spot_img
Home Blog Page 5754

ରାଜ୍ୟରେ ହେବାକୁ ଥିବା ସମସ୍ତ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ବର୍ତ୍ତମାନର କରୋନା ମହାମାରୀ ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନଙ୍କର ସ୍ବାସ୍ଥ୍ୟ ନିରାପତ୍ତାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ତଦନୁଯାୟୀ ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା    ୧୮.୫.୨୧ ରିଖ ଠାରୁ ଆରମ୍ଭ ହେବାକୁ ଥିବା ଦ୍ବାଦଶ ଶ୍ରେଣୀ ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖାଯାଇଛି । କୋଭିଡ-୧୯ ପରିସ୍ଥିତିରେ ଉନ୍ନତି ଆସିବା ପରେ ପରୀକ୍ଷା ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରାଯିବ। ଜୁନ୍‌ ୨୦୨୧ ପ୍ରଥମ ସପ୍ତାହରେ ରାଜ୍ୟ ସରକାର ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା କରାଯିବା ସମ୍ପର୍କରେ ସମୀକ୍ଷା କରିବେ ଏବଂ ଛାତ୍ରଛାତ୍ରୀମାନଙ୍କୁ ଉପଯୁକ୍ତ ସମୟ ଦିଆଯାଇ ପରୀକ୍ଷା କରାଯିବା ପାଇଁ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।

ସେହିପରି ରାଜ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ୩ ମଇ ୨୦୨୧ରେ ଅନୁଷ୍ଠିତ ହେବାକୁ ଥିବା ପରବର୍ତ୍ତୀ ଦଶମ ଶ୍ରେଣୀ ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖାଯାଇଛି । ମହାମାରୀ ସ୍ଥିତିରେ ଉନ୍ନତି ଆସିବା ପରେ ପରୀକ୍ଷା ସମ୍ବନ୍ଧୀୟ ନିଷ୍ପତ୍ତି ନିଆଯିବ। ୨୦୨୦-୨୧ ଶିକ୍ଷାବର୍ଷରେ ନବମ ଓ ଏକାଦଶ ଶ୍ରେଣୀରେ ପାଠ ପଢୁଥିବା ସବୁ ଛାତ୍ରଛାତ୍ରୀଙ୍କୁ ଯଥାକ୍ରମେ ଦଶମ ଏବଂ ଦ୍ବାଦଶ ଶ୍ରେଣୀକୁ ଉତ୍ତୀର୍ଣ୍ଣ କରାଯିବ। ଏଥିପାଇଁ ସେମାନଙ୍କୁ କୌଣସି ପରୀକ୍ଷା ଦେବାକୁ ପଡ଼ିବ ନାହିଁ ।

ବର୍ତ୍ତମାନ ୨୦୨୦-୨୧ ଶିକ୍ଷାବର୍ଷର ଦଶମ ଓ ଦ୍ବାଦଶ ଶ୍ରେଣୀର ସମସ୍ତ କ୍ଲାସ ଆସନ୍ତା ୧୯.୪.୨୧ରିଖ ଠାରୁ ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମୟରେ ସ୍କୁଲରେ କୌଣସି ପ୍ରକାର ଶୈକ୍ଷିକ କାର୍ଯ୍ୟକ୍ରମ କରାଯାଇ ପାରିବ ନାହିଁ । ଏହି ନିଷ୍ପତ୍ତି ଓଡିଶା ରାଜ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡ ଓ ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ସହ ସହବନ୍ଧିତ ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ତଥା ଘରୋଇ ବିଦ୍ୟାଳୟ କ୍ଷେତ୍ରରେ ଲାଗୁ ହେବ ।

ସେହିପରି CBSE ଏବଂ ଓଡିଶା ଆଦର୍ଶ ବିଦ୍ୟାଳୟ ସହ ସହବନ୍ଧିତ ରାଜ୍ୟର ସମସ୍ତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ନିମନ୍ତେ ୧୪.୪.୨୧ରୁ CBSE ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶ କାର୍ଯ୍ୟକାରୀ ହେବ। ଆସନ୍ତା ୧୯.୦୪.୨୧ ଠାରୁ ରାଜ୍ୟର ସମସ୍ତ ଇଂରାଜୀ ମାଧ୍ୟମ ସ୍କୁଲ ଓ ସେମାନଙ୍କ ଦ୍ବାରା ପରିଚାଳିତ ହଷ୍ଟେଲ ଗୁଡିକ ମଧ୍ୟ ବନ୍ଦ ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

ଆସନ୍ତା ଜୁନ ୧୭ ତାରିଖରୁ ଓଡ଼ିଶା ଜଏଣ୍ଟ ଏଣ୍ଟ୍ରାନ୍‌ସ

ଭୁବନେଶ୍ୱର: ଆସନ୍ତା ଜୁନ ୧୭ ତାରିଖରୁ ଓଡ଼ିଶା ଜଏଣ୍ଟ ଏଣ୍ଟ୍ରାନ୍‌ସ ଏଗ୍‌ଜାମିନେସନ-OJEE ହେବ। ଅନଲାଇନରେ ହେବ OJEE । ପରୀକ୍ଷା ଜୁନ ୧୭ ତାରିଖରୁ ୨୪ମଧ୍ୟରେ ହେବ। ଓଡ଼ିଶା ଜଏଣ୍ଟ ଏଣ୍ଟ୍ରାନ୍‌ସ ଏଗ୍‌ଜାମିନେସନ-OJEE କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ -CBT ମୋଡ୍‌ରେ ହେବ  ହେବ ବୋଲି ସୂଚନା ମିଳିଛି। ବିଫାର୍ମା, ଏମବିଏମ, ଏମସିଏ ପାଇଁ ହେବ ଏଣ୍ଟ୍ରାନ୍‌ସ ଏଗ୍‌ଜାମ୍‌ ହେବ। ଓଜେଇଇ ୱେବସାଇଟରେ ଛାତ୍ରଛଆତ୍ରୀ ଆବେଦନ କରିପାରିବେ । ଜୁନ୍ ପ୍ରଥମ ସପ୍ତାହରୁ ମିଳିବ ଆଡମିଟ କାର୍ଡ । କମ୍ପ୍ୟୁଟର ବେସଡ ସିଷ୍ଟମ ମାଧ୍ୟମରେ ହେବ ପରୀକ୍ଷା ।

ଦିଲ୍ଲୀରେ ସପ୍ତାହନ୍ତ କର୍ଫ୍ୟୁ ଲାଗୁ, ମଲ,ସ୍ପା ଓ ଜିମ୍‌ ଆଦି ବନ୍ଦ କରିବାକୁ ନିଷ୍ପତ୍ତି

ନୂଆଦିଲ୍ଲୀ:   ଦେଶବ୍ୟାପୀ କରୋନା ସଂକ୍ରମଣ ବଢୁଥିବା ବେଳେ କୋଭିଡ ସଙ୍କଟକୁ ଦୂର କରିବା ପାଇଁ ଅରବିନ୍ଦ କେଜ୍ରିଓ୍ୱାଲ ସରକାର ଦିଲ୍ଲୀରେ ସପ୍ତାହନ୍ତ କର୍ଫ୍ୟୁ ଲାଗୁ କରିଛନ୍ତି । ଗଣମାଧ୍ୟମକୁ ସମ୍ବୋଧନ ବେଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ ଆଶ୍ୱାସନା ଦେଇଛନ୍ତିଯେ, ଦିଲ୍ଲରେ ହସ୍ପିଟାଲର କୌଣସି ଅଭାବ ନାହିଁ ଏବଂ ପର୍ଯ୍ୟାପ୍ତ ଔଷଧ ଯୋଗାଇ ଦେବାପାଇଁ ଉଦ୍ୟମ କରାଯାଉଛି । ତେବେ କରୋନା ସଂକ୍ରମଣ ଚେନ୍‌ଭାଙ୍ଗିବା ଏହାର ଏକ ମୂଳ ଲକ୍ଷ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ କର୍ଫ୍ୟୁ ସମୟରେ ଆପାତକାଳୀନ ସେବା ଜାରି ରହିବ ବୋଲି ସେ କହିଛନ୍ତି ।

ସର୍ବସାଧାରଣ ସ୍ଥାନରେ ମଲ, ସ୍ପା, ଅଡିଟୋରିୟମ ଏବଂ ଜିମ ବନ୍ଦ କରିବା ପାଇଁ ଆଦେଶ ଦିଆଯାଇଛି । ଅବଶ୍ୟ ସିନେମା ହଲ ୩୦ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିପାରିବ । କେବଳ ସେତିକି ନୁହେଁ ବରଂ ନିୟମ ଉଲଙ୍ଘନ କରୁଥିବା ବ୍ୟକ୍ତିଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆଦେଶ ଦିଆଯାଇଛି । ହସ୍ପିଟାଲରେ ଯେପରି ରୋଗୀଙ୍ଗୁ ଔଷଧ ଯୋଗାଇବାରେ କୌଣସି ସମସ୍ୟା ନ ହୁଏ ସେଥିପ୍ରତି ଦୃଷ୍ଟି ଦିଆଯିବା ସହିତ ପର୍ଯ୍ୟାପ୍ତ ଔଷଧ ଯେଗାଇ ଦିଆଯିବାର ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି ।

ଏହି ନିଷ୍ପତ୍ତି ଗୁରୁବାର ଉପ ରାଜ୍ୟପାଳ ଅନିଲ ବୈଜଲଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏକ ବୈଠକରେ ନିଷ୍ବତ୍ତି ନିଆଯାଇଛି । ଶନିବାର ଏବଂ ରିବାର ସଂପୂର୍ଣ୍ଣ ତାଲାବନ୍ଦ ପାଇଁ ପ୍ରସ୍ତାବ ରଖିଛନ୍ତି ।

ମହିଳାଙ୍କ ଉପରେ ସବାର ମୃତ ଝିଅର ଆତ୍ମା କହୁଛି ଦୁଷ୍କର୍ମ ଓ ହତ୍ୟାର କାହାଣୀ

ଯାଜପୁର: ଆତ୍ମା କହୁଛି ମୃତ୍ୟୁ କାହାଣୀ ! ସତ ହେଉ କି ମିଛ, ବିଶ୍ବାସ ହେଉ କି ଅନ୍ଧବିଶ୍ବାସ, କି ପ୍ରହେଳିକା । ଆତ୍ମା କହୁଛି ତାକୁ ଦୁଷ୍କର୍ମ ଓ ହତ୍ୟା କାହାଣୀ । ୪ମାସ ତଳୁ ନିଖୋଜ ଥିବା ଝିଅର କଙ୍କାଳ ମିଳିବା ପରେ ଗାଁର ଜଣେ ମହିଳାଙ୍କ ଉପରେ ତା’ ଆତ୍ମା ସବାର ହେଉଥିବା କୁହାଯାଉଛି । ଆଉ ମହିଳା ଜଣକ କହୁଛନ୍ତି ନିଖୋଜ ଝିଅର ଦୁଷ୍କର୍ମ ଓ ହତ୍ୟା କାହାଣୀ । ଯାଜପୁର ଜିଲା ଖଣ୍ଡରା ଗାଁରେ ଏଭଳି ଏକ ଘଟଣା ନଜରକୁ ଆସିଛି । ଗତ ୮ ତାରିଖରେ ଯାଜପୁର ସଦର ଥାନା ଅନ୍ତର୍ଗତ କପିଳେଶ୍ୱର ଗାଁର ଏକ ପୋଖରୀରୁ ଏକ କଙ୍କାଳ ମିଳିଥିଲା । କଙ୍କାଳ ବେକରେ ଥିବା ଓଢ଼ଣୀରୁ ଦେଖି ତାହା ଅହଲ୍ୟା ରାଉତଙ୍କ ଝିଅ ଶୁଭଶ୍ରୀଙ୍କର ବୋଲି ପରିବାର ଲୋକ କହିଥିଲେ ।

ଗାଁର ଜଣେ ସମ୍ପର୍କୀୟ ଖୁଡ଼ିଙ୍କ ଦେହରେ ଶୁଭଶ୍ରୀଙ୍କ ଆତ୍ମା ସବାର ହେବା ସହ ତାଙ୍କୁ କିପରି ଦୁଷ୍କର୍ମ ଓ ହତ୍ୟା କରାଯାଇଛି ସେ ସମ୍ପର୍କରେ କାନ୍ଦି କାନ୍ଦି କହୁଛନ୍ତି ବୋଲି ପରିବାର ଲୋକ କହିଛନ୍ତି । ଶୁଭଶ୍ରୀଙ୍କୁ ଦୁଷ୍କର୍ମ ପରେ ଦୁର୍ବୃତ୍ତମାନେ ତାଙ୍କୁ ହତ୍ୟା କରିଛନ୍ତି ବୋଲି ତାଙ୍କ ଖୁଡ଼ି କାନ୍ଦି କାନ୍ଦି କହୁଛନ୍ତି । ଏହାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି । ସେପଟେ ବିନା ଡିଏନ୍‌ଏ ଟେଷ୍ଟରେ କଙ୍କାଳକୁ ଶୁଭଶ୍ରୀଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଯାଇଥିଲା । ଏହା ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଛି । ଏହାଛଡ଼ା ପରିବାର ଲୋକ ଦୁଇ ଜଣଙ୍କ ନାଁରେ ଥାନାରେ ଏତଲା ଦେଇଥିଲେ ବି ପୋଲିସ ସେମାନଙ୍କୁ ଏଯାଏ ଗିରଫ କରିନି । ଘଟଣାର ତଦନ୍ତ ଚାଲିଛି, ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କୁ ଧରାଯିବ ବୋଲି ଯାଜପୁର ଏସ୍‌ଡିପିଓ କହିଛନ୍ତି । ତେବେ ସମ୍ପୃକ୍ତ ମହିଳାଙ୍କ କଥା କେତେ ସତ କେତେ ମିଛ ତାହା ଜଣାପଡ଼ି ନଥିବା ବେଳେ ପେଲିସର ତଦନ୍ତ ନେଇ ପ୍ରଶ୍ନ ଉଠାଇଛନ୍ତି ପରିବାର ଲୋକ । ନ୍ୟାୟ ନ ମିଳିଲେ ଗାଁଲୋକ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

ରାଜ୍ୟରେ ଦଶମ ଶ୍ରେଣୀ ପରୀକ୍ଷା ନେଇ ନିଷ୍ପତ୍ତି ନେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ପରେ ରାଜ୍ୟରେ ଦଶମ ଶ୍ରେଣୀ ପରୀକ୍ଷା କିଭଳି ହେବ । ପରୀକ୍ଷା ସମ୍ପୂର୍ଣ୍ଣ ବାତିଲ୍ ହେବ କି ପରବର୍ତ୍ତୀ ସମୟରେ ପରୀକ୍ଷା ହେବ । ଏ ନେଇ ନିଷ୍ପତ୍ତି ନେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ନିଷ୍ପତ୍ତି ନେବେ ପରେ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଗତକାଲି ସିବିଏସଇ ଦଶମ ବୋର୍ଡ ପରୀକ୍ଷା ବାତିଲ କରିଥିଲା କେନ୍ଦ୍ର । ଏଥିସହିତ ଦ୍ବାଦଶ ପରୀକ୍ଷା ସ୍ଥଗିତ ରଖାଯାଇଛି ।

ଏଥିସହିତ ପଢ଼ନ୍ତୁ: ବାତିଲ୍ ହେଲା ସିବିଏସ୍‌ଇ ପରୀକ୍ଷା: ଜାଣନ୍ତୁ କିଭଳି ପ୍ରକାଶ ପାଇବ ପରୀକ୍ଷା ଫଳ

ଅନୁଭବ-ବର୍ଷା ବିବାଦ: କଟକ ଜିଲ୍ଲା କୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅନୁଭବ

କଟକ: ଅନୁଭବ-ବର୍ଷା ପାରିବାରିକ ବିବାଦବ । କଟକ ଏସଡିଜେଏମ କୋର୍ଟଙ୍କ ନିର୍ଦେଶକୁ ଚ୍ୟାଲେଞ୍ଜ କରି କଟକ ଜିଲ୍ଲା ଜଜ୍ କୋର୍ଟଙ୍କ ଦ୍ବାରସ୍ଥ ହେଲେ ଅନୁଭବ । ଘରୋଇ ହିଂସା ଓ ଭରଣପୋଷଣ ନେଇ ମାମଲା କରିଛନ୍ତି ବର୍ଷା । ପରେ ଅନ୍ୟ ଘଟଣାଗୁଡିକୁ ମାମାଲାରେ ସଂଯୋଗ କରିବାକୁ ଆବେଦନ କରିଥିଲେ ବର୍ଷା । ବର୍ଷାଙ୍କ ଆବେଦନକୁ କୋର୍ଟ ଅନୁମତି ଦେଇଥିଲେ । ଏହା ବିରୋଧରେ ଅନୁଭବ କଟକ ଜିଲ୍ଲା ଜଜ୍‌ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ମହିଳା କମିଶନରଙ୍କୁ ଫେରାଦ ହେଲେ ବର୍ଷା ପ୍ରିୟଦର୍ଶିନୀ

ଅଜିତ ମଙ୍ଗରାଜଙ୍କ ଦେହାନ୍ତ: ନିର୍ବାଚନ ଆୟୋଗଙ୍କୁ ଅବଗତ କରାଇଲେ ସିଇଓ

ଭୁବନେଶ୍ୱର: କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ନିର୍ବାଚନ ଆୟୋଗଙ୍କୁ ଆବଗତ କରିଛନ୍ତି । ପିପିଲି ଉପ-ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ଆଇନତଃ ରିଟର୍ଣ୍ଣିଂ ଅଫିସର ଉପ-ନିର୍ବାଚନକୁ ସ୍ଥଗିତ ରଖିଥିଲେ । ଏହାପରେ ଏ ନେଇ ଗତକାଲି ହିଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଚିଠି ଲେଖି ଅବଗତ କରାଯାଇଛି । ଏହା ପରେ ନିର୍ବାଚନ ଆୟୋଗ ନୂଆ ତାରିଖ ଘୋଷଣା କରିବେ ବୋଲି କହିଛନ୍ତି ସିଇଓ ଶ୍ରୀ ଲୋହାନୀ । ନୂଆ କରି ବିଜ୍ଞପ୍ତି ଜାର ହେବା ପରେ ଯେଉଁ ଦଳର ପ୍ରାର୍ଥୀଙ୍କ ମୃତ୍ୟୁ ଘଟିଛି କେବଳ  ସେହି ଦଳ ପ୍ରାର୍ଥୀ ଦେଇପାରିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ତେବେ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ପ୍ରଦେଶ ନିର୍ବାଚନ ଫଳାଫଳ  ମଇ ୨ରେ ପ୍ରକାଶ ପାଇବାକୁ ଥିବା ବେଳେ ଏହାରି ମଧ୍ୟରେ ନିର୍ବାଚନ ତାରିଖ ଘୋଷଣା କରାଯାଇପାରିବେ ବୋଲି ଆଶା କାରାଯାଉଛି ।

ଏଥିସହିତ ପଢ଼ନ୍ତୁ: ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ କ’ଣ ହେବ?

ଆଇପିଏଲ୍ ଆଚରଣ ବିଧି ଭାଙ୍ଗି ଅଡ଼ୁଆରେ କୋହଲି

0

ଚେନ୍ନାଇ: ଅଡ଼ୁଆରେ ଆରସିବି ଅଧିନାୟକ ବିରାଟ କୋହଲି। ଗତକାଲି ଚେନ୍ନାଇର ଏମ ଏ ଚିଦାମ୍ବରମ ଷ୍ଟାଡିୟମରେ ସନ ରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ  ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଚମତ୍କାର ପ୍ରଦର୍ଶନ କରି ୬ ରନରେ  ବିଜୟ ହାସଲ କରିଛି। କିନ୍ତୁ ଏହି ବିଜୟ ପରେ ଆରସିବିର ସମସ୍ୟା ବଢ଼ିପାରେ । କାରଣ ଏହି ମ୍ୟାଚ ସମୟରେ ଆରସିବି ଅଧିନାୟକ ବିରାଟ କୋହଲି ଆଇପିଏଲର ଆଚରଣ ବିଧି ଉଲଙ୍ଘନ କରିଥିବା ସାମ୍ନାକୁ ଆସିଛି।

ସନ ରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ ଶେଷ ହେବା ପରେ କୋହଲିଙ୍କର ଏକ ଭିଡ଼ିଓ ଭାଇରାଲ ହେଉଛି । ଯେଉଁଥିରେ କୋହଲି ଆଉଟ ହେବା ପରେ ପାଭିଲିୟନକୁରେ ପହଞ୍ଚି ନିଜ ରାଗ ଉତାରୁଥିବା ଦେଖିବାକୁ ମିଳିଛି । ସେ ପୁଣଇ ଚେୟାର ଉପରେ । ଭିଡିଓରେ ବିରାଟ୍ ରାଗିଯାଇ ପାଭିଲିୟନର ଚେୟାରକୁ ବ୍ୟାଟ୍ ରେ ମାରୁଥିବା ଦେଖାଯାଇଛି। କୋହଲିଙ୍କ ଏଭଳି ଆଚରଣ ଆଇପିଏଲ୍ ଆଚରଣ ବିଦ୍ଧିର ବିରୁଦ୍ଧରେ ଯାଉଛି ।

ଆଇପିଏଲ କୋଡ୍ ଅଫ କଣ୍ଡକ୍ଟ ବା ଆଚରଣ ବିଧି ଅନୁଯାୟୀ ଖେଳାଳି ମଇଦାନର କୌଣ,ସି ବି ସାମଗ୍ରୀ ଭଙ୍ଗାରୁଜା କରିପାରିବେ ନାହିଁ । ବିରାଟଙ୍କ ବିରୁଦ୍ଧରେ ଅଫେନ୍ସ 2.2ର ଲେଭଲ୍ 1 ମାମଲା ହୋଇଛି । ବିରାଟ ମଧ୍ୟ ନିଜେ ଆଚରଣ ବିଧି ଉଲଙ୍ଘନ କରିଥିବା କଥା ମାନିଛନ୍ତି।

ତେବେ ବର୍ତ୍ତମାନ ଏହି ମାମଲାରେ କୋହଲିଙ୍କୁ ତାଗିଦ୍ କରାଯାଇଛି । ଏବଂ ଏ ନେଇ ମ୍ୟାଚ୍ ରେଫରି ଯାହା ନିଷ୍ପତ୍ତି ନେବେ ତାହା ହିଁ ଚୂଡ଼ାନ୍ତ ନିଷ୍ପତ୍ତି ହେବ।

 

ଆଉ ଦେଢ଼ ଦିନ ପାଇଁ ରାଜ୍ୟରେ ମହଜୁଦ୍ ରହିଛି କରୋନା ଟିକା: ବିଜୟ ପାଣିଗ୍ରାହୀ

ଭୁବନେଶ୍ୱର: ଗତକାଲି ୫୫୬ କେନ୍ଦ୍ରରେ ୭୧୪୭୧ଜଣଙ୍କୁ ଟିକା ଦିଆଯାଇଛି। ଏ ଯାଏଁ ୪୬ଲକ୍ଷ ୫୬ହଜାର ୪୫୦ ଡୋଜ ଟିକା ଦେଇସାରିଛୁ। ସବୁ ସ୍ଥାନରେ ଟିକାକରଣ ଚାଲିଛି। ଆଜି ପ୍ରାୟ ୧ ହାଜର ଟିକା କେନ୍ଦ୍ରରେ ଟିକାକରଣ ଚାଲିଛି। ଗତକାଲି ୧୦ ଜିଲ୍ଲାରେ ଟିକାକରଣ ବନ୍ଦ ଥିଲା। ଟିକା କମ୍ ଅଛି। ଆଜି ସୁଦ୍ଧା ୨ ଲକ୍ଷ ଡୋଜ କୋଭିସିଲ୍ଡ ଓ କୋଭାକ୍ସିନ୍ ଅଛି। ଏହା ଆଉ ଦେଢ଼ ଦିନ ଯାଏ କାମ କରିବ। ଗତ ୧୨ ତାରିଖରେ ୨ଲକ୍ଷ ୭୧ହଜାର ଟିକା ଆସିଥିଲା। ଏ ଯାଏଁ କେନ୍ଦ୍ର କିଛି ଚିଠି ଦେଇନାହାନ୍ତି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ଅପରପକ୍ଷରେ ବଲାଙ୍ଗୀର ଜିଲ୍ଲାରେ କରୋନା ଭୀଷଣ ରୂପ ଧାରଣ କରିବାରେ ଲାଗିଛି । ଗତ କିଛି ଦିନ ହେଲା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଜିଲ୍ଲାରେ କରୋନା ଟିକାଦାନ କେନ୍ଦ୍ର ଗୁଡ଼ିକରେ ତାଲା ଝୁଲୁଛି । ଟିକା ଅଭାବରୁ ଜିଲ୍ଲାର ୫୬ଟି ଟିକାଦାନ କେନ୍ଦ୍ର ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ଆଜି ଟିକା ନେବା ପାଇଁ ବିଭିନ୍ନ ଟିକା କେନ୍ଦ୍ରକୁ ଆସିଥିବା ଲୋକେ ଗେଟରେ ତାଲା ଝୁଲୁଥିବା ଦେଖି ଅସନ୍ତୋଷ ପ୍ରକାଶ କରି ଫେରି ଯାଇଛନ୍ତି । ତେବେ ପୁଣି କେବେ ଟିକା ଆସିବ ଓ ଲୋକେ ନେବେ ତାହାକୁ ନେଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଠିକ୍ ଭାବରେ କିଛି ସ୍ପଷ୍ଟ କରିପାରୁନାହିଁ । ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ମୋଦି ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଟିକା ଉତ୍ସବ ପାଳନ ନେଇ ଘୋଷଣା କରିଥିଲେ । ତେବେ ବଲାଙ୍ଗିରରେ ଟିକା ଅଭାବରୁ ଏହି ଉତ୍ସବରେ ପୂର୍ଣ୍ଣଚ୍ଛେଦ ପଡ଼ିଛି ।

ଏଥିସହିତ ପଢ଼ନ୍ତୁ: ମିଳିଲାନି ଭ୍ୟାକ୍ସିନ୍, ବଲାଙ୍ଗିର ଜିଲ୍ଲାରେ ସମସ୍ତ ୫୬ କେନ୍ଦ୍ରରେ ଟିକାକରଣ ବନ୍ଦ

ଦେଶରେ ୨ ଲକ୍ଷ ଟପିଲା ଦୈନିକ କରୋନା ସଂକ୍ରମଣ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କଲବଲ କଲାଣି କରୋନା । ଦିନକରେ ୨ଲକ୍ଷ ଟପିଲା ଦୈନିକ ସଂକ୍ରମଣ । ୨୪ଘଣ୍ଟାରେ ଦେଶରେ ୨ଲକ୍ଷ ୭୩୯ ନୂଆ ପଜିଟିଭ୍ ଚିହ୍ନଟ ହୋଇଛି । ଏହା ସହିତ ଆଉ ୧ ହଜାର ୩୮ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି । ଦିନକରେ ୯୩ହଜାର ୫୨୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ଦେଶରେ ମୋଟ୍ କରୋନା ଆକ୍ଟିଭ କେସ୍ ୧୪ଲକ୍ଷ ୭୧ହଜାର ୮୭୭ ଥିବା ବେଳେ ମୋଟ୍ ମୃତ୍ୟୁସଂଖ୍ୟା ଲକ୍ଷେ ୭୩ହଜାର ୧୨୩ରେ ପହଞ୍ଚିଛି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ୨୯୮୯ ନୂଆ କରୋନା ସଂକ୍ରମିତ ଚିହ୍ନଟ