spot_img
Home Blog Page 5688

ଜମିବାଡ଼ି ପାଇଁ ଦିବ୍ୟାଙ୍ଗ ଭାଇକୁ ମରଣାନ୍ତକ ଆକ୍ରମଣ କଲେ ଦୁଇ ଭାଇ

ବଲାଙ୍ଗୀର: ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଚନ୍ଦନଭାଟି ଫାଣ୍ଡି କଟାପାଲି ଗାଁରେ ଅଭାବନୀୟ ଘଟଣା । ଜମିବାଡ଼ି ଓ ଘର ଡ଼ିହ ଭାଗବଣ୍ଟା ଘଟଣାକୁ କେନ୍ଦ୍ର କରି ଗାଁର ହାତୀ ପରିବାରର ୪ଜଣ ଭାଇ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଯାହା ପରେ ଉତ୍ୟକ୍ତ ହୋଇ ଅନ୍ୟ ଦୁଇ ଜଣ ଭାଇ ନିଜ ଦିବ୍ୟାଙ୍ଗ ବଡ଼ ଭାଇ ଓ ମଝିଆ ଭାଇକୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ଭୁଜାଲି ଓ ଲୁହା ଶାବଳରେ ପେଟରେ ଭୂସୀ ମଝିଆ ଭାଇ ମାଧବକୁ ହତ୍ୟା ଉଦ୍ୟମ କରିଥିବା ବେଳେ ବଡ଼ ଭାଇ ନିତ୍ୟା ହାତୀ (ଦିବ୍ୟାଙ୍ଗ)କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିଛନ୍ତି । ଯାହା ଫଳରେ ତାଙ୍କର ଦୁଇ ହାତ ଭାଙ୍ଗି ଯାଇଥିବା ବେଳେ ଛାତି ଓ ମୁଣ୍ଡରେ ଗୁରୁତର ଆଘାତ ଲାଗିଛି ।

ତେବେ ଆକ୍ରମଣର ଶିକାର ହୋଇଥିବା ଉଭୟ ଭାଇଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗୀର ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିନ୍ତୁ ମାଧବଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି । ଅପରପକ୍ଷେ ଆକ୍ରମଣ କରିଥିବା ବ୍ୟକ୍ତି ମାନେ ହେଲେ ସାରଙ୍ଗ ହାତୀ, ଗୌର ହାତୀ ଓ ସୁଶାନ୍ତ ହାତୀ ବୋଲି ଜଣାପଡିଛି । ଏନେଇ ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।

ପଶ୍ଚିମବଙ୍ଗରେ ମମତାଙ୍କ ବାଜିମାତ୍, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ

କୋଲକାତା: ପଶ୍ଚିମବଙ୍ଗରେ ଦମ୍ ଦେଖାଇଲେ ଦିଦି। ବିଜୟର ହ୍ୟାଟ୍ରିକ ସହ ୨୧୩ ଆସନ ଅକ୍ତିଆର କରିଛି ଦିଦିଙ୍କ ଦଳ ଟିଏମସି। ଯାହା ପରେ ମମତା ବାନାର୍ଜୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ଟିଏମସିର ବିପୁଳ ବିଜୟ ପରେ ମମତା ବାନାର୍ଜୀଙ୍କୁ ଫୋନ କରି କଥା ହୋଇଛନ୍ତି ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ । ବିପୁଳ ବିଜୟ ନେଇ ମମତାଙ୍କୁ ନବୀନ ଅଭିନନ୍ଦନ ଜଣାଇଛନ୍ତି ।

ଉଲ୍ଲେଖଯୋଗ୍ୟ, ପଶ୍ଚିମବଙ୍ଗରେ ଦିଦି ବିଜୟର ହ୍ୟାଟ୍ରିକ ସହ ୨୧୩ ଆସନ ଅକ୍ତିଆର କରିଛି ଟିଏମସି। ହେଲେ ନନ୍ଦିଗ୍ରାମରେ ଶୁଭେନ୍ଦୁ ଅଧିକାରୀଙ୍କଠାରୁ ହାରିଛନ୍ତି ମମତା । ଅନ୍ୟପକ୍ଷରେ ଆସାମରେ ବିଜେପି ମେଣ୍ଟ ଏନଡିଏ ୭୩ ଆସନ ପାଇ ପୁଣି ଥରେ ସରକାର ଗଢିବାକୁ ଯାଉଛନ୍ତି ସର୍ବାନନ୍ଦ ସୋନଓ୍ବାଲ । ଏଠାରେ କଂଗ୍ରେସ ମେଣ୍ଟ ୟୁପିଏକୁ ୫୨ଟି ଆସନ ମିଳିଛି । ପୁଡୁଚେରୀରେ ୩୦ ଆସନରୁ ଏନ୍‌ଡିଏ ମେଣ୍ଟ ୧୬ ଆସନରେ ବିଜୟୀ ହୋଇ ସରକାର ଗଢିବାକୁ ଯାଉଛି । କଂଗ୍ରେସ ମେଣ୍ଟକୁ ମାତ୍ର ୯ଟି ଆସନ ମିଳିଛ ଏବଂ ଅନ୍ୟମାନଙ୍କୁ ୬ଟି ଆସନ ସନ୍ତୁଷ୍ଟ ହେବାକୁ ପଡ଼ିଛି ।

ସେହିପରି କେରଳରେ ଶାସକ ଏଲ୍‌ଡିଏଫ୍‌ ମେଣ୍ଟ ଐତିହାସିକ ବିଜୟ ହାସଲ କରି ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ପିନାରାଇ ବିଜୟନ । ୧୪୦ ଆସନରୁ ବାମମେଣ୍ଟ ଏଲଡିଏଫ ୯୨ ଆସନରେ ବିଜୟୀ ରହିଛି । ୟୁଡିଏଫକୁ ୩୯ଟି ଆସନ ମିଲିଥିବା ବେଳେ ଅନ୍ୟାନ୍ୟ ଖାତାକୁ ୯ଟି ଆସନ ଯାଇଛି । ସେହିପରି ତାମିଲନାଡ଼ୁରେ ୨୩୪ ବିଧାନସଭା ଆସନରୁ AIADMK- BJPକୁ ମାତ୍ ଦେଇ ସରକାର ଗଢିବାକୁ ଯାଉଛି ଡିଏମକେ-କଂଗ୍ରେସ ମେଣ୍ଟ । ଡିଏମକେ କଂଗ୍ରେସ ମେଣ୍ଟ ୧୫୨ଟି ଆସନ ପାଇ ସରକାର ଗଢିବାକୁ ଯାଉଛନ୍ତି ଏମ କେ ଷ୍ଟାଲିନ୍ । କ୍ଷମତାରେ ଥିବା ଏଆଇଏଡିଏମ୍‌କେ ମେଣ୍ଟକୁ ମାତ୍ର ୭୭ ଆସନ ମିଳିଛି । କମଲ ହାସନଙ୍କ ଦଳ ଏମ୍‌ଏନ୍‌ଏମ୍‌କୁ ଗୋଟିଏ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି ।

ବାଲେଶ୍ବରର ୬୬ କେନ୍ଦ୍ରରେ ଟିକାକରଣ ବନ୍ଦ

ବାଲେଶ୍ବର: ବାଲେଶ୍ବର ଜିଲ୍ଲାରେ ପୁଣି ବନ୍ଦ ହୋଇଛି ଟିକାକରଣ। ଟିକା ଅଭାବରୁ ଜିଲ୍ଲାର ମୋଟ ୬୬ଟି ଯାକ କେନ୍ଦ୍ରରେ ଟିକାକରଣ ବନ୍ଦ ରହିଛି। ଚଳିତ ମାସ ପହିଲାରେ ମିଳିଥିବା ମାତ୍ର ୭ ହଜାର ୮୫୦ ଡ଼ୋଜ୍‌ ଶେଷ ହେବା ପରେ ବନ୍ଦ ରହିଛି ଟିକାକରଣ।

ପୂର୍ବରୁ ଗତ ମାସ ଶେଷ ସପ୍ତାହରେ ୪ ଦିନ ପାଇଁ ଟିକାକରଣ ବନ୍ଦ ରହିଥିଲା। କେବେ ଆସିବ ଟିକା, ସେନେଇ ଅନିଶ୍ଚିତତା ଲାଗି ରହିଥିବା ବେଳେ ଏହାକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଅସନ୍ତୋଷ।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆଜିଠୁ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ସହ ୧୮ ରୁ ୪୪ ବର୍ଷ ବୟସ୍କଙ୍କୁ ଟିକା ଦିଆଯିବ । ଟିକାଦାନରେ ନିଜ ନାଁ ପଞ୍ଜିକରଣ କରିବା ପାଇଁ ସମସ୍ତ ଜିଲ୍ଲାରେ ସ୍ଲଟ ବୁକିଂ ବି ଆରମ୍ଭ ହୋଇଛି। ସଂକ୍ରମଣକୁ ରୋକିବାକୁ ଗତ ଶନିବାର ଠାରୁ ଏହି ସ୍ଲଟ ବୁକିଂ ଆରମ୍ଭ ହୋଇଥିଲା।

ସେହିପରି ଟିକା ନେବାକୁ ଥିବା ବ୍ୟକ୍ତି ନିଜ ସହ ଆଧାରକାର୍ଡ ନେବା ବାଧ୍ୟତାମୂଳକ କରାଯାଇଛି । ତେବେ ଭୁବନେଶ୍ବରେ ଟିକା କରଣ ପାଇଁ ୨୯ଟି ଟିକାକରଣ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି ।

ବଢୁଛି ସଂକ୍ରମଣ; ସାରା ଦେଶରେ ଲାଗୁ ହୋଇପାରେ ଲକଡାଉନ କଟକଣା

ନୂଆଦିଲ୍ଲୀ: ସାରା ଦେଶରେ ଲାଗୁ ହୋଇପାରେ ଲକଡାଉନ କଟକଣା। କରୋନାର ଦ୍ବିତୀୟ ଲହରୀରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ, କେନ୍ଦ୍ର ଓ ରାଜ୍ୟ ସରକାର ଲକଡାଉନ ନେଇ ବିଚାର କରିବାକୁ ପରାମର୍ଶ ଦେଇଛନ୍ତି କୋର୍ଟ। ଲୋକଙ୍କ ହିତ ପାଇଁ ଲକଡାଉନ ଆପଣାଇବାକୁ ମତ ରଖିଛନ୍ତି ସୁପ୍ରିମକୋର୍ଟ।

ଏଥିସହ ଅକ୍ସିଜେନ ସମସ୍ୟା ଦୂର ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ରବିବାର ରାତିରେ ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ସାମୁହିକ କାର୍ଯ୍ୟକ୍ରମ ଉପରେ ରୋକ ଲଗାଇବାକୁ ପରାମର୍ଶ ଦେଇଛନ୍ତି କୋର୍ଟ। କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, ସଂକ୍ରମିତଙ୍କ ପାଖରେ କୌଣସି ପରିଚୟ ପତ୍ର ନଥିଲେ ମଧ୍ୟ ମେଡିକାଲରେ ଭର୍ତ୍ତି ସହ ଜରୁରୀ ଔଷଧ ମଧ୍ୟ ଯୋଗାଇ ଦିଆଯାଉ। ଏ ସମ୍ବନ୍ଧରେ କେନ୍ଦ୍ରସରକାର ଦୁଇ ସପ୍ତାହ ମଧ୍ୟରେ ରାଷ୍ଟ୍ରନୀତି ଆଣିବାକୁ କହିଛନ୍ତି କୋର୍ଟ ।

Covid Lockdown In Delhi May Be Extended By A Week

ସେହିପରି କୋର୍ଟ ସ୍ପଷ୍ଟ କରିଛନ୍ତି ଯେଉଁ ପର୍ଯ୍ୟନ୍ତ ରାଷ୍ଟ୍ରନୀତି ନଆସିଛି, ସେବେଯାଏଁ ବିନା ପ୍ରମାଣପତ୍ରରେ ମେଡିକାଲରେ ଭର୍ତ୍ତି କରାଯାଉ। ଦିଲ୍ଲୀରେ ଅକ୍ସିଜେନ ଅଭାବ ଉପରେ ମଧ୍ୟ ଟିପ୍ପଣୀ ଦେଇଛନ୍ତି ସୁପ୍ରିମକୋର୍ଟ। ଆଜି ମଧ୍ୟରାତ୍ର ସୁଦ୍ଧା ଅକ୍ସିଜେନ ଅଭାବ ପୂରଣ କରିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

ଦେଶରେ କାୟା ମେଲାଉଛି କରୋନା, ଦିନକରେ ୩ ଲକ୍ଷ ୬୮ ହଜାର ୧୪୭ ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କାୟା ମେଲାଉଛି କରୋନା। ଦ୍ରୁତ ଗତିରେ ମାଡ଼ିଚାଲିଛି ସଂକ୍ରମଣର ଦ୍ବିତୀୟ ଲହରି। ଗତ ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ଆଉ ୩ ଲକ୍ଷ ୬୮ ହଜାର ୧୪୭ ସଂକ୍ରମିତ। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସ୍ୱାସ୍ଥ୍ୟ  ବିଭାଗର ସୂଚନା ଅନୁଯାୟୀ, କରୋନା ସଂକ୍ରମଣରେ ୩ ହଜାର ୪୧୭ ଜଣଙ୍କ ଜୀବନ ନେଇଛି ମହାମାରୀ। ସେହିପରି ଗୋଟିଏ ଦିନରେ ସୁସ୍ଥ ହୋଇଛନ୍ତି ଆଉ ୩ ଲକ୍ଷ ୭୩୨ ସଂକ୍ରମିତ। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୯୯ ଲକ୍ଷ ୨୫ ହଜାର ୬୦୪ରେ ପହଞ୍ଚିଥିବା ବେଳେ ସୁଦ୍ଧା ମୋଟ ୧ କୋଟି ୬୨ ଲକ୍ଷ ୯୩ ହଜାରରୁ ଅଧିକ ସୁସ୍ଥ ହୋଇଛନ୍ତି।

ସେହିପରି ଦେଶରେ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୧୮ ହଜାର ୯୫୯ରେ ପହଞ୍ଚିଥିବା ବେଳେ ୩୪ ଲକ୍ଷ ୧୩ ହଜାର ୬୪୨ ସକ୍ରିୟ ମାମଲା ରହିଛି। ସେହିପରି ୯ ରାଜ୍ୟରେ ସ୍ଥିତି ଉଦବେଗଜନକ ରହିଛି । ଦିଲ୍ଲୀ, ମହାରାଷ୍ଟ୍ର, ୟୁପି, କର୍ଣ୍ଣାଟକ, କେରଳ, ଗୁଜରାଟ ଓ ଛତିଶଗଡରେ ସଂକ୍ରମଣର ଭୟ ଢେର ଅଧିକ ରହିଛି । ପରିସ୍ଥିତିକୁ ଲକ୍ଷ୍ୟ କରି ଲକଡାଉନ୍, ନାଇଟ୍ କର୍ଫ୍ୟୁ ଓ ସପ୍ତାହାନ୍ତ ସଟଡାଉନ୍ ଲାଗୁ କରିଛନ୍ତି ପ୍ରଭାବିତ ରାଜ୍ୟ ସହ ଅନ୍ୟ ରାଜ୍ୟମାନେ । ହରିୟାଣାରେ ଆଜିଠୁ ଲାଗୁ ହେଉଛି ସାତ ଦିନିଆ ଲକଡାଉନ୍।

ରାଜ୍ୟରେ ଆରମ୍ଭ ସାମ୍ବାଦିକଙ୍କ ଟିକାକରଣ ପ୍ରକ୍ରିୟା

ଭୁବନେଶ୍ୱର: ସାମ୍ବାଦିକ ମାନଙ୍କୁ ରାଜ୍ୟ ସରକାର ସମ୍ମୁଖ ଯୋଦ୍ଧା ଭାବେ ଘୋଷଣା କରିବା ପରେ ସୋମବାର ଦିନ ସେମାନଙ୍କ ଟିକା କରଣ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ବିଏମସି ପକ୍ଷରୁ ସାମ୍ବାଦିକଙ୍କ ଟିକାକରଣ ପାଇଁ ସ୍ବତନ୍ତ୍ର କ୍ୟାମ୍ପ କରାଯାଇଛି। ଭୁବନେଶ୍ବର କଟକରୋଡ୍ ଯାତ୍ରୀ ନିବାସରେ ସାମ୍ବାଦିକଙ୍କୁ ଟିକାକରଣ ପାଇଁ ଆୟୋଜିତ ହୋଇଛି ସ୍ବତନ୍ତ୍ର କ୍ୟାମ୍ପ ।

ସୂଚନା ଅନୁଯାୟୀ, ସକାଳ ୧୧ ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ୧୮ ରୁ ୪୪ ବର୍ଷୀୟ ସାମ୍ବାଦିକଙ୍କୁ ଟିକା କରଣ କରାଯିବ। ସେହିପରି ୩ଟା ଠାରୁ ୫ଟା ପର୍ଯ୍ୟନ୍ତ ୪୫ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ସାମ୍ବାଦିକମାନକୁ ଟିକା ଦେବାର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ସଂପୃକ୍ତ ସାମ୍ବାଦିକମାନେ ଆଧାର କାର୍ଡ଼ ସହ ସେମାନଙ୍କ ସାମ୍ବାଦିକ ପରିଚୟପତ୍ର ନେଇ ଟିକା ପାଇଁ ଅଫଲାଇନ୍ ରେଜିଷ୍ଟ୍ରେସନ କରିପାରିବେ । ଗତକାଲି ସାମ୍ବାଦିକମାନଙ୍କୁ ସମ୍ମାନ ଜଣାଇ କରୋନା ସମ୍ମୁଖ ଯୋଦ୍ଧାର ମାନ୍ୟତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସେହିପରି ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ଦ୍ୱାରା ରାଜ୍ୟର ୬ ହଜାର ୯୪୪ ସାମ୍ବାଦିକ ଉପକୃତ ହେବେ। କରୋନା ଯୁଦ୍ଧରେ ସାମ୍ବାଦିକ ପ୍ରାଣ ହରାଇଲେ ତାଙ୍କ ପରିବାରକୁ ୧୫ଲକ୍ଷ ଟଙ୍କା ମିଳିବ। ଯାହାକୁ ପ୍ରଥମ ଲହର ବେଳେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଏହାବାଦ ଏଣିକି ସାମ୍ବାଦିକଙ୍କୁ ଅଗ୍ରାଧିକାର ଭିତ୍ତିରେ ଅନ୍ୟ କୋଭିଡ୍ ଯୋଦ୍ଧାଙ୍କ ଭଳି ଟିକାକରଣ କରାଯିବ ବୋଲି କୁହାଯାଇଥିଲା।

ଅଧିକ ପଢନ୍ତୁ- ମେ ୩ରୁ ସାମ୍ବାଦିକଙ୍କୁ ଟିକା, ସମ୍ମୁଖ ଯୋଦ୍ଧା ଘୋଷଣା ପରେ BMCର ନିଷ୍ପତି

ଆଜିଠୁ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ

ଭୁବନେଶ୍ୱର: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆଜିଠୁ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ସହ ୧୮ ରୁ ୪୪ ବର୍ଷ ବୟସ୍କଙ୍କୁ ଟିକା ଦିଆଯିବ । ଟିକାଦାନରେ ନିଜ ନାଁ ପଞ୍ଜିକରଣ କରିବା ପାଇଁ ସମସ୍ତ ଜିଲ୍ଲାରେ ଆରମ୍ଭ ହୋଇଛି ସ୍ଲଟ ବୁକିଂ। ସଂକ୍ରମଣକୁ ରୋକିବାକୁ ଗତ ଶନିବାର ଠାରୁ ଏହି ସ୍ଲଟ ବୁକିଂ ଆରମ୍ଭ ହୋଇଛି।

ପ୍ରଥମ ଦିନରୁ ହିଁ ବିଏମସି ଅଞ୍ଚଳରେ ସ୍ଲଟ ବୁକିଂ ଆରମ୍ଭ ହେବାର କିଛି ସମୟ ମଧ୍ୟରେ ହିଁ ଶେଷ ହୋଇଯାଇଥିଲା । ତେବେ ଆଜିଠୁ ପ୍ରତି ଟିକାଦାନ କେନ୍ଦ୍ରରେ ପ୍ରତିଦିନ ମାତ୍ର ୧୫୦ ଜଣଙ୍କୁ ଟିକାକରଣ କରାଯିବ । ଏଥିରେ ୧୮ରୁ ୪୪ ବର୍ଷ ବୟସ୍କଙ୍କ ମଧ୍ୟରେ ମାତ୍ର ୧୦୦ ଜଣଙ୍କୁ ଟିକା ଦିଆଯିବ । ସେହିଭଳି ୪୫ ବର୍ଷରୁ ଅଧିକ ବୟସ୍କକଙ୍କ ମଧ୍ୟରେ ମାତ୍ର ୫୦ ଜଣଙ୍କୁ ଟିକାକରଣ କରାଯିବ । ନାଁ ପଞ୍ଜିକରଣ କରିଥିବା ବ୍ୟକ୍ତି କେଉଁ କେନ୍ଦ୍ରରେ ଟିକା ନେବେ ତାହାର ସବିଶେଷ ତଥ୍ୟ ସକାଳ ୧୦ଟା ମଧ୍ୟରେ ପଠାଇ ଦିଆଯିବ ବୋଲି ସୂଚନା ରହିଛି ।

Poonawala Expected To Launch Trial Of Kovovax In India By September

ସେହିପରି ଟିକା ନେବାକୁ ଥିବା ବ୍ୟକ୍ତି ନିଜ ସହ ଆଧାରକାର୍ଡ ନେବା ବାଧ୍ୟତାମୂଳକ କରାଯାଇଛି । ତେବେ ଭୁବନେଶ୍ବରେ ଟିକା କରଣ ପାଇଁ ୨୯ଟି ଟିକାକରଣ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି ।

ଅପରପକ୍ଷେ ଟିକା କମ ଥିବାରୁ କମ କେନ୍ଦ୍ରରେ ଟିକାକରଣ ଚାଲିବ। ମୋଟ ୧୫୦୦ କେନ୍ଦ୍ରରୁ ମାତ୍ର ୨୫୬ କେନ୍ଦ୍ରରେ ଆଜି ଟିକାକରଣ କରାଯିବ। ଏବେ ରାଜ୍ୟରେ ମୋଟ ୪୬ ହଜାର ୨୨୦ କୋଭିସିଲ୍ଡ ଟିକା ମହଜୁଦ ରହିଥିବା ବେଳେ ୩ ଲକ୍ଷରୁ ଅଧିକ କୋଭାକ୍ସିନ ଟିକା ଅଛି ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ।

କରୋନା ନେଗେଟିଭ୍ ରିପୋର୍ଟ ବିନା ରାଜ୍ୟରେ ମିଳିବନି ପ୍ରବେଶ ଅନୁମତି

ଚଣ୍ଡିଗଡ଼: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପଞ୍ଜାବରେ ନୂଆ ଗାଇଡଲାଇନ୍ ଜାରି କରାଯାଇଛି। ଯାହାଫଳରେ ଏବେ କରୋନା ନେଗେଟିଭ୍ ରିପୋର୍ଟ ବିନା ରାଜ୍ୟରେ କେହି ପ୍ରବେଶ କରିବେ ନାହିଁ। ଏମିତିକି ବିମାନ, ରେଳ କିମ୍ବା ସଡ଼କ ଯୋଗେ ପଞ୍ଜାବକୁ ଆସୁଥିବା ଲୋକମାନେ କରୋନା ନେଗେଟିଭ୍ ରିପୋର୍ଟ କିମ୍ବା ଟୀକାକରଣ ପ୍ରମାଣପତ୍ର ବିନା ରାଜ୍ୟରେ ପ୍ରବେଶ କରିପାରିବେ ନାହିଁ।

ଏହା ବ୍ୟତୀତ ରାଜ୍ୟରେ ଅଣ-ଅତ୍ୟାବଶ୍ୟକ ଦୋକାନଗୁଡିକ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ମଧ୍ୟ କୁହାଯାଇଛି। ନାଇଟ୍ କର୍ଫ୍ୟୁ ସନ୍ଧ୍ୟା ୬ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଲାଗୁ ହେବ। ସେହିପରି ସପ୍ତାହାନ୍ତ କର୍ଫ୍ୟୁ ଶୁକ୍ରବାର ସନ୍ଧ୍ୟା ୬ଟାରୁ ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ଲାଗୁ ହେବ।

କାର୍ ବ୍ୟତୀତ ମୋଟର ସାଇକେଲ୍ ରେ କେବଳ ଜଣେ ବ୍ୟକ୍ତିଙ୍କୁ ଯାତ୍ରା ଅନୁମତି ମିଳିବ । ଦୁଇ ଚକିଆ ଯାନରେ ଯଦି କୌଣସି ଗୁରୁତର ବ୍ୟକ୍ତି  ଥିବେ ତାହେଲେ ସେମାନଙ୍କୁ ଅନୁମତି ମିଳିବ ।

୧୦ରୁ ଅଧିକ ଲୋକ କୗେଣସି ବିବାହ, ଅନ୍ତିମ ସଂସ୍କାର ଆଦିରେ ଏକାଠି ହୋଇପାରିବେ ନାହିଁ । ଏହା ବ୍ୟତୀତ ରାଜ୍ୟରେ ସମସ୍ତ ପ୍ରକାର ନିଯୁକ୍ତି ପରୀକ୍ଷା ମଧ୍ୟ ସ୍ଥଗିତ ରଖାଯାଇଛି। ସରକାରୀ କାର୍ଯ୍ୟାଳୟ ଏବଂ ବ୍ୟାଙ୍କଗୁଡ଼ିକ ବର୍ତ୍ତମାନ ୫୦ ପ୍ରତିଶତ କର୍ମଚାରୀଙ୍କ ସହ ଖୋଲିବ। ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଢାବାରେ ବସି ଖାଇବା ନିଷେଧ ।

ଓଡିଶାରେ ବଢୁଛି କରୋନା ସଂକ୍ରମଣ; ୮୯୧୪ ପଜିଟିଭ

ଭୁବନେଶ୍ୱର: ଓଡିଶାରେ କ୍ରମାଗତ ଭାବରେ ବଢିବାରେ ଲାଗିଛି ଦୈନିକ କରୋନା ସଂକ୍ରମଣ ମାମଲା । ୨୪ ଘଣ୍ଟାରେ ୮୯୧୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୧୨୫୮ ପଜିଟିଭ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରୁ ୫୯୨, ସମ୍ବଲପୁରରୁ ୫୨୦ ଆକ୍ରାନ୍ତ, ପୁରୀରୁ ୫୩୦, ବରଗଡ଼ରୁ ୪୫୨, ନବରଙ୍ଗପୁରରୁ ୪୩୩, ଭଦ୍ରକରୁ ୩୫୧, ଝାରସୁଗୁଡ଼ାରୁ ୩୦୪ ଓ ଗଂଜାମରୁ ୨୬୨ ଆକ୍ରାନ୍ତ ପଜିଟିଭ ବାହାରିଛନ୍ତି ।

ସେହିପରି ଅନୁଗୁଳରୁ ୩୩୧, ବାଲେଶ୍ୱର ୧୭୯, ବଲାଙ୍ଗିର ୨୯୧, ବୗେଦ୍ଧ ୧୭୫, କଟକ ୫୮୭, ଦେବଗଡ ୧୦୩ ଓ ଢେଙ୍କାନାଳ, ଗଜପତି ୧୬୫, ଜଗତସିଂହପୁର ୧୦୯, ଯାଜପୁର ୨୩୨, କଳାହାଣ୍ଡି ୨୩୬, କନ୍ଧମାଳ ୬୨, କେନ୍ଦ୍ରାପଡା ୧୩୨, କେନ୍ଦୁଝର ୧୦୪, କୋରାପୁଟ ୧୪୫, ମାଲକାନଗିରି ୭୩, ମୟୁରଭଞ୍ଜ ୧୩୪, ନୟାଗଡ ୧୯୪, ନୂଆପଡା ୨୭୮, ସୋନପୁର ୧୨୧, ୫୩୦, ରାୟଗଡା ୧୫୭ ଓ ଷ୍ଟେଟ୍ ପୁଲରୁ ୨୫୫ ଚିହ୍ନଟ ହୋଇଛନ୍ତି।

ପରାଜୟକୁ ଗ୍ରହଣ କରିପାରୁ ନାହାଁନ୍ତି ଦିଦି, ପୁନର୍ବାର ଗଣତି ପାଇଁ ଟିଏମସିର ଅପିଲ

କୋଲକାତା: ପଶ୍ଚିମବଙ୍ଗର ହାଇଭୋଲଟେଜ୍ ସିଟରେ ହାଇଭୋଲଟେଜ ଲଢେଇ । ଏହି ଆସନରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ ହୋଇଥିଲା କଡା ଟକ୍କର । ପ୍ରଥମେ ମମତା ବାନାର୍ଜୀ ବିଜୟୀ ହେବା ନେଇ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା ।

ଖବର ପ୍ରସାରିତ ହେବା ପରେ ନନ୍ଦିଗ୍ରାମରେ ଟିଏମସି କର୍ମୀ ଖୁସି ମନାଇବା ମଧ୍ୟ ଆରମ୍ଭ କରିଦେଇଥିଲେ । କିନ୍ତୁ ଘଣ୍ଟାକ ଭିତରେ ବଦଳିଯାଇଥିଲା ଫଳାଫଳ । ଓଲଟପାଲଟ ହୋଇଯାଇଥିଲା ସମସ୍ତ ଅଙ୍କ । ହଠାତ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ବିଜୟୀ ହେଉଥିବା ପ୍ରମାଣିତ ହୁଏ ।

ସେପଟେ କଡା ଟକ୍କର ଭିତରେ ଦିଦି ହାରକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି । ପ୍ରକାଶ ପାଇଥିବା ଫଳାଫଳରେ ଅସନ୍ତୋଷ ଜାହିର କରିଛି ଟିଏମସି । ଘଟଣାକୁ ନେଇ ନିର୍ବାଚନ ଅଧିକାରୀଙ୍କୁ ଭେଟିବା ସହ ଆଉ ଥରେ ଭୋଟ ଗଣତି କରିବା ପାଇଁ ଦାବି କରିଛି ଦଳ । ଏ ନେଇ ନିର୍ବାଚନ ଅଧିକାରୀଙ୍କୁ ଭେଟିଛନ୍ତି ଟିଏମସିର ତିନି ଜଣ ବରିଷ୍ଠ ନେତା ।