ଗିରଫ ହେଲା ଶାଶୁକୁ ଦୁଷ୍କର୍ମ କରିଥିବା ଜ୍ୱାଇଁ

କେନ୍ଦୁଝର : କେନ୍ଦୁଝର ବଲାଣି କିରିବୁରୁ ଜଙ୍ଗଲରେ ଶାଳୀକୁ ହତ୍ୟା ଓ ଶାଶୂକୁ ଦୁଷ୍କର୍ମ ଘଟଣାରେ ଗିରଫ ହୋଇଛି ଅଭିଯୁକ୍ତ । ଘଟଣାର ୬ ଦିନ ପରେ ଅଭିଯୁକ୍ତ ଜ୍ବାଇଁ ରୂପ ସିଂ ସିଦ୍ଧୁକୁ ଗିରଫ କରିଛି ବଲାଣି ପୋଲିସ । ଜଜାଙ୍ଗ ଅଞ୍ଚଳର ଜଣେ ସମ୍ପର୍କୀୟଙ୍କ ଘରେ ଆତ୍ମଗୋପନ କରିଥିବା ବେଳେ ଅଭିଯୁକ୍ତ ଜ୍ବାଇଁକୁ ଗିରଫ କରିଛି ପୋଲିସ । ବଲାଣି ପୋଲିସ୍ ଅଭିଯୁକ୍ତ ରୂପ ସିଂ ସିଦ୍ଧୁକୁ କିରିବୁରୁ ଜଙ୍ଗଲକୁ ନେଇ ପୁରା ଘଟଣାର ସିନ୍‌ ରିକ୍ରିଏଟ କରିଥିଲା । କେମିତି ହତ୍ୟା କରିଥିଲା, ସେସବୁ ପୋଲିସ ଆଗରେ ବଖାଣିଥଲା ଅଭିଯୁକ୍ତ । ଏଥିସହ ହତ୍ୟାରେ ବ୍ୟବହୃତ ଟାଙ୍ଗିଆକୁ ଜଙ୍ଗଲରୁ ଜବତ୍ କରିଛି ପୋଲିସ୍ । ଗତ ୬ ତାରିଖରେ ଶାଶୁ ଓ ଶାଳୀ ସହ ଜଙ୍ଗଲକୁ ଛତୁ ଆଣିବାକୁ ଯାଇଥିଲା ଅଭିଯୁକ୍ତ । ଜଙ୍ଗଲରେ ଶାଶୁକୁ ବାନ୍ଧି ଶାଳୀକୁ ଦୁଷ୍କର୍ମ ପରେ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା ଭିଣୋଇ । ଏହାପରେ ଶାଶୁଙ୍କୁ ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା ।

Leave a Reply