‘ସଂକ୍ରମଣ ହାର ୫ ପ୍ରତିଶତରୁ କମ୍ ହେଲେ ମଧ୍ୟ ପୂରା ଅନ୍‌ଲକ୍ କରାନଯାଉ’

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ହାର ଧିରେଧିରେ କମୁଛି । ୧୭ତାରିଖ ବେଳକୁ ୫ପ୍ରତିଶତକୁ ଆସିବା ସମ୍ଭାବନା ରହିଛି । ଯେଉଁ ସବୁ ଜିଲ୍ଲାରେ ସଂକ୍ରମଣ ହାର ୫ପ୍ରତିଶତକୁ ଆସିବ ସେଠି ପୂରା ଅନଲକ ନକରି ସାମାନ୍ୟ କୋହଳ କରିବା ଉଚିତ୍ । ନହେଲେ ପୁନଃ ସଂକ୍ରମଣ ଭୟ ରହିଛି ବୋଲି ମତ ରଖିଛନ୍ତି ବରିଷ୍ଠ ଚିକିତ୍ସା ବିଶେଷଜ୍ଞ ଡା.ନିରୋଜ ମିଶ୍ର । ଅପରପକ୍ଷରେ ଟିକା ବ୍ୟବଧାନ ନେଇ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ, ଦ୍ୱିତୀୟ ଡୋଜ୍ ଟିକା ୬ରୁ ୮ସପ୍ତାହ ମଧ୍ୟରେ ନେଇଯିବା ଉଚିତ୍ । କେନ୍ଦ୍ର ସରକାର ୮୪ ଦିନ ପରେ କୋଭିସିଲ୍ଡ ଟିକା ନେବା ପାଇଁ କହିଛନ୍ତି, କିନ୍ତୁ, ଏହା ପୁର୍ବରୁ ଟିକା ନେଲେ ପୁନ୍ଃ ସଂକ୍ରମଣ ଭୟ ରହିବନି । ବିଭିନ୍ନ ଗବେଷଣାରେ ଏହି ତଥ୍ୟ ଆସିଥିବା କହିଛନ୍ତି ଡାକ୍ତର ନିରୋଜ ମିଶ୍ର ।

ଅପରପକ୍ଷରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ୬୭ହଜାର ୧୨୨ ଟେଷ୍ଟିଂ ହୋଇଥିବା ବେଳେ ୪ହଜାର ୮୫୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବଂ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୮ହଜାର ୫୧୬ ଜଣ । ସେହିପରି ୪୭ ଜଣଙ୍କ ଜୀବନ ନେଇଛି କିଲର ଭାଇରସ୍ । ଦିନକରେ କ୍ୱାରେଣ୍ଟାଇନ୍‌ରୁ ୨ହଜାର ୭୬୫, ଲୋକାଲ କେସ୍ ରହିଛି ୨ ହଜାର ୮୭ । ଖୋର୍ଦ୍ଧାରୁ ସର୍ବାଧିକ ୬୪୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, କଟକରୁ ୫୦୫, ଯାଜପୁରରୁ ୩୮୨, ବାଲେଶ୍ୱରରୁ ୩୬୪, କେନ୍ଦ୍ରାପଡାରୁ ୨୮୭, ଅନୁଗୁଳରୁ ୨୭୫, ପୁରୀରୁ ୨୩୭, ଭଦ୍ରକରୁ ୨୨୨, ମୟୂରଭଞ୍ଜରୁ ୨୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁରରୁ ୧୮୦, ସୁନ୍ଦରଗଡ଼ରୁ ୧୫୭, ଢେଙ୍କାନାଳରୁ ୧୫୦, ନୟାଗଡ଼ରୁ ୧୩୬, ନବରଙ୍ଗପୁରରୁ ୧୦୮, ରାୟଗଡ଼ାରୁ ୧୦୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଷ୍ଟେଟପୁଲରୁ ୯୮, କେନ୍ଦୁଝରରୁ ୯୬, ମାଲକାନଗିରିରୁ ୮୯, କୋରାପୁଟରୁ ୮୮, କନ୍ଧମାଳରୁ ୮୩, ବରଗଡ଼ରୁ ୬୧, କଳାହାଣ୍ଡିରୁ ୬୦, ବୌଦ୍ଧରୁ ୫୭, ଗଜପତିରୁ ୪୮, ସମ୍ବଲପୁରରୁ ୪୧, ଗଞ୍ଜାମରୁ ୪୦, ସୋନପୁରରୁ ୩୫, ବଲାଙ୍ଗୀରରୁ ୩୧, ନୂଆପଡାରୁ ୨୨, ଦେବଗଡ଼ରୁ ୨୦, ଜଗତସିଂହପୁରରୁ ୧୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୮ଲକ୍ଷ ୪୭ହଜାର ୩୧୩ ଥିବା ବେଳେ ମୋଟ୍ ସୁସ୍ଥ ହେଲେଣି ୭ଲକ୍ଷ ୮୧ହଜାର ୪୮୮, ଆକ୍ଟିଭ କେସ୍ ୬୨ହଜାର ୫୧୫ ।

Leave a Reply