ସରକାର ଆପଣଙ୍କ ମେସେଜ୍ ପଢୁଛନ୍ତି କି ? ହ୍ୱାଟସଆପରେ ରେଡ୍ ଟିକ୍ ଆସିବା ନେଇ ଭାଇରାଲ ମେସେଜର ସତ କ’ଣ,ଜାଣନ୍ତୁ

1 min read

ନୂଆ ହ୍ୱାଟସଆପ୍ ନିୟମକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୁଏ । କେତେବେଳେ ହ୍ୱାଟସଆପ୍ର ନୂଆ ଅପଡେଟ୍ ଫିଚରକୁ ନେଇ ପ୍ରଶ୍ନ ଉଠେ ତ ପୁଣି କେତେବେଳେ ହ୍ୱାଟସଆପ୍ରେ ୟୁଜରସ୍ଙ୍କର ଗୋପନୀୟତାକୁ ନେଇ । ଏସବୁ ଭିତରେ ଅନେକ ସମୟରେ ଫେକ୍ ନ୍ୟୁଜ ଓ ଫେକ୍ ମେସେଜ୍ କାରଣରୁ ବି ଲୋକମାନେ ଭ୍ରାନ୍ତଧାରଣାରେ ପଡନ୍ତି । ଯେମିତିକି ବର୍ତମାନ ହ୍ୱାଟସଆପ୍ ରେ ଭାଇରାଲ୍ ମେସେଜ୍ ବୁଲୁଛି । ସେହି ମେସେଜ୍ ଜରିଆରେ ପ୍ରଚାର କରାଯାଉଛି ଯେ ଏବେ ଆପଣଙ୍କ ହ୍ୱାଟସଆପ୍ ମେସେଜ୍ ସରକାର ପଢିପାରିବେ । ହ୍ୱାଟସଆପ୍ ର ଏକ ଫିଚର୍ ବାବଦରେ ସମସ୍ତ ୟୁଜର ଜାଣନ୍ତି ଯେ, ଆପଣ କାହାକୁ ମେସେଜ୍ ପଠାଇଲେ ରିସିଭର୍ ମେସେଜ୍ ପଢିବା ପରେ ଦୁଇଟି ବ୍ଲୁ ଟିକ୍ ଦେଖାଏ ।

ତେବେ ବର୍ତମାନ ଏହି ଭାଇରାଲ୍ ମେସେଜ୍ ଅନୁସାରେ ଯଦି ଆପଣଙ୍କ ମେସେଜ୍ ସରକାର ପଢନ୍ତି ତେବେ ଏହା ୨ଟି ନୁହେଁ ୩ଟି ବ୍ଲୁ ଟିକ୍ ଦେଖାଇବ । ଦ୍ରୁତଗତିରେ ଭାଇରାଲ ହେଉଥିବା ଏହି ଫେକ୍ ମେସେଜ୍ ରେ ଆହୁରୀ ମଧ୍ୟ ଦାବି କରାଯାଉଛି ଯେ, ଆପଣଙ୍କ ମେସେଜ୍ ଉପରେ ସରକାର ଯଦି ଚାହିଁବେ କାର୍ଯ୍ୟାନୁଷ୍ଠାନ ନେଇପାରିବେ । ଆଉ ଯଦି ଏହିଭଳି ହେଲା ତାହାଲେ ମେସେଜ୍ ଉପରେ ୨ଥର ରେଡ୍ ଟିକ୍ ହୋଇଯିବ । କେବଳ ଏତିକିରେ କଥା ସରୁନି । ଆହୁରୀ ମଧ୍ୟ ଦାବି କରାଯାଉଛି ଯଦି ଏହି ରେଡ୍ ଟିକ୍ ୨ ନହେଇ ୩ ଟି ଦେଖାଏ ତେବେ ତାର ଅର୍ଥ ହେଲା ମେସେଜ୍ କରିଥିବା ବ୍ୟକ୍ତିଙ୍କ ବିରୋଧରେ ମାମଲା କୋର୍ଟରେ ପହଂଚି ସାରିଛି । କୋର୍ଟ ପାଖରୁ ଶୀଘ୍ର ଆପଣଙ୍କୁ ନୋଟିସ୍ ଆସିବ ।

ହ୍ୱାଟସଆପରେ ଘୁରିବୁଲୁଥିବା ଏହି ମେସେଜ ଯଦି ଆପଣଙ୍କ ପାଖରେ ପହଂଚି ସାରିଛି ଓ ଆପଣ ପଢି ସାରିଛନ୍ତି ତେବେ ଆପଣ ଏହାକୁ କ’ଣ ସତ ବୋଲି ଭାବୁଛନ୍ତି କି ? ନା ଆଜ୍ଞା ଏହା ସତ ନୁହେଁ ବରଂ ସମ୍ଫୂର୍ଣ୍ଣ ରୂପେ ମିଛ ଓ ଫେକ୍ ମେସେଜ୍ । ଆପଣଙ୍କ ହ୍ୱାଟସଆପ୍ ମେସେଜ୍ ନା ସରକାର ପଢିପାରିବେ ନା ଆପଣଙ୍କ ମେସେଜ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରିବେ । ଆପଣମାନେ ଭଲଭାବରେ ଜାଣିରଖନ୍ତୁ କି -ଆପଣଙ୍କ ହ୍ୱାଟସଆପ୍ ମେସେଜ୍  ଆଉ କେହି ତୃତୀୟଲୋକ ପଢିପାରିବେ ନାହିଁ । ଅର୍ଥାତ ସରକାର ବି ନୁହଁ । ସବୁ ହ୍ୱାଟସଆପ୍ ମେସେଜ୍ ଏଣ୍ଡ ଟୁ ଏଣ୍ଡ ଏନସ୍ରିପଟେଡ୍ ହୋଇଥାଏ । ଏହିଭଳି ଫେକ୍ ନ୍ୟୁଜ୍ ଅନେକ ସମୟରେ ଭାଇରାଲ୍ ହୁଏ ଓ ସାଧାରଣ ୟୁଜରସ୍ ମାନେ ଏହାକୁ ସତ ଭାବି ଦ୍ୱନ୍ଦରେ ପଡିଯାଆନ୍ତି । ତେଣୁକରି ଏହିଭଳି ମେସେଜ ପ୍ରଚାର କରୁଥିବା ଲୋକଙ୍କୁ ହିଁ ରିପୋର୍ଟ ମାରନ୍ତୁ । ଆଉ କୈାଣସି ଖବରର ସତ୍ୟତାକୁ ନ ଜାଣି ତାକୁ ହ୍ୱାଟସଆପ୍ ରେ ସେୟାର କରନ୍ତୁ ନାହିଁ ।

ଆଉ ଯଦି ସରକାରଙ୍କ ନୂଆ ଡିଜିଟାଲ ନିୟମ ବିଷୟରେ କହିବା ତାହାଲେ ସରକାର ହ୍ୱାଟସଆପ୍ର ରାଇଟ୍ ଟୁ ପ୍ରାଇଭେସୀକୁ ସମ୍ମାନ କରନ୍ତି । ଆଉ କିଛି ଜରୁରୀ ଅପରାଧିକ ମାମଲା ହେଲେ ହିଁ ସରକାରଙ୍କୁ ହ୍ୱାଟସଆପ୍ କୈାଣସୀ ବ୍ୟକ୍ତିର ବ୍ୟକ୍ତିଗତ ସୂଚନା ଦେବାକୁ ବାଧ୍ୟ ହେବ । ଆଉ ଏହି ନିୟମ ସବୁ ଟେକ୍ କମ୍ପାନୀ ଉପରେ ଲାଗୁ ହେଉଛି । କାହିଁକି ନା ଭାରତ ସରକାରଙ୍କ ଅନୁସାରେ ଜାତୀୟ ସୁରକ୍ଷାକୁ ଧ୍ୟାନରେ ରଖି ଏହି ଆଇନ ଆଣିବାକୁ ପଡିଛି । ଆଉ ଭାରତସରକାର ହ୍ୱାଟସଆପ୍ ଙ୍କୁ  ଯେଉଁ ବିବରଣୀ ମାଗିଛନ୍ତି ତା’ଦ୍ୱାରା ସାଧାରଣ ୟୁଜରସ ଙ୍କ ଉପରେ କୈାଣସି ପ୍ରଭାବ ପଡିବନାହିଁ ।

Leave a Reply