spot_img
Home Blog Page 5692

ଜୁନ୍‌ ୨୦ ସୁଦ୍ଧା ପ୍ରକାଶ ପାଇବ CBSE ଦଶମ ଶ୍ରେଣୀ ପରୀକ୍ଷା ଫଳ

ନୂଆଦିଲ୍ଲୀ: ଜୁନ୍‌ ୨୦ ସୁଦ୍ଧା ପ୍ରକାଶ ପାଇବ CBSE ଦଶମ ଶ୍ରେଣୀ ପରୀକ୍ଷା ଫଳ । ଏନେଇ ଗାଇଡଲାଇନ୍ ଜାରି କରିଛି ସିବିଏସଇ । ଗାଇଡଲାଇନ୍ ଅନୁସାରେ ସବୁ ସ୍କୁଲରେ ୮ ଜଣିଆ ରେଜଲ୍ଟ କମିଟି ଗଠନ କରାଯିବ । ସ୍କୁଲ୍ ପ୍ରିନ୍ସପାଲ୍ ଓ ଅନ୍ୟ ୭ ଶିକ୍ଷକଙ୍କୁ ନେଇ ଏହି କମିଟି ଗଠନ ହେବ । ୭ ଶିକ୍ଷକଙ୍କ ମଧ୍ୟରୁ ୫ ଜଣ ନିଜ ସ୍କୁଲର ରହିବେ ଏବଂ ଅନ୍ୟ ୨ ଜଣ ପାଖ ସ୍କୁଲର ରହିବେ ।

ବର୍ଷ ସାରା ହୋଇଥିବା ପରୀକ୍ଷା ଆଧାରରେ ୮୦ ମାର୍କର ମୂଲ୍ୟାୟନ ହେବ । ବାକି ୨୦ ମାର୍କର ମୂଲ୍ୟାୟନ ଇଣ୍ଟରନାଲ ପରୀକ୍ଷାରୁ ନିର୍ଦ୍ଧାରଣ ହେବ । ଏହା ପରେ ଜୁନ୍ ୫ ସୁଦ୍ଧା CBSEକୁ ୮୦ ମାର୍କର ମୂଲ୍ୟାୟନ ତାଲିକା ପଠାଯିବ । ଜୁନ୍ ୧୧ ସୁଦ୍ଧା ଇଣ୍ଟରନାଲ ୨୦ ମାର୍କର ମୂଲ୍ୟାୟନ ତାଲିକା ପଠାଯିବ ।

କୋଭିଡ୍ ପାଇଁ ଗତ ମାସରେ ସିବିଏସଇ ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ବାତିଲ୍ କରାଯାଇଥିବା ବେଳେ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ କରାଯାଇଥିଲା । ଯଦି କୌଣସି ଛାତ୍ରଛାତ୍ରୀ ମାର୍କକୁ ନେଇ ଅସନ୍ତୋଷ ପ୍ରକାଶ କରିବେ, ତା’ହେଲେ ସେ ପରୀକ୍ଷା ଦେଇପାରିବେ । ଏହି ପରୀକ୍ଷା କୋଭିଡ୍ ସଂକ୍ରମଣ କମିବା ପରେ ହେବ ।

ରାଜ୍ୟରୁ ଆଉ ୮୦୧୫ ସଂକ୍ରମିତ ଚିହ୍ନଟ, ୨୪ ଜିଲ୍ଲାରେ ୩ ଅଙ୍କ ଉପରେ ଦୈନିକ ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ କରୋନାର ଦ୍ରୁତ ସଂକ୍ରମଣ ଜାରି ରହିଛି । ଗତ ୨୪ ଘଣ୍ଟାରେ ଆଉ ୮ ହଜାର ୧୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ହଟସ୍ପଟ ପାଲଟିଥିବା ଖୋର୍ଦ୍ଧାରୁ ସର୍ବାଧିକ ୧୨୭୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  । ସୁନ୍ଦରଗଡ଼ରୁ ୭୩୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୫୨୫, କଟକରୁ ୪୮୨  ଜଣଙ୍କ ନମୁନା କୋଭିଡ୍ ପଜିଟିଭ୍ ଆସିଛି ।

ସମ୍ବଲପୁରରୁ ୪୪୧, ବରଗଡ଼ରୁ ୩୯୦, ଝାରସୁଗୁଡ଼ାରୁ ୩୮୬, ନବରଙ୍ଗପୁରରୁ ୩୨୦, ପୁରୀରୁ ୩୦୬, ନୂଆପଡ଼ାରୁ ୨୬୪, ଷ୍ଟେଟ୍ ପୁଲରୁ ୨୩୬, ସୋନପୁରରୁ ୨୦୭, ମୟୂରଭଞ୍ଜରୁ ୧୯୯, ବଲାଙ୍ଗିରରୁ ୧୯୮, ଯାଜପୁରରୁ ୧୯୪, ନୟାଗଡ଼ରୁ ୧୮୭, କଳାହାଣ୍ଡିରୁ ୧୭୪, ଗଞ୍ଜାମରୁ ୧୬୯, ରାୟୟଡ଼ାରୁ ୧୫୪, ଜଗତସିଂହପୁରରୁ ୧୪୯, ଭଦ୍ରକରୁ ୧୪୫, କୋରାପୁଟରୁ ୧୨୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସେହିଭଳି ଗଜପତିରୁ ୧୨୦, ବୌଦ୍ଧରୁ ୧୦୩, ଦେବଗଡ଼ରୁ ୧୦୧, ବାଲେଶ୍ବରରୁ ୧୦୦, ଢେଙ୍କାନାଳରୁ ୮୬, କେନ୍ଦୁଝରରୁ ୭୫, କେନ୍ଦ୍ରାପଡ଼ାରୁ ୭୦, କନ୍ଧମାଳରୁ ୬୧ ଓ ମାଲକାନଗିରିରୁ ୩୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ରବିବାର କୋଭିଡ ପରିଚାଳନା ନେଇ ବଡ଼ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ

ରବିବାର କୋଭିଡ ପରିଚାଳନା ନେଇ ବଡ଼ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଆସନ୍ତାକାଲି ବଡ଼ ଘୋଷଣା କରିବେ ରାଜ୍ୟ ସରକାର । ଦିନ ୧୦ଟାରେ ମୁଖ୍ୟ ଶାସନ ସଚିବ ବଡ଼ ଘୋଷଣା କରିବେ । କୋଭିଡ ପରିଚାଳନା ନେଇ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିପାରନ୍ତି ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ, ଘୋଷଣା ଉପରେ ରହିଛି ସମସ୍ତଙ୍କ ନଜର । ବର୍ତ୍ତମାନ ରାଜ୍ୟରେ ସପ୍ତାହାନ୍ତ ସଟ୍‌ଡାଉନ୍ ଓ ନାଇଟ୍ କର୍ଫ୍ୟୁ ଲାଗୁ ଥିବା ବେଳେ ଅଧିକ ସଂକ୍ରମିତ ସହର କିମ୍ୱା ଜିଲ୍ଲା ପାଇଁ କଟକଣା ଅଧିକ କଡ଼ାକଡ଼ି ହୋଇପାରେ ବୋଲି ଆଶଙ୍କା କରାଯାଉଛି । ସମ୍ପ୍ରତି ରାଜ୍ୟରେ କରୋନା ସଂକ୍ରମଣ  ରେକର୍ଡ ଟିପିଛି । ଦୈନିକ ସଂକ୍ରମଣ ଆଜି ପାର୍‌ କରିଛି ୧୦ ହଜାର । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ  ହୋଇଛନ୍ତି । ତା’ପଛକୁ ଅଛି ସୁନ୍ଦରଗଡ଼ ଓ କଟକ । ମେ’ ମାସ ଆରମ୍ଭରୁ ସଂକ୍ରମଣ ୧୦ ହଜାର ଟପିଥିବାରୁ ବଢ଼ିଯାଇଛି ଚିନ୍ତା । ଲୋକ ଅଧିକ ସର୍ତକ ନହେଲେ ମେ ୧୫ ସୁଦ୍ଧା ସଂକ୍ରମଣ ପିକ୍‌କୁ ଯିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।

୧୭ଟି ଜିଲ୍ଲା  । ଖୋର୍ଦ୍ଧାରେ ସର୍ବାଧିକ ସଂକ୍ରମିତ  । ବିଶେଷଜ୍ଞଙ୍କ ମତ, ମେ ୧୫ରେ ପିକ୍‌କୁ ଯିବ ସଂକ୍ରମଣ । ଖୋଦ୍ଧା ଜିଲ୍ଲାରେ ୧୭୯୬ ପଜିଟିଭ୍‌ । ମେ’ ପହିଲାରୁ ରାଜ୍ୟରେ ଏତେ ବଢ଼ିଛି କରୋନା ଗ୍ରାଫ୍‌ । ଖୋର୍ଦ୍ଧା ଜିଲ୍ଳା ଲଗାତର ୫ଦିନ ଧରି ଟପ୍‌ରେ ଅଛି । ଆଜି ରାଜ୍ୟରେ କରୋନା ଗ୍ରାଫ୍‌ ୧୦ହଜାର ୪୧୩ରେ ପହଞ୍ଚିଛି ।  ବିଶେଷଜ୍ଞଙ୍କ ମତରେ ନିୟମ କଡ଼ାକଡ଼ି ନମାନିଲେ ସଂକ୍ରମଣ ଆହୁରି ବଢ଼ିବ । ଅଧିକ ସଚେତନ ନହେଲେ ସ୍ଥିତି ବିଗିଡ଼ିଯିବ ବୋଲି ଏମ୍‌ସର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶୋକ ମହାପାତ୍ର କହିଛନ୍ତି । କରୋନା ଗ୍ରାଫ୍‌ ବଢୁଥିବାରୁ ଲୋକଙ୍କୁ ଅଧିକ ସଚେତନ ହେବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।

ଲଣ୍ଡନ ଚାଲିଗଲେ ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ସିଇଓ ଅଦର ପୁନାଓ୍ୱାଲା: କହିଲେ, ମିଳୁଥିଲା ଧମକ

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ଏଭଳି ସମୟରେ ଦେଶ ପାଇଁ ଭ୍ୟାକ୍ସିନ୍ ପ୍ରସ୍ତୁତ କରୁଥିବା କମ୍ପାନୀ ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଅଦର ପୁନାଓ୍ୱାଲା ଲମ୍ୱା ସମୟ ପାଇଁ ଲଣ୍ଡନ ଚାଲିଯାଇଛନ୍ତି । ସୂଚନା ମୁତାବକ ଭ୍ୟାକ୍ସିନକୁ ନେଇ ବଢ଼ୁଥିବା ଚାପ ଯୋଗୁଁ ସେ ଏଭଳି କରିଛନ୍ତି । କୋଭିଡ-୧୯ ଟିକା ଉତ୍ପାଦନ ନେଇ ତାଙ୍କ ଉପରେ ବହୁତ ଅଧିକ ଚାପ ପଡ଼ୁଥିଲା । ଭାରତ କିଛି ସବୁଠାରୁ ଶକ୍ତିଶାଳୀ ଲୋକଙ୍କ ଠାରୁ ତାଙ୍କୁ ଲଗାତାର ଧମକ ଆସୁଥିଲା । ଏ ନେଇ ଅବଗତ ହେବା ପରେ ଭାରତ ସରକାରଙ୍କ ପକ୍ଷରୁ ଓ୍ୱାଇ କାଟେଗୋରିର ସୁରକ୍ଷା ତାଙ୍କୁ ଯୋଗାଇ  ଦିଆଯାଇଥିଲା । ପୁନାଓ୍ୱାଲା ଜାତୀୟ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ସୂଚନା ଦେଇଛନ୍ତି ଯେ, ଭାରତ କିଛି ଶକ୍ତିଶାଳୀ ଲୋକ ତାଙ୍କୁ ଫୋନରେ ଧମକ ଦେଉଛନ୍ତି । ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଆ ଦେଶରେ କରୋନା ଭ୍ୟାକ୍ସିନ୍ କୋଭିସିଲ୍ଡ ଅକ୍ସଫୋର୍ଡ ଆଷ୍ଟ୍ରାଜେନିକା କୋଭିଡ-୧୯ ଭ୍ୟାକ୍ସିନ୍ ଉତ୍ପାଦନ କରୁଛି ।

ଏଥିସହିତ ପଢ଼ନ୍ତୁ: ଦିଲ୍ଲୀରେ ସପ୍ତାହେ ବଢିଲା ଲକଡାଉନ ଅବଧି

ରେଡ୍ ଜୋନ୍‌ରେ ରାଜ୍ୟର ୧୭ ଜିଲ୍ଲା: ମଇ ୧୫ ବେଳକୁ ପିକ୍ ଛୁଇଁବ କରୋନା

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ସଂକ୍ରମଣ ସବୁ ରେକର୍ଡ ଟିପିଛି । ଦୈନିକ ସଂକ୍ରମଣ ଆଜି ପାର୍‌ କରିଛି ୧୦ ହଜାର । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ  ହୋଇଛନ୍ତି । ତା’ପଛକୁ ଅଛି ସୁନ୍ଦରଗଡ଼ ଓ କଟକ । ମେ’ ମାସ ଆରମ୍ଭରୁ ସଂକ୍ରମଣ ୧୦ ହଜାର ଟପିଥିବାରୁ ବଢ଼ିଯାଇଛି ଚିନ୍ତା । ଲୋକ ଅଧିକ ସର୍ତକ ନହେଲେ ମେ ୧୫ ସୁଦ୍ଧା ସଂକ୍ରମଣ ପିକ୍‌କୁ ଯିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।

ରାଜ୍ୟରେ ଚିନ୍ତା ବଢ଼ାଇଲା କରୋନା ପିଜିଟିଭ୍‌ ସଂଖ୍ୟା। ୧୦ ହଜାର ଟପିଲା ଦୈନିକ ସଂକ୍ରମଣ । ରେଡ୍‌ ଜୋନ୍‌ରେ ୧୭ଟି ଜିଲ୍ଲା  । ଖୋର୍ଦ୍ଧାରେ ସର୍ବାଧିକ ସଂକ୍ରମିତ  । ବିଶେଷଜ୍ଞଙ୍କ ମତ, ମେ ୧୫ରେ ପିକ୍‌କୁ ଯିବ ସଂକ୍ରମଣ । ଖୋଦ୍ଧା ଜିଲ୍ଲାରେ ୧୭୯୬ ପଜିଟିଭ୍‌ । ମେ’ ପହିଲାରୁ ରାଜ୍ୟରେ ଏତେ ବଢ଼ିଛି କରୋନା ଗ୍ରାଫ୍‌ । ଖୋର୍ଦ୍ଧା ଜିଲ୍ଳା ଲଗାତର ୫ଦିନ ଧରି ଟପ୍‌ରେ ଅଛି । ଆଜି ରାଜ୍ୟରେ କରୋନା ଗ୍ରାଫ୍‌ ୧୦ହଜାର ୪୧୩ରେ ପହଞ୍ଚିଛି ।  ବିଶେଷଜ୍ଞଙ୍କ ମତରେ ନିୟମ କଡ଼ାକଡ଼ି ନମାନିଲେ ସଂକ୍ରମଣ ଆହୁରି ବଢ଼ିବ । ଅଧିକ ସଚେତନ ନହେଲେ ସ୍ଥିତି ବିଗିଡ଼ିଯିବ ବୋଲି ଏମ୍‌ସର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶୋକ ମହାପାତ୍ର କହିଛନ୍ତି । କରୋନା ଗ୍ରାଫ୍‌ ବଢୁଥିବାରୁ ଲୋକଙ୍କୁ ଅଧିକ ସଚେତନ ହେବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ମେ ୧୫ ବେଳକୁ ରାଜ୍ୟରେ କରୋନା ପିକ୍‌କୁ ଯିବ ଓ ପରେ ଧୀରେଧୀରେ କମିବ । ତେଣୁ ମେ ମାସରେ ରାଜ୍ୟବାସୀ ସରକାରଙ୍କ କଟକଣା ମାନିବା ଆବଶ୍ୟକ । ତେବେ ରାଜ୍ୟ ସରକାର ସଂକ୍ରମଣ ନିୟନ୍ତ୍ରଣ ଓ ରୋଗୀଙ୍କ ପାଇଁ କରିଥିବା ବ୍ୟବସ୍ଥାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ପ୍ରଶଂସା କରିଛନ୍ତି । ରାଜ୍ୟରେ ଆଜି କରୋନାରେ ୧୧ଜଣଙ୍କ ମୃତ୍ୟୁ ହୋଇଛି । ଏବେ ସୁଦ୍ଧା ୪ ଲକ୍ଷ ୫୪ ହଜାର ୬୦୭ ଜଣ ଆକ୍ରାନ୍ତ ହୋଇଛନ୍ତି  । ୩ଲକ୍ଷ ୮୦ ହଜାର ୪୦୦ ଜଣ ସୁସ୍ଥ ହୋଇଛନ୍ତି । ପରୀକ୍ଷା ବଢ଼ିବାରୁ ଅଧିକ ରୋଗୀଙ୍କୁ ଚିହ୍ନଟ କରାଯାଉଛି । ତେବେ ରୋଗୀଙ୍କ ଚକିତ୍ସା ପାଇଁ ରାଜ୍ୟ ସରକାର ସବୁ ସୁବିଧା କରିଛନ୍ତି ।

କରୋନା କଟକଣାରେ ରବିବାର ଭୋଟ୍ ଗଣତି, କିଏ କରିବ ବାଜିମାତ୍…

ନୂଆଦିଲ୍ଲୀ: ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ହୋଇଥିବା ବିଧାନସଭା ନିର୍ବାଚନର ଭୋଟ ଗଣତି ଆସନ୍ତାକାଲି ହେବ। ଏଥିପାଇଁ ନିର୍ବାଚନ ଆୟୋଗ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଆସାମ, ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ ଓ ପୁଡୁଚେରୀରେ କୋଭିଡ କଟକଣା ଓ କଡାସୁରକ୍ଷା ବ୍ୟବସ୍ଥା ମଧ୍ୟରେ ୨୯୪ ସିଟରେ ଭୋଟ ଗଣତି ହେବ ।

ସୂଚନା ଅନୁଯାୟୀ, ରବିବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ । ଯାହାକୁ ନେଇ ରାଜନୈତିକ ଦଳ ମଧ୍ୟରେ ଉତ୍କଣ୍ଠା ଭରି ରହିଛି । ମାର୍ଚ୍ଚ ୨୭ରୁ ଭୋଟିଂ ଆରମ୍ଭ ହୋଇ ଗତ ୨୯ ତାରିଖ ଭିତରେ ସମସ୍ତ ପର୍ଯ୍ୟାୟ ମତଦାନ ହୋଇଥିଲା । ତିନୋଟି ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହୋଇଥିବା ବେଳେ ଆସାମରେ ତିନୋଟି ପର୍ଯ୍ୟାୟ ଓ ପଶ୍ଚିମବଙ୍ଗରେ ୮ଟି ପର୍ଯ୍ୟାୟରେ ମତଦାନ ହୋଇଥିଲା ।

ଏକଜିଟ୍‌ ପୋଲ ଅନୁସାରେ ପଶ୍ଚିମବଙ୍ଗରେ ମମତାଙ୍କ ସରକାର ପୁଣି ଫେରୁଥିବା ବେଳେ ତାମିଲନାଡୁରେ ସରକାର ବଦଳିପାରେ । ଆସାମରେ ପୁଣି ଥରେ ବିଜେପି ସରକାର ଆସିବ ବୋଲି ଅନୁମାନ କରାଯାଉଛି ।

ଦୀର୍ଘ  ଏକ ମାସରୁ ଅଧିକ ସମୟ ଧରି ଚାଲିଥିବା ନିର୍ବାଚନର ଅନ୍ତ ଘଟିଥିବା ବେଳେ ଆସନ୍ତାକାଲି ଭୋଟ୍ ଗଣତି । ଏହା ମଧ୍ୟରେ ଦିଦି- ମୋଦିଙ୍କ ଭିତରେ କିଏ ବାଜି ମାରିବ, କିଏ ବିଜୟ ମୁକୁଟ ପିନ୍ଧିବ ପୁଣି କିଏ ବନବାସ ଯିବ ତାହା ସ୍ପଷ୍ଟ ହୋଇନାହିଁ । ଏହାରି ଭିତରେ ଅନେକ ଏକଜିଟ ପୋଲ ସଂସ୍ଥା ନିଜର ନିଜର ଆକଳନ ଜାରି କରିଛନ୍ତି। ଯାହା ପରେ ଜନତାଙ୍କ ମଧ୍ୟରେ ନିର୍ବାଚନ ଫଳାଫଳକୁ ନେଇ ଆଶା ଆକାଂକ୍ଷା ଦେଖାଦେଇଛି ।

ଅଧିକ ପଢନ୍ତୁ- ପୁଣି ଥରେ ଦିଦି, ଶହେରୁ ଅଧିକରେ ମୋଦି: ଏକଜିଟ ପୋଲ କହିଲା ଖେଲୋ ହବେ..

ଅନ୍ୟପଟେ ଏକଜିଟ୍ ପୋଲ୍ ଅନୁସାରେ ପୁଡୁଚେରୀରେ କଂଗ୍ରେସ ହାତରୁ ଖସିପାରେ କ୍ଷମତା । ପ୍ରାୟତଃ ଏକଜିଟ୍ ପୋଲରେ ପୁଡୁଚେରୀରେ ବିଜେପି ସରକାର ଗଢିବା ନେଇ ଅନୁମାନ କରାଯାଇଛି। ରିପବ୍ଲିକର ପୂର୍ବାନୁମାନ ଅନୁସାରେ ବିଜେପି ମେଣ୍ଟକୁ୧୬ରୁ ୨୦ ଓ କଂଗ୍ରେସ ମେଣ୍ଟ ୧୧ରୁ ୧୩ଟି ଆସନ ମିଳିବ। ଚଳିତ ନିର୍ବାଚନରେ କଂଗ୍ରେସ ପାଇଁ ଚିନ୍ତାର କାରଣ ସାଜିଛନ୍ତି ନିଜ ଦଳର ବିଧାୟକମାନେ। ଦଳବଦଳ ପାଇଁ କଂଗ୍ରେସ ନିର୍ବାଚନ ପୂର୍ବରୁ କ୍ଷମତା ହରାଇଥିବାବେଳେ ମୁଖ୍ୟମନ୍ତ୍ରୀ ଭି.ନାରାୟଣସ୍ବାମୀଙ୍କ ବିରୋଧରେ ଅସନ୍ତୋଷ ବଢିବାରେ ଲାଗିଥିଲା।

ଅଧିକ ପଢନ୍ତୁ- ଆସାମ-କେରଳରେ ବଦଳିବନି ସରକାର, ବିରୋଧି ଉପରେ ନାହିଁ ଭରସା !

ଅଶ୍ୱିନଙ୍କ ପରିବାରର ୧୦ ଜଣ କରୋନା ସଂକ୍ରମିତ

ନୂଆଦିଲ୍ଲୀ: ଭାରତୀୟ ତଥା ଦିଲ୍ଲୀ କ୍ୟାପିଟାଲର ଅଫ ସ୍ପିନର ବିଚନ୍ଦ୍ରନ ଅଶ୍ୱିନ ଗତ ରବିବାର ଦିନ ଆଇପିଏଲ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ସେ କରୋନା ଭଳି କଠିନ ସମୟରେ ନିଜ ପରିବାର ସହ ରହିବାକୁ ଟୁର୍ଣ୍ଣାମେଣ୍ଟ ଅଧାରୁ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ବର୍ତ୍ତମାନ ଅଶ୍ୱିନଙ୍କ ପରିବାର ୧୦ ଜଣ କରୋନାରେ ସଂକ୍ରମି ହୋଇଛନ୍ତି। ଅଶ୍ୱିନଙ୍କ ପତ୍ନୀ ପ୍ରୀତି ନାରାୟଣ ଅଶ୍ୱିନ ଏ ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

https://twitter.com/prithinarayanan/status/1388147885993185280?s=20

ପ୍ରୀତି ଲେଖିଛନ୍ତି ଯେ, ‘ଗୋଟିଏ ସପ୍ତାହରେ ପରିବାରର ୬ ଜଣ ବୟସ୍କ ଏବଂ ଚାରି ଜଣ ପିଲା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସମସ୍ତଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ଏହି ଦୁଇ ସପ୍ତାହ ଏକ ଖରାପ୍ ସ୍ୱପ୍ନ ଭଳି ଥିଲା, ତିନିଜଣ ବୟସ୍କଙ୍କ ମଧ୍ୟରୁ ଜଣେ ଘରକୁ ଫେରିଛନ୍ତି।’
ପ୍ରୀତି ଟ୍ୱିଟ୍ କରି ସମସ୍ତଙ୍କୁ ଅପିଲ୍ କରି ଲେଖିଛନ୍ତି, ଟିକା ନିଅନ୍ତୁ। ଏହି ମହାମାରୀରୁ ନିଜକୁ ଏବଂ ନିଜ ପରିବାରକୁ ରକ୍ଷା କରନ୍ତୁ।’

ପ୍ରୀତି ତାଙ୍କ ଟ୍ୱିଟରେ ଆହୁରି ଲେଖିଛନ୍ତି, ମାନସିକ ଭାବେ ସୁସ୍ଥ ରହିବା ଅପେକ୍ଷା ଶାରୀରିକ ଭାବେ ସୁସ୍ଥ ରହିବା ସହଜ। ପଞ୍ଚମରୁ ଅଷ୍ଟମ ଦିନ ସବୁଠାରୁ ଖରାପ ସମୟ ଥିଲା, ସମସ୍ତେ ସାହାଯ୍ୟର ହାତ ବଢ଼ାଇଥିଲେ କିନ୍ତୁ ଆପଣଙ୍କ ସହିତ କେହି ନଥିଲେ। ଏହି ରୋଗ ଆପଣଙ୍କୁ ସଂପୂର୍ଣ୍ଣ ଏକାକୀ କରିଦିଏ।’
ସୂଚନାଯୋଗ୍ୟ, ଅଶ୍ୱିନ୍ ସୋସିଆଲ ମିଡିଆରେ ଟ୍ୱିଟ୍ କରି ଆଇପିଏଲ୍ ଛାଡ଼ିବା ବିଷୟରେ ସୂଚନା ଦେଇଥିଲେ। ସେ ଲେଖିଥିଲେ, ‘ମୁଁ ଆଇପିଏଲ ସିଜିନରୁ ବ୍ରେକ୍ ନେଉଛି, ମୋ ପରିବାର କୋଭିଡ -19 ସହ ସଂଗ୍ରାମ କରୁଛନ୍ତି ଏବଂ ମୁଁ ଏହି କଷ୍ଟ ସମୟରେ ସେମାନଙ୍କ ସହ ରହିବାକୁ ଚାହୁଁଛି। ଯଦି ସବୁ ଠିକ୍ ରହେ, ତେବେ ମୁଁ ଆଇପିଏଲକୁ ପୁଣି ଫେରିବି ବୋଲି ଆଶା କରୁଛି।’

ଉତ୍କଳ ୟୁନିଭରସିଟି ସିଣ୍ଡିକେଟ୍ ସଦସ୍ୟ ଭାବେ ପ୍ରଫେସର ଜୟନ୍ତ ମହାପାତ୍ରଙ୍କ ସମେତ ୩ ମନୋନୀତ

ଭୁବନେଶ୍ୱର: ଉତ୍କଳ ୟୁନିଭରସିଟିର ସିଣ୍ଡିକେଟ୍ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି ଖ୍ୟାତନାମା ଶିକ୍ଷାବିତ୍ ପ୍ରଫେସର ଜୟନ୍ତ କୁମାର ମହାପାତ୍ର । ବ୍ରହ୍ମପୁର ୟୁନିଭରସିଟିର ପୂର୍ବତନ ଭାଇସ୍ ଚାନ୍ସଲର ଭାବେ କାର୍ଯ୍ୟ କରିଥିବା ପ୍ରଫେସର ମହାପାତ୍ର ୪ ବର୍ଷ ପାଇଁ ସିଣ୍ଡିକେଟ୍ ସଦସ୍ୟ ଭାବେ କାର୍ଯ୍ୟ କରିବେ ।

          ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସିଣ୍ଡିକେଟ୍ ସଦସ୍ୟ ଭାବେ ମନୋନୀତ ହୋଇଥିବା ୩ ଜଣ ସଦସ୍ୟଙ୍କ ମଧ୍ୟରେ ସେ ଜଣେ । ଏ ନେଇ ଶୁକ୍ରବାର ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅନ୍ୟ ୨ ମନୋନୀତ ସିଣ୍ଡିକେଟ୍ ସଦସ୍ୟ ହେଲେ ଡିଏମ୍‌ଇଟି ନିର୍ଦ୍ଦେଶିକା ଡ. ସୋନାମାଲି ବାଗ୍ ଓ  ବାରିପଦା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ୟୁନିଭରସିଟିର ଭାଇସ୍ ଚାନ୍ସଲର ସଂଘମିତ୍ରା ମହାନ୍ତି ।

ଏଥିସହିତ ପଢ଼ନ୍ତୁ: ଅଭିନୟ ପୂର୍ବରୁ ଦିନେ ଭାରତୀୟ ସେନାରେ ଥିଲେ ବିକ୍ରମଜୀତ କୁଅଁରପାଲ

ଦିଲ୍ଲୀରେ ସପ୍ତାହେ ବଢିଲା ଲକଡାଉନ ଅବଧି

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଦିନକୁ ଦିନ ବଢୁଥିବା ବେଳେ ଦିଲ୍ଲୀରେ ଲକଡାଉନ ଅବଧିକୁ ଆଉ ସପ୍ତାହେ ଯାଏଁ ବଢାଯାଇଛି। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।

ଦିଲ୍ଲୀରେ ଲଗାତାର ବଢିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିଆଯାଇଛି ଏହି ନିଷ୍ପତି।

ଏହାକୁ ମିଶାଇ ଦ୍ୱିତୀୟ ଥର ପାଇଁ ଦିଲ୍ଲୀରେ ଲକଡାଉନ୍ ଅବଧିକୁ ବୃଦ୍ଧି କରାଯାଇଛି। ଦିଲ୍ଲୀର ବତ୍ରା ହସ୍ପିଟାଲରେ ଶନିବାର ଦିନ ପ୍ରାୟ ଘଣ୍ଟାଏ ଧରି ଅକ୍ସିଜେନ୍ ଅଭାବ ଯୋଗୁଁ ଜଣେ ଡାକ୍ତରଙ୍କ ସହ ୮ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିଲା।

ଅଧିକ ପଢନ୍ତୁ- ଘଣ୍ଟାଏ ଯାଏ ବନ୍ଦ ରହିଲା ଅକ୍ସିଜେନ୍ ବିତରଣ, ବତ୍ରା ହସ୍ପିଟାଲରେ ଚାଲିଗଲା ୮ ଜଣଙ୍କ ଜୀବନ 

ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ଓ ମହାରାଷ୍ଟ୍ରରେ ସ୍ଥିତି ଏବେବି ଚିନ୍ତାଜନକ ରହିଛି । ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୨୭ ହଜାର ୪୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି କରୋନାରେ ୩୭୫ ଜଣଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ଦିନକରେ ୬୨ ହଜାର ୯୧୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୮୨୮ ଜଣଙ୍କ ମୃତ୍ୟୁ ହୋଇଛି ।

କରୋନାରେ ଚାଲିଗଲେ ବରିଷ୍ଠ ସାମ୍ୱାଦିକ ପ୍ରୀତିମାନ : ଶୋକବ୍ୟକ୍ତ କଲେ ମାନସ ମଙ୍ଗରାଜ

ଭୁବନେଶ୍ୱର:  ଆଉ ଜଣେ ସାମ୍ବାଦିକଙ୍କ ଜୀବନ ନେଲା କରୋନା । ସାମ୍ବାଦିକ ପ୍ରୀତିମାନ ମହାପାତ୍ରଙ୍କ ମୃତ୍ୟୁ । ଟାଇମ୍ସ ଅଫ୍ ଇଣ୍ଡିଆ ଖବରକାଗଜରେ କାର୍ଯ୍ୟରତ ଥିଲେ ପ୍ରୀତିମାନ । କରୋନାରେ ଆକ୍ରାନ୍ତ ହୋଇ ସେ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଥିଲେ ଚିକିତ୍ସାଧୀନ । ପ୍ରୀତିମାନଙ୍କ ପତ୍ନୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ପ୍ରୀତିମାନଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ । କରୋନାରେ ଜଣେ ଭଲ ବନ୍ଧୁଙ୍କୁ ହରାଇଲି ବୋଲି ଟ୍ବିଟ କରି କହିଛନ୍ତି ମାନସ । ତେବେ ବର୍ତ୍ତମାନ ସୁଦ୍ଧା ୧୨ ଜଣ ସାମ୍ବାଦିକଙ୍କ ଜୀବନ ନେଲାଣି କରୋନା ।

ସୂଚନା ଯୋଗ୍ୟ ଯେ, ଗତକାଲି ମଧ୍ୟ ଜଣେ ବରିଷ୍ଠ ସାମ୍ୱାଦିକଙ୍କ ଦେହାନ୍ତ ହୋଇଛି । ପଶ୍ଚିମଓଡ଼ିଶା  ପ୍ରତିଷ୍ଠିତ ସାମ୍ୱାଦିକ ଦେବେନ୍ଦ୍ର ସାମନ୍ତରାୟଙ୍କ ଶୁକ୍ରବାର କରୋନାରେ ପରଲୋକ ଘଟିଛି । ସେ ଗତ କିିଛି ଦିନ ତଳେ କରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା ।  ପଶ୍ଚିମ ଓଡ଼ିଶାରେ ଦୀର୍ଘବର୍ଷ ଧରି ସାମ୍ବାଦିକତା କରିଆସୁଥିଲେ ।

ଏଥିସହିତ ପଢ଼ନ୍ତୁ: କୋଭିଡ ପଜିଟିଭ୍ ପରେ ହୃଦଘାତରେ ବରିଷ୍ଠ ସାମ୍ବାଦିକ ରୋହିତ ସରଦାନାଙ୍କ ଦେହାନ୍ତ