spot_img
Home Blog Page 5737

ଚିନ୍ତା ବଢ଼ାଉଛି କରୋନା, ଦିନକରେ ୨ ଲକ୍ଷ ୫୯ ହଜାର ୧୭୦ ପଜିଟିଭ

ନୂଆଦିଲ୍ଲୀ: ଚିନ୍ତା ବଢ଼ାଇଲାଣି ମହାମାରୀ କରୋନା। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ଆଜି ଚିହ୍ନଟ ହୋଇଛନ୍ତି ୨ ଲକ୍ଷ ୫୯ ହଜାର ୧୭୦ ଜଣ ଆକ୍ରାନ୍ତ । ଏଥିସହିତ ଭାଇରସରେ ୧୭୬୧ ଜଣଙ୍କର ଜୀବନ ଯାଇଛି । ଆଜିର ସଂଖ୍ୟାକୁ ମିଶାଇ ଏପର୍ଯ୍ୟନ୍ତ ସାରା ଦେଶରେ କରୋନାରେ ସଂକ୍ରମିତ ହେଲେଣି ୧ କୋଟି ୫୩ ଲକ୍ଷ ୨୧ ହଜାର ୮୯ ଜଣ ଆକ୍ରାନ୍ତ।

ସେହିପରି ଏଯାଏଁ ସୁସ୍ଥ ହେଲେଣି ୧ କୋଟି ୩୧ ଲକ୍ଷ ୦୮ ହଜାର ୫୮୨ ଜଣ ଆକ୍ରାନ୍ତ। କରୋନାରେ ସାରା ଦେଶରେ ୧ ଲକ୍ଷ ୮୦ ହଜାର ୫୩୦ ଜଣଙ୍କ ଜୀବନ ଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨୦ ଲକ୍ଷ ୩୧ ହଜାର ୯୭୭ ଜଣ ଆକ୍ରାନ୍ତଙ୍କର ଚାଲିଛି ଚିକିତ୍ସା । ଅପରପକ୍ଷେ ୧୨ କୋଟି ୭୧ ଲକ୍ଷ ୨୯ ହଜାର ୧୧୩ ଜଣଙ୍କୁ ଦିଆଯାଇଛି ଭ୍ୟାକ୍ସିନ।

କରୋନା ନେଲା ଆଉ ୫ ଜୀବନ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ କରୋନାର ୪ ହଜାର ୭୬୧ଟି ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ୫ ଜଣଙ୍କ ମୃତ୍ୟୁ ହୋଇଛି । କେନ୍ଦୁଝର ଜିଲ୍ଲାରୁ ୧, ରାୟଗଡା ଜିଲ୍ଲାରୁ ୧ ଓ ନୂଆପଡା ଜିଲ୍ଲାରୁ ସର୍ବାଧିକ ୩ ଜଣ କୋଭିଡ୍ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏଥିସହ ରାଜ୍ୟରେ କୋଭିଡ୍ ମୃତ୍ୟୁସଂଖ୍ୟା ୧୯୫୩କୁ ବୃଦ୍ଧି ପାଇଛି ।

ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୭୭ ହଜାର ୪୬୪କୁ ବୃଦ୍ଧି ପାଇଥିବା ବେଳେ ରାଜ୍ୟରେ ୨୭ ହଜାର ୮୨୧ଟି ସକ୍ରୀୟ ସଂକ୍ରମଣ ମାମଲା ରହିଛି । ଗତ ୨୪ ଘଣ୍ଟାରେ ୧୫୦୩ ଜଣ କରୋନାରୁ ସୁସ୍ଥ ହେବା ସହ ମୋଟ ଆରୋଗ୍ୟ ସଂଖ୍ୟା ୩ ଲକ୍ଷ ୪୭ ହଜାର ୬୩୭କୁ ବୃଦ୍ଧି ପାଇଛି ।

ସେପଟେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଥିବାରୁ ୧୦ଜିଲ୍ଲା ଏବେ ରୋଡ୍ ଜୋନରେ । ଖୋର୍ଦ୍ଧା, ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର , ବଲାଙ୍ଗୀର, ବରଗଡ଼, ନୂଆପଡା, କଳାହାଣ୍ଡି, କଟକ ଓ ପୁରୀ ଜିଲ୍ଲାକୁ ରେଡ୍ ଜୋନ ଘୋଷଣା କରାଯାଇଛି ।

ରାଜ୍ୟରେ ଦୈନିକ ୪୭୬୧ କରୋନା ପଜିଟିଭ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୮୨୦

ଭୁବନେଶ୍ୱର:  ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ଗତ ୨୪ ଘଣ୍ଟାରେ ୪୭୬୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରେ କରୋନାର ୪ ହଜାର ୭୬୧ଟି ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । କ୍ୱାରେଣ୍ଟାଇନରୁ ୨୭୮୫ଟି ମାମଲା ଆସିଥିବା ବେଳେ ୧୯୭୬ଟି ମାମଲା ସ୍ଥାନୀୟ ସଂକ୍ରମଣ । ଖୋର୍ଦ୍ଧାରୁ ସର୍ବାଧିକ ୮୨୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୬୭୩, ଅନୁଗୁଳରୁ ୮୧, ବାଲେଶ୍ୱରରୁ ୮୪, ବରଗଡ଼ରୁ ୧୯୮, ଭଦ୍ରକରୁ ୬୩, ବଲାଙ୍ଗିରରୁ ୩୨୨, ବୌଦ୍ଧରୁ ୨୩, କଟକରୁ ୧୭୬,  ଦେବଗଡ଼ରୁ ୩୧, ଢେଙ୍କାନାଳରୁ ୬, ଗଜପତିରୁ ୩୧, ଗଞ୍ଜାମରୁ ୪୯, ଜଗତସିଂହପୁରରୁ ୨୨,  ଯାଜପୁରରୁ ୮୬, ଝାରସୁଗୁଡ଼ାରୁ ୨୩୪, କଳାହାଣ୍ଡିରୁ ୧୬୭, କନ୍ଧମାଳରୁ ୨୫, କେନ୍ଦ୍ରାପଡ଼ାରୁ ୫୦, କେନ୍ଦୁଝରରୁ ୧୦୩, ଖୋର୍ଦ୍ଧାରୁ ୮୨୦,  କୋରାପୁଟରୁ ୩୧, ମାଲକାନଗିରିରୁ ୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି ମୟୂରଭଞ୍ଜରୁ ୮୬, ନବରଙ୍ଗପୁରରୁ ୧୫୪, ନୟାଗଡ଼ରୁ ୬୩, ନୂଆପଡ଼ାରୁ ୫୩୪, ପୁରୀରୁ ୧୯୩, ରାୟଗଡ଼ାରୁ ୬୦, ସମ୍ବଲପୁରରୁ ୧୮୩, ସୋନପୁରରୁ ୪୭, ସୁନ୍ଦରଗଡ଼ରୁ ୬୭୩ ଏବଂ ଷ୍ଟେଟ୍ ପୁଲରୁ ୧୬୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୭୭ ହଜାର ୪୬୪କୁ ବୃଦ୍ଧି ପାଇଥିବା ବେଳେ ରାଜ୍ୟରେ ୨୭ ହଜାର ୮୨୧ଟି ସକ୍ରୀୟ ସଂକ୍ରମଣ ମାମଲା ରହିଛି । ଗତ ୨୪ ଘଣ୍ଟାରେ ୧୫୦୩ ଜଣ କରୋନାରୁ ସୁସ୍ଥ ହେବା ସହ ମୋଟ ଆରୋଗ୍ୟ ସଂଖ୍ୟା ୩ ଲକ୍ଷ ୪୭ ହଜାର ୬୩୭କୁ ବୃଦ୍ଧି ପାଇଛି ।

କୋରାପୁଟରୁ ୧୦୨ କେଜି ଗଞ୍ଜେଇ ସହ ଗାଡି ଜବତ, ୪ ଗିରଫ

ଲମତାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ପୋଲିସକୁ ମିଳିଛି ପୁଣି ଏକ ବଡ ସଫଳତା। ଲମତାପୁଟ ପୋଲିସର ରାତ୍ରି ପେଟ୍ରୋଲିଂ ସମୟରେ ଅନକାଡେଲି ଅଞ୍ଚଳରୁ ଉତ୍ତର ପ୍ରଦେଶକୁ ଅଞ୍ଚଳକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ  ଧରାପଡିଛି ।

ସୂଚନା ଅନୁଯାୟୀ, କାଙ୍ଗ୍ରାପଡା ଛକ ନିକଟରେ ପୋଲିସ ହାତରେ ଧରା ପଡିଛି ଗଞ୍ଜେଇ ଭର୍ତ୍ତି ଏକ ସୁଇପଟ ଡିଜାର ଗାଡି। ତା’ ସହ ଉତ୍ତର ପ୍ରଦେଶ ଅଞ୍ଚଳର ୪ ଜଣକୁ ଗିରଫ କରାଯାଇଛି। ଗଞ୍ଜେଇ ଚାଲାଣରେ ବ୍ୟବହୃତ ସୁଇପଟ ଡିଜାର ଗାଡିକୁ ଲମତାପୁଟ ପୋଲିସ ଜବତ କରିବା ସହ ଗାଡ଼ିରୁ ୧୦୨ କେଜି ୪୦୦ ଗ୍ରାମ ଗଞ୍ଜେଇ ମଧ୍ୟ ଜବତ କରାଯାଇଛି।

ଜବତ ଗଞ୍ଜେଇର ଆନୁମାନିକ ମୁଲ୍ୟ ୩ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ପୋଲିସ ସୁତ୍ରରୁ ପ୍ରକାଶ । ଅନ୍ୟପଟେ ଉତ୍ତର ପ୍ରଦେଶ ଅଞ୍ଚଳର ଅଜୟ ପ୍ରତାପ ପରି, ହରିଶଙ୍କର ସିଂ, ଗୁଳସଦ ଓ ରାହୁଲ ବର୍ମାକୁ ଲମତାପୁଟ ଗିରଫ କରାଯାଇଛି। ଏହାର ଅଧିକ ତଦନ୍ତ ପରେ ୪ ଜଣକୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

 

ଶେଷ ହୋଇଛି ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢୀ ଠାକୁରାଣୀଙ୍କ ଯାତ୍ରା

ବ୍ରହ୍ମପୁର: ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢୀ ଠାକୁରାଣୀଙ୍କ ଯାତ୍ରା ମଙ୍ଗଳବାର ଦିନ ଶେଷ ହୋଇଛି । ୧୧ ଦିନ ଧରି ବାପ ଘରେ ରହିବା ପରେ ଆଜି ଭୋରୁ ମା’ ନିଜ ମୁଖ୍ୟ ମନ୍ଦିରକୁ ଫେରିଛନ୍ତି। କୋଭିଡ କଟକଣା ମଧ୍ୟରେ କଡା ପୋଲିସ ସୁରକ୍ଷା ବଳୟ ମଧ୍ୟରେ ସେବାୟତମାନେ ମା’ଙ୍କୁ ଆଣିଥିଲେ।

ସୂଚନା ଅନୁଯାୟୀ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ୧୪୪ ଧାରା ଲଗାଯାଇଥିବା ବେଳେ ସାଧାରଣ ଲୋକଙ୍କ ଭିଡ ଦେଖିବାକୁ ମିଳିନଥିଲା। ମା’ଙ୍କ ଯାତ୍ରାକୁ ସପ୍ତାହେ ମଧ୍ୟରେ ସାରିବାକୁ ନିଷ୍ପତ୍ତି ନିଆଯାଇଥିଲା । ହେଲେ ଦୁଇ ସେବାୟତ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ମା’ ଅସ୍ଥାୟୀ ପୀଠରେ ରହି ପୂଜା ପାଉଥିଲେ।

ଉଲ୍ଲେଖଯୋଗ୍ୟ, ପ୍ରଥମ ପର୍ଯ୍ୟାୟରେ ଯାତ୍ରା ପାଇଁ ୭ ଦିନ ଲାଗି ଅନୁମତି ପ୍ରଦାନ କରିଛି ବ୍ରହ୍ମପୁର ମହାନଗର ନିଗମ । କରୋନା କଟକଣା ମଧ୍ୟରେ ହେବ ଯାତ୍ରା ମା’ ବୁଢୀ ଠାକୁରାଣୀଙ୍କ ଯାତ୍ରା । ପୂର୍ବରୁ ଶୁଭଖୁଣ୍ଟି ସ୍ଥାପନ ହୋଇ ସାରିଛି । ତେବେ ପରବର୍ତ୍ତୀ ସମୟରେ ୭ ଦିନ ଧରି ଏହି ଯାତ୍ରା କରିବାକୁ ଅନୁମତି ଦେଇଥିଲା ପ୍ରଶାସନ। କୋଭିଡ୍ ଗାଇଡଲାଇନ୍ ପାଳନ କରି ୭ ଦିନ ମଧ୍ୟରେ ଯାତ୍ରା ସାରିବାକୁ ଟ୍ୱିଟ୍ କରି ସୂଚନା ଦେଇଥିଲେ ବିଇଏମସି କମିଶନର।

ସେହିପରି ଯାତ୍ରା ପାଇଁ କୌଣସି ବିରାଟ ପଟୁଆରକୁ ମନା କରାଯାଇଥିବା ବଳେ ଅସ୍ଥାୟୀ ମନ୍ଦିରରେ ସାମାଜିକ ଦୂରତା ରଖି ଶ୍ରଦ୍ଧାଳୁ ଦର୍ଶନ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ଜିଲ୍ଲା ବ୍ୟତୀତ ବାହାର ରାଜ୍ୟର କୌଣସି ଭକ୍ତଙ୍କୁ ଆସିବାକୁ ମଧ୍ୟ ବାରଣ କରାଯାଇଥିଲା।

ଏଥିସହ ପଢନ୍ତୁ- ୭ ଦିନ ପାଇଁ ବ୍ରହ୍ମପୁର ବୁଢୀ ଠାକୁରାଣୀ ଯାତ୍ରାକୁ ଅନୁମତି

 

କରୋନା କଟକଣାରେ ହେବ ଶ୍ରୀଲିଙ୍ଗରାଜଙ୍କ ଅଶୋକାଷ୍ଟମୀ ରଥଯାତ୍ରା

ଭୁବନେଶ୍ୱର: କରୋନା କଟକଣା ଭିତରେ ମଙ୍ଗଳବାର ଦିନ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଅଶୋକାଷ୍ଟମୀ ରଥଯାତ୍ରା ଆୟୋଜିତ ହେବାକୁ ଯାଉଛି। ଯାହାକୁ ନେଇ ଚଳଚଞ୍ଚଳ ହୋଇପଡିଛି ଏକାମ୍ର କ୍ଷେତ୍ର । ବିନା ଭକ୍ତରେ ସିମୀତ ସଂଖ୍ୟକ ପୋଲିସ ଓ ସେବାୟତରେ ହେବ ଏହି ରଥଯାତ୍ରା । ଅପରାହ୍ନ ୧୨ଟାରୁ ରଥ ଦାଣ୍ଡରେ ୧୪୪ ଧାରା ଲାଗୁ କରାଯିବ। ଦାଣ୍ଡର ଦୁଇ ପଟେ ଥିବା ଘର ମାନଙ୍କର ଛାତ ଉପରେ ମଧ୍ୟ ଲୋକଙ୍କୁ ଦେଖିବାକୁ ଅନୁମତି ଦିଆଯାଇ ନାହିଁ।

ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ ଟ୍ରାଫିକ୍ କଟକଣା ଜାରି କରାଯାଇଛି । ଟ୍ରାଫିକ୍ କଟକଣା ଅନୁଯାୟୀ କୌଣସି ଯାନବାହନକୁ ମାଉସୀ ମା  ଛକଠାରୁ ରଥ ରୋଡରେ ଯିବାକୁ ଅନୁମତି ଦିଆଯିବ ନାହିଁ। ସବୁ ଗାଡ଼ି ଗୁଡ଼କ ମାଉସୀ ମା ଛକଠାରୁ ମ୍ୟୁଜିୟମ ଛକ ଆଡ଼କୁ କିମ୍ବା ବିବେକାନନ୍ଦ ମାର୍ଗ ରାସ୍ତାରେ ଯିବା ଆସିବା କରିପାରିବେ। ରଥ ଖଳାଠାରୁ ରଥ ରୋଡରେ କୌଣସି ଯାନବାହନକୁ ଯିବାକୁ ଅନୁମତି ମିଳିବନି।

ସେହିପରି ମହାଦେବ ମନ୍ଦିର ପଟରୁ ବିଏମସି ମାର୍କେଟ କମ୍ଲେକ୍ସ କିମ୍ବା ବିନ୍ଦୁସାଗର ରାସ୍ତା ଦେଇ ଯାଇପାରିବେ। ନିୟମ ଉଲ୍ଲଂଘନ କଲେ ଉଲ୍ଲଂଘନକାରୀଙ୍କ ଠାରୁ ୫୦୦ଟଙ୍କା କିମ୍ବା ସର୍ବାଧିକ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ ବୋଲି କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ।

କୋଭିଡ ସଂକ୍ରମିତ ବଢିବାରୁ ବନ୍ଦ ରହିବ ଶ୍ରୀଲିଙ୍ଗରାଜ ମନ୍ଦିର । ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିର ପୁଣି ଥରେ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ବିଏମସି । ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ଉପରେ ରୋକ ଲଗାଯାଇଛି । କିନ୍ତୁ ମନ୍ଦିର ଭିତର ପୂର୍ବପରି ନୀତିକାନ୍ତି ଜାରି ରହିବ । ନୀତିକାନ୍ତିରେ କୈଣସି ପରିବର୍ତ୍ତନ କରାଯିବ ନାହିଁ । ସେହିପରି ସେବାୟତ ମାନେ ନୀତିକାନ୍ତି ସମ୍ପାଦନ କରିବେ । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଲିଙ୍ଗରାଜଙ୍କ ସମସ୍ତ ନୀତିକାନ୍ତି ଜାରି ରହିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।

କରୋନା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ମଙ୍ଗଳବାର ଦିନ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ଅପରାହ୍ନ ୫ଟା ୩୦ ମିନିଟରେ ସମସ୍ତ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ସୂଚନା ଅନୁଯାୟୀ, ବଢୁଥିବା କରୋନା ସଂକ୍ରମଣକୁ ଚେକ୍ ଦେବାକୁ ପ୍ରସ୍ତୁତ ହୋଇଛନ୍ତି ରାଜ୍ୟ ସରକାର। କରୋନା କଟକଣା କଡାକଡି କରିବା ସହ ସଚେତନ ଅଭିଯାନ ଜାରି ରହିଛି। ତେବେ ରାଜ୍ୟରେ କିଭଳି ରହିଛି ସ୍ଥିତି। ଆଗକୁ କି ପଦକ୍ଷେପ ନିଆଯାଇପାରିବ। କ’ଣ କଲେ କରୋନାକୁ ମାତ୍ ଦିଆଯାଇ ପାରିବ ସେନେଇ ଆଜି ଗୁରୁତ୍ବପୂର୍ଣ୍ଣ ବୈଠକ ରହିଛି ।

ମୁଖ୍ୟମନ୍ତ୍ରୀ ନିୟମିତ ମାସ୍କ ବ୍ୟବହାର କରିବାକୁ ଲୋକମାନଙ୍କୁ ନିବେଦନ କରୁଛନ୍ତି । ମାସ୍କ ହିଁ ସମସ୍ତଙ୍କର ଜୀବନ ରକ୍ଷାକାରୀ କବଚ । ଏଥିରେ ସାମାନ୍ୟ ଅବହେଳା ଆମକୁ ସଂକଟରେ ପକାଇବା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାସ୍କ ହିଁ ଆମକୁ କରୋନାରୁ ସୁରକ୍ଷିତ କରିବ। ନିଜର ତଥା ନିଜ ପ୍ରିୟଜନଙ୍କ ସୁରକ୍ଷା ପାଇଁ ଏଥିରେ ହେଳା କରନ୍ତୁ ନାହିଁ। କୋଭିଡ ନିୟମ ମାନିବା ସହ ନିୟମିତ ମାସ୍କ ପିନ୍ଧି କରୋନାକୁ ଘରେ ପଶିବାକୁ ଦିଅନ୍ତୁ ନାହିଁ। ଆସନ୍ତୁ, ଏହି ଲଢେଇକୁ ଦୃଢତାର ସହ ଲଢିବା ବୋଲି ଟ୍ୱିଟ୍ ଯୋଗେ ଜନତାଙ୍କୁ ନିବେଦନ କରିଥିଲେ ।

ସେହିପରି ବଢ଼ୁଥିବା ସଂକ୍ରମଣ ମାମଲାକୁ ଦେଖି ରାଜ୍ୟର ସମସ୍ତ ସହରାଞ୍ଚଳରେ ଶନିବାର ଠାରୁ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ହୋଇଛି । କୋଦାନବଜାର, ହାଟ ଯିବାବେଳେ ସମସ୍ତେ ମାସ୍କ ପିନ୍ଧିବାକୁ ସରକାର ନିବେଦନ କରିଛନ୍ତି । ହାଟରେ ପ୍ରତି ଦୋକାନ ମଧ୍ୟରେ ଦୂରତା ରଖା ଉପରେ ଗୁରୁତ୍ୱ ଦିଆଯାଉଛି ।

ଏଥିସହ ପଢନ୍ତୁ- ନିୟମିତ ମାସ୍କ ପିନ୍ଧିବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

୪୫ ରନରେ ମ୍ୟାଚ ଜିତିଲା ଚେନ୍ନାଇ

ମୁମ୍ବାଇ: ଆଜି ଆଇପିଏଲରେ ରାଜସ୍ଥାନକୁ ହରାଇଲା ଚେନ୍ନାଇ । ଧୋନୀବାହିନୀ ଆଗରେ ଫେଲ୍ ମାରିଛି ରାଜସ୍ଥାନ । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ସୁପରକିଙ୍ଗ୍ସ ୧୮୮ ରନ୍ କରିଥିବାବେଳେ ରାଜସ୍ଥାନ ମାତ୍ର ୧୪୩ ରନରେ ଅଟକି ଯାଇଥିଲା । ସେପଟେ ଫାଫ୍‌ ଡୁପ୍ଲେସିସ ସର୍ବାଧିକ 33 ରନ୍‌ର ଇଂନିସ ଖେଳିଛନ୍ତି । ମୋଇନ ଅଲୀ 26, ଅମ୍ବାତି ରାୟୁଡୁ 27 ଓ ସୁରେଶ ରାଇନା 18 ରନରେ ଆଉଟ ହୋଇଥିଲେ ।

ସେହିପରି କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି 18 ରନ କରିଥିଲେ । ଶେଷ ଭାଗରେ ଅଲରାଉଣ୍ଡର ବ୍ରାଭୋ 8 ବଲ୍‌ରୁ 2ଟି ଚୌକା ଓ ଗୋଟିଏ ଛକା ସହାୟତାରେ 20 ରନ୍‌ର ବିସ୍ଫୋରକ ଇଂନିସ ସହ ଦଳୀୟ ସ୍କୋର 180 ପାର୍‌ କରାଇଥିଲେ ।

ରାଜସ୍ଥାନ ରୟାଲ୍ସ ପକ୍ଷରୁ ଦ୍ରୁତ ବୋଲର ଚେତନ ସକାରିୟା ୩ଟି ସଫଳତା ପାଇଥିବାବେଳେ କ୍ରିସ୍ ମୋରିସ ଦୁଇଟି ୱିକେଟ୍ ହାତେଇଥିଲେ । ମୁସ୍ତାଫିଜୁର ରେହମାନ ଓ ତେୱାଟିଆ ପ୍ରତ୍ୟେକ ଗୋଟିଏ ଲେଖାଏଁ ସଫଳତା ପାଇଥିଲେ ।

ମଙ୍ଗଳବାର ଲକ୍ଷ୍ମୀପ୍ରସାଦ ସରପଞ୍ଚଙ୍କ ଭାଗ୍ୟ ନିର୍ଦ୍ଧାରଣ, ୱାର୍ଡସଭ୍ୟ ଆଣିଛନ୍ତି ଅନାସ୍ଥା ପ୍ରସ୍ତାବ

ନୟାଗଡ଼: ସଦରବ୍ଲକ ଲକ୍ଷ୍ମୀପ୍ରସାଦ ସରପଞ୍ଚ ଇଂ ସୈାମ୍ୟ ରଞ୍ଜନ ପ୍ରଧାନଙ୍କ ବିରୁଦ୍ଧରେ ପଞ୍ଚାୟତ ୱାର୍ଡ଼ ସଭ୍ୟମାନେ ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି । ପଞ୍ଚାୟତର ଏକ ତୃତୀୟାଂଶ ୱାର୍ଡ଼ ସଭ୍ୟ ତାଙ୍କର କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏନେଇ ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ଭାଗ୍ୟ ନିର୍ଦ୍ଧାରଣ ହେବ ବୋଲି ଜଣାଯାଇଛି । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନାନୁସାରେ, ଲକ୍ଷ୍ମୀପ୍ରସାଦ ପଞ୍ଚାୟତ କାର୍ଯ୍ୟାଳୟଠାରେ ଏହି ଅନସ୍ଥା ବୈଠକ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି ।

ଗତମାସ ୨ ତାରିଖରେ ୱାର୍ଡ଼ ସଭ୍ୟମାନେ ନୟାଗଡ଼ ବିଡିଓଙ୍କୁ ସରପଞ୍ଚ କାରସାଦି ସମ୍ପର୍କରେ ଅବଗତ କରାଇଥିଲେ । ସୈାମ୍ୟ ପଞ୍ଚାୟତରେ ମନମୁଖ୍ୟ କାର୍ୟ୍ୟ କରୁଥିବା ଅଭିଯୋଗ କରିଥିଲେ । ଜେଇ ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ନାମରେ କାମର କାର୍ୟ୍ୟଦେଶ ରହିଥିବା ବେଳେ ସରପଞ୍ଚ ବିଡିଓଙ୍କୁ ବିଲ୍ ମାଗିବା, କମ ଟଙ୍କାର କାମ କରି ଅଧିକ ଅର୍ଥ ବିଲ୍ କରିବା ପାଇଁ ଜେଇଙ୍କୁ ବାଧ୍ୟ କରିବା ଭଳି ଅଭିଯୋଗ ହୋଇଥିଲା । ଏପରିକି ସପୃକ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏବଂ ଯନ୍ତ୍ରୀଙ୍କ ବିରୁଦ୍ଧରେ ରାଗ ଶୁଝାଇବାକୁ ବ୍ୟକ୍ତିଗତ ତଥ୍ୟ ପାଇଁ ସୂଚନା ଅଧିକାର ଆଇନର ଆଶ୍ରୟ ନେବା କଥା ୱାର୍ଡ଼ ସଭ୍ୟମାନେ ଅଭିଯୋଗ କରିଥିଲେ ।

ଗତ ୨୬ ତାରିଖରେ ପଞ୍ଚାୟତର ଏକ ତୃତୀୟାଂଶ ୱାର୍ଡ଼ ସଭ୍ୟ ଉପଜିଲ୍ଲାପାଳଙ୍କ ନିକଟରେ ହାଜର ହୋଇ ସରପଞ୍ଚଙ୍କ ବିରୋଧରେ ଅନସ୍ଥା ପ୍ରସ୍ତାବ ଆଗତ କରିଥିଲେ । ଏନେଇ ଉପଜିଲ୍ଲାପାଳଙ୍କ ପକ୍ଷରୁ ଗତ ୩୦ ତାରିଖରେ ସରପଞ୍ଚ ସୈାମ୍ୟଙ୍କ ପାଖକୁ ନୋଟିସ କରାଯାଇଛି । ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ, ୧୯୬୪ ଧାରା ୨୪ ଅନୁସାରେ, ଉକ୍ତ ଅନାସ୍ଥା ପ୍ରସ୍ତାବ ସଂକ୍ରାନ୍ତରେ ଏକ ସ୍ୱତନ୍ତ୍ର ବୈଠକ କରିବାକୁ ସ୍ଥିର କରାଯାଇଛି. ଆସନ୍ତା କାଲି ଲକ୍ଷ୍ମୀପ୍ରସାଦ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ଉପଖଣ୍ଡ ପଞ୍ଚାୟତ ଅଧିକାରୀ ମନୋରଞ୍ଜନ ମହାନ୍ତି ସଭାପତିତ୍ୱରେ ବୈଠକ କରାଯିବା ପାଇଁ କ୍ଷମତା ପ୍ରଦାନ କରାଯାଇଛି । ସମସ୍ତ ୱାର୍ଡ଼ ସଭ୍ୟ ଉପସ୍ଥିତ ରହି ନିଜର ମତଦାନ ସାବ୍ୟସ୍ତ କରିବାକୁ ନୋଟିସରେ ଉଲ୍ଲେଖ ରହିଛି ।

ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ବାତିଲ

ନୂଆଦିଲ୍ଲୀ: ଭାରତ ଆସିବାକୁ ଥିବା ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବାତିଲ ହୋଇଛି । ୨୫ ଏପ୍ରିଲରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ଭାରତ ଗସ୍ତ କାର୍ଯ୍ୟକ୍ରମ ରହିଥିଲା। କିନ୍ତୁ କୋଭିଡ ମାମଲାର ଅବେତୁକ ବୃଦ୍ଧି ଯୋଗୁଁ ଏହି ଗସ୍ତ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି ।

କରୋନା ସଂକ୍ରମଣ ବୃଦ୍ଧି ଘଟିବା ଯୋଗୁ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ଉପରେ ରୋକ ଲଗାଯାଇଛି । ବ୍ରିଟେନର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ପ୍ରେସ୍ ରିଲିଜରେ ଏ ନେଇ ସୂଚନା ଦିଆଯାଇଛି ।

ଭାରତ ଆସିବାକୁ ଇଛୁତ ଥିବା ବୋରିସଙ୍କ ଗସ୍ତକୁ ବାତିଲ କରାଯାଇଛି । କିନ୍ତୁ ପରବର୍ତ୍ତୀ ସମୟରେ କେବେ ବ୍ରିଚେନ ପ୍ରଧାନମମନ୍ତ୍ରୀ ଭାରତ ଆସିବେ ସେନେଇ ଚଳିତମାସ ଶେଷ ସୁଦ୍ଧା ବୋରିସଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ୍ ରେ ଆଲୋଚନା କରିବେ ।