spot_img
Home Blog Page 5689

ହରିୟାଣାରେ କାଲିଠୁ ସାତ ଦିନିଆ ଲକଡାଉନ୍

ଚଣ୍ଡିଗଡ଼: ହରିୟାଣାରେ କାଲିଠୁ ଲାଗୁ ହେଉଛି ସାତ ଦିନିଆ ଲକଡାଉନ୍ । ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଲକଡାଉନ୍ ସମୟରେ ଖୋଲିବନି ଦୋକାନବଜାର କି ଚାଲିବନି ଗାଡି । କେବଳ ଜରୁରିକାଳୀନ ସେବା ଜାରି ରହିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମନହରଲାଲ ଖଟ୍ଟର । ରାଜ୍ୟବାସୀ କରୋନା ନିୟମ ମାନିବା ସହ ଘରୁ ନ ବାହାରିବା ପାଇଁ ଅପିଲ୍ କରିଛନ୍ତି ସରକାର ।

ରାଜ୍ୟରେ ଦୈନିକ ସଂକ୍ରମଣ ୧୩ ହଜାର ପାର୍ କରିଥିବାବେଳେ ମୃତକଙ୍କ ସଂଖ୍ୟା ବି ବଢିବାରେ ଲାଗିଛି । ସେପଟେ ଜାମ୍ମୁ-କାଶ୍ମୀରରେ ଆସନ୍ତା ମେ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ, କଲେଜ ଓ ବିଶ୍ବବିଦ୍ୟାଳୟ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ପ୍ରକାଶ ପାଇଲା ଫଳାଫଳ, ନବୀନ ଜଣାଇଲେ ଶୁଭେଛା

ଭୁବନେଶ୍ବର: ଦେଶର ଚାରୋଟି ରାଜ୍ୟରେ ଭୋଟ ଗଣତି ପରେ ଫଳାଫଳ ସ୍ପଷ୍ଟ ହୋଇସାରିଛି । ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ତୃତୀୟ ଥର ପାଇଁ ଗଡ ବଜାୟ ରଖିବା ସହ ହ୍ୟାଟ୍ରିକ ରେକର୍ଡ ରଚିଛନ୍ତି । ଅର୍ଥାତ ପୁନର୍ବାର ଦିଦି ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ସେପେଟେ ଆସାମ, ତାମିଲନାଡୁ, କେରଳ , ପୁଡୁଚେରୀ ରେ ମଧ୍ୟ ଫଳାଫଳ ସ୍ପଷ୍ଟ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ବିଜୟୀ ନେତାଙ୍କୁ ଶୁଭେଛା ଜଣାଇଛନ୍ତି ।

ସେହିପରି ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ଦଳ ଟିମ୍‌ସିର ବିଜୟକୁ ନେଇ ଶୁଭେଚ୍ଛା ଜଣାଇଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ମମତାଙ୍କ ଦଳ ବିଜୟ ଇତାହାସ ସୃଷ୍ଟି କରିଛି ବୋଲି ସେ କହିଛନ୍ତି । ସେପଟେ ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ ବି ମମତାଙ୍କୁ ଅଭିନନ୍ଦନ ଜଣାଇବା ସହ ବିଜେପି ନିଜ ପରାଜୟ ପାଇଁ ସମୀକ୍ଷା କରିବ ବୋଲି କହିଛନ୍ତି ।

ମେ ୩ରୁ ସାମ୍ବାଦିକଙ୍କୁ ଟିକା, ସମ୍ମୁଖ ଯୋଦ୍ଧା ଘୋଷଣା ପରେ BMCର ନିଷ୍ପତି

ଭୁବନେଶ୍ୱର: ସାମ୍ବାଦିକଙ୍କୁ ସମୁଖ ଯୋଦ୍ଧା ଘୋଷଣା ପରେ ତୁରନ୍ତ ଟିକା ଦେବ ବିଏମସି । ମୁଖ୍ୟମନ୍ତ୍ରୀ ଆଜି ଘୋଷଣା କରିବା ପରେ ଆସନ୍ତାକାଲି ଠାରୁ ସାମ୍ବାଦିକ ମାନଙ୍କୁ ଟିକା ପ୍ରଦାନ କରାଯିବ । ବିଏମସି ଏହି ନିଷ୍ପତ୍ତି ନେଇଥିବାବେଳେ କେଉଁଠି ଓ କେତେବେଳେ ଟିକା ପ୍ରଦାନ କରିଯିବ ସେନେଇ ସୂଚନା ମଧ୍ୟ ପ୍ରଦାନ କରିଛି ।

ବିଅଆମସିର ସୂଚନା ମୁତାବକ ଆସନ୍ତା କାଲି ଅର୍ଥାତ ୩ ତାରିଖ ଠାରୁ କଟକ ରୋଡ ନିକଟସ୍ଥ ଯାତ୍ରୀନିବାସ ଠାରେ ଟିକା ନେଇପାରିବେ ସାମ୍ବାଦିକ । ଟିକାକରଣ କେନ୍ଦ୍ର ଆସନ୍ତାକାଲି ଖୋଲିବା ସହ ସାମ୍ବାଦିକ ମାନେ ଟିକା ନେଇପାରିବେ । ସକାଳ ୧୧ରୁ ୨ଟା ଏବଂ ଅପରାହ୍ନ ୩ଟାରୁ ୫ଟା ଭିତରେ ଟିକାକରଣ କରାଯିବ । ଏବଂ ଏଥିପାଇଁ ପଞ୍ଜିକରଣ ମଧ୍ୟ ବାଧ୍ୟତାମୂଳକ ରହିଥିବା କହିଛନ୍ତି ବିଏମସି କମିସନର ।

ବିଜେପିର ହିନ୍ଦୁ କାର୍ଡ୍ ବିରୋଧରେ ଏକାଠି ହେଲେ ମୁସଲିମ୍ ଭୋଟର,କଂଗ୍ରେସ ଓ ବାମମୋର୍ଚ୍ଚା ଭୋଟ୍ ଟିଏମସି ଖାତାରେ

କୋଲକୋତା: ମମତା ବାନାର୍ଜୀ ପୁଣି କ୍ଷମତାକୁ ଫେରିଛନ୍ତି । ମମତାଙ୍କୁ ହରାଇବାର ସ୍ୱପ୍ନ ଦେଖୁଥିବା ବିଜେପିର ୨ଶହ ପ୍ଲସ ମିଶନ ୧୦୦ ବି ଛୁଇଁ ପାରିଲା ନାହିଁ । ତେବେ ଏମିତି କେମିତି ହେଲା ? ବିଜେପିର କାର୍ପେଟ୍ ବମିଂ,ଅସନ୍ତୁଷ୍ଠ ଟିଏମସି ନେତାଙ୍କୁ କୋଳାଇ ନେବାର ରଣନୀତି,ହିନ୍ଦୁ ଓ ହିନ୍ଦୁତ୍ୱ କାର୍ଡ୍ କେମିତି ପଶ୍ଚିମବଙ୍ଗରେ ଫେଲ୍ ମାରିଲା ? ଉତ୍ତର ହେଉଛି କ୍ରିୟାର ପ୍ରତିକ୍ରିୟା ।

କ୍ରିୟାର ପ୍ରତିକ୍ରିୟା

ବିଜେପି ପଶ୍ଚିମବଙ୍ଗରେ ହିନ୍ଦୁତ୍ୱ କାର୍ଡ୍ ଖେଳୁଥିଲା । ମମତାଙ୍କ ମୁସଲିମ୍ ତୁଷ୍ଟିକରଣ ନୀତି ବିରୋଧରେ ବିଜେପିର ହିନ୍ଦୁ ଭୋଟ ଧୃବୀକରଣ ରଣନୀତି କାମ ତ’ ଦେଇଛି କିନ୍ତୁ ପଦ୍ମଦଳର କ୍ଷମତା ଦଖଲ ସ୍ୱପ୍ନ କେବଳ ସ୍ୱପ୍ନ ହୋଇ ରହିଯାଇଛି । ହିନ୍ଦୁ ଭୋଟ୍ ଧୃବୀକରଣ ରଣନୀତି ଯଦି କ୍ରିୟା ଥିଲା ତେବେ ଏହା ବିରୋଧରେ ମୁସଲିମ୍ ଭୋଟ୍ ଓ ଧର୍ମନିରପେକ୍ଷ ଭୋଟ୍ ଏକାଠି ହେବା ପ୍ରତିକ୍ରିୟା ଥିଲା ।

ବିଜେପିର ରଣନୀତି ପ୍ରାରମ୍ଭିକ କାଳରେ ଠିକ୍ କାମ କରିଥିଲା । କିନ୍ତୁ ପରେ ଏହା ବ୍ୟାକ୍ ଫାୟାର କରିଥିଲା । ବିଜେପି ଯଦି ହିନ୍ଦୁ ଭୋଟ୍ ହାତେଇବାରେ ସଫଳ ହୋଇଥିଲା ତେବେ ଟିଏମସିକୁ ପାଖାପାଖି ଶତ ପ୍ରତିଶତ ମୁସଲିମ୍ ଭୋଟ୍ ମିଳିଛି କହିଲେ ଭୁଲ ହେବ ନାହିଁ । ପଶ୍ଚିମବଙ୍ଗର ମୁସଲିମ୍ ବିଜେପିକୁ ଭୋଟ୍ ଦେବେ ନାହିଁ ଏହା ଜଣାଶୁଣା କଥା ଥିଲା କିନ୍ତୁ ଓଏସିଙ୍କ ପ୍ରବେଶ ଟିଏମସିକୁ ଅଧିକ ମଜବୁତ କରିଥିଲା । ଓଏସିଙ୍କ ଯୋଗୁ ବିହାରରେ ବିଜେପି କ୍ଷମତାକୁ ଆସିଛି ଏହି ଧାରଣା ପଶ୍ଚିମବଙ୍ଗ ମୁସଲିମଙ୍କ ମଧ୍ୟରେ ବଦ୍ଧପରିକର ହୋଇଥିଲା । ଫଳରେ ସବୁ ମୁସଲିମ୍ ଭୋଟ୍ ଟିଏମସି ଖାତାକୁ ଯାଇଥିଲା । ସେହିଭଳି ଅନେକ କଂଗ୍ରେସ ଓ ବାମମେଣ୍ଟ ସମର୍ଥକ ମଧ୍ୟ କେବଳ ବିଜେପିକୁ ରୋକିବା ପାଇଁ ଟିଏମସିକୁ ଭୋଟ୍ ଦେଇଛନ୍ତି ।

ଯାହା ଏହିଥିରୁ ବୁଝି ହେଉଛି ଯେ, ପଶ୍ଚିମବଙ୍ଗରେ କଂଗ୍ରେସ ଓ ଲେଫ୍ଟ୍ ଫ୍ରଣ୍ଟ୍ ଖାତା ମଧ୍ୟ ଖୋଲି ପାରି ନାହାନ୍ତି । ଫୁରଫୁରା ସରିଫର ଆବ୍ବାସ ସିଦ୍ଦିକି ଓ ଅସଦଉଦ୍ଦିନ ଓଏସିଙ୍କ ନିର୍ବାଚନରେ ପ୍ରବେଶ ମମତାଙ୍କ ପାଇଁ ବରଦାନ ହେଲା ବୋଲି କୁହାଯାଉଛି । କାରଣ ଏହି ଦୁଇ ନେତାଙ୍କ ଅଚାନକ ପଶ୍ଚିମବଙ୍ଗ ରାଜନୀତିର ଏଣ୍ଟ୍ରି ମୁସଲିମଙ୍କ ମନରେ ସନ୍ଦେହ ସୃଷ୍ଟି କରିଥିଲା । ହିନ୍ଦୁ ଧୃବୀକରଣ ବିରୋଧରେ କେମିତି ମୁସଲିମ୍ ଭୋଟ୍ ଏକାଠି ହୋଇଥିଲା ତାହାର ଉଦାହରଣ ହେଉଛି ଅନ୍ତିମ ପର୍ଯ୍ୟାୟରେ ୪୪ଟି ଆସନ ପାଇଁ ହୋଇଥିବା ଭୋଟ । ଏହି ୪୯ ଆସନ ମଧ୍ୟରୁ ୨୬ କଂଗ୍ରେସ ପାଖରେ ଓ ୧୧ ବାମମେଣ୍ଟ ପାଖରେ ଥିଲା । ଟିଏମସି ପାଖରେ ୧୦ ଆସନ ଥିଲା ।

କିନ୍ତୁ ଏଥର ସବୁ ଆସନ ଟିଏମସି ଖାତାକୁ ଯାଇଛି । ଅର୍ଥାତ ଗଲା ନିର୍ବାଚନ ତୁଳନାରେ ଅଧିକ ୩୭ ଆସନ ଟିଏମସି ପାଇଛି । ମୁସଲିମ୍ ବହୁଳ ୪୯ ଆସନରୁ ୪୯ ଟିଏମସି ଖାତାକୁ ଯିବାରୁ ଅନୁମାନ କରାଯାଇପାରେ ଯେ, କେଉଁଭଳି ଭାବେ ବିଜେପିର ହିନ୍ଦୁ କାର୍ଡ୍ ବିରୋଧରେ ମୁସଲିମ୍ ଭୋଟର ଏକାଠି ହୋଇଥିଲେ

ନିଶାମୁକ୍ତି କେନ୍ଦ୍ରରେ ଅମାନବୀୟ କାଣ୍ଡ, ମାଲିକଙ୍କ ମାଡରେ ଅନ୍ତେବାସୀ ମୃତ

ଜଗତସିଂହପୁର: ନିଶାମୁକ୍ତି କେନ୍ଦ୍ରରେ ଅଭାବନୀୟ ଘଟଣା । ନିଶାମୁକ୍ତି କେନ୍ଦ୍ରର ମାଲିକଙ୍କ ମାଡ଼ରେ ଜଣେ ଅନ୍ତେବାସୀ ମୃତ, ୪ ଗୁରୁତର । ଘଟଣା ଘଟିଛି ଜଗତସିଂହପୁର ଥାନା ଅଁଳା ପଞ୍ଚାୟତ ଚାନ୍ଦଗାଁ ମଜୁରାଉ ଗାଁରେ । ଚେଷ୍ଟା ନିଶା ମୁକ୍ତି କେନ୍ଦ୍ରରେ ଘଟିଥିବା ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । କେନ୍ଦ୍ରର ମାଲିକ ବଗଲପୁର ଅଞ୍ଚଳର ରାଜା ଓରଫ ରାଜେଶ ମହାନ୍ତି ଓ ତାଙ୍କ ସହଯୋଗୀ ବାଲିକୁଦା ଅଞ୍ଚଳର ଚିକୁ ଓରଫ ରୁଦ୍ରପ୍ରସାଦ ରାଉତ ନିଶା ମୁକ୍ତି କେନ୍ଦ୍ରରେ ରହି ଥିବା ୨୨ ଜଣ ଅନ୍ତେବାସୀଙ୍କୁ ବାନ୍ଧି ଏକ ଜିଆଇ ପାଇପରେ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।

ଏଥିରେ ଜଗତସିଂହପୁର ଚାଟରା ଗାଁର ଏସ୍‌. କେ. ଜବାରଙ୍କର ମୃତ୍ୟୁ ଘଟିଥିବାବେଳେ ୪ ଜଣ ଗୁରୁତର ହୋଇଛନ୍ତି । ଆହତମାନଙ୍କୁ ଜଗତସିଂହପୁର ପୋଲିସ ଉଦ୍ଧାର କରି ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି କରିଛି । ମୃତ ଯୁବକଙ୍କ ଶବକୁ ଉଦ୍ଧାର କରି ସାଇଣ୍ଟିଫକ ଟିମ୍ ସହାୟତାରେ ତଦନ୍ତ କରୁଛି ପୋଲିସ । ତେବେ ନିଶା ମୁକ୍ତି କେନ୍ଦ୍ରର ମାଲିକ ଓ ତାଙ୍କ ସହଯୋଗୀ ଫେରାର ହୋଇଯାଇଛନ୍ତି । ସେପଟେ ଶବକୁ ଅଟୋରେ ନିଆଯାଉଥିବାବେଳେ ରାସ୍ତା ଅବରୋଧ କରିବା ସହ ପୋଡ଼ାଜଳା କରିଛନ୍ତି ଉତ୍ତ୍ୟକ୍ତ ଲୋକ ।

ନନ୍ଦିଗ୍ରାମରେ ବିଜେପି ବିଜୟୀ, ଶୁଭେନ୍ଦୁଙ୍କ ଗଡରେ ତିଷ୍ଠିଲେନି ଦିଦି

କୋଲକାତା: କଭି ଖୁସି, କଭି ଗମ । କେଇଟି ମୂହୂର୍ତ୍ତରେ ଓଲଟିଗଲା ଖେଳ । ନନ୍ଦିଗ୍ରାମରେ ବିଜୟର ସିମ୍ବଲ ଦେଖାଇଥିବା ଦିଦି ଏବେ ପରାଜୟ ହୋଇଛନ୍ତି । ଶେଷ ରାଉଣ୍ଡ ସୁଦ୍ଧା ଅର୍ଥାତ ୧୭ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ନନ୍ଦିଗ୍ରାମରେ ବିଜୟୀ ହୋଇଛନ୍ତି । ସେପଟେ ପଶ୍ଚିମବଙ୍ଗରେ ରେକର୍ଡ ସ୍ୱତେ ଦିଦି ନିଜ ଆସନରେ ପରାଜୟ ହୋଇଛନ୍ତି । ମିଳିଥିବା ସୂଚନା ମୁତାବକ ଶେଷ ରାଉଣ୍ଡ ଗଣତି ସୁଦ୍ଧା ଶୁଭେନ୍ଦୁ ଅଧିକାରୀ ୧୯୫୭ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି ।

ମାତ୍ର ଏକ ଘଣ୍ଟା ପୂର୍ବେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ନନ୍ଦିଗ୍ରାମରେ ୧୨ ଖଣ୍ଡ ଭୋଟରେ ବିଜୟୀ ହୋଇଥିବା ଖବର ଆସିଥିଲା  । ସେପର୍ଯ୍ୟନ୍ତ ମଧ୍ୟ ଭୋଟ ଗଣତି ଶେଷ ହୋଇନଥିଲା  । ସେପଟେ ଶେଷ ରାଉଣ୍ଡରେ ମମତା ହାରିଥିବା ଖବର ଏବେ ସାମ୍ନାକୁ ଆସିଛି  । ଅର୍ଥାତ ନନ୍ଦିଗ୍ରାମ ବିଧାନସଭା କ୍ଷେତ୍ରରେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ୧୯୦୦ରୁ ଅଧିକ ଭୋଟରେ ଜିତିଛନ୍ତି  । ହିନ୍ଦୁତ୍ୱ କାର୍ଡ ଖେଳିଥିବା ଶୁଭେନ୍ଦୁ ଏବଂ ମୁସଲିମ ଗୋଷ୍ଠୀକୁ ନେଇ ରାଜନୈତିକୁ ଅବତୀର୍ଣ୍ଣ ହୋଇଥିବା ମମତା ବାନାର୍ଜୀଙ୍କ ମଧ୍ୟରେ ଜୋରଦାର ଟକ୍କର ହୋଇଥିଲା  । ଶେଷ ରାଉଣ୍ଡ ଭୋଟ ଗଣତିରେ ମମତା ଜିତୁଥିବା ଖବର ପ୍ରକାଶ ପାଇଥିଲା ହେଲେ ମାତ୍ର ଘଣ୍ଟାକ ଭିତରେ ଖେଲ ଓଲଟପାଲଟ ହୋଇଗଲା  ।

ସେପଟେ ନନ୍ଦିଗ୍ରାମରେ ପରାଜୟ ପରେ ପ୍ରତିକ୍ରିୟା ରଖିଛନ୍ତି ମମତା ବାନାର୍ଜୀ । କହିଛନ୍ତି ନନ୍ଦିଗ୍ରାମର ପରାଜୟକୁ ମୁଁ ସ୍ୱିକାର କରୁଛି  । କିନ୍ତୁ ସମଗ୍ର ପଶ୍ଚିମବଙ୍ଗରେ ମିଳିଥିବା ବହୁମତ ପାଇଁ ସମସ୍ତ ଭୋଟରଙ୍କୁ ଧନ୍ୟବାଦ ଜଣାଇଛନ୍ତି  । ସେପଟେ ପରାଜୟ ପରେ ଦିଦି ସୁପ୍ରିମକୋର୍ଟରେ ଏନେଇ ମାମଲା କରିବେ ବୋଲି କହିଛନ୍ତି  । ନନ୍ଦିଗ୍ରାମ ପରାଜୟ ପଛରେ ନିର୍ବାଚନ କମିସନଙ୍କ ହାତ ରହିଛି  । ଜାଣି ଶୁଣି ସେଠାରେ ବିଜେପିକୁ ଜିତାଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ଟିଏମସି ସୁପ୍ରିମୋ ମମତା ବାନାର୍ଜୀ  ।

କେରଳ ରାଜନୀତିରେ ନୂଆ ଚିତ୍ର, ଲଗାତର ଦ୍ୱିତୀୟ ପାଳିରେ ବିଜୟନ

ଥିରୁଅନନ୍ତପୁରମ: କେରଳ ରାଜନୀତିରେ ନୂଆ ଚିତ୍ର। ଇତିହାସରେ ପିନାରାଇଙ୍କ ରେକର୍ଡ । ଏଥର ସମ୍ମାନର ଲଢେଇ ଲଢିଥିବା ସିପିଆଇଏମର ସମ୍ମାନ ରକ୍ଷା ଦିଗରେ ଆଗାଉଥିବା ନଜର ଆସିଛନ୍ତି ବିଜୟନ । ରାଜ୍ୟର ମୋଟ ୧୪୦ ଆସନରୁ ବାମଦଳ ନେତୃତ୍ବାଧୀନ ଏଲଡିଏଫ ସୁଦ୍ଧା ୯୦ରୁ ଅଧିକ ଆସନରେ ଆଗୁଆ ରହିଛି । ସେପଟେ କଂଗ୍ରେସ ନେତୃତ୍ବାଧୀନ ୟୁଡିଏଫ ୪୦ରୁ ଅଧିକରେ ଆଗୁଆ ଅଛି । କିନ୍ତୁ କେରଳରେ ବଡ଼ ବିଜୟ ଆଶା ରଖିଥିବା ବିଜେପି ମାତ୍ର ଗୋଟିଏ  ଆସନରେ ଆଗୁଆ ରହିଛି ।

ରାଜ୍ୟରେ ବାମଦଳ କ୍ଷମତାକୁ ଫେରିବ ବୋଲି ଏକଜିଟ ପୋଲରେ ମଧ୍ୟ ମତ ଆସିଥିଲା । କେରଳର ପରମ୍ପରା ଅନୁସାରେ ପ୍ରତି ପାଞ୍ଚ ବର୍ଷରେ ଥରେ ସରକାର ବଦଳୁଥିବା ବେଳେ ଏଥର କିନ୍ତୁ ସରକାର ବଦଳିବ ନାହିଁ ବୋଲି ଅନୁମାନ କରାଯାଉଛି । ପୁଣିଥରେ ପିନାରାୟୀ ବିଜୟନ ସରକାର ଗଢିଛନ୍ତି । କେରଳ ନିର୍ବାଚନରେ କେବେ ମଧ୍ୟ ଦ୍ୱିତୀୟ ଥର ପାଇଁ କେହି ଲଗାତର ସରକାର ଗଢିନଥିବା ବେଳେ ଚଳିତଥର କିନ୍ତୁ ଇତିହାସ ରଚିଛନ୍ତି ବିଜୟନ  । ୨୦୧୬ରେ ଶାସନରେ ଥିବା ତାଙ୍କ ଦଳ LDF ଏଥର ମଧ୍ୟ ପୁଣି ଥରେ ସରକାର ଗଢିବାକୁ ସମର୍ଥ ହୋଇଛି  ।

ସେପଟେ ପଶ୍ଟିମବଙ୍ଗ, ପୁଡୁଚେରୀରେ ନିଶ୍ଚିହ୍ନ ହୋଇ ପଡିଥିବା କଂଗ୍ରେସ କେରଳରେ ଇଜ୍ଜତ ରଖିଛି  । UDF ସହ ମେଣ୍ଟରେ ଥିବା କଂଗ୍ରେସ ୪୩ରୁ ଅଧିକ ଆସନରେ ସ୍ଥିତି ବଜାୟ ରଖିଛି  । କହିବାକୁ ଗଲେ ଯଦି ୫ ରାଜ୍ୟ ଭିତରେ କଂଗ୍ରେସ କେବଳ ଆସାମ ଏବଂ କେରଳରେ ଇଜ୍ଜତ ବଜାୟ ରଖିବାରେ ସଫଳ ହୋଇଛି  ।

ବିଜୟ ପରେ ମମତାଙ୍କ ପ୍ରତିକ୍ରିୟା, ‘ବାଂଲାର ବିଜୟ ହୋଇଛି’

କୋଲକାତା: ନନ୍ଦିଗ୍ରାମରେ ଖେଲା ହଲୋ; ଜିତିଲେ ମମତା ବାନାର୍ଜୀ । ନନ୍ଦିଗ୍ରାମ ଆସନରୁ ମମତା ବାନାର୍ଜୀ ବଜୟୀ ହୋଇଛନ୍ତି । ଦିଦି ୧୨ଶହ ଭୋଟରେ ଶୁଭେନ୍ଦୁଙ୍କୁ ହରାଇଛନ୍ତି । ୧୭ ରାଉଣ୍ଡ ଗଣତି ପରେ ନନ୍ଦିଗ୍ରାମ ଆସନରେ ମମତାଙ୍କର ବିଜୟ ହୋଇଛି।

ନନ୍ଦିଗ୍ରାମ ବିଜୟ ପରେ ମମତା ବିଜୟ ପରେ ମମତା ପ୍ରତିକ୍ରିୟା ଦେଇ କହିଛନ୍ତି, ‘ମୁଁ ସମସ୍ତଙ୍କ ଧନ୍ୟବାଦ ଜଣାଉଛି, ବାଂଲାର ବିଜୟ ହୋଇଛି।’ ଏଥିସହିତ ମମତା ନିଜ ସମର୍ଥକମାନଙ୍କୁ ବିଜୟ ଶୋଭାଯାତ୍ରା ନ କରିବାକୁ ଏବଂ କୋଭିଡ ଗାଇଡ ଲାଇନ୍ ପାଳନ କରିବାକୁ ପରାମର୍ଶ୍ୟ ଦେଇଛନ୍ତି।

ମମତାଙ୍କ ବିଜୟ ପରେ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛାର ଶୁଅ ଛୁଟିଆସୁଛି । ଏନସିପି ନେତା ଶରଦ ପାଓ୍ୱାର, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ, ଏନସି ନେତା ଉମର ଅବଦୁଲ୍ଲା, ପିଡିପି ନେତ୍ରୀ ମେହବୁବା ମୁଫତି, ଆରଜେଡି ନେତା ତେଜସ୍ୱୀ ଯାଦବ, ଏସପି ନେତା ଅଖିଳେଶ ଯାଦବ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରଭୃତି ମମତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଭୋଟଗଣତିର ପ୍ରଥମ ରାଉଣ୍ଡରୁ ହିଁ ନନ୍ଦିଗ୍ରାମରେ  ମମତା ବାନାର୍ଜା ଓ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ମାତ୍ର ୧୬ତମ ରାଉଣ୍ଡରେ ପଛରେ ପଡ଼ିଯାଇଥିଲେ ମମତା। କିନ୍ତୁ ୧୭ତମ ରାଉଣ୍ଡ ମମତାଙ୍କୁ ଦେଲା ନିର୍ଣ୍ଣାୟକ ବିଜୟ।

ଆଇପ୍ୟାକରୁ ଇସ୍ତଫା ଦେଲେ ପ୍ରଶାନ୍ତ କିଶୋର, ଆଉ କରିବେନି ନିର୍ବାଚନୀ ମ୍ୟାନେଜମେଣ୍ଟ୍

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ବିଜେପି ୧୦୦ ଆସନରୁ ଅଧିକ ଜିତିବ ନାହିଁ ,ଯଦି ଯିତେ ତେବେ ମୁଁ ନିର୍ବାଚନୀ ପ୍ରଚାର କାମରୁ ସନ୍ୟାସ ନେଇଯିବି । ପଶ୍ଚିମବଙ୍ଗରେ ଭୋଟ୍ ପଡୁଥିବା ବେଳେ ଏହି ଘୋଷଣା କରିଥିଲେ ଆଇପ୍ୟାକ ମୁଖ୍ୟ ପ୍ରଶାନ୍ତ କିଶୋର । ପ୍ରଶାନ୍ତ କିଶୋରଙ୍କ ଦାବି ସତ୍ୟ ପ୍ରମାଣିତ ହୋଇଛି । ଏହା ସତ୍ୱେ ଆଉ ନିର୍ବାଚନ ମ୍ୟାନେଜମେଣ୍ଟ୍ କାମ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି ପ୍ରଶାନ୍ତ କିଶୋର । ଏକ ଘରୋଇ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ସେ ଏହା କହିଛନ୍ତି।

ପ୍ରଶାନ୍ତ କହିଛନ୍ତି ଯେ, ମୁଁ କେବେ ମଧ୍ୟ ଏହି କାମ କରିବାକୁ ଚାହୁଁ ନଥିଲି । କିନ୍ତୁ ଘଟଣାଚକ୍ରରେ ଏହା ଭିତରକୁ ପ୍ରବେଶ କରିଥିଲି। ଏବେ ବ୍ରେକ୍ ଚାହୁଁଛି । ଆଗକୁ ମୁଁ ଆଉ ଏ କାମ କରିବି ନାହିଁ । ଆଇପ୍ୟାକରେ ମୋଠାରୁ ଅଧିକ ଯୋଗ୍ୟ ବ୍ୟକ୍ତି ରହିଛନ୍ତି। ସେମାନେ ଆଇପ୍ୟାକକୁ ଆଗକୁ ନେବେ।

ତେବେ ନିର୍ବାଚନୀ ମ୍ୟାନେଜମେଣ୍ଟରୁ ଅବ୍ୟାହତି ନେବା ପରେ ସେ ଆଉ କ’ଣ କରିବେ ବୋଲି ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, କିଛି ତ’ କରିବି କିନ୍ତୁ ତା ଆଗକୁ ଜଣା ପଡ଼ିବ।

ସୂଚନାଯୋଗ୍ୟ ଯେ, ପ୍ରଶାନ୍ତ କିଶୋର ୨୦୧୪ରେ ବିଜେପି ପାଇ ରଣନୀତି ତିଆରି କରିଥିଲେ । ମୋଦି ଆନେ ୱାଲେ ହୈ ତାଙ୍କ ଆଇଡିଆ ଥିଲା । ତେବେ ବିଜେପି ସହିତ ମତଭେଦ ପରେ ସେ ବିହାରରେ ନୀତିଶ କୁମାର ଓ ଜେଡିୟୁ ପାଇଁ ରଣନୀତି ତିଆରି କରିଥିଲେ । ୨୦୧୫ରେ ନୀତିଶ ଓ ଲାଲୁଙ୍କ ମେଣ୍ଟ କ୍ଷମତାକୁ ଫେରିବା ପରେ ନୀତିଶ ତାଙ୍କୁ ଜେଡିୟୁର ଉପ ସଭାପତି ଭାବେ ନିଯୁକ୍ତ କରିଥିଲେ । କିନ୍ତୁ ନୀତିଶ ପୁନଃ ଏନଡିଏକୁ ଫେରିବା ପରେ ପ୍ରଶାନ୍ତ ଅଲଗା ରାସ୍ତାରେ ଯାଇଥିଲେ।

ଟିଏମସି ପକ୍ଷରୁ ତାଙ୍କୁ ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ଅନୁବନ୍ଧିତ କରାଯାଇଥିଲା ।

ଶୁଭେନ୍ଦୁଙ୍କୁ ହରାଇ ନନ୍ଦିଗ୍ରାମ ଜିତିଲେ ମମତା

ନନ୍ଦିଗ୍ରାମ: ଶେଷରେ ବହୁକଷ୍ଟରେ ନନ୍ଦିଗ୍ରାମ ଉପରେ ବିଜୟ ହାସଲ କରିଛନ୍ତି ମମତା ବାନାର୍ଜୀ । ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କୁ ୧୨ଶହ ଭୋଟରେ ପରାସ୍ତ କରିଛନ୍ତି ମମତା । ଭୋଟ ଗଣତିର ୧୭ ରାଉଣ୍ଡରେ ଶୁଭେନ୍ଦୁ ପରାସ୍ତ ହୋଇଛନ୍ତି । ଗଣତି ଆରମ୍ଭରୁ ଶୁଭେନ୍ଦୁ ଆଗୁଆ ଥିଲେ । କିନ୍ତୁ ଧିରେ ଧିରେ ସେ ପଛରେ ପଡିଥିଲେ । ତେବେ ଶୁଭେନ୍ଦୁ ଓ ଦିଦିଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା କଡା ଥିଲା । ମୁଳରୁ ହିଁ ଜଣା ପଡୁଥିଲା ନନ୍ଦିଗ୍ରାମରେ କିଛି ମଧ୍ୟ ହୋଇପାରେ।
ଆରମ୍ଭରୁ ନନ୍ଦିଗ୍ରାମ ସିଟ୍ ହାଇ ପ୍ରୋପାଇଲ ହୋଇ ରହି ଆସିଛି । ଏହି ଆସନ ଆଗରୁ ବାମ ମୋର୍ଚ୍ଚାର ଗଡ ଥିଲା । କିନ୍ତୁ ନନ୍ଦିଗ୍ରାମ ଆନ୍ଦୋଳନ ପରଠାରୁ ଏହା ତୃଣମୂଳ କଂଗ୍ରେସ କବଜାକୁ ଆସିଥିଲା । ନନ୍ଦିଗ୍ରାମରେ ରାଜନୈତିକ ପ୍ରଭାବ ରଖୁଥିବା ଅଧିକାରୀ ପରିବାର ଏଠାରେ ମମତାଙ୍କ ନିକଟତର ଥିଲା । କିନ୍ତୁ ରାଜନୈତିକ ମତଭେଦ କାରଣରୁ ଶୁଭେନ୍ଦୁ ଟିଏମସି ଛାଡି ଦେଇଥିଲେ । ନିର୍ବାଚନର କେଇଦିନ ଆଗରୁ ସେ ବିଜେପିରେ ଯୋଗ ଦେଇଥିଲେ ।
ନନ୍ଦିଗ୍ରାମରେ ୮୮ ପ୍ରତିଶତ ଭୋଟ୍ ହୋଇଥିଲା । ଶୁଭେନ୍ଦୁ ଓ ତାଙ୍କ ପରିବାରର ନନ୍ଦିଗ୍ରାମ ଉପରେ ପ୍ରଭାବ ଥିବାରୁ ମମତାଙ୍କ ପାଇଁ ନନ୍ଦିଗ୍ରାମ ଲିଟମସ୍ ଟେଷ୍ଟ୍ ହେବ ବୋଲି କୁହାଯାଉଥିଲା । ଯାହା ହୋଇଥିଲା ମଧ୍ୟ । କାରଣ ନନ୍ଦିଗ୍ରାମରେ ମମତାଙ୍କୁ କଡା ଟକ୍କର ମିଳିଥିଲା ।