ଭାରତରେ ଡେଲ୍ଟା ପ୍ଲସ ଭାରିଆଣ୍ଟର ୪୦ ଆକ୍ରାନ୍ତ ଚିହ୍ନଟ

1 min read

ନୂଆଦିଲ୍ଲୀ: ଭାରତରେ ଡେଲ୍ଟା ଭାରିଆଣ୍ଟ ଭୟ । ଦେଶରେ ୪୦ ଜଣ ଡେଲ୍ଟା ପ୍ଲସ୍ ଭାରିଆଣ୍ଟରେ ସଂକ୍ରମିତ ହୋଇଛନ୍ତି । ୮୦ଟି ଦେଶରେ ଡେଲ୍ଟା ଭାରିଆଣ୍ଟ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୯ଟି ଦେଶରେ ଡେଲ୍ଟା ପ୍ଲସ୍ ଭାରିଆଣ୍ଟ ସଂକ୍ରମିତ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ତେବେ ଏହି ୪୦ଜଣ ୪ଟି ରାଜ୍ୟରୁ ଚିହ୍ନଟ ହୋଇଥିବା କୁହାଯାଇଛି । ଅଧିକ ଭାରିଆଣ୍ଟ ରୋଗୀ ଚିହ୍ନଟ ହୋଇଥିବା ରାଜ୍ୟ ମହାରାଷ୍ଟ୍ର, କେରଳ ଓ ମଧ୍ୟ ପ୍ରଦେଶକୁ ଚିଠି ଲେଖିଛନ୍ତି କେନ୍ଦ୍ର ସରକାର ।

ଅନ୍ୟପଟେ ସାରା ଦେଶରେ ଟିକାକରଣ ବ୍ୟାପକ ଭାବେ ଆଗେଇ ଚାଲିଛି । ୫୩ ପ୍ରତିଶତ ପୁରୁଷ ଟିକା ନେଇଥିବା ବେଳେ ୪୬ ପ୍ରତିଶତ ମହିଳା ଟିକା ନେଇଥିବା କହିଛନ୍ତି ନୀତି ଆୟୋଗ ସଦସ୍ୟ ଭି.କେ ପଲ୍ । ସ୍ବାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ୬୩. ୬୮ ପ୍ରତିଶତ ଟିକା ଗ୍ରାମୀଣ ଅଞ୍ଚଳରେ ହୋଇଥିବା ବେଳେ ସହରରେ ୩୬.୩୨ ପ୍ରତିଶତ ଟିକାକରଣ କରାଯାଇଛି ।  ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ଏବେ ଆରୋଗ୍ୟ ହାର ୯୬ ପ୍ରତିଶତରେ ପହଞ୍ଚିଛି । ୧୫ ଜୁନରୁ ୨୧ ଜୁନ୍ ମଧ୍ୟରେ ୫୫୩ ଜିଲ୍ଲାରେ ସଂକ୍ରମଣ ହାର ୫ ପ୍ରତିଶତ ତଳେ ରହିଛି ।  ସଂକ୍ରମଣ କମିଛି, ହେଲେ ଢ଼ିଲାପଣ ଆଦୌ ବି ଠିକ୍ ନୁହେଁ ବୋଲି ସରକାର କହିଛନ୍ତି ।

ଡେଲଟା ପ୍ଲସ୍ ଭାରିଏଣ୍ଟ କ’ଣ ?

ଆପଣଙ୍କୁ କହି ରଖୁଛୁ ଯେ, କରୋନା ଭାଇରସ କ୍ରମାଗତ ଭାବରେ ଏହାର ରୂପ ପରିବର୍ତ୍ତନ କରୁଛି ଯାହାଦ୍ୱାରା କରୋନା ଭାଇରସରେ ବାରମ୍ବାର ପରିବର୍ତ୍ତନ ଆସୁଛି । ଭାରତରେ ମିଳୁଥିବା କରୋନାର ଡେଲଟା ଭାରିଆଣ୍ଟ, ଏହି ଡେଲଟା ପ୍ଲସ୍ ସମାନ ପ୍ରକାରରୁ ପରିବର୍ତ୍ତନ ହୋଇସାରିଛି । ସାଧାରଣ ଭାବେ ଏହି ଭାବର  ନାମ B.1.617.2.1 କିମ୍ବା AY.1 |

 

Leave a Reply