ହୋମୱାର୍କ ଭାର କମାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କଲା ୬ବର୍ଷର ଝିଅ

1 min read

ନୂଆଦିଲ୍ଲୀ: କରୋନା ପାଇଁ ଦେଶରେ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରହିଛି । ଏବଂ ସେମାନଙ୍କୁ ଅନଲାଇନ କ୍ଲାସ କରିବାକୁ ପରାମର୍ଶ ମଧ୍ୟ ଦିଆଯାଉଛି । ଦୀର୍ଘଦିନ ଧରି ଘରେ ରହୁଥିବା ପିଲାମାନେ ସ୍କୁଲଠାରୁ ଏବେ ଖୁବ୍ ଦୂରରେ । ସେମାନଙ୍କ ପାଠ ପଢାରେ କିଭଳି ବିଶେଷ ସମସ୍ୟା ନ ଉପୁଜେ ତେଣୁ ସେମାନଙ୍କ ଅନଲାଇନ୍ କ୍ଲାସର ବ୍ୟବସ୍ଥା କରାଯାଇଛି । କିନ୍ତୁ ଏହି ଅନଲାଇନ୍ କ୍ଲାସ୍ ଏବେ ପିଲାମାନଙ୍କ ପାଇଁ ସମସ୍ୟା ହୋଇଯାଇଛି । ଏହିପରି ଜଣେ ୬ ବର୍ଷିୟ ଝିଅଟିର ଏକ ଅଭିଯୋଗ ପୂର୍ଣ୍ଣ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।  ଯଦିଓ ଭିଡ଼ିଓଟିରେ ଝିଅଟିର ଅଭିଯୋଗ ବିଷୟରେ ଜାମ୍ମୁ କାଶ୍ମୀରର ଲେଫ୍ଟିନାଣ୍ଟ ଜେନେରାଲ ମନୋଜ ସିହ୍ନା ଅଳ୍ପ ବହୁତେ ଜାଣିଛନ୍ତି ।

ସୂଚନା ଅନୁସାରେ, ଜାମ୍ମୁ କାଶ୍ମୀରର ଜଣେ ୬ ବର୍ଷର ଝିଅଟି ଅନଲାଇନ୍ କ୍ଲାସରେ ଅସନ୍ତୁଷ୍ଟ । ଆଉ ଏହି ଅସନ୍ତୁଷ୍ଟିକୁ ନେଇ ସେ ଏକ ଭିଡିଓ ତିଆରି କରି ସେୟାର କରିଛି । ଯେଉଁଥିରେ ଝିଅଟି ହୋମୱାର୍କ ଏବଂ ଅନଲାଇନରେ ଚାଲୁଥିବା କ୍ଲାସକୁ ନେଇ ଚିନ୍ତିତ ଥିବା କହିଛି । ଆଉ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଭିଡିଓରେ, ଝିଅଟି କହୁଛି ଯେ, ତାଙ୍କ ଅନଲାଇନ୍ କ୍ଲାସ୍ ୧୦ଟାରୁ ଆରମ୍ଭ ହୋଇ ୨ଟା ପର୍ଯ୍ୟନ୍ତ ଚାଲୁଛି । ଯେଉଁଥିରେ ଇଂରାଜୀ, ଗଣିତ, ଉର୍ଦ୍ଦୁ ଏବଂ ଇଭିଏସ୍ ପଢିବାକୁ ପଡିଥାଏ । ଏବଂ ଏହାକୁ ନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିବେଦନ କରି କହୁଛି ଯେ, ମୋଦୀ ସାହେବ, ପିଲାମାନଙ୍କୁ କାହିଁକି ଏତେ କାମ କରିବାକୁ ପଡିଥାଏ ? ଏବଂ ଟ୍ୱିଟରରେ ସେୟାର ହୋଇଥିବା ଏହି ଭିଡିଓକୁ ଲକ୍ଷ ଲକ୍ଷ ଥର ଦେଖାଯାଇସାରିଛି ।

ଆଉ ଏହି ଭାଇରାଲ ଭିଡିଓକୁ ନେଇ ଜାମ୍ମୁ କାଶ୍ମୀରର ଲେଫ୍ଟିନାଣ୍ଟ ଜେନେରାଲ ମନୋଜ ସିହ୍ନା ଟ୍ୱିଟ କରିଛନ୍ତି । ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ, ‘ଅତ୍ୟନ୍ତ ପ୍ରଭାବଶାଳୀ ଅଭିଯୋଗ । ଏହାପରେ ସେ ସ୍କୁଲ ପିଲାମାନଙ୍କ ଉପରେ ହୋମୱାର୍କର ଭାର ହ୍ରାସ କରିବାକୁ ନୀତି ପ୍ରସ୍ତୁତ କରିବାକୁ କହିଛନ୍ତି । କେବେଳ ସେତିକି ନୁହେଁ ଏହି ନୀତି ୪୮ ଘଣ୍ଟା ମଧ୍ୟରେ ପ୍ରସ୍ତୁତ କରିବାକୁ ବିଦ୍ୟାଳୟ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ପିଲାମାନଙ୍କ ନିରିହପଣ ଇଶ୍ବରଙ୍କ ଏକ ଉପହାର ତେଣୁ ସେମାନଙ୍କ ଦିନଗୁଡ଼ିକ ଜୀବନ୍ତ, ଆନନ୍ଦ ଏବଂ ଉଲ୍ଲାସରେ ପରିପୂର୍ଣ୍ଣ ହେବା ଉଚିତ୍ । ଏଭଳି ପରିସ୍ଥିତିରେ ଝିଅଟିର ଏହି ଅନୁରୋଧ ପରେ ପିଲାମାନେ ଅନଲାଇନ୍ କ୍ଲାସରେ ଅଧ୍ୟୟନର ଭାରରେ କିଛି ମାତ୍ରାରେ କମିବ ବୋଲି ଆସା କରାଯାଉଛି ।

Leave a Reply