କରୋନା ଟିକା ନେବାର ୧୦ ବର୍ଷ ଯାଏଁ ହେବେନି ଗୁରୁତର ସଂକ୍ରମିତ: ସ୍ୱାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ପିକ୍‌ରେ ଥିବା ସମୟରେ ସର୍ବାଧିକ ମୃତ୍ୟୁ ଘଟିଛି । ଯେତେବେଳେ ନିୟମିତ ୧୧ ହଜାର ସଂକ୍ରମିତ ବାହାରୁଥିଲେ ସେତେବେଳେ ଏହି ରୋଗୀଙ୍କ ମୃତ୍ୟୁ ଘଟିଛି । ସୁପର ସ୍ପ୍ରେଡର କାର୍ଯ୍ଯକଳାପ ଯୋଗୁଁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି  । ବିଶେଷ କରି ଗାଁରେ ହେଉଥିବା ଭୋଜି ଭାତ ପାଇଁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ରାଜଧାନୀ ଭୁବନେଶ୍ବରରେ ପାଠୁଆ ନିୟମ ମାନୁନଥିବା ଯୋଗୁଁ ସଂଖ୍ୟା ବୃଦ୍ଧି ପାଉଛି  ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର ।

ଅପରପକ୍ଷରେ କରୋନା ଟିକାର ପ୍ରଭାବ ନେଇ ସେ କହିଛନ୍ତି ଯେ, ଗବେଷଣାରୁ ପ୍ରାପ୍ତ ତଥ୍ୟ ମୁତାବକ କରୋନା ସଂକ୍ରମିତ ବ୍ଯକ୍ତି ଟିକା ନେବା ପରେ ପ୍ରାୟ ୧୦ ବର୍ଷ ଯାଏଁ ଏହି ଭୂତାଣୁ ଦ୍ୱାରା ଗୁରୁତର ଭାବେ ସଂକ୍ରମିତ ହେବେ ନାହିଁ । ବର୍ତ୍ତମାନ ଭ୍ଯାକ୍ସିନର ମିକ୍ସିଂ କରିବା ପରେ ଇମ୍ଯୁନ ସିଷ୍ଟମ ଉପରେ ରିସର୍ଚ କରାଯାଉଛି । ଏଯାବତ୍ ଦେଶର କେତେ ସ୍ଥାନରେ ଭୁଲବଶତଃ ଏଭଳି ହୋଇଛି ତାହାର କୌଣସି ବାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇନାହିଁ । ଏଥିସହିତ ଆମେରିକାର କେତେକ ଔଷଧ କମ୍ପାନୀ କରୋନା ଔଷଧ ନେଇ ଜୋରଦାର ଉଦ୍ୟମ ଚଳାଇଛନ୍ତି ଫଳରେ ୨ରୁ୩ ମାସ ମଧ୍ଯରେ ଔଷଧ ବାହାରିବା ସମ୍ଭାବନା ରହିଛି ବୋଲି ଡା ମିଶ୍ର କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ହୋମୱାର୍କ ଭାର କମାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କଲା ୬ବର୍ଷର ଝିଅ

Leave a Reply