ଲସ୍କର ମୁଖିଆ ଆତଙ୍କବାଦୀ ହାଫିଜ୍ ସଇଦ୍ ଘର ବାହାରେ ବିସ୍ଫୋରଣ: ୨ନିହତ, ୧୫ ଆହତ

ଲାହୋର : ପାକିସ୍ତାନର କୁଖ୍ୟାତ ଆତଙ୍କବାଦୀ ତଥା ମୁମ୍ବାଇ ଆକ୍ରମଣର ମାଷ୍ଚର ମାଇଣ୍ଡ୍ ହାଫିଜ୍ ସଇଦ୍ ଘର ବାହାରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ୨ ଜଣ ନିହତ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଥିବା ପ୍ରାରମ୍ଭିକ ତଥ୍ୟରୁ ଜଣାପଡ଼ିଛି । ଲାହୋରର ଜୋହର ଟାଉନ ଅଞ୍ଚଳରେ ଏହି ବିସ୍ଫୋରଣ ହୋଇଛି । ଜୋହର ଟାଉନରେ ହାଫିଜର ଘର ରହିଛି । ସୂଚନା ଅନୁସାରେ ବିସ୍ଫୋରଣ ଭୟଙ୍କର ଥିଲା ।କେଇ କିଲୋମିଟର ଦୂର ପର୍ଯ୍ୟନ୍ତ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା ବୋଲି ରିପୋର୍ଟରେ କୁହାଯାଇଛି । ବିସ୍ଫୋରଣ କାରଣରୁ ନିକଟରେ ଥିବା ଘର ଓ କାର କାଚ ଭାଙ୍ଗି ଯାଇଛି । ବିସ୍ଫୋରଣରେ ଆହତଙ୍କୁ ଜିନ୍ନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ହାଫିଜ୍ ସଇଦ ଭାରତର ମୋଷ୍ଟ ୱାଣ୍ଟେଡ୍ ତାଲିକରେ ସର୍ବା ଉପରେ ରହିଛି । ଜମାତ ଉଦ ଦୱା ନାମକ ତଥାକଥିତ ସ୍ୱେଛାସେବି ସଂଗଠନ ଆଢୁଆଳରେ ଲସ୍କର ଏ ତୋଇବା ଆତଙ୍କବାଦୀ ସଂଗଠନ ଚଳାଉଛି । ଏହି ଆତଙ୍କବାଦୀ ସଂଗଠନ କାଶ୍ମୀରରେ ସକ୍ରୀୟ ରହିଛି । ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ଲସ୍କର ସାମିଲ ଥିଲା । ଭାରତ ହାଫିଜର ପ୍ରତ୍ୟାର୍ପଣ ପାଇଁ ପାକିସ୍ତାନକୁ ଅନେକ ଥର କହିଥିଲ ମଧ୍ୟ ପାକିସ୍ତାନ ତାକୁ ସୁରକ୍ଷା ଦେଇ ଆସୁଛି ।

ପଂଜାବର ବାହୱଲପୁରରେ ଲସ୍କରର ମୁଖ୍ୟାଳୟ ରହିଛି । ଟ୍ରେନିଂ ପରେ ହାଫିଜ ଏଲଓସି ଦେଇ ଭାରତ ମଧ୍ୟକୁ ଆତଙ୍କବାଦୀଙ୍କ ପ୍ରବେଶ କରାଇଥାଏ । ହାଫିଜ୍ ମଧ୍ୟ ଆମେରିକାର ମୋଷ୍ଟ ୱାଣ୍ଟେଡ୍ ଲିଷ୍ଟରେ ରହିଛି। ହାଫିଜ୍ ସଇଦ ପଂଜାବ ବିଶ୍ୱବିଦ୍ୟାଳୟରୁ ଇସଲାମିକ ଅଧ୍ୟୟନରେ ଡକ୍ଟରେଟ୍ ପାଇଛି । କାଶ୍ମୀରକୁ ଭାରତରେ ମିଶାଇବା ସହିତ ଭାରତରେ ଇସଲାମିକ ଖଲିପା ସ୍ଥାପନ ହାଫିଜର ଲକ୍ଷ୍ୟ ।

Leave a Reply