spot_img
Home Blog Page 5654

କରୋନାକୁ ହାଲୁକାରେ ନିଅନ୍ତୁ ନାହିଁ; ମୃତ୍ୟୁ ପୂର୍ବରୁ କିଛି ଏଭଳି କହିଗଲେ ଗର୍ଭବତୀ ମହିଳା…

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଭାଇରାଲ ହେଉଛି ଦିଲ୍ଲୀର ଜଣେ ଗର୍ଭବତୀ ମହିଳାଙ୍କ ଭିଡ଼ିଓ। ଭିଡ଼ିଓରେ ମହିଳା ଜଣକ କରୋନାକୁ ନେଇ ସଚେତନ କରାଉଥିବା ବେଳେ ଲୋକଙ୍କୁ ମାସ୍କ ପିନ୍ଧିବାକୁ କହୁଥିବା ଦେଖିବାକୁ ମିଳିଛି ।

ମହିଳା ଜଣକ ପଜିଟିଭ୍‌ ଚିହ୍ନଟ ହେବାପରେ ଲୋକ ମାନଙ୍କୁ କରୋନାକୁ ହାଲୁକାରେ ନନେବାକୁ ଭିଡିଓରେ କହୁଛନ୍ତି। ଆଉ କେହି କରୋନାକୁ ହାଲୁକାରେ ନିଅନ୍ତୁ ନାହିଁ ବୋଲି ପ୍ରକାଶ କରିଛନ୍ତି । ସବୁଠୁ ବଡ଼ କଥା ହେଉଛି ମହିଳା ଜଣକ ଗର୍ଭବତୀ ରହିଥିଲା ବେଳେ ତାଙ୍କ ସହ ଗର୍ଭରେ ଥିବା ଶିଶୁ ବି ଦୁନିଆ ଦେଖିବା ଆଗରୁ ଜୀବନ ଯୁଦ୍ଧରେ ହାରି ଯାଇଛି।

ସୂଚନା ଅନୁଯାୟୀ, ସମ୍ପୃକ୍ତ ମହିଳା ଜଣକ ଗତ ଏପ୍ରିଲ ୧୧ରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏପ୍ରିଲ୍ ୨୬ରେ ମୃତ୍ୟୁ ବରଣ କରିଥିଲେ । ଆଉ ମହିଳା ଜଣକଙ୍କର ମୃତ୍ୟୁ ହେବା ପରେ ତାଙ୍କର ଏହି ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ତାଙ୍କ ସ୍ବାମୀ । ଯାହାକି ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବା ସଙ୍ଗେସଙ୍ଗେ ଚର୍ଚ୍ଚାର ବିଷୟ ପାଲଟିଛି।

ମହିଳା ଜଣକ କରୋନା ସଂକ୍ରମଣ ହେବା ପରେ ଉକ୍ତ ଭିଡ଼ିଓରେ କହିଛନ୍ତି, ‘‘ପ୍ରିୟ ବନ୍ଧୁଗଣ, ଏହି ଭିଡିଓଟି ବହୁତ କଷ୍ଟରେ ସୁଟିଂ କରୁଛି । ମୁଁ ଆପଣ ସମସ୍ତଙ୍କୁ କହିବାକୁ ଚାହୁଁଛି କି ପ୍ଲିଜ୍‌ କରୋନାକୁ ହାଲୁକାରେ ନିଅନ୍ତୁନି । ମୁଁ ଠିକ୍‌ରେ କଥା ହୋଇପାରୁ ନାହିଁ ହେଲେ ମୁଁ ଏହି ମେସେଜ୍ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଚାହୁଁଛି । ଯେବେ ବି ଆପଣ ବାହାରକୁ ବାହାରୁଛନ୍ତି ଏବଂ ଲୋକଙ୍କ ସହ କଥା ହେଉଛନ୍ତି ମାସ୍କ ନିଶ୍ଚୟ ପିନ୍ଧନ୍ତୁ’’।

ଦେଶରେ ବଢୁଛି କରୋନା ସଂକ୍ରମଣ; ଦିନକରେ ୩ ଲକ୍ଷ ୪୮ ହଜାର ୪୨୧ ପଜିଟିଭ

ନୂଆଦିଲ୍ଲୀ: ଦେଶରେ ଭୟଙ୍କର ଗତିରେ ମାଡ଼ି ଚାଲିଛି ସଂକ୍ରମଣର ଦ୍ବିତୀୟ ଲହରି। ଗତ ୨୪ ଘଣ୍ଟାରେ ଭାରତରେ ଚିହ୍ନଟ ହୋଇଛନ୍ତି ଆଉ ୩ ଲକ୍ଷ ୪୮ ହଜାର ୪୨୧ ପଜିଟିଭ। କରୋନାରେ ଆଉ ୪ ହଜାର ୨୦୫ ଜଣଙ୍କ ମୃତ୍ୟୁ ହୋଇଛି ।

ସେହିପରି ଦିନକରେ ସୁସ୍ଥ ହୋଇଛନ୍ତି ଆଉ ୩ ଲକ୍ଷ ୫୫ ହଜାର ୩୩୮ ସଂକ୍ରମିତ । ଏନେଇ ଟ୍ବିଟ କରି ସୂଚନା ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୩୩ ଲକ୍ଷ ୪୦ ହଜାର ୯୩୮ରେ ପହଞ୍ଚିଛି ।

ଏବେ ସୁଦ୍ଧା ମୋଟ ୧ କୋଟି ୯୩ ଲକ୍ଷ ୮୨ ହଜାର ୬୪୨ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୫୪ ହଜାର ୧୯୭ରେ ପହଞ୍ଚିଛି । ଏବେବି ସାରା ଦେଶରେ ୩୭ ଲକ୍ଷ ୦୪ ହଜାର ୦୯୯ ସକ୍ରିୟ ମାମଲା ରହିଛି।

ସେହିପରି ଆଜି ରାଜ୍ୟରେ ପୁଣି ଦୈନିକ ସଂକ୍ରମଣ ମାମଲା ୧୦ ହଜାର ଟପିଛି । ଆଜି ଗୋଟିଏ ଦିନରେ ରାଜ୍ୟରୁ ୧୦ ହଜାର ୯୮୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୧୫୩୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୯୬୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଇସ୍ରାଏଲ ଓ ପାଲେଷ୍ଟାଇନ୍ ବିବାଦ: ରକେଟ୍ ମାଡରେ ଭାରତୀୟ ମହିଳାଙ୍କ ସମେତ ୩୨ ମୃତ

ତେଲ ଅଭିଭି: ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ବିବାଦ ବଢିବାରେ ବଢିବାରେ ଲାଗିଛି । ହମାସ ଇସ୍ରାଏଲର ଗାଜା ଉପରେ ୧୦୦ରୁ ଅଧିକ ରକେଟ୍ ମାଡ କରିଛି। ଯେଉଁଥିରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି ।

ଏହି ରକେଟ ମାଡରେ ମୃତ୍ୟୁ ସଂଖ୍ୟା ୩୨କୁ ବୃଦ୍ଧି ପାଇଥିବା ବେଳେ ୨୨୦ ଅଧିକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ମହିଳା ଓ ଛୋଟ ପିଲା ଥିବା ସୂଚନା ମିଳିଛି ।

ହମାସରୁ ହୋଇଥିବା ଏହି ଆକ୍ରମଣର ଜବାବ ଦିଆଯାଇଥିବା କହିଛି ଇସ୍ରାଏଲ ସେନା । ଏଥିରେ ଜଣେ ଭାରତୀୟ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସମ୍ପୃକ୍ତ ମହିଳାଙ୍କ ଜଣଙ୍କ କେରଳ ନିବାସୀ ବୋଲି ଜଣାପଡିଛି ।

ତେବେ ପରିବାର ସଦସ୍ୟଙ୍କ କହିବା ଅନୁସାରେ, ଆସ୍କେଲନ୍ ସହରର ୩୧ ବର୍ଷୀୟ ସୋମିଆଙ୍କ ଘରେ ଏହି ରକେଟ୍ ପଡିଥିଲା । ମୃତ ମହିଳା ଜଣଙ୍କ ସନ୍ଧ୍ୟାରେ କେରଳରେ ଥିବା ତାଙ୍କ ସ୍ବାମୀ ସନ୍ତୋଷଙ୍କ ସହ ଏକ ଭିଡିଓ କଲରେ କଥା ହେଉଥିବା ବେଳେ ରକେଟ ଆକ୍ରମଣ ହୋଇଥିଲା।

 

ରାଜ୍ୟରେ କରୋନାରେ ଆଉ ୧୭ ଜଣଙ୍କ ମୃତ୍ୟୁ, ମୋଟ୍ ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ପ୍ରତିଦିନ ୧୦ ହଜାର ଉପରେ ଚିହ୍ନଟ ହେଉଛନ୍ତି କରୋନା ସଂକ୍ରମିତ । ଗତ ୨୪ ଘଣ୍ଟା ମଧ୍ୟରେ ୧୦ ହଜାର ୯୮୨ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ୧୭ ଜଣଙ୍କର ମୃତ୍ୟୁ ଘଟିଛି। ଯାହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୨୨୩୨ରେ ପହଞ୍ଚିଛି ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରୁ ୩ ଜଣ ରହିଥିବା ବେଳେ ବାଲେଶ୍ୱରରୁ ଜଣେ, ବୗେଦ୍ଧରୁ ଜଣେ, ଭୁବନେଶ୍ୱରରୁ ୨ ଜଣ, ଢେଙ୍କାନାଳରୁ ଜଣେ, ଗଞ୍ଜାମରୁ ଜଣେ ଓ କଳାହାଣ୍ଡିରୁ ମଧ୍ୟ ୨ ଜଣ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି ।

 

ଖୋର୍ଦ୍ଧାରୁ ଜଣେ ୫୫ ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ନୂଆପଡାରୁ ୨ ଜଣ କରୋନା ସଂକ୍ରମିତଙ୍କ ମ୍ୟତ୍ୟୁ ଘଟିଛି । ଏହା ବ୍ୟତୀତ ପୁରୀରୁ ଜଣେ ଓ ସୁନ୍ଦରଗଡରୁ ଦୁଇ ଜଣଙ୍କର ଦେହାନ୍ତ ଘଟିଛି ।

ଅଧିକ ପଢନ୍ତୁ- ପୁଣି ସଂକ୍ରମଣ ୧୦ ହଜାର ପାର୍, ଖୋର୍ଦ୍ଧାରୁ ସର୍ବାଧିକ ୧୫୩୯ ପଜିଟିଭ୍

ନେଗେଟିଭ୍ ରିପୋର୍ଟ ଥିଲେ ସେବାୟତଙ୍କୁ ଚନ୍ଦନଯାତ୍ରାରେ ଅନୁମତି

ପୁରୀ: ଚନ୍ଦନ ଯାତ୍ରାରେ ସାମିଲ ହେବାକୁ ଥିବା ସେବାୟତ ମାନଙ୍କର ବୁଧବାର ଦିନ ଆରଟିପିସିଆର ଟେଷ୍ଟ କରାଯିବ । କେବଳ ନେଗେଟିଭ୍ ରିପୋର୍ଟ ଥିବା ସେବାୟତମାନେ ଚନ୍ଦନ ଯାତ୍ରାରେ ସାମିଲ ହୋଇପାରିବେ । ସେମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପାସ୍ ଦିଆଯିବ ।

ଏନେଇ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଥିବା ବେଳେ ସ୍ବତନ୍ତ୍ର ଏସ୍ଓପି ଜାରି କରାଯାଇଛି । ଚନ୍ଦନ ଯାତ୍ରାର ପ୍ରତ୍ୟେକ ଦିନ ସୀମିତ ସେବାୟତଙ୍କୁ ନେଇ ସମସ୍ତ ରୀତିନୀତି କରାଯିବ । ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ୨୧ ଦିନ ଧରି ମନ୍ଦିର ବାହାରେ ହେବାକୁ ଥିବା ବେଳେ ନରେନ୍ଦ୍ର ପୁଷ୍କରିଣୀ ଚାରିପାଖରେ ୧୪୪ଧାରା ଜାରି ହେବ ।

ତେବେ ଅକ୍ଷୟ ତୃତୀୟାଠାରୁ ଚନ୍ଦନ ଯାତ୍ରା ଆରମ୍ଭ ହେବାକୁ ଥିବା ବେଳେ ସ୍ଥିତି ଅନୁଧ୍ୟାନ କରିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା । କରୋନା ସଂକ୍ରମଣ ଭୟ ଥିବାରୁ ଚନ୍ଦନ ଯାତ୍ରାରେ ସାଧାରଣ ଭକ୍ତଙ୍କ ଦର୍ଶନ ପାଇଁ ଅନୁମତି ଦିଆଯାଇନାହିଁ ।

ଏହା ପୂର୍ବରୁ ଗତକାଲି ଜିଲ୍ଲାପାଳ ସମର୍ଥ ବର୍ମା ରଥଖଳା ଓ ଚନ୍ଦନ ପୋଖରୀ ବୁଲି ଅନୁଧ୍ୟାନ କରିଛନ୍ତି ।  କିପରି ସୀମିତ ସେବାୟତ କରୋନା କଟକଣାରେ ଚନ୍ଦନଯାତ୍ରା ନୀତିକାନ୍ତି କରିବେ ଏବଂ ତା’ର ସମୀକ୍ଷା କରିଛନ୍ତି। ସେହିପରି ଚନ୍ଦନଯାତ୍ରାର ଅପୂର୍ବ ଦୃଶ୍ୟର ଲାଇଭ ଫିଡ୍ ଦେବା ବ୍ୟବସ୍ଥା ହେବ ବୋଲି କହିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା ।

ତେଲେଙ୍ଗାନାରେ ଆଜିଠୁ ୧୦ ଦିନିଆ ଲକଡାଉନ୍ ଆରମ୍ଭ

ନୂଆଦିଲ୍ଲୀ: ତେଲେଙ୍ଗାନାରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବୁଧବାର ଠାରୁ ୧୦ ଦିନିଆ ଲକଡାଉନ୍ ଘୋଷଣା କରାଯାଇଛି। ଏନେଇ ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ହୋଇଥିବା  କ୍ୟାବିନେଟ ବୖେଠକରେ ନିଷ୍ପତ୍ତି ହୋଇଥିଲା।

ଏହି ଅବଧି ମଧ୍ୟରେ ସକାଳ ୬ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ ସବୁ କାର୍ଯ୍ୟ ଜାରି ରହିବ। ଏହା ବ୍ୟତୀତ ଉକ୍ତ ବୖେଠକରେ କରୋନା ଟିକା କିଣିବା ପାଇଁ ଗ୍ଲୋବାଲ୍ ଟେଣ୍ଡର ଆମନ୍ତ୍ରଣ କରିବାକୁ ନିଷ୍ପତ୍ତି ନିଆଯାଇଛି।

ସୂଚନା ଅନୁଯାୟୀ, ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଥିବା ବେଳେ ଏହାକୁ ଉପରେ ରୋକ୍ ଲଗାଇବା ପାଇଁ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ସୋମବାର ଦିନ ରାଜ୍ୟରେ ୪୮୨୩ଟି ନୂଆ କରୋନା ମାମଲା ରୁଜୁ ହୋଇଥିବା ବେଳେ ୩୨ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ରାଜ୍ୟରେ ପ୍ରାୟ ୬୩ ହଜାର ସକ୍ରିୟ କରୋନା ମାମଲା ରହିଥିବା ବେଳେ କ୍ରମାଗତ ଭାବେ ଏହି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି |

 

ବିଜୁ ଯୁବ ଜନତା ଦଳର କୋଭିଡ୍ ସହାୟତା ସମୀକ୍ଷା ବୈଠକ ସମ୍ବନ୍ଧୀୟ ୱେବିନାର

ଭୁବନେଶ୍ୱର: ବିଜେଡିର ସାମାଜିକ ପ୍ରତିବଦ୍ଧତାକୁ ସଦା ସର୍ବଦା ପ୍ରାଥମିକତା ଦେଇ ଆସିଛି ବିଜୁ ଯୁବ ଜନତା ଦଳ । ଏହି ପରିପ୍ରେକ୍ଷୀରେ ୱେବିନାର୍ ମାଧ୍ୟମରେ ଯୁବ ବିଜେଡି ପକ୍ଷରୁ କୋଭିଡ୍ ସହାୟତା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ତଥା ବିଧାୟକ ଡ. ବ୍ୟୋମକେଶ ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ୱେବିନାରରେ ମୁଖ୍ୟ ଅତିଥି ଭାବେ ବିଜେଡି ସାଂଗଠନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ ଯୋଗ ଦେଇ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ମାଧ୍ୟମରେ ଆଜି ଓଡ଼ିଶା ସମଗ୍ର ବିଶ୍ୱରେ କରୋନା ମୁକାବିଲା କରିବା କ୍ଷେତ୍ରରେ ପ୍ରଶଂସିତ ହେଉଛି । କୋଭିଡ୍ ଟିକା ପାଇଁ ଗ୍ଲୋବାଲ ଟେଣ୍ଡର କରି ଅନ୍ୟ ରାଜ୍ୟ ପାଇଁ ଉଦାହରଣ ସୃଷ୍ଟି କରିପାରିଛି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ । ସେଥିପାଇଁ ଜୀବନ ବିନ୍ଦୁ ସ୍ୱେଛାକୃତ ରକ୍ତଦାନ ଶିବିର ଆୟୋଜନ କରିବା ସହ ଜନସାଧାରଣଙ୍କୁ କୋଭିଡ୍ ସହାୟତା ଯୋଗାଇ ଦେବାପାଇଁ ଯୁବ ବିଜେଡିର ପ୍ରତ୍ୟେକ କର୍ମକର୍ତ୍ତାଙ୍କୁ ଆହ୍ୱାନ ଦେଇଛନ୍ତି ବିଧାୟକ ପ୍ରଣବ ପ୍ରକାଶ ଦାସ । ସେହିଭଳି ଡ. ରାୟ କହିଛନ୍ତି, ବିଜୁ ଯୁବ ଜନତା ଦଳର ପ୍ରତ୍ୟେକ କର୍ମକର୍ତ୍ତା ସାମାଜିକ ପ୍ରତିବଦ୍ଧତା ପାଇଁ ସଂକଳ୍ପବଦ୍ଧ । ଟିକାକରଣ ପୂର୍ବରୁ କୋଭିଡ୍ ନିୟମକୁ ପାଳନ କରି ପ୍ରତ୍ୟେକ ଜିଲ୍ଲା ଏବଂ ବ୍ଲକ ସ୍ତରରେ ଯୁବ ବିଜେଡି ଜୀବନ ବିନ୍ଦୁ ସ୍ୱେଛାକୃତ ରକ୍ତଦାନ ଶିବିରର ଆୟୋଜନ କରିବ ଏବଂ କୋଭିଡ୍ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ମଧ୍ୟ ଜାରି ରଖିବ । ଏହି ପରିପ୍ରେକ୍ଷୀରେ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ (ଯୁବ ବ୍ୟାପାର) ତଥା ମାନ୍ୟବର ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ବିଜେଡିର ପ୍ରତ୍ୟେକଟି ସାମାଜିକ ପ୍ରତିବଦ୍ଧତାକୁ ଯୁବ ବିଜେଡି ସଫଳ କରୁଥିବାରୁ ପ୍ରତ୍ୟେକ ଯୁବ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଏବଂ ଜୀବନ ବିନ୍ଦୁ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବା ପାଇଁ ସମସ୍ତଙ୍କୁ କହିଛନ୍ତି ।

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବିଜୁ ଜନତା ଦଳ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲା ଗସ୍ତ କରି କୋଭିଡ୍ ସମୀକ୍ଷା ଏବଂ କୋଭିଡ୍ ସ୍ଥିତିର ସୁପରିଚାଳନା କରିଥିବାରୁ ବିଜୁ ଯୁବ ଜନତା ଦଳ ପକ୍ଷରୁ ଶ୍ରୀ ଦାସଙ୍କ ଏହି ଉଦ୍ୟମକୁ ଭୂୟସୀ ପ୍ରଶଂସା କରାଯାଇଥିଲା । ଏହି କୋଭିଡ୍ ସହାୟତା ସମୀକ୍ଷା ବୈଠକରେ ବିଜେଡି ଆଇ.ଟି ସଂଯୋଜକ ସୁବ୍ରତ ଛାଟୋଇଙ୍କ ସମେତ ବିଜୁ ଯୁବ ଜନତା ଦଳର ସମସ୍ତ ରାଜ୍ୟ ବରିଷ୍ଠ ଉପସଭାପତି, ଜୋନ୍ ସଭାପତି,ଉପସଭାପତି, ସାଧାରଣ ସମ୍ପାଦକ, ସମ୍ପାଦକ, ଯୁଗ୍ମ ସମ୍ପାଦକ, ଜିଲ୍ଲା ସଭାପତି ଏବଂ ସମସ୍ତ  ଡିଜିଟାଲ ସମ୍ପାଦକ ମାନେ ଯୋଗଦେଇ ନିଜର ମତାମତ ଉପସ୍ଥାପନ କରିଥିଲେ ।

ପୁଣି ସଂକ୍ରମଣ ୧୦ ହଜାର ପାର୍, ଖୋର୍ଦ୍ଧାରୁ ସର୍ବାଧିକ ୧୫୩୯ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ବେକାବୁ କରୋନା ସଂକ୍ରମଣ । ପୁଣି ଦୈନିକ ସଂକ୍ରମଣ ମାମଲା ୧୦ ହଜାର ଟପିଛି । ଆଜି ମଙ୍ଗଳବାର ଗୋଟିଏ ଦିନରେ ରାଜ୍ୟରୁ ୧୦ ହଜାର ୯୮୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୧୫୩୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୯୬୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଅନୁଗୁଳରୁ ୫୩୯ ଜଣ, ବାଲେଶ୍ୱରରୁ ୩୦୩ ଜଣ, ବରଗଡ଼ରୁ ୪୩୧ ଜଣ, ଭଦ୍ରକରୁ ୨୩୧ ଜଣ, ବଲାଙ୍ଗିରରୁ ୪୨୬ ଜଣ, ବୌଦ୍ଧରୁ ୧୮୦ ଜଣ, କଟକରୁ ୮୮୫ ଜଣ, ଦେବଗଡ଼ରୁ ୧୨୭ ଜଣ, ଢେଙ୍କାନାଳରୁ ୧୮୯ ଜଣ, ଗଜପତିରୁ ୧୧୧ ଜଣ, ଗଞ୍ଜାମରୁ ୧୭୭ ଜଣ, ଜଗତସିଂହପୁରରୁ ୨୩୨ ଜଣ, ଯାଜପୁରରୁ ୩୪୯ ଜଣ, ଝାରସୁଗୁଡ଼ାରୁ ୩୮୦ ଜଣ, କଳାହାଣ୍ଡିରୁ ୩୭୦ ଜଣ, କନ୍ଧମାଳରୁ ୧୩୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି କେନ୍ଦ୍ରାପଡ଼ାରୁ ୧୪୧ ଜଣ, କେନ୍ଦୁଝରରୁ ୨୫୩ ଜଣ, ଖୋର୍ଦ୍ଧାରୁ ୧୫୩୯ ଜଣ, କୋରାପୁଟରୁ ୧୯୫ ଜଣ, ମାଲକାନଗିରିରୁ ୭୧ ଜଣ, ମୟୂରଭଞ୍ଜରୁ ୨୩୯ ଜଣ, ନବରଙ୍ଗପୁରରୁ ୩୩୫ ଜଣ, ନୟାଗଡ଼ରୁ ୧୯୨ ଜଣ, ନୂଆପଡ଼ାରୁ ୩୭୮ ଜଣ, ପୁରୀରୁ ୩୯୮ ଜଣ, ରାୟଗଡ଼ାରୁ ୨୧୨ ଜଣ, ସମ୍ବଲପୁରରୁ ୪୫୪ ଜଣ, ସୋନପୁରରୁ ୨୧୫ ଜଣ, ସୁନ୍ଦରଗଡ଼ରୁ ୯୬୪ ଜଣ ଏବଂ ଷ୍ଟେଟ ପୁଲରୁ ୩୩୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ମୁକେଶ ଖନ୍ନାଙ୍କ ମୃତ୍ୟୁ ନେଇ ଗୁଜବ, ଖୋଦ୍ ଶକ୍ତିମାନ କହିଲେ- ‘ମୁଁ ସମ୍ପୂର୍ଣ୍ଣ ଠିକ୍’

ମୁମ୍ବାଇ: ସୋସିଆଲ ମିଡିଆରେ ମୃତ୍ୟୁ ଗୁଜବ । ଆଉ ନାହାନ୍ତି ସମସ୍ତଙ୍କ ପ୍ରିୟ ଶକ୍ତିମାନ । ଏମିତି ଖବର ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଖୋଦ୍ ମୁକେଶ ଖନ୍ନା ଏହାର ଖଣ୍ଡନ କରିଛନ୍ତି । ଫେସବୁକରେ ତାଙ୍କ ମୃତ୍ୟୁ ଖବର ଆସିବା ପରେ ସେ କହିଛନ୍ତି, ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି । କୌଣସି ବି ଗୁଜବ ଉପରେ ଧ୍ୟାନ ଦିଅନ୍ତୁ ନାହିଁ । ମୋତେ ନିୟମିତ ଭାବ ଫୋନ୍ ଆସୁଛି । ମୁଁ ଏଠି ମୋ ଭଉଣୀଙ୍କ ଲାଗି ଆଇସିୟୁ ବେଡ୍ ଖୋଜୁଛି । ଦିଲ୍ଲୀରେ ମୋ ଭଉଣୀକୁ ଆଇସିୟୁ ବେଡ୍ ଦରକାର ।

କରୋନା ସମୟରେ ସାବଧାନ ରହିବା ନେଇ ମୁକେଶ ସମସ୍ତଙ୍କୁ ଅପିଲ୍ କରିଛନ୍ତି । ମୁଁ ନିୟମ ମାନି ଚଳୁଛି । ଗୋଟିଏ ବର୍ଷ ହେଲା କୌଣସି ପାର୍ଟି, ଫଙ୍କସନକୁ ଯାଇ ନାହିଁ । ସାମାଜିକ ଦୂରତା ରକ୍ଷା ଉପରେ ଗୁରୁତ୍ୱ ଦେଉଛି । ମୁଁ ୨ଟି ଡୋଜ୍ ଭ୍ୟାକ୍ସିନ୍ ବି ନେଇଛି । ଚାହୁଁଛି ମୋର ଫ୍ୟାନ୍ସ ମଧ୍ୟ ସମସ୍ତ ନିୟମ ପାଳନ କରନ୍ତୁ ।

ମୁକେଶ ଖନ୍ନା ନିଜେ ଏକ ଭିଡିଓ ଜାରି କରି ପ୍ରଶଂସକଙ୍କୁ କରୋନା ନିୟମ ପାଳନ ନେଇ ପରାମର୍ଶ ଦେଇଛନ୍ତି । ଭିଡିଓରେ ସେ କହିଛନ୍ତି, ମୁଁ ଠିକ୍ ଅଛି । ଗୁଜବକୁ ସେ ଖଣ୍ଡନ କରିବା ସହ ନିନ୍ଦା କରିଛନ୍ତି । ମୋ ସହିତ ଆପଣମାନଙ୍କ ଭଲ ପାଇବା ଓ ଆଶୀର୍ବାଦ ରହିଛି । ମୋର କିଛି ହେବନାହିଁ ।

ନିଲମ୍ୱିତ ଏନ୍‌କାଉଣ୍ଟର ସ୍ପେଶାଲିଷ୍ଟ ଓ୍ୱାଜେଙ୍କୁ ବହିଷ୍କୃତ କଲେ ମହାରାଷ୍ଟ୍ର ସରକାର

ମୁମ୍ୱାଇ: ମହାରାଷ୍ଟ୍ର ସରକାର ମୁମ୍ୱାଇ ପୋଲିସର ନିଲମ୍ୱିତ ଅଧିକାରୀ ସଚିନ୍ ଓ୍ୱାଜେଙ୍କୁ ବହିଷ୍କାର କରିଛନ୍ତି । ଓ୍ୱାଜେ ମନସୁଖ ହିରେନଙ୍କ ମୃତ୍ୟୁ ଏବଂ ଏଣ୍ଟିଲିଆ ବୋମା ମାମଲାର ଅଭିଯୁକ୍ତ । ୨୫ ଫେବ୍ରୁଆରୀରେ ଦକ୍ଷିଣ ମୁମ୍ୱାଇରେ ଅମ୍ୱାନୀଙ୍କ ଘର ବାହାରେ ଏକ ଏସ୍‌ୟୁଭି ମିଳିଥିଲା । ଯେଉଁଥିରେ ବିସ୍ଫୋରକ ସାମଗ୍ରୀ ରଖାଯାଇଥିଲା । ସେହି ଏସ୍‌ୟୁଭି ମାଲିକ ହେଉଛନ୍ତି ବ୍ୟବସାୟୀ ମନସୁଖ ହିରେନ । ପାଞ୍ଚ ମାର୍ଚ୍ଚରେ ଠାଣେର ଏକ କେନାଲରୁ ମନସୁଖଙ୍କ ମୃତଦେହ ମିଳିଥିଲା । ୧୩ ମାର୍ଚ୍ଚରେ ଏନ୍ଆଇଏ ଓ୍ୱାଜେଙ୍କୁ ଗିରଫ କରିବା ପରେ ଏହି ମାମଲା ନୂଆ ମୋଡ଼ ନେଇଥିଲା । । ତଦନ୍ତକାରୀଙ୍କ ସନ୍ଦେହ ଯେ, ନିଲମ୍ୱିତ ଅଧିକାରୀ ଓ୍ୱାଜେ ୨ଲୋକଙ୍କୁ ହତ୍ୟା କରିିବା ନେଇ ଯୋଜନା ପ୍ରସ୍ତୁତ କରୁଥିଲା । ଯାହା ଦ୍ୱାରା ଆଣ୍ଟିଲିଆ ମାମଲାରେ ସେମାନଙ୍କ ଉପରେ ଦୋଷ ଲଦା ଯାଇପାରିବ ।

୧୯୯୦ ମସିହାରେ ଗଡ଼ଚିରୋଲୀ ଜିଲ୍ଲାରେ ଓ୍ୱାଜେଙ୍କ ପ୍ରଥମ ପୋଷ୍ଟିଂ ହୋଇଥିଲା । ପ୍ରଥମେ ସବ୍‌ ଇନ୍‌ସପେକ୍ଟର ଥିଲେ କିନ୍ତୁ ପରେ ମହାରାଷ୍ଟ୍ର ପୋଲିସର ସବୁ ଶୀର୍ଷ ଅଧିକାରୀ ଏବଂ ରାଜନେତାଙ୍କ ସହ ସମ୍ପର୍କ ନିବିଡ଼ ହେବାରେ ଲାଗିଥିଲା । ତାଙ୍କ ପରିଚୟ ଏନକାଉଣ୍ଟର ସ୍ପେଶାଲିଷ୍ଟ ଭାବରେ ହେବାରେ ଲାଗିଥିଲେ । ତାଙ୍କ ନାଁରେ ୬୩ ଜଣ କ୍ରିମିନାଲଙ୍କ ଏନକାଉଣ୍ଟର କରିଥିବା ରେକର୍ଡ ରହିଛି ।

ଏଥିସହିତ ପଢ଼ନ୍ତୁ: ଗୋଆର ସରକାରୀ ହସ୍ପିଟାଲରେ ୨୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ