ବାତ୍ୟା ‘ୟାସ୍’ ୨୬ ମଧ୍ୟାହ୍ନରେ ଉତ୍ତର ଧାମରା ଏବଂ ଦକ୍ଷିଣ ବାଲେଶ୍ୱର ମଧ୍ୟରେ ଅତି ଭୀଷଣ ବାତ୍ୟା ରୂପରେ ଅତିକ୍ରମ କରିବ ।

Cyclone Yaas Intensify Further Into A Very Severe Cyclonic Storm In Next Few Hour

ବାତ୍ୟା ‘ୟାସ୍’ ପ୍ରଭାବରେ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଆଜିଠାରୁ ବର୍ଷା ଲାଗି ରହିଛି । ୨୬ ତାରିଖରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କଟକ, ଢେଙ୍କାନାଳ, କେନ୍ଦୁଝର ଜିଲ୍ଲାରେ ଅତ୍ୟଧିକ ପ୍ରବଳ ବର୍ଷା ହେବ । ପୁରୀ, ଖୋର୍ଦ୍ଧା, ଅନୁଗୁଳ, ଦେବଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି  । ୨୭ ତାରିଖରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରରେ ପ୍ରବଳ ବର୍ଷା ହୋଇପାରେ ।

Cyclone Yaas Intensify Further Into A Very Severe Cyclonic Storm In Next Few Hour

ଆଜି ସନ୍ଧ୍ୟାରେ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ବଙ୍ଗୋପସାଗର ପବନ ବଢ଼ିବ । ଘଣ୍ଟାପ୍ରତି ପବନର ବେଗ ୧୦୫ରୁ ୧୧୫ କିଲୋମିଟର ରହିବ । ଏହା କ୍ରମଶଃ ୧୨୫ରୁ ୧୩୫ କିଲୋମିଟର ଘଣ୍ଟାପ୍ରତି ବୃଦ୍ଧି ପାଇବା ସହ ଝଟକା ପବନର ବେଗ ଘଣ୍ଟାପ୍ରତି ୧୪୦ କିଲୋମିଟର ରହିବା ଆଶଙ୍କା ରହିଛି । ୨୬ ସକାଳେ  ପବନର ବେଗ ଘଣ୍ଟାପ୍ରତି ୧୨୦ରୁ ୧୩୦ କିଲୋମିଟର ଏବଂ ଝଟକା ପବନର ବେଗ ୧୪୫ କିଲୋମିଟର ଘଣ୍ଟାପ୍ରତି ରହିବ । ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ସମୁଦ୍ରରେ ୨ରୁ ୪ ମିଟରର ଉଚ୍ଚ ଜୁଆର ଆସିପାରେ ।

Leave a Reply