spot_img
Home Blog Page 5658

ଅକ୍ଷୟ ତୃତୀୟାରେ ଶସ୍ତାହେବ ସୁନା ଓ ରୂପାର ଦରଦାମ୍..

ସୁନା କିଣିବାକୁ ମନ ବଳାଉଛନ୍ତି କି? ଆସୁଥିବା ଅକ୍ଷୟ ତୃତୀୟାରେ କିଣିବାକୁ ଚାହୁଁଛନ୍ତି କି ସୁନା ? ତେବେ ନିଶ୍ଚିତ ଏହା ଏକ ଭଲ ସୁଯୋଗ । ବର୍ତମାନ ସୁନା ଓ ଚାନ୍ଦୀର ଦାମ୍ ସାମାନ୍ୟ କମ୍ ହୋଇଛି । ମଲ୍ଟି କମୋଡିଟି ଏକ୍ସଚେଂଜରେ ଆଜି ସକାଳୁ ସୁନାର ଦରଦାମ କମିଛି ବୋଲି ସୂଚନା ରହିଛି । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନାଦର ଦଶ ଗ୍ରାମ ପ୍ରତି ୪୪,୯୧୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ କିନ୍ତୁ ଦଶଗ୍ରାମ ପ୍ରତି ୪୫,୯୦୦ ଟଙ୍କା ଜଣାଯାଇଛି । ଓଡିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ଗ୍ରାମ ପ୍ରତି ୪୪,୬୧୦ଟଙ୍କା ଓ ୪୮,୬୭୦ଟଙ୍କା ରହିଛି । ଦେଶରେ ପ୍ରମୂଖ ସହର ମାନଙ୍କରେ ସୁନାର ଦରରେ କିଛିଟା ପରିବର୍ତ୍ତନ ଆସିଛି । ତେଣୁକରି ଆଶା କରାଯାଉଛି ଯେ ଅକ୍ଷୟ ତୃତୀୟାରେ ସୁନା ଓ ଚାନ୍ଦିର ଦରଦାମ୍‌ରେ ପରିବର୍ତ୍ତନ ହେବ । ଗ୍ରାହକମାନେ ସୁନା କିଣିବା ବେଳେ ନିଶ୍ଚିତ ରୂପେ ଶୁଦ୍ଦତା ଉପରେ ବିଶେଷ ଭାବେ ଧ୍ୟାନ ଦିଅନ୍ତି । ତେଣୁକରି ଗ୍ରାହକଙ୍କ ସଠିକ୍ ସୁନାର ଶୁଦ୍ଦତା ଜାଣିବା ପାଇଁ ସରକାରଙ୍କ ଦ୍ୱାରା ଏକ ଆପ୍ ମଧ୍ୟ ଜାରୀ କରାଯାଇଛି । ବିସ୍ କେୟାର ଆପ୍ ଜରିଆରେ ଗ୍ରାହକ ସୁନାର ଶୁଦ୍ଦତା ଭଲ ଭାବରେ ଜାଣିପାରିବେ ।

ସାଉଥ୍ ସୁପରଷ୍ଟାର ଜୁନିଅର ଏନ୍‌ଟିଆରଙ୍କୁ କରୋନା

କରୋନା କବଳରେ ଅନେକ ଅଭିନେତା । ଏଥି ମଧ୍ୟରୁ ତେଲୁଗୁ ସୁପରଷ୍ଟାର ଜୁନିଅର ଏନଟିଆର କରୋନା ଦ୍ୱାରା ହୋଇଛନ୍ତି ସଂକ୍ରମିତ । ନିଜ ଟୁଇଟର ମାଧ୍ୟମରେ ଏ ସଂପର୍କରେ ସୂଚନା ଦେଇଛନ୍ତି ଜୁନିଅର ଏନଟିଆର । ଆଗ ଅପେକ୍ଷା ତାଙ୍କ ସ୍ୱାସ୍ଥ୍ୟରେ ସୂଧାର ଅଛି ବୋଲି ସେ ସୂଚନା ମଧ୍ୟ ଦେଇଛନ୍ତି । ସେ କହିଛନ୍ତି-ମୋର କୋଭିଡ ନେଗେଟିଭ୍ ଆସିଛି,ମୁଁ ଆସୋଲେସନରେ ରହିଛି,ମୋ ପରିବାର ବି ବର୍ତମାନ ଆସୋଲେସନରେ ରହିଛନ୍ତି ତାସହ ଡାକ୍ତରଙ୍କ ପରାମର୍ଶ କର୍ମେ ସବୁ ନିୟମର ପାଳନ କରୁଛୁ । ତେଣୁ ମୋର ଅନୁରୋଧ ଯେ ମୋ ସମ୍ପର୍କରେ ଆସିଥିବା ଲୋକେ ନିଜର ଟେଷ୍ଟ କରାନ୍ତୁ ଓ ସୁରକ୍ଷିତ ରୁହନ୍ତୁ । ଜୁନିଅର ଏନଟିଆରଙ୍କ  ଏହି ପୋଷ୍ଟରେ, ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ଷ୍ଟାର ଏବଂ ଫ୍ୟାନ୍ସ ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି । ଅଭିନେତା ମହେଶ ବାବୁ ଲେଖିଛନ୍ତି ଯେ ‘ଶୀଘ୍ର ଭଲ ହୋଇଯାଅ ଭାଇ। ଦୃଢ ରୁହ ଏବଂ ପ୍ରାର୍ଥନା କର ।’ସେହିପରି ଅଭିନେତ୍ରୀ ରକୁଲ ପ୍ରୀତ ସିଂହ ମଧ୍ୟ ଲେଖିଛନ୍ତି, ‘ଶୀଘ୍ର ଭଲ ହୋଇଯାଅ ।

ଜୁନିଅର ଏନଟିଆରଙ୍କ ପରବର୍ତ୍ତୀ ଫିଲ୍ମ ହେଉଛି ଏସ୍ ରାଜାମୌଲିଙ୍କ RRR । ସେ ଏହି ଫିଲ୍ମରେ ରାମ ଚରଣ, ଅଜୟ ଦେବଗନ୍ ଏବଂ ଆଲିଆ ଭଟ୍ଟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମ ୧୩ ଅକ୍ଟୋବର ୨୦୨୧ ରେ ରିଲିଜ୍ ହେବ । ପୂର୍ବରେ କରୋନା ଦ୍ୱାରା ଆକ୍ରାନ୍ତ ହୋଇ ଅନେକ ଅଭିନେତାଙ୍କର ମୃତ୍ୟୁ ମଧ୍ୟ ହୋଇଛି । ଏବଂ ବର୍ତ୍ତମାନ କରୋନାର ଦ୍ୱିତୀୟ ଲହରୀରେ ବି ବିଭିନ୍ନ ଇଣ୍ଡଷ୍ଟ୍ରିର ଅଭିନେତା ମାନଙ୍କର ଜୀବନ ନେଉଛି ମହାମାରୀ କରୋନା ।

କରୋନା ଟିକା ପାଇଁ ଓଡ଼ିଶାର ଗ୍ଲୋବାଲ ଟେଣ୍ଡର ଆହ୍ୱାନକୁ କଂଗ୍ରେସ ନେତା ଅଭିଷେକ ସିଂହଭିଙ୍କ ପ୍ରଶଂସା

ଭୁବନେଶ୍ୱର: ବିଦେଶୀ କମ୍ପାନୀଠୁ ଟିକା କିଣିବ ଓଡ଼ିଶା । ଏଥିପାଇଁ ଗ୍ଲୋବାଲ ଟେଣ୍ଡର କରାଯିବ । ଏ ନେଇ ଗତକାଲି କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି । କରୋନା ଔଷଧ ପାଇଁ ଓଡ଼ିଶାର ଗ୍ଲୋବାଲ ଟେଣ୍ଡର ଆହ୍ୱାନକୁ ପ୍ରଶଂସା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଅଭିଷେକ ମନୁ ସିଙ୍ଗଭି । ସେ କହିଛନ୍ତି, ୨୦୨୦ ଅକ୍ଟୋବରରେ କେନ୍ଦ୍ର ସରକାର ଏହା କରିବାର ଥିଲା । କିନ୍ତୁ ଏଭଳି ନକରି ବିଦେଶକୁ ଟିକା ରପ୍ତାନି କଲେ କେନ୍ଦ୍ର ସରକାର । ଯେଉଁଥିପାଇଁ ଟିକା ସମସ୍ୟା ଦେଖାଦେଉଛି । କିନ୍ତୁ ସ୍ବଳ୍ପ ସମ୍ବଳ ସତ୍ତ୍ୱେ ଓଡ଼ିଶା ରାଜ୍ୟ ଦେଖାଇଛି ବାଟ । ସମସ୍ତଙ୍କୁ ଟିକା ଦେବା ପାଇଁ ଓଡ଼ିଶା ସରକାରଙ୍କ ପଦକ୍ଷେପ ପ୍ରଶଂସନୀୟ ବୋଲି କହିଛନ୍ତି ଅଭିଷେକ ମନୁ ସିଙ୍ଗଭି ।

ଟିକା ଯେପରି ଓଡ଼ିଶାର ଲୋକ ସୁବିଧାରେ ପାଇ ପାରିବେ ସେଥିପାଇଁ ବିଶ୍ଵର ବିଭିନ୍ନ ଟିକା କମ୍ପାନୀରୁ ଟିକା ସଂଗ୍ରହ ପାଇଁ ପଦକ୍ଷେପ ନିଆଯିବ । ଏଣିକି ଓଡ଼ିଶା ସରକାର ବିଦେଶୀ କମ୍ପାନୀଙ୍କଠାରୁ ଟିକା କିଣିବା ନେଇ ନିଷ୍ପତ୍ତି ନେଇଛନ୍ତି । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟଲାୟକ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି । ଏହାସହ କ୍ୟାବିନେଟ ବୈଠକରେ କୋଭିଡ଼ ଯୋଦ୍ଧାଙ୍କ କାମର ଉଚ୍ଚ ପ୍ରଶଂସା କରାଯାଇ ସଂକଳ୍ପ ଗୃହୀତ ହୋଇଛି ।

ଓଡ଼ିଶାବାସୀଙ୍କ ପାଇଁ ଟିକା ସଂଗ୍ରହ ନିମନ୍ତେ ସର୍ବୋତ୍ତମ ଚେଷ୍ଟା କରାଯିବ । ଶୀଘ୍ର ରାଜ୍ୟରେ ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ । ସେଥିପାଇଁ ବିଶ୍ୱର ବିଭିନ୍ନ ପ୍ରମୁଖ ଟିକା କମ୍ପାନୀରୁ ଟିକା ସଂଗ୍ରହ ନିମନ୍ତେ ଏକ ଗ୍ଲୋବାଲ ଟେଣ୍ଡର ଜାରି କରିବାକୁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛନ୍ତି । ଶୀଘ୍ର ଟୀକାକରଣ ଏବଂ ମୂଲ୍ୟବାନ ଜୀବନର ସୁରକ୍ଷା ସହିତ ଲୋକଙ୍କ ଜୀବନ ଜୀବିକାର ପୁନସ୍ଥାପନ ପାଇଁ ଏକ ବୈଷୟିକ କମିଟି ଗଠନ କରାଯିବ ।

ଏଥିସହିତ ଟୀକା ଉପରୁ ସମସ୍ତ ପ୍ରକାର ଟିକସ ଉଠାଇ ଦେବା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିକଟରେ କ୍ୟାବିନେଟ ଦାବି ଜଣାଇଛି । ଏହା ଫଳରେ ରାଜ୍ୟ ଅର୍ଥନୀତି ଉପରେ କମ୍ ଚାପ ପଡ଼ିବ ଏବଂ ସାର୍ବଜନୀନ ଟୀକାକରଣ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମରେ ଏହା ବିଶେଷ ସହାୟକ ହେବ । ସେହିପରି କେନ୍ଦ୍ର ସରକାର ବିଭିନ୍ନ ସେସ୍ ଓ ସରଚାର୍ଜ ଜରିଆରେ ଆଦାୟ କରୁଥିବା ଅତିରିକ୍ତ ସମ୍ବଳକୁ ରାଜ୍ୟ ମାନଙ୍କ ମଧ୍ୟରେ ଉପଯୁକ୍ତ ଭାବରେ ବଣ୍ଟନ କରାଯିବାର ଆବଶ୍ୟକତା ରହିଛି ବୋଲି କ୍ୟାବିନେଟ ଦାବି କରିଛି ।

ଦେଶରେ ୨୪ ଘଣ୍ଟାରେ ୩ଲକ୍ଷ ୨୯ହଜାର ୯୪୨ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ୨୪ ଘଣ୍ଟାରେ ୩ଲକ୍ଷ ୨୯ହଜାର ୯୪୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩ହଜାର ୮୭୬ସଂକ୍ରମିତଙ୍କ ଜୀବନ ନେଇଛି କିଲର କରୋନା । ଦିନକରେ ୩ଲକ୍ଷ ୫୬ହଜାର ୮୨ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ମୋଟ୍ କେରାନା କେସ୍ ହେଉଛନ୍ତି ୨କୋଟି ୨୬ଲକ୍ଷ ୯୨ହଜାର ୫୭୫, ମୋଟ୍ କରୋନାରୁ ସୁସ୍ଥ ହେଲେଣି କୋଟିଏ ୯୦ଲକ୍ଷ ୨୭ହଜାର ୩୦୪ । ମୋଟ୍ କରୋନା ମୃତ୍ୟୁସଂଖ୍ୟା ୨ଲକ୍ଷ ୪୯ହଜାର ୯୯୨ରେ ପହଞ୍ଚିଥିବା ବେଳେ ଆକ୍ଟିଭ କେସ୍ ୩୭ଲକ୍ଷ ୧୫ହଜାର ୨୨୧ ରହିଛି ।

 

ବାସୁଦେବପୁର: ଟିକା ପାଇଁ ରାତି ୨ରୁ ଲମ୍ବା ଲାଇନ, ବରିଷ୍ଠ ନାଗରିକ ମଧ୍ୟ ଧାଡ଼ିରେ

ଭଦ୍ରକ: ବାସୁଦେବପୁରରେ ଟିକା ପାଇଁ ରାତି ୨ରୁ ଲାଇନ୍ । ଟୀକା ପାଇଁ ୧୦ ରୁ ୧୫ କିଲୋମିଟର ଦୂରତାରୁ ଆସି ରାତିରୁ ଅପେକ୍ଷା କରି ବସିଛନ୍ତି ଲୋକ । ବରିଷ୍ଠ ନାଗରିକ ମଧ୍ୟ ଧାଡିରେ । ଦୀର୍ଘ ସମୟର ବ୍ୟବଧାନ ଠିଆ ହେବା କଷ୍ଟକର ହୋଇପଡୁଛି । କିଏ ଚେୟାର ପକାଇ ବସୁଛି ପୁଣି କିଏ ରାଜରାସ୍ତା ପ୍ରଶସ୍ତ ଚଟାଣ ଉପରେ ବସିପଡୁଛନ୍ତି । କିଏ ମାନୁଛି କୋଭିଡ ନିୟମ , ତ କାହା ମୁହାରେ ନାହିଁ ମାସ୍କ, ସାମାଜିକ ଦୂରତା ଭୂଲିଯାଇଛନ୍ତି କେହି କେହି । ଏ ହେଉଛି ଭଦ୍ରକ ଜିଲ୍ଲାର ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଦୃଶ୍ୟ ।

ଶହ ଶହ ମହିଳା ପୁରୁଷ ଟିକା ପାଇଁ ଲଗାଇଛନ୍ତି ଲମ୍ବା ଲାଇନ୍ । ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟଳୟର ହେଉଛି ଟୋକନ ବ୍ୟବସ୍ଥା । ଦାୟିତ୍ବରେ ରହି ନିରିକ୍ଷଣ କରୁଛନ୍ତି ବିଡିଓ ପ୍ରଣବ କୁମାର ବେହେରା, ତହସିଲଦାର ସୌମ୍ୟଶ୍ରୀ ପାଣିଗାହୀ ଓ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଲଗ୍ନଜିତ ବେହେରା । ପୋଲିସ ଜଗି ବସିଛନ୍ତି । ଟୋକନ ପାଇ ପୁନଶ୍ଚ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଲାଇନ ଲଗାଇବା ଯୋଗୁଁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଲାଇନରେ ମହିଳାମାନେ ।

ରାଜଧାନୀର ବିଭିନ୍ନ ହାଟରେ ପୋଲିସର ଚଢାଉ, ବାଇକ ଆରୋହୀଙ୍କୁ ମୋଟା ଜରିମାନା

ଭୁବନେଶ୍ୱର: ଅମାନିଆଙ୍କ ଉପରେ କଠୋର ହେଲା କମିଶନରେଟ୍ ପୋଲିସ । ରାଜଧାନୀର ବିଭିନ୍ନ ହାଟରେ ପୋଲିସର ଚଢାଉ । ଝାରପଡା, ବରଗଡ଼ ଓ ବ୍ରହ୍ମେଶ୍ୱର ହାଟରେ ଚଢାଉ । ବାଇକ ନେଇ ଆସୁଥିବା ଗ୍ରାହକଙ୍କ ଠାରୁ ଆଦାୟ ହେଲା ମୋଟାଅଙ୍କର ଫାଇନ୍ । ୧୫ରୁ ଅଧିକ ଗାଡି ସିଜ୍ କରିଥିବା ବେଳେ କ୍ରେନ୍ ସାହାର୍ଯ୍ୟରେ ଗାଡି ଉଠାଇନେଲା ପୋଲିସ । ଲୋକଙ୍କୁ ବାଇକରେ ନଆସିବାକୁ ଅପିଲ୍‌ କରାଯାଉଛି । ଘରଠାରୁ ୫ଶହ ମିଟର ଦୂରରେ ସଉଦା କରିବାକୁ ଅନୁରୋଧ କରାଯାଇଛି । ଡିସିପି ସିକ୍ୟୁରିଟି ନିର୍ମଳ ଶତପଥୀଙ୍କ ନେତୃତ୍ୱରେ ବିଭିନ୍ନ ଜୋନ୍ ଏସିପି, ଆଇଆଇସି ଚଢାଉରେ ସାମିଲ ।

କୋଭିଡ ସମୟରେ ସହାୟତାର ହାତ ବଢ଼ାଇଲା ସନରାଇଜର୍ସ ହାଇଦ୍ରାବାଦ, ପ୍ରଦାନ କଲେ ୩୦ କୋଟି

ନୂଆଦିଲ୍ଲୀ: କରୋନା ମହାମାରୀର ୨ୟ ତରଙ୍ଗ ଭାରତରେ ଭୟଙ୍କର ପରିସ୍ଥିତି ସୃଷ୍ଟିକରିଛି। ଦେଶର ଏଭଳି ସଙ୍କଟ ସମୟରେ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ସହଯୋଗର ହାତ ବଢ଼ାଇଛନ୍ତି। କୋଭିଡ଼ ଲଢ଼େଇରେ ସାମିଲ ହୋଇଛି ଆଇପିଏଲ ଦଳ ସନରାଇଜର୍ସ ହାଇଦରାବାଦ୍‍। ସନ୍‍ ଟିଭି ମାଲିକାନାରେ ଥିବା ସନରାଇଜର୍ସ କୋଭିଡ୍‌ ଲଢ଼େଇ ଲାଗି ୩୦ କୋଟି ଟଙ୍କା ପ୍ରଦାନ କରିଛି। ସନରାଇଜର୍ସ ପକ୍ଷରୁ ଉକ୍ତ ୩୦ କୋଟି ଟଙ୍କା ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ରିଲିଫ ପାଣ୍ଠି ସମେତ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜରିଆରେ ପ୍ରଦାନ କରିଛନ୍ତି।

ଦେଶରେ କରୋନା ମହାମାରୀର ଦ୍ୱିତୀୟ ତରଙ୍ଗ ଭୟଙ୍କର ରୂପ ନେଇଥିବାବେଳେ କୋଭିଡ଼ ଲଢେଇରେ ସାମିଲ ହେବା ନେଇ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଉକ୍ତ ଅର୍ଥ କରୋନା ରୋଗୀଙ୍କ ଚିକିତ୍ସା ସହ ଅମ୍ଲଜାନ ଯୋଗାଣ କ୍ଷେତ୍ରରେ ବିନିଯୋଗ କରାଯିବ ବୋଲି ସନରାଇଜର୍ସ ପକ୍ଷରୁ କୁହାଯାଇଛି। ଏହା ସହ ସନ୍ ଟିଭି ଜରିଆରେ କୋଭିଡ୍‌ ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବ ବୋଲି ଏହା ଘୋଷଣା କରିଛି। ସନ୍‌ ଟିଭିର ମାଲିକ କାଳାନିଧି ମାରାନ୍ ଥିବା ବେଳେ ତାଙ୍କ କନ୍ୟା କାବ୍ୟା ସନ୍‌ରାଇଜର୍ସ ଦଳର ପରିଚାଳନା ଦାୟିତ୍ବରେ ରହିଛନ୍ତି। କାବ୍ୟା ହିଁ କୋଭିଡ୍‌ ଲଢ଼େଇ ପାଇଁ ୩୦ କୋଟି ଟଙ୍କା ଦାନ କରିବାର ନିଷ୍ପତ୍ତି ନେଇଛନ୍ତି। ଖେଳାଳି ଓ ଅଣଖେଳାଳି କରୋନା ସଂକ୍ରମିତ ହେବା ପରେ ଚଳିତବର୍ଷର ଆଇପିଏଲ୍‌କୁ ସ୍ଥଗିତ ରଖାଯାଇଛି। ଫଳରେ ସମସ୍ତ ଫ୍ରାଞ୍ଚାଇଜି ଦଳ ବେଶ୍‌ କିଛି କ୍ଷତି ସହିବେ। ତଥାପି ଆଇପିଏଲ୍‌ ଫ୍ରାଞ୍ଚାଇଜି ଦଳମାନେ କରୋନା ପୀଡ଼ିତଙ୍କ ସହାୟତା ପାଇଁ ଆର୍ଥିକ ଅନୁଦାନ ପ୍ରଦାନ କରୁଛନ୍ତି।

୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୩ ଜିଲ୍ଲାରେ କାଳବୈଶାଖୀ ବର୍ଷା ନେଇ ୟେଲୋ ଆଲର୍ଟ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି କାଳବୈଶାଖୀ ସାଙ୍ଗକୁ ଅସହ୍ୟ ତାତି । ଟ୍ରପ୍‌ ଲାଇନ୍‌ ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ବର୍ଷା ଜାରି ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୩ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ନୂଆପଡା, ବଲାଙ୍ଗୀର, କଳାହାଣ୍ଡି, ରାୟଗଡା, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେ଼ଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର ଏବଂ ବାଲେଶ୍ବର ରେ କାଳବୈଶାଖି ବର୍ଷା ହେବା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ତେବେ ଆସନ୍ତା ୨ ଦିନ ପରେ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ଗୁଡିକରେ ତାପମାତ୍ରା ବୃଦ୍ଧି ପାଇବ । ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ତାପମାତ୍ରା ବଢିବ ବୋଲି ଆକଳନ କରାଯାଇଛି ।

୧୭ କୋଟି ଟିକା ଦେବାରେ ଭାରତ ବିଶ୍ୱର ଦ୍ରୁତତମ ରାଷ୍ଟ୍ର

ନୂଆଦିଲ୍ଲୀ: କୋଭିଡ୍‌ ଦ୍ୱିତୀୟ ଲହର ସଂକ୍ରମଣ ଦ୍ୱାରା ବିଶ୍ୱର ସବୁଠୁ ଅଧିକ ଉପଦ୍ରୁତ ରାଷ୍ଟ୍ରର ଅପଯଶ ଆଦରିଥିବା ଭାରତ ଅନ୍ୟ ଏକ ଉପଲବଧି ପାଇଁ ଗୌରବାନ୍ୱିତ ହୋଇଛି। ଦେଶବାସୀଙ୍କୁ ୧୭ କୋଟି ଟିକା ଦେବାରେ ଭାରତ ବିଶ୍ୱର ଦ୍ରୁତତମ ରାଷ୍ଟ୍ର ହେବାର ବିରଳ କୀର୍ତ୍ତି ଅର୍ଜନ କରିଛି। ଟିକାକରଣ ଅଭିଯାନ ଆରମ୍ଭର ୧୧୪ ଦିନରେ ଭାରତ ଏହି ଲକ୍ଷ୍ୟ ହାସଲ କରିଛି। ବିଶ୍ବର ସର୍ବାଧିକ ଜନବହୁଳ ରାଷ୍ଟ୍ର ଚୀନ୍‌କୁ ଏଥିପାଇଁ ୧୧୯ ଦିନ ଲାଗିଥିବା ବେଳେ ବହୁ ଚର୍ଚ୍ଚିତ ଆମେରିକା ୧୧୫ ଦିନରେ ତାହା କରିପାରିଥିଲା।

ସୂଚନା ଥାଉ କି, ଦେଶରେ ଏବେ ତୃତୀୟ ଦଫା ଟିକାକରଣ ଆରମ୍ଭ ହୋଇଥିବା ବେଳେ ଏଥିରେ ୧୮ରୁ ୪୪ ବର୍ଷର ହିତାଧିକାରୀମାନେ ସାମିଲ ହୋଇଛନ୍ତି। ଯଦିଓ ଟିକା ଅଭାବରୁ ସବୁ ରାଜ୍ୟରେ ଏହି ତୃତୀୟ ଦଫା ଟିକାକରଣ ପୂର୍ଣ୍ଣମାତ୍ରାରେ ଚାଲିପାରିନି, ତେବେ ଗତ ୨୪ ଘଣ୍ଟା ଭିତରେ ଦେଶରେ ଏହି ବର୍ଗର ପ୍ରାୟ ୨,୪୬,୦୦୦ ହିତାଧିକାରୀ ଟିକା ନେଇଥିବା ଜଣାଯାଇଛି। ସେହିପରି ଏହି ଦିନକ ମଧ୍ୟରେ ବିଭିନ୍ନ ବର୍ଗର ମୋଟ ୬.୮ ଲକ୍ଷ ଲୋକଙ୍କର ଟିକାକରଣ କରାଯାଇଛି।

କ୍ୟାବିନେଟ ବୈଠକରେ ୧୧ ପ୍ରସ୍ତାବକୁ ମଞ୍ଜୁରୀ, ଟିକାକରଣକୁ ଗୁରୁତ୍ୱ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ ବୈଠକରେ ୧୧ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଓଡ଼ିଶା ନର୍ସିଂ କଲେଜ ଶିକ୍ଷା ସେବାରେ ନିଯୁକ୍ତି ପାଇଁ କରାଯାଇଥିବା ନିୟମ ଉପରେ କ୍ୟାବିନେଟ ମୋହର ବାଜିଛି । ରିମୋଟ ଏରିଆରେ ବିଜୁ କୃଷକ ବିକାଶ ଯୋଜନା ଓ ଡିପ୍ ବୋରୱେଲ ସେଚ ଯୋଜନାରେ ନଳକୂପ ଖନନ କରି ଓ ସୋଲାର ପମ୍ପ ଜରିଆରେ ପାଣି ଯୋଗାଇ ଦେବା ସମ୍ପର୍କିତ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁର ମିଳିଛି ।

ସେହିଭଳି କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲା ହକି ଷ୍ଟାଡିୟମର ଭିତ୍ତିଭୂମିର ବିକାଶ ପାଇଁ ଏକ ଟେଣ୍ଡରକୁ ମଞ୍ଜୁରି ମିଳିଛି । ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ନାଁକୁ ପରିବର୍ତ୍ତନ କରାଯାଇ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ରଖାଯିବା ପ୍ରସ୍ତାବ ଉପରେ ବାଜିଛି କ୍ୟାବିନେଟର ମୋହର । ସେହିଭଳି ଅନ୍ୟାନ୍ୟ ପ୍ରସ୍ତାବ ଉପରେ ମଧ୍ୟ କ୍ୟାବିନେଟର ମୋହର ବାଜିଛି ।

ସେହିପରି ସାର୍ବଜନୀନ ଟୀକାକରଣ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମରେ ଏହା ବିଶେଷ ସହାୟକ ହେବ । ସେହିପରି କେନ୍ଦ୍ର ସରକାର ବିଭିନ୍ନ ସେସ୍ ଓ ସରଚାର୍ଜ ଜରିଆରେ ଆଦାୟ କରୁଥିବା ଅତିରିକ୍ତ ସମ୍ବଳକୁ ରାଜ୍ୟ ମାନଙ୍କ ମଧ୍ୟରେ ଉପଯୁକ୍ତ ଭାବରେ ବଣ୍ଟନ କରାଯିବାର ଆବଶ୍ୟକତା ରହିଛି ବୋଲି କ୍ୟାବିନେଟ ଦାବି କରିଛି ।