spot_img
Home Blog Page 5657

ଆସିଲା ଗୁଗଲର ନୂଆ ଫିଚର୍ : ମିଳିବ କରୋନା ଭ୍ୟାକସିନ ସହ ଜଡିତ ସମସ୍ତ ତଥ୍ୟ


ଗୁଗଲ ବାବାଙ୍କ ବିନା ଦୁନିଆ ଅଚଳ । କିଛି ବି ଜାଣିବାର ଅଛି ତ ଗୁଗଲ ଭରସା । ଗୁଗୁଲ ଡାଉନ୍ ତ ସବୁକିଛି ଡାଉନ୍ । କରୋନା କାଳରେ ଗୁଗଲ ଅନେକଙ୍କ ପାଇଁ ସୂଚନାର ସ୍ରୋତ । ଏଭଳି ପରିସ୍ଥିତିରେ ବର୍ତ୍ତମାନ ଗୁଗଲ ମଧ୍ୟ ନିଜର ନୂଆ ଫିଚର୍ ଲଂଚ କରିଛି । ଆପଣମାନେ ତ ଦେଖୁଛନ୍ତି କେଉଁଭଳି ସାରା ଦେଶରେ ରହିଛି କରୋନାର ସ୍ଥିତି । ସେଥିପାଇଁ ଟେକ୍ କଂମ୍ପାନୀ ଏହି ବିଷୟକୁ ନେଇ କିଛି ନୂଆ ନୂଆ ଫିଚର ,ଲଂଚ କରୁଛନ୍ତି । ଗୁଗଲ ମଧ୍ୟ ଏହି ନୂଆ ଫିଚରକୁ ନେଇ ଆଗକୁ ଆସିଛି । ଯେଉଁଥିରେ ଆପଣ କୋଭିଡ-୧୯ ସଂମ୍ବନ୍ଧିତ ପ୍ରଶ୍ନକୁ ସର୍ଚ କରିପାରିବେ ।

ଯେମିତିକି ଭ୍ୟାକସିନ୍ କିମ୍ବା ରେଜିଷ୍ଟ୍ରେସନ ବାବଦରେ ସହଜରେ ଜାଣିପାରିବେ । ସୋମବାର ଦିନ କଂମ୍ପାନୀ ଏହି ନୂତନ ଫିଚରର ଘୋଷଣା କରିଛି । ଏଥିରେ ଯେତେବେଳେ ଗୁଗଲ ୟୁଜରସ୍ ଭ୍ୟାକସିନ ବିଷୟରେ ସର୍ଚ କରିବେ । ସେତେବେଳେ ତାଙ୍କୁ ଭ୍ୟାକସିନର ଉପକାରିତା କଣ ? କେମିତି ଭ୍ୟାକସିନ ନେବେ ? ଏହାର ସାଇଡ୍ଇଫେକ୍ଟ କଣ ? ଏସବୁ ବିଷୟରେ ବି ସୂଚନା ମିଳିବ । ତାସହ କୋୱିନ ପୋର୍ଟାଲକୁ ଯିବା ପାଇଁ ଏହିଠାରେ ଲିଙ୍କ ମଧ୍ୟ ଦିଆଯିବ । କେବଳ ସେତିକି ନୁହେଁ ଭ୍ୟାକସିନକୁ ନେଇ ଲେଟେଷ୍ଟ ଅପଡେଟ୍ ବି ଏଥିରେ ଆପଣ ମାନେ ପାଇପାରିବେ । ଏଥିରେ ଯାହା ବି ଡାଟା ୟୁଜରର୍ସ ମାନଙ୍କୁ ମିଳିବ । ତାହା ସ୍ୱାସ୍ଥ୍ୟ ତଥା ପରିବାର କଲ୍ୟାଣ ବିଭାଗରୁ ଆସିଥିବା ସୂଚନା ଉପରେ ହିଁ ଆଧାରିତ ହୋଇଥିବ । ଏହିଭଳି ଲୋକଙ୍କୁ ଜରୁରୀ ସୂଚନା ପହଂଚାଇବା ପାଇଁ ହିଁ ଗୁଗୁଲ ଏହି ନୂଆ ଫିଚର୍ ଲଂଚ କରିଛି ।

କିଛିଦିନ ତଳେ ଭ୍ୟାକସିନେସନର ପ୍ରକ୍ରିୟାକୁ ଲୋକଙ୍କୁ ଆହୁରୀ ଭଲଭାବରେ ବୁଝାଇବା ପାଇଁ ନିଜ ପେଜ୍ ରେ ଡୁଡଲ ମଧ୍ୟ ବନାଇଥିଲା । ଆଗାମୀ ଦିନରେ ଗୁଗୁଲ ମ୍ୟାପରେ ବି କ୍ରିଟିକାଲ ରିସର୍ଚ ଭଳି ଜିନିଷକୁ ଅପଡେଟ୍ କରିବା ପାଇଁ କଂମ୍ପାନୀର ଯୋଜନା ରହିଛି । ଯେମିତିକି କେଉଁ ହସ୍ପିଟାଲରେ ବେଡ୍ ଉପଲବ୍ଧ ଅଛି କିମ୍ବା କେଉଁଠି ଅକ୍ସିଜେନର ଅଭାବ ଅଛି । ଏସବୁ ବିଷୟରେ ୟୁଜରସ୍ ନିଜ ମ୍ୟାପରେ ହସ୍ପିଟାଲର ସୂଚନା ପାଇବାକୁ ଚାହିଁଲେ କିଭଳି ସହଜରେ ପାଇପାରିବେ ତାର ଯୋଜନା କରୁଛି ଗୁଗଲ । ଏହିଭଳି ନୂଆ ନୂଆ ଫିଚର ଜରିଆରେ ସାଧାରଣ ଲୋକେ ବି କରୋନାସହ ଜଡିତ ସମସ୍ତ ତଥ୍ୟ ସହଜରେ ପାଇପାରିବେ ।

ସୋଆ ରେଡିଓରେ କାର୍ଯ୍ୟରତ ସାମ୍ବାଦିକା ସବନମ ସରିନଙ୍କ ପରଲୋକ

ଭୁବନେଶ୍ୱର: କରୋନା ନେଇଛି ପୁଣି ଜଣେ ସାମ୍ବାଦିକଙ୍କ ଜୀବନ । ସୋଆ ରେଡିଓରେ କାର୍ଯ୍ୟରତ ସବନମ ସରିନଙ୍କର କରୋନାରେ ପରଲୋକ ହୋଇଛି । ସେ ଦୀର୍ଘ ସମୟ ଧରି କରୋନାରେ ସଂକ୍ରମିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୩୮ ବର୍ଷ ହୋଇଥିଲା । କରୋନାରେ ସଂକ୍ରମିତ ହୋଇ ସେ ଭୁବନେଶ୍ୱର ଏମସରେ ଚିକିତ୍ସିତ ହେଉଥିଲେ । ତେବେ ତାଙ୍କ ଅବସ୍ଥାରେ କୌଣସି ସୁଧାର ହୋଇନଥିଲା । ଆଜି ତାଙ୍କର ଦେହାନ୍ତ ହୋଇଯାଇଛି । ସୋଆ ରେଡିଓ ସହ ସେ କନକ ନ୍ୟୁଜ୍, ନ୍ୟୁଜ୍ ସେଭେନ ଓ ଏସଟିଭିରେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି । ସରିନଙ୍କ ମୃତ୍ୟୁରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି ।

ସବନମ ସରିନ ଭାରତୀ ବିଦ୍ୟା ମନ୍ଦିରରୁ ନିଜ ସ୍କୁଲ ଶିକ୍ଷା ସମାପ୍ତ କରିବା ପରେ ରମାଦେବୀ ମହିଳା ମହାବିଦ୍ୟାଳୟରୁ +୨ ଶିକ୍ଷା ସମାପ୍ତ କରିଥିଲେ । ଏହାପରେ ସେ ବୋଟାନୀରେ ସ୍ନାତକ ପାସ କରିଥିଲେ । IGNOUରୁ ସେ ସାମ୍ବାଦିକ ଓ ଗଣ ଯୋଗାଯୋଗ ଶିକ୍ଷା ଲାଭ କରିଥିଲେ । ସେ ମାଇକ୍ରୋ ବାଇଲୋଜି ମଧ୍ୟ ଶିକ୍ଷା ଲାଭ କରିଥିଲେ । ଏଭଳି ଜଣେ ଦକ୍ଷ ସାମ୍ବାଦିକାଙ୍କୁ ହରାଇବା ସାମ୍ବାଦିକତା ପାଇଁ ଏକ ବିରାଟ କ୍ଷତି ।    ଏହାପୂର୍ବରୁ ମଧ୍ୟ ରାଜ୍ୟରେ ବହୁ ସାମ୍ବାଦିକଙ୍କ କରୋନାରେ ମୃତ୍ୟୁ ହୋଇସାରିଛି ।

ଘର ଘର ବୁଲି କାନ୍ଥରେ ପୋଷ୍ଟର ମାରି ସଚେତନ କରୁଛନ୍ତି ସରପଞ୍ଚ: ହାତ ଯୋଡ଼ି ମାସ୍କ ପିନ୍ଧିବାକୁ କଲେ ନିବେଦନ

ଖୋର୍ଦ୍ଧା: ମୁଣ୍ଡିଆ ମାରୁଛି, ମାସ୍କ ପିନ୍ଧ ।  ମାସ୍କ ପିନ୍ଧୁନଥିବା ଗାଁର ଲୋକଙ୍କୁ କିଛି ଏଭଳି କହି ମାସ୍କ ପିନ୍ଧିବାକୁ ଅନୁରୋଧ କରୁଛନ୍ତି ଜଣେ ମହିଳା ସରପଞ୍ଚ ।  ବର୍ତ୍ତମାନ କାରୋନା ସହର ଛାଡି ଗାଁକୁ ମୁଁହାଉଛି। ଗାଁରେ ଲୋକମାନେ ପ୍ରାୟତଃ ମାସ୍କ ପିନ୍ଧୁନଥିବା ଦେଖିବାକୁ ମିଳୁଛି । ଯଦି କିଏ କହିଲା କେତେବେଳେ କେମିତି ନିଜ ଗାମୁଛାରେ ମୁଁହ ଘୋଡେ଼ଇ ଦେଉଛନ୍ତି ।

ଏଭଳି ସ୍ଥିତିରେ ନିଜ ପଞ୍ଚାୟତକୁ କାରୋନା ମୁକ୍ତ କରିବାପାଇଁ ଅଣ୍ଟା ଭିଡ଼ିଛନ୍ତି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ସିମୋର ପଞ୍ଚାୟତ ସରପଞ୍ଚ ସରୋଜିନୀ ଖୁଣ୍ଟିଆ। କାରୋନା ସଚେତନତା ପୋଷ୍ଟେର ଧରି ଘର ଘର ବୁଲି କାନ୍ଥରେ ମାରୁଛନ୍ତି। ଯେଉଁ ଠି ଗାଁର ବୟସ୍କ ମୁରବି ଲୋକଙ୍କୁ ଦେଖୁଛନ୍ତି ତାଙ୍କୁ ମୁଣ୍ଡିଆ ମାରି ମାସ୍କ ପିନ୍ଧାଇ ସଚେତନ କରାଉଛନ୍ତି। ତେଣୁ ଏଭଳି ଉପାୟରେ ସେମାନଙ୍କ ମୁହଁରେ ସବୁବେଳେ ମାସ୍କ ରଖିବା ପାଇଁ ପ୍ରୟାସ କରୁଛି। ଆଶା କରୁଛି ଆମ ଗାଁ, ଆମ ପଞ୍ଚାୟତ ହେବ କାରୋନା ମୁକ୍ତ। ସିମୋର ସରପଞ୍ଚ ପ୍ରମୋଦିନି ଖୁଣ୍ଟିଆଙ୍କ ଏଭଳି ପ୍ରୟାସ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।

 

ଏଥିସହିତ ପଢ଼ନ୍ତୁ: କରୋନା ଟିକା ପାଇଁ ଓଡ଼ିଶାର ଗ୍ଲୋବାଲ ଟେଣ୍ଡର ଆହ୍ୱାନକୁ କଂଗ୍ରେସ ନେତା ଅଭିଷେକ ସିଂହଭିଙ୍କ ପ୍ରଶଂସା

ନବ ବିବାହିତ ଦମ୍ପତିଙ୍କ ନିଆରା ପ୍ରୟାସ: ଭୋଜି ଅର୍ଥରେ କରୋନା ଯୋଦ୍ଧାଙ୍କୁ ବାଣ୍ଟିଲେ ମାସ୍କ ଓ ସାନିଟାଇଜର

ଯାଜପୁର: ନବ ବିବାହିତ ଦମ୍ପତିଙ୍କ ନିଆରା ପ୍ରୟାସ। ଭିନ୍ନକ୍ଷମ ଓ କରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ ବିବାହ ଭୋଜି। ବିବାହ ଭୋଜି ବାତିଲ କରି ସେହି ଟଙ୍କାରେ ଭିନ୍ନକ୍ଷମ ଓ କରୋନା ଯୋଦ୍ଧା ପୋଲିସଙ୍କୁ ଯୋଗାଇ ଦେଲେ ଖାଦ୍ୟ ସାମଗ୍ରୀ ସହିତ ମାସ୍କ ଓ ସାନିଟାଇଜର୍ । ଏଥିପାଇଁ ନବ ଦମ୍ପତିଙ୍କ ନିକଟକୁ ଏବେ ସବୁ ଆଡୁ ପ୍ରଶଂସାର ସୁଅ ଛୁଟୁଛି।

ମହାମାରୀ କରୋନାର ବିଭୀଷିକା ସମୟରେ ସବୁଆଡେ ହାହାକାର ପଡ଼ିଥିବା ବେଳେ ଏକ ନବ ଦମ୍ପତିଙ୍କ ନିଆରା ପ୍ରୟାସ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ନବ ଦମ୍ପତି ସେମାନଙ୍କ ବିବାହ ଭୋଜି ବାତିଲ କରି ସେହି ଟଙ୍କାରେ ଭିନ୍ନକ୍ଷମ ଓ କରୋନା ଯୋଦ୍ଧାଙ୍କୁ ଖାଦ୍ୟ ସାମଗ୍ରୀ ସହିତ ମାସ୍କ ଓ ସାନିଟାଇଜର୍ ଯୋଗାଇ ଦେଇଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବ୍ୟାସନଗର ଅଞ୍ଚଳରେ ।

ଦାନଗଦି ବ୍ଲକ ମନୋହରପୁର ଗ୍ରାମର ପିତାମ୍ବର ରାଉତଙ୍କ ପୁଅ ବିଭୁତି ଭୂଷଣ ରାଉତ ମହାମାରୀ କରୋନା ଯୋଗୁଁ ବିବାହ ଭୋଜି ବାତିଲ କରିଥିଲେ । ଏହା ବଦଳରେ ଏହି ଅର୍ଥରେ ଅସହାୟ ଲୋକ ଓ କରୋନା ଯୋଦ୍ଧାମାନଙ୍କ ପାଇଁ କିଛି କରିବାକୁ ସେ ଚିନ୍ତା କରିଥିଲେ। ଏହି ଅବସରରେ ଆଜି ଏହି ନବ ଦମ୍ପତି ପ୍ରଥମେ ବ୍ୟାସନଗର ସହରର କହ୍ନେଇପୁର ସ୍ଥିତ ଶାନ୍ତି ନିବାସରେ ପହଞ୍ଚିଥିଲେ। ସେଠାରେ ରହୁଥିବା ୪୦ ରୁ ଉର୍ଦ୍ଧ୍ବ ମାନସିକ ଓ ଶାରିରୀକ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଗୋଟିଏ ଦିନର ରନ୍ଧା ଖାଦ୍ୟ ଦେଇଥିଲେ। ଏଥିସହିତ ଚାଉଳ ଡାଲି ଓ ବିସ୍କୁଟ ଆଦି ଏକ ମାସର ରାସନ୍ ସାମଗ୍ରୀ ସହ ଦେହଲଗା ସାବୁନ୍, ମାସ୍କ ଓ ସାନିଟାଇଜର୍ ଆଦି ପ୍ରଦାନ କରିଥିଲେ। ଅନ୍ତେବାସୀ ଙ୍କ ସହ ନବ ଦମ୍ପତି ଏଠାରେ କିଛି ସମୟ ଅତିବାହିତ ମଧ୍ୟ କରିଥିଲେ। ତେବେ ସହଯୋଗ ପାଇ ଶାନ୍ତି ନିବାସ କର୍ତ୍ତୃପକ୍ଷ ନିଜର ଖୁସି ବ୍ୟକ୍ତ କରିବା ସହ ନବ ଦମ୍ପତିଙ୍କୁ ସାଧୁବାଦ ଜଣାଇଛନ୍ତି।

ପରେ ଏହି ନବ ଦମ୍ପତି ଯଖପୁରା ଥାନାରେ ପହଞ୍ଚି କରୋନା ଯୋଦ୍ଧା ପୋଲିସ କର୍ମଚାରୀମାନଙ୍କ ପାଇଁ ଉନ୍ନତମାନର N-95 ମାସ୍କ, ସାନିଟାଇଜର୍, ଥଣ୍ଡା ପାନୀୟ ଓ ପାଣି ବୋଟେଲ ଆଦି ପ୍ରଦାନ କରିଥିଲେ। ଯଖପୁରା ଥାନା ଅଧିକାରୀ ଲକ୍ଷଣ ଦଣ୍ଡସେନା ଏହାକୁ ଗ୍ରହଣ କରିବା ସହ ନବ ଦମ୍ପତିଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହାପରେ ଏହି ନବ ଦମ୍ପତି ବିଭିନ୍ନ ଛକ ବଜାରକୁ ଯାଇ ସେଠାରେ ଡ୍ୟୁଟି କରୁଥିବା ପୋଲିସ କର୍ମଚାରୀମାନଙ୍କୁ N-95 ମାସ୍କ ସହିତ ସାନିଟାଇଜର୍, ଥଣ୍ଡା ପାନୀୟ ଓ ପାଣି ବୋଟେଲ ଆଦି ପ୍ରଦାନ କରିଥିଲେ। ତେବେ ଅସହାୟ ଲୋକ ଓ କରୋନା ଯୋଦ୍ଧା ମାନଙ୍କୁ ସହାୟତା ପ୍ରଦାନ କରିଥିବାରୁ ନିଜର ଖୁସି ବ୍ୟକ୍ତ କରିଛନ୍ତି ଏହି ନବ ଦମ୍ପତି। ମହାମାରୀ କରୋନାର ଏହି ଜଟିଳ ସମୟରେ ନବ ଦମ୍ପତିଙ୍କ ଏଭଳି ନିଆରା ପ୍ରୟାସକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି। ଏହା ସମାଜ ପାଇଁ ଉଦାହରଣ ପାଲଟିବା ସହିତ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ନିଶ୍ଚୟ।

ମୃତ୍ୟୁ ପରେ ଆଙ୍ଗୁଠିର ଟିପ ଚିହ୍ନ ବଦଳିଯାଏ କି?

ମଣିଷ ବଂଚିଥିବା ସମୟରେ ତାର ପରିଚୟ ପତ୍ରର ଆବଶ୍ୟକତା ପଡିଥାଏ । ସେଥିପାଇଁ ଆଧାରକାର୍ଡ ହେଉ ଭୋଟର ଆଇଡି କାର୍ଡ ହେଉ କିମ୍ବା ବ୍ୟାଙ୍କ ର ଆକାଉଣ୍ଟକୁ ନେଇ ହେଉ ସବୁଥିରେ ଫିଙ୍ଗର ପ୍ରିଣ୍ଟ ଅର୍ଥାତ ଆଙ୍ଗୁଳିର ଟିପ ଚିହ୍ନ ଆବଶ୍ୟକ ହୋଇଥାଏ । ହେଲେ କଣ ଆପଣମାନେ ଜାଣନ୍ତି ସେହି ବ୍ୟକ୍ତି ମରିଗଲା ପରେ ତାର ଆଙ୍ଗୁଠିର ଟିପଚିହ୍ନ ବଦଳିଯାଏ ବୋଲି ? ଆଜ୍ଞା ହଁ ମରିଯିବା ପରେ ସେହି ମୃତ ବ୍ୟକ୍ତିଙ୍କର ଆଙ୍ଗୁଠିର ଟିପ ଚିହ୍ନ ପୂର୍ବ ଭଳି ନଥାଏ । କାହିଁକି ନା ମରିବା ବେଳେ ମଣିଷ ଶରୀରରେ ଥିବା ଇଲେକ୍ଟୋ ମ୍ୟାଗନେଟିକ୍ ଚାର୍ଜ ଶେଷ ହୋଇଯାଏ । ସେହି ଚାର୍ଜ ଯୋଗୁଁ ହିଁ ମଣିଷ ଶରୀରେ ଥିବା କୋଷିକା ତନ୍ତ୍ର କାର୍ଯ୍ୟକାରୀ ହୋଇଥାଏ । ଆଉ ମଣିଷ ବଂଚିଥିବା ସମୟରେ ହିଁ ଏସବୁ ସମ୍ଭବ ହୋଇଥାଏ । ଆପଣ ବେଳେ ଚଳଚିତ୍ର ମାନଙ୍କରେ ଦେଖିଥିବେ ଖଳନାୟକ ଜଣେ ବ୍ୟକ୍ତିଙ୍କୁ ମାରିଦେଇ ସେହି ବ୍ୟକ୍ତିର ଧନ ସଂମ୍ପତ୍ତିକୁ ହଡପ କରିବା ପାଇଁ କାଗଜପତ୍ରରେ ଆଙ୍ଗୁଠିର ଟିପ ଚିହ୍ନ ନେଇଯାଏ । ହେଲେ ପ୍ରକୃତରେ ଏହିଭଳି ହେଲେ ଏହା ଭୁଲ୍ ଟିପ୍ ଚିହ୍ନ ବୋଲି ପ୍ରମାଣିତ ହୋଇଯିବ । କାହିଁକି ନା ଜଣେ ବ୍ୟକ୍ତିର ମୃତ୍ୟୁ ପରେ ତାର ଆଙ୍ଗୁଠିର ଟିପଚିହ୍ନ ପୂର୍ବରୁ ଯେତେ ଭଲ ଭାବରେ ଦେଖାଯାଉଥିଲା ତାହା ଆଉ ସ୍ପଷ୍ଟ ଭାବେ ଦେଖାଯାଏ ନାହିଁ ।

ସାଧାରଣତଃ ମରିବା ପରେ ମୃତ ବ୍ୟକ୍ତିର ଆଙ୍ଗୁଳି ମୁଠା ହୋଇଯାଏ । ଯାହାକୁ ଖୋଲିବା ବି ସହଜରେ ସମ୍ବବ ହୋଇନଥାଏ । ମରିଯିବା ପରେ ଆଙ୍ଗୁଠିର ଟିପ ଚିହ୍ନ ବଦଳିଯିବା ହୁଏତ ଖୁବ୍ କମ୍ ଲୋକ ଜାଣିଥାନ୍ତି । କିନ୍ତୁ ଫରେନସିକ୍ ଡିପାର୍ଟମେଣ୍ଟ,ଡାକ୍ତର ଓ ବୈଜ୍ଞାନିକମାନେ ଏସବୁ ଭଲଭାବରେ ଜାଣନ୍ତି । କାହିଁକି ସେମାନଙ୍କ ଅନୁସାରେ ଅନେକ ଟିପ୍ ଚିହ୍ନର ପରୀକ୍ଷା କରେ ବହୁତ ଅପରାଧିକ ମାମଲରା ସମାଧାନ ସେମାନେ କରିଥାନ୍ତି । ବେଳେ ବେଳେ ମୃତ ବ୍ୟକ୍ତିଙ୍କର ପରିଚୟ ଜାଣିବା ପାଇଁ ଆଙ୍ଗୁଠିର ଟିପ ଚିହ୍ନ ହିଁ ସହାୟକ ହୁଏ । ଫରେନସିକ୍ ଡିମାଟମେଣ୍ଟ ଅନୁସାରେ ବଂଚିଥିବା ବ୍ୟକ୍ତିର ଟିପ ଚିହ୍ନ ମରିଯିବା ପରେ ସାମାନ୍ୟ ବଦଳିଯାଏ ସତ କିନ୍ତୁ ତାହା ପ୍ରକୃତ ଲୋକର ଚିହ୍ନଟ କରିବାରେ ସାହାର୍ଯ୍ୟ କରିଥାଏ ।

କୋଭିଡ ନିୟମ ଭାଙ୍ଗି ପପୁ ଯାଦଭ ଗିରଫ

ପାଟଣା: ବିହାରର ପୂର୍ବତନ ସାଂସଦ ତଥା ଜନ ଅଧିକାର ପାର୍ଟି ନେତାମ ପପୁ ଯାଦବଙ୍କୁ ପାଟଣା ପୁଲିସ୍ ଗିରଫ କରିଛି। ଏ ନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସେ ଏହି ଟ୍ୱିଟରେ ଲେଖିଛନ୍ତି ଯେ ମୋତେ ପୋଲିସ୍ ଗିରଫ କରି ପାଟଣାର ଗାନ୍ଧୀ ମୈଦାନକୁ  ନେଇ ଆସିଛି।

ସୂଚନା ଅନୁଯାୟୀ, ପପୁ ଯାଦବ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଏବଂ ଲକଡାଉନର ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ପୋଲିସ୍ ତାଙ୍କୁ ଗିରଫ କରିଛି। ଅମନୌରର ସିଏ କୋଭିଡ୍‌-୧୯ ଉଲ୍ଲଙ୍ଘନ କରିବା ମାମଲାରେ ଶନିବାର ଦିନ ପପୁ ଯାଦବଙ୍କ ବିରୋଧରେ ଏଫଆଇଆର୍ ଦାୟର କରିଥିଲେ। ଏହାସହ ମଧେପୁରା ସହ ଜଡିତ ଅନ୍ୟ କିଛି ମାମଲା ମଧ୍ୟ ରହିଛି । ପପୁ ଯାଦବ ବିନା ପାସରେ ମଙ୍ଗଳବାର ସକାଳେ ପିଏମସିଏଚର କୋଭିଡ୍ ୱାର୍ଡରେ ପଶି ଯାଇଥିଲେ। ଏହାସହ ସେ ନିଜ ଅଞ୍ଚଳ ମଧେପୁର ଯିବା ପାଇଁ ମଧ୍ୟ କାର୍ଯ୍ୟକ୍ରମ କରିଥିଲେ ।

ପପୁ ଯାଦବ ଆଉ ଏକ ଟ୍ୱିଟରେ ଲେଖିଛନ୍ତି, ‘କରୋନା କାଳରେ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇବା ଯଦି ଅପରାଧ, ତାହେଲେ ହଁ ମୁଁ ଅପରାଧୀ । ପିଏମ୍ ସାହେବ, ସିଏମ୍ ସାହେବ ମୋତେ ଫାଶୀ ଦେଇ ଦିଅ, ନହେଲେ ଜେଲ୍ ପଠାଇ ଦିଅ । ମୁଁ ମୁଣ୍ଡ ନୁଆଁଇବି ନାହିଁ, ଅଟକିବି ନାହିଁ । ଲୋକଙ୍କୁ ବଞ୍ଚାଇବି। ବେଇମାନଙ୍କ ମୁଖା ଖୋଲିବା ମୁଁ ଜାରି ରଖିବି।’

ଗାଜିପୁର ଗଙ୍ଗା ନଦୀ କୂଳରେ ମଧ୍ୟ ଭାସୁଛି ମୃତଦେହ: ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ କୋକୁଆ ଭୟ

ଗାଜିପୁର: ବିହାରର ବକ୍ସର ପରେ ଏବେ ଉତ୍ତରପ୍ରଦେଶର ଗାଜିପୁରର ଗଙ୍ଗା ନଦୀରେ ଭାସୁଛି ମୃତଦେହ । ଜିଲ୍ଲାର ଗହମର ଥାନା ଅଞ୍ଚଳରେ ନରବା, ସୋଝବା ଏବଂ ବୁଲାକିଦାସ ବାବା ଘାଟରେ କୁଢ଼ କୁଢ଼ ଶବ ଭାସୁଥିବା ଦେଖିବାକୁ ମିଳିଛି । ଏହା ବ୍ୟତୀତ କରଣ୍ଡା କ୍ଷେତ୍ରର ବହୁ ଘାଟରେ ମଧ୍ୟ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ଏହି ମୃତଦେହ ଗୁଡ଼ିକ ଦେଖିବାକୁ ମିଳିବା ପରେ ଗ୍ରାମବାସୀଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି । ମୃତଦେହ ଗୁଡ଼ିକ କରୋନା ସଂକ୍ରମିତ ହୋଇଥିବା ଆଶଙ୍କାରେ ଗ୍ରାମବାସୀ ଭୟଭୀତ ହୋଇଯାଇଛନ୍ତି । ଅପରପକ୍ଷରେ ଘଟଣା ନେଇ ଅବଗତ ହେବା ପରେ ତଦନ୍ତ ନେଇ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି ଜିଲ୍ଲାପାଳ ।

ଗାଜିପୁର ଜିଲ୍ଲାପାଳ ଏମ୍‌ପି ସିଂହ କହିଛନ୍ତି ଯେ, ଘଟଣା ସମ୍ପର୍କରେ ଆମେ ଅବଗତ ଅଛୁ । ଆମର ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ଏବଂ ତଦନ୍ତ ଚାଲିଛି । ମୃତଦେହ କେଉଁଠୁ ଆସିଲା ଏ ନେଇ ତନାଘନା ଆରମ୍ଭ ହୋଇଛି । ଏଥିଲାଗି ଟିମ୍ ଗଠିତ ମଧ୍ୟ ହୋଇସାରିଛି ।

        ସୂଚନା ଯୋଗ୍ୟ ଯେ, ବକ୍ସର ଜିଲ୍ଲାର ଚୌସା କ୍ଷେତ୍ରର ମହାଦେବ ଘାଟ ଉପରେ ସୋମବାର ମୃତଦେହ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି । ଚୈସା ଜିଲ୍ଲା ପ୍ରଶାସନ ପ୍ରଶାସନର ସନ୍ଦେହ କରୁଛି ଯେ, ଏହି ମୃତଦେହ ୟୁପିରୁ ଭାସି ଆସିଛି ।

ମୃତଦେହ ଗୁଡ଼ିକ କରୋନା ସଂକ୍ରମିତଙ୍କ ହୋଇଥିବ ବୋଲି ଆଶଙ୍କା କରାଯାଉଥିବାବ ବେଳେ ଜିଲ୍ଲା ପ୍ରଶାସନର ଅଧିକାରୀ ଏହାକୁ ଅସ୍ୱୀକାର କରିଛନ୍ତି ।ଜିଲ୍ଲାଧିକାରୀ ଜ୍ଞାନେଶ୍ୱର ତ୍ରିପାଠୀ କହିଛନ୍ତି ଯେ, କରୋନା ସଂକ୍ରମିତଙ୍କ ମୃତଦେହ ପ୍ୟାକିଂ ହୋଇଥାଏ କିନ୍ତୁ ଏହି ମୃତଦେହ ଗୁଡ଼ିକରେ ସେଭଳି କିଛି ଦେଖିବାକୁ ମିଳିନାହିଁ ।

ଏଥିସହିତ ପଢ଼ନ୍ତୁ: ଚିନ୍ତା ବଢ଼ାଇଲା ଭାରତର ଡବଲ ମ୍ୟୁଟାଣ୍ଟ ଭାଇରସ୍

ଦିଲ୍ଲୀ ଏନସିଆରରେ ଭ୍ୟାକସିନ ପାଇଁ ମାରପିଟ..

କରୋନା ସହ ଲଢିବା ପାଇଁ ଦେଶରେ ଆରମ୍ଭ ହୋଇଥିଲା ଭ୍ୟାକସିନ୍ ଅଭିଯାନ । ସେଥିପାଇଁ ପ୍ରଥମେ ବୟସ୍କ ନାଗରିକଙ୍କୁ ଆଉ ଏବେ ୧୮ ବର୍ଷରୁ ୪୫ବର୍ଷ ପର୍ଯ୍ୟନ୍ତ ଥିବା ନାଗରିକଙ୍କୁ ଦିଆଯାଉଛି ଭ୍ୟାକସିନ୍ । କିନ୍ତୁ ଟିକା ଅଭାବ କାରଣରୁ ଦେଶରେ କିଛି କିଛି ସ୍ଥାନରେ ଏହି ଟିକାକରଣ ଅଭିଯାନ ଏଯାଏଁ ଆରମ୍ଭ ହିଁ ହୋଇନାହିଁ । ଏହିଭଳି ସମୟରେ ଦିଲ୍ଲୀର ଏନସିଆରର ଅନେକ ସ୍ଥାନରେ ସ୍ଥିତି ବିଗିଡିବାରେ ଲାଗିଛି । ଏଠାରେ ଟିକା ଅଭିଯାନ ତ ଆରମ୍ଭ ହୋଇଯାଇଛି କିନ୍ତୁ ଘୋର ଅବ୍ୟବସ୍ଥା ଯୋଗୁଁ ଲୋକେ ଟିକା ପାଇଁ ଲମ୍ବା ଲାଇନରେ ଛିଡାହେଉଛନ୍ତି । ଲୋକଙ୍କ ପାଖରେ ସିରିଅଲ ନମ୍ବର ସ୍ଲଟ ନମ୍ବର ଥାଇ ବି ସେମାନଙ୍କ ନମ୍ବର ପଡୁନି । ସରକାର ଅନଲାଇନ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ କଲେ କିନ୍ତୁ କୋୱିନରେ ରେଜିଷ୍ଟ୍ରେସନ ଓ ଆପୋଏଣ୍ଟମେଣ୍ଟ ଥିବା ସତ୍ୱେ ବି ଲୋକେ ନିରାସ ହୋଇ ଘରକୁ ଫେରୁଛନ୍ତି । ଲୋକଙ୍କର ଅଭିଯୋଗ ଯେ ଆମକୁ ଆପୋଏଣ୍ଟମେଣ୍ଟ ତାରିଖ ମିଳିବା ପରେ ବି କୋଭିଡ କେନ୍ଦ୍ରରେ ସେମାନଙ୍କର ନାଁ ନାହିଁ ବୋଲି କୁହାଯାଉଛି । ଦିଲ୍ଲୀର ୍‌ଦାଦରୀ ଏନଟିପିସି ଭ୍ୟାକସିନେସନ ସେଣ୍ଟରେ ଏହିଭଳି ଘଟଣା ଦେଖିବାକୁ ମିଳୁଛି । ଲୋକେ ଉତ୍ତେଜିତ ହୋଇ ମାରପିଟ ମଧ୍ୟ ଆରମ୍ଭ କଲେଣି ।

ଯେଉଁମାନଙ୍କ ପାଖରେ ସ୍ଲୋଟ ଅଛି ସେମାନେ ଫେରିଯାଉଥିବାରୁ ତାଙ୍କ ଭିତରେ ଅସନ୍ତୋଷ ଦେଖିବାକୁ ମିଳୁଛି । ଜିଲ୍ଲା ଚିକିତ୍ସା ଅଧିକାରୀଙ୍କ କହିବା କଥା ଯେ ପ୍ରତ୍ୟେକ ଦିିନ ଏହି ସେଣ୍ଟରରେ ୧୩୦ ରୁ ୧୫୦ ଜଣ ଭ୍ୟାକସିନ ଦେବାର କ୍ଷମତା ରହିଛି । ତାପରେ ଅନେକ ଲୋକ ବିନା ରେଜିଷ୍ଟ୍ରେସନରେ ବି ସେଣ୍ଟରକୁ ଆସୁଛନ୍ତି । ତେଣୁକରି କିଛି ଲୋକ ନିରାଶ ହୋଇ ଫେରୁଛନ୍ତି । ହେଲେ ଫେରିଯାଉଥିବା ଲୋକଙ୍କୁ ଚିକିତ୍ସା ଅଧିକାରୀଙ୍କ ନମ୍ବର ଦିଆଯାଉଛି । ଯେମିତିକି ସେମାନେ ପରବର୍ତୀ ସମୟରେ ଯୋଗାଯୋଗ କରି ନିଜର ସ୍ଲୋଟ ପ୍ରସ୍ତୁତ କରିପାରିବେ । ହେଲେ ଏହିଭଳି ସ୍ଥିତିକୁ କେଉଁ ହିସାବରେ ଆୟତ୍ତ କରିହେବ ତାହା ଚିନ୍ତାର ବିଷୟ । କାହିଁକି ନା ଅନେକ ଭ୍ୟାକସିନ ସେଣ୍ଟରରେ ଏବେ ହଜାର ହଜାର ସଂଖ୍ୟାରେ ଭିଡ ଜମୁଛି । ତାସହ ସେଣ୍ଟରେ ଭ୍ୟାକସିନର ଅଭାବ ମଧ୍ୟ ରହିଛି । କେମିତି ପ୍ରତ୍ୟେକ ଲୋକଙ୍କୁ ଭ୍ୟାକସିନ ମିଳିବ ଓ ସମସ୍ତେ କୋଭିଡକୁ ହରାଇବେ ତାହା ହିଁ ଚିନ୍ତା ।

ଚିନ୍ତା ବଢ଼ାଇଲା ଭାରତର ଡବଲ ମ୍ୟୁଟାଣ୍ଟ ଭାଇରସ୍

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ବୃଦ୍ଧି ନେଇ ସାରା ବିଶ୍ୱ ଚିନ୍ତାରେ ପଡ଼ିଛି। ବିଶେଷକରି ଭାରତରେ ଯେଉଁ ଡବଲ୍ ମ୍ୟୁଟାଣ୍ଟ ଭାଇରସ୍ ଦେଖାଦେଇଛି, ତାହା ସାରା ବିଶ୍ୱ ପାଇଁ ଚିନ୍ତାର ବିଷୟ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠ କହିଛି । WHOର ବୈଷୟିକ ମୁଖ୍ୟ ଡକ୍ଟର ମାରିଆ ଭାନ କେରକୋଭେ  କହିଛନ୍ତି ଯେ ଭାରତରେ ଚିହ୍ନଟ ହୋଇଥିବା B-1617 ଭାରିଆଣ୍ଟ ସମଗ୍ର ବିଶ୍ୱ ପାଇଁ ଚିନ୍ତା ବଢ଼ାଇଛି ।

ଭାରତରେ ଚିହ୍ନଟ ହୋଇଥିବା B-1617 ଭାରିଆଣ୍ଟ ଦ୍ରୁତଗତିରେ ମାଡ଼ିଚାଲିଛି। ଏହି ନୂଆ ଭାରିଆଣ୍ଟ ସଂକ୍ରମଣକୁ ଆଗକିୁ ବଢ଼ିବାରେ ସହାୟକ ହେଉଛି। ତେବେ ଭାରତରେ ଯେଉଁ ଟିକା ଏବେ ଦେଶବାସୀଙ୍କୁ ଦିଆଯାଉଛି, ତାହା ଏହି ଭାରିଆଣ୍ଟକୁ ମାତ୍ ଦେବାରେ ସକ୍ଷମ। ବ୍ରିଟେନ୍, ବ୍ରାଜିଲ୍ ଓ ଦକ୍ଷିଣ ଆଫ୍ରିକା ପରେ ଭାରତ ହେଉଛି ଚତୁର୍ଥ ଦେଶ ଯେଉଁଠି ଦ୍ରୁତଗତିରେ ସଂକ୍ରମଣ ମାଡ଼ିଚାଲିଛି।

ଭାରତରେ ବଢୁଥିବା ସଂକ୍ରମିତଙ୍କ ସଂଖ୍ୟା ଓ ମୃତ୍ୟୁସଂଖ୍ୟାକୁ ନେଇ ସନ୍ଦେହ ପ୍ରକଟ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ। ଏଥିପ୍ରତି ଧ୍ୟାନ ଦେବା ସହ ଲୋକ ଆହୁରି ସଚେତନ ହେବା ଆବଶ୍ୟକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି।

ପୁରୀରେ ଆରମ୍ଭ ହେଲାଣି ଚନ୍ଦନଯାତ୍ରା ପ୍ରସ୍ତୁତି, ଆଜି ବସିବ ଛତିଶାନିଯୋଗ ବୈଠକ

ପୁରୀ: ପୁରୀରେ ଆରମ୍ଭ ହେଲାଣି ଚନ୍ଦନଯାତ୍ରା ପ୍ରସ୍ତୁତି । କିପରି ସୁରୁଖୁରୁରେ କୋଭିଡ୍‌ କଟକଣାରେ ମହାପ୍ରଭୁଙ୍କ ଚନ୍ଦନଯାତ୍ରା ହେବ, ସେନେଇ ତତ୍ପରତା ପ୍ରକାଶ ପାଇଛି । ଏଥିପାଇଁ ଆଜି ଛତିଶାନିଯୋଗ ବୈଠକ ବସିବ । ଏହା ପୂର୍ବରୁ ଜିଲ୍ଲାପାଳ ସମର୍ଥ ବର୍ମା ରଥଖଳା ଓ ଚନ୍ଦନ ପୋଖରୀ ବୁଲି ଅନୁଧ୍ୟାନ କରିଛନ୍ତି । କିପରି ସୀମିତ ସେବାୟତ କରୋନା କଟକଣାରେ ଚନ୍ଦନଯାତ୍ରା ନୀତିକାନ୍ତି କରିବେ, ତା’ର ସମୀକ୍ଷା କରିଛନ୍ତି । ଚନ୍ଦନଯାତ୍ରାର ଅପୂର୍ବ ଦୃଶ୍ୟର ଲାଇଭ ଫିଡ୍ ଦେବା ବ୍ୟବସ୍ଥା ହେବ ବୋଲି କହିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା ।

ଚନ୍ଦନଯାତ୍ରାରେ ନିୟୋଜିତ ହେବାକୁ ଥିବା ସେବାୟତ ୭୨ ଘଣ୍ଟା ପୂର୍ବରୁ କରୋନା ନେଗେଟିଭ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି। ସେପଟେ ଅକ୍ଷୟତୃତୀୟାରୁ ଆରମ୍ଭ ହେବାକୁ ଥିବା ରଥ ନିର୍ମାଣ କାମର ମଧ୍ୟ ଜିଲ୍ଲାପାଳ ସମୀକ୍ଷା କରିଛନ୍ତି । ରଥ ନିର୍ମାଣରେ ନିୟୋଜିତ ହେବାକୁ ଥିବା ସେବାୟତଙ୍କର ଆସନ୍ତାକାଲିଠୁ ଆରଟି-ପିସିଆର ଟେଷ୍ଟ ହେବ । ପ୍ରତ୍ୟେକ ଦିନ ଥର୍ମାଲ ସ୍କ୍ରିନିଂ ହେବ ।