ପାଟିରେ ନିଶ୍ୱାସ ଦେଇ ବିଷଧର ସାପକୁ ବଞ୍ଚାଇଲେ ଯୁବକ

ମାଲକାନଗିରି: ବିଷଧର ସାପକୁ ଅକ୍ସିଜେନ୍‌। ଅଚେତ ନାଗସାପକୁ ଅକ୍ସିଜେନ୍‌ ଫୁଙ୍କି ବଞ୍ଚାଇଲେ ଜଣେ ଯୁବକ । ଏଭଳି ଏକ ଘଟଣା ମାଲକାନଗିରି ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ଏ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏ କଥାଟା ପଢିବା ବେଳେକୁ ଟିକେ ଅଡୁଆ ଲାଗୁଥିବ, ମାତ୍ର ଘଟଣାଟି ସତ । ଅଚେତ ବିଷଧର ସାପକୁ ଅକ୍ସିଜେନ୍‌ ଦେଇ ବଞ୍ଚାଇଛନ୍ତି ଜଣେ ବ୍ୟକ୍ତି।

ସୂଚନା ମୁତାବକ ମାଲକାନଗିରି ନୂଆଗୁଡା ଗ୍ରାମରେ ଜଣଙ୍କ ଘରେ ଏକ ବିଷଧର ନାଗସାପ ପଶିଥିଲା । ଲୋକମାନେ ଏହାକୁ ଦେଖି ଭୟ କରିଥିଲେ। ସ୍ନେହାଶୀସ ନାୟକ ନାମକ ଜଣେ ଯୁବକ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ । ୪ ଫୁଟ୍‌ର ନାଗ ସାପ ଅଚେତ ହୋଇ ପଡିଥିଲା । ସେ ଏକ ପ୍ଲାଷ୍ଟିକ୍‌ ପାଇପ୍‌ ଯୋଗେ ସାପ ପାଟିରେ ପୁରାଇ ତାକୁ କିଛି ପବନ ଦେଇଥିଲେ ।

ଯୁବକ ଜଣଙ୍କ ନଳୀ ସାହାଯ୍ୟରେ ସାପଟିକୁ କିଛି ସମୟ ଫୁଙ୍କିବା ପରେ ସାପଟି ଚେତା ପାଇଥିଲା। ଅଚେତ ହୋଇପଡ଼ିଥିବା ସାପଟି ଚେତା ଫେରି ପାଇଥିଲା । ପରବର୍ତ୍ତୀ ସମୟରେ ସାପଟିକୁ ପାଣି ଦେବା ପରେ ନିକଟସ୍ଥ ଜଙ୍ଗଲରେ ଛାଡି ଦିଆଯାଇଥିଲା । ଉକ୍ତ ଯୁବକ ଜଣକ ପୋଲିସ ଚାକିରୀ କରିଥିବାବେଳେ ଅଚେତ ସାପଟିକୁ ବଞ୍ଚାଇବାରେ ବଡ ଭୂମିକା ନିର୍ବାହ କରିଥିଲେ ।

Leave a Reply