କେନ୍ଦ୍ର ଶିକ୍ଷାମନ୍ତ୍ରୀ ନିଶାଙ୍କ ଅସୁସ୍ଥ: ଅନିଶ୍ଚିତତାରେ ସିବିଏସ୍‌ଇ ପରୀକ୍ଷା ନେଇ ଘୋଷଣା

ନୂଆଦିଲ୍ଲୀ: ସିବିଏସ୍ଇ ଦ୍ବାଦଶ ପରୀକ୍ଷା ନେଇ ଆଜି କେନ୍ଦ୍ର ସରକାର ନିଷ୍ପତ୍ତି ନେଇପାରନ୍ତି । ସିବିଏସଇ ଦ୍ବାଦଶ ପରୀକ୍ଷା ହେବ କି ନାହିଁ, ସେନେଇ ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ଘୋଷଣା କରିପାରନ୍ତି । କିନ୍ତୁ କରୋନା ପରବର୍ତ୍ତୀ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ସେ ଏବେ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି । ଏଣୁ ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ହେବାକୁ ଥିବା ଘୋଷଣାକୁ ନେଇ ଦେଖାଦେଇଛି ଅନିଶ୍ଚିତତା । ସୂଚନା ଯୋଗ୍ୟ, ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସମ୍ପର୍କିତ ମାମଳା ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି । କେନ୍ଦ୍ର ସରକାର ଏ ସମ୍ପର୍କିତ ଘୋଷଣା ନେଇ ଦୁଇଦିନ ସମୟ ନେଇଛନ୍ତି । ଆସନ୍ତା ୩ ତାରିଖ ପରବର୍ତ୍ତୀ ଶୁଣାଣି ହେବା ନେଇ ଦିନ ଧାର୍ଯ୍ୟ ହୋଇଛି । ତେବେ ଏହା ପୂର୍ବରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ଏ ସମ୍ପର୍କିତ ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଥିବା ବେଳେ ସେ ଅସୁସ୍ଥ ହୋଇପଡ଼ିଛନ୍ତି । ତେବେ ପୂର୍ବରୁ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସିବିଏସ୍‌ଇ ପକ୍ଷରୁ ଦଶମ ବୋର୍ଡ ବାତିଲ କରାଯିବା ସହ ଦ୍ବାଦଶ ବୋର୍ଡ ପରୀକ୍ଷା ସ୍ଥଗିତ ରଖାଯାଇଛି । ହେଲେ ଗତବର୍ଷ ନୀତି ଆଧାରରେ ଚଳିତବର୍ଷ ମଧ୍ୟ ପିଲାଙ୍କ ରେଜଲ୍ଟ ପ୍ରକାଶ କରିବାକୁ ସୁପ୍ରିମକୋର୍ଟରେ ଦାଖଲ ପିଆଇଏଲ୍‌ରେ ଉଲ୍ଲେଖ ରହିଛି ।

ଏଥିସହିତ ପଢ଼ନ୍ତୁ:କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡ.ରମେଶ ପୋଖରିଆଲ ନିଶଙ୍କ ଦିଲ୍ଲୀ ଏମ୍ସରେ ଭର୍ତ୍ତି

Leave a Reply