କରୋନା ସଂକ୍ରମିତ ହେବା ପରେ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିନପାରେ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: କୋଭିଡ ଟିକାର ୨ଟି ଯାକ ଡୋଜ୍ ନେଇ ସାରିଥିବା ଲୋକଙ୍କ ପାଇଁ ଆଶ୍ୱସ୍ତିକର ଖବର । ସଦ୍ୟ ପ୍ରକାଶିତ ଏକ ଗବେଷଣା ରିପୋର୍ଟ ମୁତାବକ କରୋନା ଟିକା ନେଇ ସଂକ୍ରମିତ ହୋଇଥିବା ଲୋକଙ୍କ ମଧ୍ୟରୁ ୯୪ ପ୍ରତିଶତ ଲୋକଙ୍କୁ ଆଇସିୟୁରେ ଭର୍ତ୍ତି ହେବାକୁ ପଡ଼ିବନି ଏବଂ  ୭୭ ପ୍ରତିଶତ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ୁନି ।

ଭୋଲୋର ମେଡିକାଲ କଲେଜର ପ୍ରାୟ ୧୦ ହଜାର ୬୦୦ କର୍ମଚାରୀଙ୍କୁ ନେଇ କରାଯାଇଥିବା ଗବେଷଣା କରାଯାଇଥିଲା । ଏଥିମଧ୍ୟରୁ ୮୪.୮ ପ୍ରତିଶତ ଅର୍ଥାତ ୮ ହଜାର ୯ଶହ ସଦସ୍ୟ ୨୧ ଜାନୁଆରୀ ଠାରୁ ୩୦ ଏପ୍ରିଲ ଯାଏଁ ଟିକା ନେଇସାରିଥିଲେ । ଏମାନଙ୍କ ମଧ୍ୟରୁ ୯୩.୪ ପ୍ରତିଶତ ଲୋକେ କୋଭିସିଲ୍ଡ ଟିକା ଲଗାଇଥିଲେ ଓ ଅନ୍ୟମାନେ କୋଭାକ୍ସିନ୍ ଲଗାଇଥିଲେ । ଗବେଷଣାରେ ସାମିଲ ଲୋକଙ୍କ ମଧ୍ୟରୁ ୭ ହଜାର ୮୦ ସଦସ୍ୟଙ୍କୁ ଉଭୟ ଡୋଜ୍ ମିଳିସାରିଥିଲା । ଏମାନଙ୍କ ମଧ୍ୟରୁ ୬୭୯ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହେବା ପରେ ୬୪ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ୪ ଜଣଙ୍କୁ ଅକ୍ସିଜେନ୍ ଥେରାପିର ଆବଶ୍ୟକତା ପଡ଼ିଥିଲା । ତେବେ ଏମାନଙ୍କ ମଧ୍ୟରୁ କେବଳ ୨ ଜଣଙ୍କୁ ଆଇସିୟୁରେ ଭର୍ତ୍ତି କରିବାକୁ ପଡ଼ିଥିଲା । ଆଉ ଏକ ଆଶ୍ୱସ୍ତିକର ଖବର ଏହା ଯେ, ଏମାନଙ୍କ ମଧ୍ୟରୁ କାହାର ବି ମୃତ୍ୟୁ ହୋଇନାହିଁ । ଗବେଷଣାରୁ ଏହା ମଧ୍ୟ ଜଣାପଡ଼ିଛି ଯେ, ଟିକାର ଉଭୟ ଡୋଜ୍ ନେବା ପରେ ଆଇସିୟୁରେ ଭର୍ତ୍ତି ହେବା ଏବଂ ଅକ୍ସିଜେନ୍ ସପୋର୍ଟର ଆବଶ୍ୟକତା କମ୍ ହୋଇଯାଏ । କରୋନାର ପ୍ରଥମ ଡୋଜ୍ ନେବା ପରେ ହିଁ ଆଇସିୟୁରେ ଭର୍ତ୍ତି ହେବାର ଆବଶ୍ୟକତା ୯୪ ପ୍ରତିଶତ ଯାଏଁ କମିଯାଏ ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ସୁଧୁରୁଛି କରୋନା ସ୍ଥିତି: ୫ ହଜାର ତଳକୁ ଖସିଲା ସଂକ୍ରମିତଙ୍କ ସଂଖ୍ୟା

Leave a Reply