spot_img
Home Blog Page 5691

ପଶ୍ଚିମବଙ୍ଗରେ ଟିଏମସି ଜିତିବାକୁ ଯାଉଛି ଖେଳ ? ୮୮ ଆସନରେ ବିଜେପି, ୨୦୦ରେ ଟିଏମସି ଆଗୁଆ

କୋଲକତା: ପଶ୍ଚିମବଙ୍ଗରେ ଖେଳ ହେବ ବୋଲି କହିଥିଲେ ମମତା । ମଧ୍ୟାହ୍ନ ସୁଦ୍ଧା ଆସୁଥିବା ଟ୍ରେଣ୍ଡରୁ ଲାଗୁଛି ପଶ୍ଚିମବଙ୍ଗରେ ଦିଦି ଖେଳ ଜିତିବେ । ଟିଏମସି ଡବଲ ସେଞ୍ଚୁରୀ ମାରିବା ରାସ୍ତାରେ ରହିଛି । ବିଜେପି ୮୮ଟି ଆସନରେ ଆଗୁଆ ଥିବା ବେଳେ ଟିଏମସି ୨୦୨ ଆସନରେ ଆଗରେ ରହିଛି । ତେବେ ଟିଏମସି ପାଇଁ ଖରାପ ଖବର ନନ୍ଦିଗ୍ରାମରୁ ଆସିପାରେ । ନନ୍ଦିଗ୍ରାମରେ ମମତା ବାନାର୍ଜୀ ବିଜେପି ପ୍ରାର୍ଥୀ ତଥା ଏକଦା ତାଙ୍କ ସେନାପତି ଥିବା ଶୁଭେନ୍ଦୁ ଅଧିକାରୀଙ୍କଠାରୁ ପଛରେ ଅଛନ୍ତି । ମମତାଙ୍କଠାରୁ ଶୁଭେନ୍ଦୁ ୧୧ ଟା୫୨ ସୁଧା ୭,୬୬୨ ଭୋଟରେ ଆଗୁଆ ଥିଲେ ।

ଏଥିସହ ପଢ଼ନ୍ତୁ- ପଶ୍ଚିମବଙ୍ଗରେ ଟିଏମସି ଆଗୁଆ, ନନ୍ଦିଗ୍ରାମରୁ ମମତା ପଛୁଆ

ପଶ୍ଚିମବଙ୍ଗର ଟ୍ରେଣ୍ଡ ଅନୁସାରେ ବିଜେପି ଶହେ ଆସନ ନଛୁଇଁବାର ସମ୍ଭାବନା ଅଧିକ ରହିଛି । ବିଜେପି ପାଇଁ ଦିଦିଙ୍କ ପ୍ଲାଷ୍ଟର ମହଙ୍ଗା ସାବ୍ୟସ୍ତ ହେଲା ଭଳି ଲାଗୁଛି । ମମତା ହ୍ୟାଟ୍ରିକ୍ ମାରିବ ସମ୍ଭାବନା ଅଧିକ ବଳବତ୍ତର ହେଉଥିବା ବେଳେ କଂଗ୍ରେସ, ବାମମେଣ୍ଟ ଓ ଅନ୍ୟମାନଙ୍କୁ ପଶ୍ଚିମବଙ୍ଗ ଭୋଟର ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖାନ କରିଥିବା ଲାଗୁଛି । କାରଣ ମଧ୍ୟାହ୍ନ ସୁଦ୍ଧା କଂଗ୍ରେସ, ବାମମେଣ୍ଟ ଗୋଟିଏ ମଧ୍ୟ ଆସନରେ ଆଗୁଆ ନାହାନ୍ତି ।

ପଶ୍ଚିମବଙ୍ଗ ବିଧାନସଭାର ମୋଟ ଆସନ ସଂଖ୍ୟା ୨୯୪ ହୋଇଥିବା ବେଳେ ସରକାର ଗଠନ ପାଇଁ ୧୬୮ ଆସନ ଆବଶ୍ୟକ । ବିଜେପି ମମତାଙ୍କୁ ଗାଦିଚ୍ୟୁତ କରି ପଶ୍ଚିମବଙ୍ଗ ଅଧିକାର କରିବା ଆଶା ଲାଗୁଛି ପୂରଣ ହେବ ନାହିଁ ।

ସାମ୍ବାଦିକଙ୍କୁ ସମ୍ମୁଖ କରୋନା ଯୋଦ୍ଧା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସାମ୍ବାଦିକ ସମ୍ମୁଖ କରୋନା ଯୋଦ୍ଧା । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମ୍ବାଦିକଙ୍କୁ ସମ୍ମୁଖ କରୋନା ଯୋଦ୍ଧା ଘୋଷଣା କରିଛନ୍ତି । ଏହାଦ୍ୱାରା ରାଜ୍ୟର ୬ ହଜାର ୯୪୪ ଜଣ କାର୍ଯ୍ୟରତ ସାମ୍ବାଦିକ ଉପକୃତ ହେବେ ।

ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟକାରୀ କରିବା ସହ କହିଛନ୍ତି- ସାମ୍ବାଦିକମାନେ ନିରବଚ୍ଛିନ୍ନ ଭାବେ ଖବର ପ୍ରସାରଣ କରି ଲୋକଙ୍କୁ ସଚେତନ କରୁଛନ୍ତି । ମହାମାରୀ କୋଭିଡ୍ ସମୟରେ ଲୋକଙ୍କ ନିକଟରେ ପ୍ରତିଟି ଖବର ସମୟରେ ପହଞ୍ଚାଉଛନ୍ତି ସାମ୍ବାଦିକ । କୋଭିଡ୍ ବିରୋଧୀ ଯୁଦ୍ଧରେ ସାମ୍ବାଦିକ ସାହାଯ୍ୟ କରୁଛନ୍ତି ।

 CM Announces State Journalists as Frontline Covid Warriors

ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ରାଜ୍ୟର ୬ ହଜାର ୯୪୪ ଜଣ କାର୍ଯ୍ୟରତ ସାମ୍ବାଦିକ ଏହାର ଲାଭ ପାଇବେ । ଏହି ଯୋଜନାରେ ସାମ୍ବାଦିକଙ୍କୁ ୨ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ଯୋଗାଇ ଦିଆଯାଉଛି ।

କୋଭିଡ୍ ସମୟରେ କାର୍ଯ୍ୟରତ କୌଣସି ସାମ୍ବାଦିକଙ୍କ ମୃତ୍ୟୁ ହେଲେ ତାଙ୍କ ନିକଟ ସମ୍ପର୍କୀୟଙ୍କୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ମିଳିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାକୁ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ସ୍ୱାଗତ କରିଛନ୍ତି । ଏହା ସାମ୍ବାଦିକମାନଙ୍କୁ ବିଶେଷ ଭାବେ ସହାୟକ ହେବ । ସାମ୍ବାଦିକମାନଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଓ ଦୃଢ଼ ସହଯୋଗ ଥିବା ଟ୍ୱିଟ୍ କରିଛନ୍ତି ମାନସ ମଙ୍ଗରାଜ । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାକୁ ରାଜ୍ୟର ସାମ୍ବାଦିକମାନେ ସ୍ୱାଗତ କରିଛନ୍ତି ।

ତାଲାବନ୍ଦ ଭିତରେ ୧୬ରେ ପଡ଼ିବ ପିପିଲି ଭୋଟ୍

ଭୁବନେଶ୍ୱର: ରାଜ୍ୟରେ ୧୪ ଦିନିଆ ଲକଡାଉନ୍ ମେ’ ୫ ତାରିଖରୁ ଲାଗୁ ହେବ । ଲକଡାଉନ୍ ଭିତରେ ପିପିଲି ଉପନିର୍ବାଚନ ଲାଗି ମତଦାନ ହେବ । ଏସଆରସିଙ୍କ ପକ୍ଷରୁ ଜାରି ଗାଇଡଲାଇନରେ ପିପିଲି ଉପନିର୍ବାଚନକୁ ଅନୁମତି ଦିଆଯାଇଛି । ଆସନ୍ତା ୧୬ ତାରିଖରେ ରବିବାର ପିପିଲିରେ ଭୋଟ୍ ଗ୍ରହଣ କରାଯିବ । ରବିବାର ସଟଡାଉନରେ ମତଦାନ କରାଯିବ ।

People ByPoll To Be Conducted In Lockdown

ପିପିଲି ଉପନିର୍ବାଚନ ସହ ଜଡ଼ିତ ବ୍ୟକ୍ତି, ଅଧିକାରୀଙ୍କ ଉପରେ କଟକଣା ରହିବ ନାହିଁ । ଏଥିସହ ନିର୍ବାଚନ ଟ୍ରେନିଂ, ପୋଲିଂ ଷ୍ଟେସନ, ନିର୍ବାଚନ ସାମଗ୍ରୀ ପରିବହନ ଜାରି ରହିବ । ଭୋଟ୍ ଦିନ ପ୍ରାର୍ଥୀ, କାଉଣ୍ଟିଂ ଏଜେଣ୍ଟ ଏବଂ ମତଦାତାଙ୍କ ଉପରେ କୌଣସି କଟକଣା ରହିବ ନାହିଁ । ସମସ୍ତ କୋଭିଡ୍ ଗାଇଡଲାଇନ୍ ମାନି ମତଦାନ କରାଯିବ ।

ଏଥିସହ ପଢ଼ନ୍ତୁ: ୧୪ ଦିନିଆ ଲକଡାଉନରେ କଣ ବନ୍ଦ, କଣ ଖୋଲା ଜାଣନ୍ତୁ…

୧୪ ଦିନିଆ ଲକଡାଉନରେ କଣ ବନ୍ଦ, କଣ ଖୋଲା ଜାଣନ୍ତୁ…

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୫ ତାରିଖରୁ ୧୪ ଦିନିଆ ଲକଡାଉନ୍ ୧୯ ତାରିଖ ଯାଏ ବଳବତ୍ତର ରହିବ । ଲକଡାଉନ୍ ସହ ରାଜ୍ୟରେ ସପ୍ତାହନ୍ତ ସଟଡାଉନ୍ ଜାରି ରହିବ । ଶୁକ୍ରବାର ସନ୍ଧ୍ୟା ୬ଟାରୁ ସୋମବାର ସକାଳ ୫ଟା ଯାଏ ୱିକେଣ୍ଡ ସଟଡାଉନ୍ ଜାରି ରହିବ । ଲକଡାଉନ୍ ସମୟରେ କୋଭିଡ୍ ଟିକାକରଣ ଜାରି ରହିବ ।

ଲକଡାଉନ୍ ସମୟରେ ସାଧାରଣ ପରିବହନ ସେବା ଯେମିତି ବସ୍ ସେବା ବନ୍ଦ ରହିବ । ମେଡିକାଲ ଛଡ଼ା ଅନ୍ୟ କୌଣସି ପରିସ୍ଥିତିରେ ଆନ୍ତଃରାଜ୍ୟ ଯାତାୟତ କରିପାରିବେ ନାହିଁ । ସମସ୍ତ ପ୍ରକାର ଶ୍ରେଣୀଗୃହ ଶିକ୍ଷାଦାନ ବନ୍ଦ ରହିବ । ସମସ୍ତ ମେଳା, ବୈଠକକୁ ବାତିଲ୍ କରାଯାଇଛି, ଭର୍ଚୁଆଲ୍ ବୈଠକ ହୋଇପାରିବ । ଗାଇଡଲାଇନ୍ ଅନୁସାରେ ମତଦାନ ହୋଇପାରିବ ।

ସିନେମା ହଲ୍, ମଲ୍, ମାର୍କେଟ୍, ଜିମ୍, ସ୍ୱିମିଂ ପୁଲ୍, ଥିଏଟର, ପାର୍କ, ବାର, ଯାତ୍ରା ସବୁ ବନ୍ଦ ରହିବ । ସେଲୁନ୍, ସ୍ପା, ବିଉଟି ପାର୍ଲର ବନ୍ଦ ରହିବ । ସମସ୍ତ ପ୍ରକାର ସାମାଜିକ, ରାଜନୀତିକ, ସାଂସ୍କୃତିକ, ଧାର୍ମିକ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି ।

ଏଥିସହ ପଢ଼ନ୍ତୁ: ରାଜ୍ୟରେ ମେ ୧୯ ଯାଏଁ ଲକଡାଉନ୍ ଘୋଷଣା

ଲକଡାଉନ୍ ସମୟରେ ବିବାହ ଉତ୍ସବ ପ୍ରଶାସନର ଅନୁମତି ନେଇ ହୋଇପାରିବ । ସର୍ବାଧିକ ୫୦ ଜଣ ବିବାହରେ ସାମିଲ୍ ହୋଇପାରିବେ । ସେହିଭଳି ଅନ୍ତ୍ୟେଷ୍ଟି କ୍ରିୟାରେ ୨୦ ଜଣ ସାମିଲ୍ ହୋଇପାରିବେ ।

ଏହି ସମୟରେ ହସ୍ପିଟାଲ୍, ନର୍ସିଂ ହୋମ୍, କ୍ଲିନିକ୍, ଟେଲି ମେଡିସିନ୍ ସେବା ଜାରି ରହିବ । ସମସ୍ତ ପ୍ରକାର ଔଷଧ ଦୋକାନ ଖୋଲା ରହିବ । ସ୍ୱାସ୍ଥ୍ୟସେବା ସହ ଜଡ଼଼ିତ ସମସ୍ତ ସଂସ୍ଥା ଓ କାର୍ଯ୍ୟାଳୟ ଖୋଲା ରହିବ । ଆରବିଆଇ ଏବଂ ଆରବିଆଇ ଦ୍ୱାରା ପରିଚାଳିତ ଆର୍ଥିକ ସଂସ୍ଥା, ଏଟିଏମ ସେବା, ବ୍ୟାଙ୍କ ଖୋଲା ରହିବ ।

ପେଟ୍ରୋଲ୍ ପମ୍ପ, ଏଲପିଜି ସିଲିଣ୍ଡର କେନ୍ଦ୍ର ଖୋଲା ରହିବ । ପୋଷ୍ଟ ଅଫିସ ଖୋଲା ରହିବ । ଟେଲିକମ୍, ଡିଟିଏଚ୍, ଇଣ୍ଟରନେଟ୍ ସେବାରେ କାର୍ଯ୍ୟରତ ଲୋକଙ୍କୁ ଯାତାୟତ ଅନୁମତି ରହିଛି । ଏହି ସମୟରେ ଦୈନିକ ଓ ସାପ୍ତାହିକ ହାଟ ବନ୍ଦ ରହିବ । ରେଷ୍ଟୁରାଣ୍ଟ ଓ ଢାବା କେବଳ ପାର୍ସଲ ଦେଇପାରିବେ । ଅନଲାଇନ୍ ଡେଲିଭରୀ ସେବା ଜାରି ରହିବ । ଗଣମାଧ୍ୟମ ଉପରେ କଟକଣା ରହିବ ନାହିଁ ।

ଗୃହ ନିର୍ମାଣ ସାମଗ୍ରୀ ରଖୁଥିବା ଦୋକାନ ଖୋଲା ରହିବ । ବହି ଦୋକାନ ମଧ୍ୟ ଖୋଲା ରହିବ । ସକାଳ ୫ଟାରୁ ୮ଟା ମଧ୍ୟରେ ଖବରକାଗଜ ବିତରଣ କରାଯାଇ ପାରିବ । ମାଲପରିବହନ ଉପରେ କୌଣସି କଟକଣା ନାହିଁ । ସମସ୍ତ ପ୍ରକାର ଚାଷକାର୍ଯ୍ୟ ଜାରି ରହିବ । ସମସ୍ତ ଶିଳ୍ପାଞ୍ଚଳ କୋଭିଡ୍ ଗାଇଡଲାଇନ୍ ମାନି କାର୍ଯ୍ୟ କରିବେ ।

ଘରୋଇ ଓ କର୍ପୋରେଟ୍ ସଂସ୍ଥା ୩୩ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବେ । ଅନ୍ୟମାନେ ଘରୁ କାର୍ଯ୍ୟ କରିବେ । ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା ଓ ହ୍ୟାଣ୍ଡ ସାନିଟାଇଜ୍ ଉପରେ ଗୁରୁତ୍ୱ ଦିଆଯାଇଛି । ଅତ୍ୟାବଶ୍ୟକୀୟ ସେବାରେ ନିୟୋଜିତ କର୍ମଚାରୀ ପରିଚୟପତ୍ର ଦେଖାଇ ଯାତାୟତ କରିପାରିବେ ।

ରାଜ୍ୟରେ ମେ ୧୯ ଯାଏଁ ଲକଡାଉନ୍ ଘୋଷଣା

ଭୁବନେଶ୍ୱର: ବଢ଼ୁଥିବା କରୋନା ସଂକ୍ରମଣ ମାମଲାକୁ ଦେଖି ରାଜ୍ୟ ସରକାର ଲକଡାଉନ୍ ଘୋଷଣା କରିଛନ୍ତି । ରାଜ୍ୟରେ ଆସନ୍ତା ୫ ତାରିଖରୁ ୧୪ ଦିନିଆ ଲକଡାଉନ୍ ଲାଗୁ ହେବ । ୧୯ ତାରିଖ ଯାଏଁ ବଳବତ୍ତର ରହିବ ଲକଡାଉନ୍ କଟକଣା । ମେ ୫ ତାରିଖ ବୁଧବାର ସକାଳ ଠାରୁ ୧୯ ତାରିଖ ବୁଧବାର ସକାଳ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି ।

ଏହି ସମୟରେ ୫ ଶହ ମିଟର ଦୂରତା ମଧ୍ୟରେ ସକାଳ ୬ଟାରୁ ୧୨ଟା ମଧ୍ୟରେ ଚାଲି ଚାଲି ଯାଇ ପନିପରିବା ଇତ୍ୟାଦି କିଣି ହେବ । ସ୍ୱାସ୍ଥ୍ୟସେବା ତଥା ଅନ୍ୟାନ୍ୟ ଜରୁରୀ ସେବା ପାଇଁ କୌଣସି କଟକଣା ରହିବ ନାହିଁ ।

ପଶ୍ଚିମବଙ୍ଗରେ ଟିଏମସି ଆଗୁଆ, ନନ୍ଦିଗ୍ରାମରୁ ମମତା ପଛୁଆ

କୋଲକାତା: ଜାରି ରହିଛି ଭୋଟ୍ ଗଣତି । ପ୍ରାରମ୍ଭିକ ଟ୍ରେଣ୍ଡିଂରେ ପଶ୍ଚିମବଙ୍ଗରେ ବିଜେପିକୁ କଡ଼ା ଟକ୍କର ଦେଇ ଚାଲିଛି ଟିଏମସି । ତାଜା ତଥ୍ୟ ଅନୁସାରେ ଦିନ ୧୦ଟା ୨୦ ସୁଦ୍ଧା ପଶ୍ଚିମବଙ୍ଗର ୨୯୨ ଆସନ ମଧ୍ୟରୁ ୧୫୬ ଆସନର ଗଣତିରେ ଟିଏମସି ଆଗୁଆ ରହିଛି । ଟିଏମସି ୧୦୧ଟି ଆସନରେ ଆଗୁଆ ରହିଥିବା ବେଳେ ବିଜେପି ୫୩ଟି ଆସନରେ ଆଗୁଆ ରହିଛି । ଅନ୍ୟ ୨ଟି ଆସନରେ ସ୍ୱାଧୀନ ପ୍ରାର୍ଥୀ ଆଗୁଆ ଥିବା ଜଣାପଡ଼ିଛି ।

TMC Leads In 101 Seats Of West Bengal, Mamata Trailing In Nandigram

ପଶ୍ଚିମବଙ୍ଗରେ ଟିଏମସି ଆଗୁଆ ରହିଥିବା ବେଳେ ରିପୋର୍ଟ ଅନୁସାରେ ନନ୍ଦିଗ୍ରାମରୁ ଲଢ଼ୁଥିବା ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ପଛୁଆ ଅଛନ୍ତି । ମମତା, ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ପ୍ରାୟ ୮ ହଜାର ୧୦୬ ଭୋଟରେ ପଛୁଆ ଅଛନ୍ତି ।

 

ପୋଲିସ ନାଚ ବନ୍ଦ କଲା ବୋଲି ଲୋକେ ଭଙ୍ଗାରୁଜା କଲେ ଥାନା ଗାଡ଼ି

ଉଦଳା: କରୋନା ସଂକ୍ରମଣ ବିସ୍ଫୋଟକ ହୋଇ ଚାଲିଛି । ମୟୂରଭଞ୍ଜ ଜିଲ୍ଲା ମଧ୍ୟ କୋଭିଡ୍ ରେଡ୍ ଜୋନରେ ରହିଛି । କରୋନା ସଂକ୍ରମଣ ହୁ ହୁ ହୋଇ ବ୍ୟାପୁଥିବାରୁ ଏକାଧିକ ଲୋକ ଏକାଠି ହେବାକୁ ବାରଣ କରାଯାଉଛି । ଏଥିସହ ସାମାଜିକ, ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧ କ ଲଗାଇଛନ୍ତି ସରକାର । ହେଲେ କିଛି ସ୍ଥାନରେ କଟକଣା ମାନୁନାହାଁନ୍ତି ଲୋକ । ମୟୂରଭଞ୍ଜ ଜିଲ୍ଲାର ଶରତ ଥାନା ଦେୱାନ ବାହାଳୀ ଗାଁରେ କଟକଣା ଉଲ୍ଲଂଘନ କରି ନାଚଗୀତ ଚାଲିଥିଲା ।

People Vandalised PCR Van In Mayurbhanj

ପୋଲିସ ଖବର ସେଠାରେ ପହଞ୍ଚି ନାଚଗୀତ ବନ୍ଦ ପାଇଁ କହିଥିଲା । ହେଲେ ଲୋକ ଶୁଣିନଥିଲେ । ନିଶାସକ୍ତ ଅବସ୍ଥାରେ ଉପସ୍ଥିତ ଲୋକମାନେ ପୋଲିସ ଉପରକୁ ଆକ୍ରମଣ କରିବା ସହିତ ପୋଲିସ ଗାଡ଼ିକୁ ଭଙ୍ଗା ରୁଜା କରିଛନ୍ତି । ଏଥିରେ କେତେକ ପୋଲିସ କର୍ମଚାରୀ ଆହତ ମଧ୍ୟ ହୋଇଛନ୍ତି ।

People Vandalised PCR Van In Mayurbhanj

ପରେ ଆଉ କିଛି ପୋଲିସ ଗାଁରେ ପହଞ୍ଚି ଆହତ ପୋଲିସଙ୍କୁ ଉଦ୍ଧାର କରିଥିଲେ । ପୋଲିସ ଗାଡିକୁ ଭାଙ୍ଗିଥିବା ଓ କୋଭିଡ୍ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଖଣ୍ଡ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

ଦେଶରୁ ଆଉ ୩ ଲକ୍ଷ ୯୨ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ମାମଲା କମିବାର ନାଁ ନେଉନି । ପ୍ରତିଦିନ କରୋନା ସଂକ୍ରମଣ ମାମଲା ବଢ଼ି ବଢ଼ି ଚାଲିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତାଜା ରିପୋର୍ଟ ଅନୁସାରେ, ବିଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୯୨ ହଜାର ୪୮୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ଦିନକରେ କରୋନାରେ ପ୍ରାଣ ହରାଇଛନ୍ତି ୩ ହଜାର ୬୮୯ ଜଣ । ଗତ ୨୪ ଘଣ୍ଟାରେ ୩ ଲକ୍ଷ ୦୭ ହଜାର ୮୬୫ ଜଣ କରୋନାକୁ ମାତ୍ ଦେଇଛନ୍ତି । ଏହା ପୂର୍ବରୁ ଶୁକ୍ରବାର ଦେଶରେ ୪ ଲକ୍ଷ ୧ ହଜାର ୯୯୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବିଶ୍ୱରେ ଚିହ୍ନଟ ମୋଟ ସଂକ୍ରମଣ ମାମଲାର ୪୦ ପ୍ରତିଶତ କେସ୍ ପ୍ରତିଦିନ ଭାରତରେ ଚିହ୍ନଟ ହେଉଛି ।

ଦେଶରେ କରୋନା ମାମଲା

ମୋଟ ସଂକ୍ରମିତଙ୍କ ସଂଖ୍ୟା କୋଟି ୯୫ ଲକ୍ଷ ୫୭ ହଜାର ୪୫୭

ମୋଟ ସୁସ୍ଥ କୋଟି ୫୯ ଲକ୍ଷ ୯୨ ହଜାର ୨୭୧

ମୋଟ ସକ୍ରିୟ ମାମଲା୩୩ ଲକ୍ଷ ୪୯ ହଜାର ୬୪୪

ମୋଟ ମୃତ୍ୟୁ ଲକ୍ଷ ୧୫ ହଜାର ୫୪୨

ମୋଟ ଟିକାକରଣ୧୫ କୋଟି ୬୮ ଲକ୍ଷ ୧୬ ହଜାର ୩୧ ଡୋଜ୍

ରାଜ୍ୟରେ ଆଉ ୧୪ ଜଣଙ୍କ ଜୀବନ ନେଲା ମହାମାରୀ କରୋନା

ଭୁବନେଶ୍ୱର: ରାଜ୍ୟରେ ଆଉ ୧୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏଥିସହ ରାଜ୍ୟରେ ମୋଟ କୋଭିଡ୍ ମୃତ୍ୟୁସଂଖ୍ୟା ୨୦୬୮କୁ ବୃଦ୍ଧି ପାଇଛି । ଭଦ୍ରକରୁ ଜଣେ, ବଲାଙ୍ଗିରରୁ ଜଣେ, ବୌଦ୍ଧରୁ ଜଣେ, ଦେବଗଡ଼ରୁ ଜଣେ, ଗଞ୍ଜାମରୁ ଜଣେ, ଜଗତସିଂହପୁରରୁ ଜଣେ, କେନ୍ଦୁଝରରୁ ୨ ଜଣ, ଖୋର୍ଦ୍ଧାରୁ ଜଣେ, ରାୟଗଡ଼ାରୁ ୪ ଜଣ ଏବଂ ସୁନ୍ଦରଗଡ଼ ଜିଲ୍ଲାରୁ ଜଣଙ୍କର ମୃତ୍ୟୁ ହୋଇଛି ।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୦୧୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୪୫୬୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୪୪୭ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ୬୨ ହଜାର ୬୨୨କୁ ବୃଦ୍ଧି ପାଇଛି । ରାଜ୍ୟରେ ୩ ଲକ୍ଷ ୯୧ ହଜାର ୪୮ ଜଣ କରୋନାକୁ ମାତ୍ ଦେଇଥିବା ବେଳେ ଏବେ ୬୯ ହଜାର ୪୫୩ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।

ଏଥିସହ ପଢ଼ନ୍ତୁ- ରାଜ୍ୟରୁ ଆଉ ୮୦୧୫ ସଂକ୍ରମିତ ଚିହ୍ନଟ, ୨୪ ଜିଲ୍ଲାରେ ୩ ଅଙ୍କ ଉପରେ ଦୈନିକ ସଂକ୍ରମଣ

ପଶ୍ଚିମବଙ୍ଗ, ତାମିଲନାଡ଼ୁ, ଆସାମ, କେରଳ ଓ ପୁଡୁଚେରୀରେ ଭୋଟ୍ ଗଣତି ଆରମ୍ଭ

ନୂଆଦିଲ୍ଲୀ: ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ହୋଇଥିବା ଭୋଟର ଗଣତି ଆରମ୍ଭ ହୋଇଛି । ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ହେଉଥିବା ବେଳେ ପରେ ଇଭିଏମ୍ ଖୋଲାଯିବ । ପଶ୍ଚିମବଙ୍ଗରେ ଟିଏମସି ଓ ବିଜେପି ମଧ୍ୟରେ ଲଢ଼େଇ ହେଉଥିବା ବେଳେ ଆସାମରେ କଂଗ୍ରେସ ଓ ବିଜେପି ଟକ୍କର ହେଉଛି । ତାମିଲନାଡ଼ୁ, କେରଳ ଓ ପୁଡୁଚେରୀ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି ।

ଏଥିସହ ବିଭିନ୍ନ ଲୋକସଭା ପାଇଁ ହୋଇଥିବା ଭୋଟଗଣନା ଆଜି କରାଯାଉଛି । ଆନ୍ଧ୍ରପ୍ରଦେଶର ତିରୁପତି, କର୍ଣ୍ଣାଟକର ବେଲଗାମ, କେରଳର ମଲପ୍ପୁରମ ଏବଂ ତାମିଲନାଡ଼ୁର କନ୍ୟାକୁମାର ସହ ୧୦ ରାଜ୍ୟର କିଛି ବିଧାନସବା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସେସବୁର ଭୋଟ୍ ଗଣତି ଆରମ୍ଭ ହୋଇଛି । ସମସ୍ତଙ୍କ ନଜର ରହିଛି ପଶ୍ଚିମବଙ୍ଗା ଓ ତାମିଲନାଡ଼ୁ ଉପରେ ।

କରୋନା ସଂକ୍ରମଣ ମାମଲା ବଢ଼ି ଚାଲିଥିବା ବେଳେ କଡ଼ା କଟକଣା ଭିତରେ ଗଣତି ଆରମ୍ଭ ହୋଇଛି । ପଶ୍ଚିମବଙ୍ଗରୁ ଆସୁଥିବା ଗଣତି ଖବର ଅନୁସାରେ ୧୫ଟି ଆସନର ଆଗୁଆ ଫଳାଫଳ ଆସିଛି । ଟିଏମସି ୧୧ଟି ଆସନରେ ଆଗୁଆ ରହିଥିବା ବେଳେ ବିଜେପି ୪ଟିରେ ଆଗୁଆ ରହିଛି । ସେହିଭଳି କେରଳରେ ବାମ ଦଳ ୨୪ଟି ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ୧୫ଟି ଆସନରେ ଆଗୁଆ ରହିଛି ।