୫ହଜାର ଋଣ ପାଇଁ ଶିଶୁକନ୍ୟାକୁ ବିକିଦେଲା ବାପା

ଯାଜପୁର: ବାପା ମା ପାଇଁ ତାଙ୍କ ପିଲା ଏ ଦୁନିଆର ସବୁଠୁ ବଡ ଖୁସି । ଯେଉଁ ଖୁସିର ଭବିଷ୍ୟତ ପାଇଁ ବାପା ବି କିଛି ବି କରିପାରନ୍ତି । ସେହି ବାପା ମାଙ୍କୁ ପିଲାମାନେ ଚଳନ୍ତି ଭଗବାନ ବୋଲି ମଧ୍ୟ ଭାବନ୍ତି । ହେଲେ ଭାଗ୍ୟର ବିଡମ୍ବନା ଯେ ଏ ସମାଜରେ କିଛି ବାପା ମା ନିଜ ପିଲାଙ୍କୁ ବିକି ଦେଉଛନ୍ତି କିଛି ଟଙ୍କା ପାଇଁ । ଏହିଭଳି ଘଟଣା ଓଡିଶାରେ ହିଁ ଦେଖିବାକୁ ମିଳିଛି । ଓଡିଶାର ଯାଜପୁର ବିଞ୍ଝାରପୁରରେ ଅଭାବନୀୟ ଘଟଣା । ୫ ହଜାର ଟଙ୍କା ଋଣ ସୁଝିନପାରି ପାଇଁ ଅଢ଼େଇ ବର୍ଷର ଶିଶୁକନ୍ୟାକୁ ବିକିଦେଲା ବାପା । ଅଭିଯୋଗପରେ ଉଦ୍ଧାର କଲା ପୋଲିସ । ସୂଚନା ଅନୁସାରେ, ବିଞ୍ଝାରପୁର ଫତେପୁର ମଲିଆ ଗାଁର ରମେଶ ବାରିକ ୫ ହଜାର ଟଙ୍କା ଋଣ ଆଣିଥିଲେ । ଋଣ ବାବଦ ଟଙ୍କା ସୁଝି ନପାରିବାରୁ ସେ ନିଜ ଝିଅକୁ ବିକ୍ରି କରିଦେଇଥିଲେ । ଏନେଇ ଥାନାରେ ଅଭିଯୋଗ କରିଥିଲେ ଶିଶୁ କନ୍ୟାର ଜେଜେ । ଖବର ପାଇ ପୋଲିସ ବିଞ୍ଝାରପୁର ସଏଦପୁର ଅଞ୍ଚଳର ଲିଟୁ ଜେନାଙ୍କ ଘରୁ ଶିଶୁ କନ୍ୟାକୁ ଉଦ୍ଧାର କରିଛି । ଆଜି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁସନ୍ଧାନ କରିବା ସହ ଶିଶୁ କନ୍ୟାକୁ ଶିଶୁ ମଙ୍ଗଳ ସମିତିରେ ହାଜର କରିଛନ୍ତି ।

Leave a Reply