spot_img
Home Blog Page 5649

ବାବୁରାଜରେ ଅତିଷ୍ଠ ହୋଇ ଉତ୍ତରପ୍ରଦେଶ ଡାକ୍ତରଙ୍କ ସମୂହ ଇସ୍ତଫା

ଉନ୍ନାଓ: ଉତ୍ତରପ୍ରଦେଶରେ କରୋନା ସଂକ୍ରମଣ ପାଇଁ ସ୍ଥିତି ସଙ୍ଗୀନ ରହିଛି । କରୋନା ଆକ୍ରାନ୍ତଙ୍କୁ ବଞ୍ଚାଇବା ଲାଗି ଦିନରାତି ଏକ କରି କାମ କରୁଛନ୍ତି ଡାକ୍ତର । ହେଲେ ବୁଝୁନି ପ୍ରଶାସନର ମନ । ଉନ୍ନାଓ ପ୍ରଶାସନର ମନମାନିକୁ ବିରୋଧ କରି ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ପ୍ରାୟ ୧୪ ଜଣ ଡାକ୍ତର ଇସ୍ତଫା ଦେଇଛନ୍ତି । ପ୍ରଶାସନିକ ଅଧିକାରୀଙ୍କ ଖରାପ ବ୍ୟବହାର ଓ ମାନସିକ ନିର୍ଯାତନାରେ ଅତିଷ୍ଠ ହୋଇ ଡାକ୍ତର ଇସ୍ତଫା ଦେଇଥିବା କହିଛନ୍ତି ।

 14 doctors in UP resign over 'misbehaviour', 'mental harassment' by admin officers

ଇସ୍ତଫା ନେଇ ଜିଲ୍ଲାପାଳ ଏବଂ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କ ସହ ଆଲୋଚନା ଜାରି ରହିଛି । ଆଲୋଚନା ପର୍ଯ୍ୟନ୍ତ କୋଭିଡ୍ ସମ୍ବନ୍ଧୀୟ ସ୍ୱାସ୍ଥ୍ୟସେବା ପ୍ରଭାବିତ ହେବ ନାହିଁ ବୋଲି ଡାକ୍ତର ଆଶ୍ୱସନା ଦେଇଛନ୍ତି । ବିଭିନ୍ନ ସିଏଚସି ଓ ପିଏଚସିରେ କାର୍ଯ୍ୟରତ ୧୪ ଜଣ ଡାକ୍ତର ବୁଧବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି । ଇସ୍ତଫା ପତ୍ରର ନକଲକୁ ମୁଖ୍ୟ ଶାସନ ସଚିବ (ସ୍ୱାସ୍ଥ୍ୟ), ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ଦେଇଛନ୍ତି ।

ଇସ୍ତଫା ଡାକ୍ତରମାନେ କହିଛନ୍ତି, ଆମେ ପିଏମଏସ୍ ବ୍ୟାନର ଆସୋସିଏସନ୍ ବ୍ୟାନରରେ ଲଢ଼ିବୁ ନାହିଁ । ଏହା ଆମର ଯୁଦ୍ଧ । ଜିଲ୍ଲାପାଳ ଏବଂ ମୁଖ୍ୟ ଚିକିତ୍ସା ଅଧିକାରୀ ଆମ ସହ ଦୁର୍ବ୍ୟବହାର କରିଛନ୍ତି । ଆମେ ଗ୍ରାମାଞ୍ଚଳରେ ସୀମିତ ସମ୍ବଳରେ ବର୍ଷେ ହେଲା କାମ କରୁଛୁ । ସହଯୋଗ ବଦଳରେ ପ୍ରଶାସନିକ ଅଧିକାରୀ ଆମ ସହିତ ଖରାପ ବ୍ୟବହାର ପ୍ରଦର୍ଶନ କରୁଛନ୍ତି ।

 14 doctors in UP resign over 'misbehaviour', 'mental harassment' by admin officers

ଆମ କାମକୁ ଏସଡିଏମ୍ ଓ ବିଡିଓ ତଦାରଖ କରୁଛନ୍ତି । ଏପରିକି ଏକାଧିକ ଥର ସେମାନଙ୍କ ଦରମାକୁ ଅଟକାଇ ଦିଆଯାଇଥିବା ଡାକ୍ତର ଅଭିଯୋଗ କରିଛନ୍ତି । ତେବେ ସମସ୍ତ ଅଭିଯୋଗକୁ ମୁଖ୍ୟ ଚିକିତ୍ସା ଅଧିକାରୀ ଅଗ୍ରାହ୍ୟ କରିଥିବା ବେଳେ ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ଆଗାମୀ ପଦକ୍ଷେପ ନେବେ ବୋଲି କହିଛନ୍ତି ଇସ୍ତଫା ଦେଇଥିବା ଡାକ୍ତର ।

ଆସନ୍ତା ସପ୍ତାହରୁ ବିକ୍ରି ହେବ ଋଷର କୋଭିଡ୍ ଭ୍ୟାକ୍ସିନ୍ ‘ସ୍ପୁଟନିକ୍ ଭି’

ନୂଆଦିଲ୍ଲୀ: ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ଉପରେ ରହୁଥିବା ବେଳେ ଟିକାକରଣ ଧିମା ପଡ଼ିଛି । ବିଶେଷକରି ଭ୍ୟାକ୍ସିନ୍ ଅଭାବରୁ ୧୮ରୁ ୪୪ ବୟସ୍କଙ୍କ ଟିକାକରଣ ପ୍ରାୟ ରାଜ୍ୟରେ ଆରମ୍ବ ହୋଇ ପାରୁନି । ଏଭଳି ସ୍ଥିତିରେ ଟିକାର ଫର୍ମୁଲା ଅନ୍ୟ କମ୍ପାନୀ ସହ ବାଣ୍ଟିବାକୁ ଅନେକ ରାଜ୍ୟ ଦାବି କରୁଛନ୍ତି । ଟିକା ସଂକଟ ସମୟରେ ଆସିଛି ଭଲ ଖବର । ରୁଷିଆରୁ ଆମଦାନୀ କରାଯାଇଥିବା ସ୍ପୁଟନିକ୍ ଭି ଭ୍ୟାକ୍ସିନ୍ ବଜାରରେ ମିଳିବ ବୋଲି ସୂଚନା ଦେଇଛନ୍ତି ନୀତି ଆୟୋଗ ସଦସ୍ୟ ଭିକେ ପାଉଲ୍ ।

ସେ କହିଛନ୍ତି ରରୁଷିଆରୁ ଆମଦାନୀ ହୋଇଥିବା କୋଭିଡ୍ ଟିକା ‘ସ୍ପୁଟନିକ ଭି’ ବଜାରରେ ଆସନ୍ତା ସପ୍ତାହରୁ ଉପଲବ୍ଧ ହେବ । ଆହୁରି ଟିକା ଆମଦାନୀ କରାଯାଉଛି । ଜୁଲାଇ ସୁଦ୍ଧା ଭାରତରେ ‘ସ୍ପୁଟନିକ ଭି’ ଉତ୍ପାଦନ ଆରମ୍ଭ ହେବ । ୧୫.୬ କୋଟି ‘ସ୍ପୁଟନିକ ଭି’ ଟିକା ଉତ୍ପାଦନ ନେଇ ଲକ୍ଷ୍ୟ ରଖା ଯାଇଥିବା ସେ କହିଛନ୍ତି ।

ଏଥିସହ ଏଫଡିଏସ, ଡବ୍ଲୁଏଚ୍ଓ ଅନୁମତି ଦେଇଥିବା କୌଣସି ବି ଟିକା ଭାରତକୁ ଆମଦାନୀ କରାଯାଇ ପାରିବ ବୋଲି ସୂଚନା ଦେଇଛନ୍ତି ନୀତି ଆୟୋଗ ସଦସ୍ୟ । ଦିନେ ଦୁଇଦିନ ମଧ୍ୟରେ ଆମଦାନୀ ନେଇ ଲାଇସେନ୍ସ ଦିଆଯିବ । ଫାଇଜର, ମଡର୍ଣ୍ଣା, ଜନସନ ଆଣ୍ଡ ଜନସନ୍ ସହ ସରକାର ସମ୍ପର୍କରେ ଅଛନ୍ତି । ସେମାନେ ଉତ୍ପାଦିତ ଟିକା ପଠାଇବେ ନା ଭାରତରେ ଉତ୍ପାଦନ କରିବେ ସେନେଇ ଆଲୋଚନା ହେଉଛି ।

ଏହି ଗାଁରେ କରୋନା କାରଣରୁ ୧୫ ଦିନରେ ୫୦ ମୃତ୍ୟୁ, ପଞ୍ଚାୟତ ଲଗାଇଲା ସଟଡାଉନ୍

ଅହମ୍ମଦାବାଦ: କରୋନା ସହରରୁ ଗାଁ ମୁହାଁ ହେଲାଣି। ଭାରତର ଅନେକ ଗାଁରେ ଚିତା ଲିଭିବାର ନାଁ ନେଉନାହିଁ । ଗୁଜୁରାଟର ଗୋଟିଏ ଗାଁରେ କରୋନା ସଂକ୍ରମଣ କାରଣରୁ ୧୫ ଦିନରେ ୫୦ ଜଣଙ୍କ ଜୀବନ ଯାଇଛି । ଗାଁରେ ଆତଙ୍କର ପରିବେଶ ସୃଷ୍ଟି ହୋଇଥିବା ବେଳେ ପଂଚାୟତ ନିଜ ତରଫରୁ ସେଠାରେ ସଟଡାଉନ୍ ଲାଗୁ କରିଛି।

ଅହମ୍ମଦାବାଦରୁ ୪୦ କିଲୋମିଟର ଦୂରରେ ଥିବା ଚରୌଡା ଗାଁରେ ୧୫ ଦିନ ଭିତରେ ୫୦ ଜଣଙ୍କ କରୋନାରେ ଜୀବନ ଯାଇଥିଲା । ସ୍ଥିତି ଏମିତି ହୋଇଥିଲା ଯେ, ଗାଁ ଲୋକ ଏକାଠି ବସି ସମ୍ପୂର୍ଣ୍ଣ ଲକଡାଉନ୍ ନିଷ୍ପତ୍ତି ନେଇଥିଲେ । ଏହା ସହ ଲକଡାଉନ୍ ନିୟମ ଭାଙ୍ଗୁଥିବା ଲୋକଙ୍କ ଉପରେ ୫ ହଜାର ଟଙ୍କା ଜରିମାନା ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଗାଁ ଲୋକଙ୍କ ଏହି ନିଷ୍ପତ୍ତିର ଫାଇଦା ଦୁଇ ସପ୍ତାହ ପରେ ଦେଖିବାକୁ ମିଳିଛି । ଗାଁରେ ଏବେ ନୂଆ ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ତଥାପି ଏବେ ମଧ୍ୟ ଚରୌଡା ଗାଁରେ ୫୦ରୁ ଅଧିକ ଆକ୍ଟିଭ୍ କେସ୍ ରହିଛି ।
୧୦ ହଜାର ଲୋକସଂଖ୍ୟା ବିଶିଷ୍ଟ ଚୌରଡା ଗାଁରେ ୧ ହଜାର ଆକ୍ଟିଭ୍ କେସ୍ ଦେଖିବାକୁ ମିଳିଥିଲା । ଏପ୍ରିଲ ମାସର ଗୋଟିଏ ଦିନରେ ତ’ ଏକାଥରକେ ଗାଁର ୧୨ ଜଣ ପ୍ରାଣ ହରାଇଥିଲେ । ଚୌରାଡାର କୁନାଲ ଏହି ସମୟରେ ନିଜ ପିତାଙ୍କୁ ହରାଇଥିଲେ । ସେ ପିତାଙ୍କ ପାଇଁ ଅହମ୍ମଦାବାଦର କୌଣସି ମଧ୍ୟ ହସ୍ପିଟାଲରେ ବେଡ୍ ଯୋଗାଡ କରିବାରେ ବିଫଳ ହୋଇଥିଲେ । ବେଡ୍ ନପାଇ ସେ ନିଜ ପିତାଙ୍କୁ ଗାଁକୁ ନେଇ ଆସିଥିଲେ । ଗାଁରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

ଜୀଭକୁ ଖାଇ ହେଇଗଲା ଜୀଭ..

ମାଛର ମୁହଁରୁ ମିଳିଲା ପାରାସାଇଟ୍ । ଜୀଭକୁ ଖାଇ ନିଜେ ହେଇଗଲା ଜୀଭ । ଥରେ ଭାବିଲେ ଗୋଟିଏ କୀଟ ଆପଣଙ୍କ ଜିଭକୁ ଖାଇ ଯଦି ତାର ଜାଗା ନେଇଯାଏ । ଆଉ ଜିଭ ବଦଳରେ ଆପଣଙ୍କ ପାଟି ଭିତରେ ସେହି କୀଟଟି ରୁହେ । ତାହାଲେ କଣ ହେବ ? ହଁ ନିଶ୍ଚୟ ଏହି କଥାଟି ଆପଣଙ୍କୁ ଅଜିବ ଲାଗୁଥିବ । କିନ୍ତୁ ଏମିତି ସମ୍ଭବ । ଜିଭ ଖାଉଥିବା ଏହି ପାରାସାଇଟ୍ ବା ପରଜୀବି ଅନେକ ସମୟରେ ଦେଖାଯାଆନ୍ତି । ସେମାନଙ୍କର କାମ ଅନ୍ୟମାନଙ୍କର ଜୀବନରେ ନିଜେ ବଂଚିବା । ଅଧିକାଂଶ ସମୟରେ ଏମାନେ ମାଛ ମାନଙ୍କର ପାଟିରେ ମିଳିଥାନ୍ତା ।

 

କିଛିଦିନତଳେ ଦକ୍ଷିଣ ଆଫ୍ରିକାର କେପ୍ ଟାଉନ୍‌ରେ ୨୭ବର୍ଷୀୟ ଜଣେ ଯୁବକ ଡେନ୍ ମାର୍କସ୍ କେପ୍ ଆଗୁଲାସ୍‌ରେ ମାଛ ଧରୁଥିଲେ । ଗୋଟିଏ ୬ପାଉଣ୍ଡର କାରପେଣ୍ଟର ମାଛ ଫସିବା ପରେ ସେ ତା ମୁହଁରୁ କଣ୍ଟା କାଢିବା ସମୟରେ ଯାହା ଦେଖିଲେ ତାହା ତାଙ୍କୁ ଆଶ୍ଚର୍ଯ୍ୟ କରାଇଦେଇଥିଲା । ଜଣେ ସାମୁଦ୍ରିକ ଜୀବବିଜ୍ଞାନର ଛାତ୍ର ହେଇ ବି ମାଛର ପାଟି ଭିତରେ ବିରଳ ପ୍ରଜାତିର ପରଜୀବିକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେ ତୁରନ୍ତ ଏହି ମାଛ ଭିତରେ ଥିବା ପାରାସାଇଟ୍‌ର ଫୋଟ ଉଠାଇ ନୋର୍ଥ ବେଷ୍ଟ ୟୁନିଭର୍ସିଟିର ସାମୁଦ୍ରିକ ଜୀବ ବିଜ୍ଞାନର ପ୍ରଫେସର ନିକୋ ସ୍ମିଟ୍‌ଙ୍କୁ ପଠାଇଥିଲେ । ଏହିଭଳି ପ୍ରଜାତିର ପାରାସାଇଟ୍‌କୁ ପ୍ରଫେସର ମାଛର ପାଟିରେ ମାଛର ଜିଭ ଭଳି ରହିଥିବାର ପୂର୍ବରୁ ଦେଖିନଥିଲେ ।

ପ୍ରଫେସର କୁହନ୍ତି ଯେ ସେ ଜଣେ ସାମୁଦ୍ରିକ ଜୀବ ବିଜ୍ଞାନୀ ହୋଇ କେବଳ ସାର୍କ ଓ ସମୁଦ୍ରୀ ମାଛ ସହିତ ପାରାସାଇଟ୍ ଦେଖିଛନ୍ତି । ହେଲେ ଏହିଭଳି କାର୍‌ପେଣ୍ଟର ମାଛକୁ ନିଜର ଶିକାର ବନାଉଥିବା ପାରାସାଇଟ୍ ସେ ଦେଖିନଥିଲେ । ବୈାଜ୍ଞାନିକଙ୍କ ଅନୁସାରେ ଏହି ବିରଳ ପ୍ରଜାତି ପ୍ରଥମେ ମାଛର ପାଟିରେ ପଶି ତାର ଜିଭକୁ ଧିରେ ଧିରେ ନିଜର ଖାଦ୍ୟ ବନାନ୍ତି । ତାପରେ ମାଛର ପୁରା ଜୀଭକୁ ଖାଇସାରିବା ପରେ ନିଜେ ମାଛର ଜିଭ ଥିବା ସ୍ଥାନକୁ ଅକ୍ତିଆର କରିନିଅନ୍ତି । ଏହା ଫଳରେ ମାଛ ଯାହା ବି ଖାଇଥାଏ ସେଥିରୁ ପାରାସାଇଟ୍‌କୁ ଖାଦ୍ୟ ମଧ୍ୟ ମିଳିଯାଏ । ଆଉ ସେ ସାରା ଜୀବନ ସେ ମାଛର ପାଟି ଭିତରେ ହିଁ ରୁହିଯାଇ ବଂଶ ବିସ୍ତାର କରେ । ଏଯାବତ୍ ୨୮୦ ପ୍ରଜାତିର ଜିଭ ଖାଉଥିବା ପରଜୀବିଙ୍କ ବିଷୟରେ ବୈାଜ୍ଞାନିକମାନେ ରିସର୍ଚ କରିଛନ୍ତି । ହେଲେ ବୈାଜ୍ଞାନିକମାନେ ବିରଳ ପ୍ରଜାତିର ପରଜୀବିମାନଙ୍କ ଉପରେ ଆହୁରୀ ଅଧିକ ରିସର୍ଚ ଜାରି ରଖିଛନ୍ତି । ୧୯୮୩ର ଏକ ରିସର୍ଚ ଅନୁସାରେ ଜଣାପଡିଛି ଯେ ଏହି ପାରାସାଇଟ ନିଜ ଶିକାରର ଅଙ୍ଗକୁ ଖାଇ ତାର ସେହି ଅଙ୍ଗର କାମ କରିଥାଏ । ଏହିଭଳି ପାରାସାଇଟ୍ କେବଳ ମାଛ ଭିତରେ ରୁହନ୍ତିନାହିଁ ବରଂ ସେଠାରେ ବଂଶ ବୃଦ୍ଧି ମଧ୍ୟ କରିଥାନ୍ତି । ଯେବେ ବି ଏକ ଦୁର୍ବଳ କାରପେଣ୍ଟର ମାଛକୁ ଦେଖିବେ ତାହାଲେ ଆପଣ ନିଶ୍ଚିତ ହୋଇଯିବେ ଯେ ଏହି ମାଛ ଭିତରେ ଏକରୁ ଅଧିକ ପରଜୀବି ଅଛନ୍ତି । ଆଉ ଯଦି ଜୈାବିକ ପ୍ରକ୍ରିୟାକୁ ଦେଖିବା ତାହାଲେ ମାଛ ମରିଗଲେ ପରଜୀବିମାନଙ୍କର ମୃତ୍ୟୁ ମଧ୍ୟ ହୋଇଯାଏ ।

ଡରାଇଲା କରୋନା, ଲାଲ୍ ବାହିନୀ ଛାଡ଼ି ଆତ୍ମସମର୍ପଣ କଲେ ମାଓ ଦମ୍ପତି

ମାଲକାନଗିରି: ଦେଶରେ କରୋନା ହାହାକାର ସୃଷ୍ଟି କରିଛି । ପ୍ରତିଦିନ ଲକ୍ଷାଧିକ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ହଜାର ହଜାର ଜଣଙ୍କ ମୃତ୍ୟୁ ହେଉଛି । ସହରରୁ ଗାଁକୁ ବ୍ୟାପିଥିବା କରୋନା ଏବେ ଲାଲଗଡ଼ରେ ଆତଙ୍କ ସୃଷ୍ଟି କରିଛି । କରୋନାର ପ୍ରକୋପରେ ଥରହର ହେଲାଣି ଲାଲ୍ ଶିବିର । ଡର କରୋନାରେ ଜୀବନ ଯିବନି ତ ?

Naxal Couple Surrender In Chhattisgarh Tested Covid Positive

କରୋନା ଲକ୍ଷଣ ଥିବା ଦୁର୍ଦ୍ଦାନ୍ତ ମାଓ ଦମ୍ପତି ଆତ୍ମସମର୍ପଣ କରିଛନ୍ତି । ଛତିଶଗଡ଼ ବସ୍ତର ଆଇଜି ପି.ସୁନ୍ଦର ରାଜଙ୍କ ନିକଟରେ ୨ ଦୁର୍ଦ୍ଦାନ୍ତ ମାଓବାଦୀ ଅର୍ଜୁନ୍ ତାତି ଓ ଲକ୍ଷ୍ମୀ ପଦା ଆତ୍ମସମର୍ପଣ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଛତିଶଗଡ଼ କାଙ୍କେର ଜିଲ୍ଲାର ପ୍ରତାପପୁର ଏରିଆ କମିଟିରେ ସକ୍ରିୟ ଥିଲେ ଏହି ମାଓ ଦମ୍ପତି । ଉଭୟ କିଛି ଦିନ ହେବ କରୋନାରେ ସଂକ୍ରମିତ ହୋଇଥିଲେ । ପରେ ଚିକିତ୍ସା ପାଇଁ ସବୁଆଡେ ବୁଲିବା ପରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ବାଧ୍ୟ ହୋଇ ଆତ୍ମସମର୍ପଣ କରିଛନ୍ତି ।

Naxal Couple Surrender In Chhattisgarh Tested Covid Positive

ଦୁଇ ମାଓବାଦୀଙ୍କ କରୋନା ଟେଷ୍ଟ ପଜିଟିଭ୍ ବାହାରିବା ପରେ ସେମାନଙ୍କୁ ଚିକିତ୍ସା ପାଇଁ କୋଭିଡ୍ ହସ୍ପିଟାଲ ପଠାଯାଇଛି । ଏମାନଙ୍କ ବିରୋଧରେ ପୂର୍ବରୁ ବିଭିନ୍ନ ଥାନାରେ ଅନେକ ଅପରାଧିକ ମାମଲା ଦାଏର ହୋଇଛି । ମାଓ ଦମ୍ପତି ସମାଜର ମୁଖ୍ୟସ୍ରୋତକୁ ଫେରିଥିବାରୁ ଥଇଥାନ ନିୟମ ଅନୁଯାୟୀ ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି ବସ୍ତର ଆଇଜି ।

କାଳବୈଶାଖୀ ନେଇ ୧୪ ଜିଲ୍ଲାକୁ ଆଗାମୀ ୩ ଘଣ୍ଟା ଯାଏ ସତର୍କତା

ଭୁବନେଶ୍ୱର: କାଳବୈଶାଖୀ ନେଇ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ୧୪ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ଆଗାମୀ ୩ ଘଣ୍ଟା ମଧ୍ୟରେ ଏସବୁ ଜିଲ୍ଲାରେ କାଳବୈଶାଖୀ ବର୍ଷା ସହ ଘଡ଼ଘଡ଼ି ହେବ । ପୁରୀ, ଖୋର୍ଦ୍ଧା, ନୟାଗଡ଼, ବଲାଙ୍ଗିର ଓ ଗଞ୍ଜାମ ଜିଲ୍ଲାରେ ମଧ୍ୟମଧରଣର କାଳବୈଶାଖୀ ଆଶଙ୍କା ରହିଛି । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିମି ରହିବ ।

ସେହିଭଳି ହାଲୁକା କାଳବୈଶାଖୀ ଓ ବଜ୍ରପାତ ନେଇ କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, କନ୍ଧମାଳ, ଗଜପତି ଓ କଟକ ଆଦି ୮ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ପାଗକୁ ଦେଖି ବଜ୍ରପାତରୁ ରକ୍ଷା ପାଇବା ପାଇଁ ସୁରକ୍ଷିତ ସ୍ଥାନକୁ ଯିବା ଲୋକଙ୍କୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।

ସାମୂହିକ ଇଦ୍ ପ୍ରାର୍ଥନା ଉପରେ କଟକଣା

ଖୋର୍ଦ୍ଧା: କରୋନା ସଂକ୍ରମଣକୁ ଦେଖି ସାମୂହିକ ‘ଇଦ୍’ ପ୍ରାର୍ଥନା ଉପରେ କଟକଣା ଲଗାଯାଇଛି । ଏନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଜାରି ନିର୍ଦ୍ଦେଶନାମା ପ୍ରକାରେ କୌଣସି ଧର୍ମାନୁଷ୍ଠାନ ଭିତରେ କିମ୍ବା ବାହାରେ ଭକ୍ତଙ୍କୁ ବାରଣ କରାଯାଇଛି ।

ଆସନ୍ତାକାଲି ଇଦ୍ ପର୍ବ ଥିବାବଳେ ଏନେଇ ପ୍ରଶାସନ ନିର୍ଦ୍ଦେଶନାମା ଜାରି କରିଛି । ମସଜିଦ୍, ଇଦଗାହରେ ସାମୂହିକ ପ୍ରାର୍ଥନା ହୋଇ ପାରିବ ନାହିଁ । ମସଜିଦରେ ହେଉଥିବା ନିୟମିତ ରୀତିକାନ୍ତି ସର୍ବାଧିକ ୫ ଜଣଙ୍କୁ ନେଇ କରାଯାଇ ପାରିବ ।

ଓଡ଼ିଶା କୋଭିଡ୍-୧୯ ନିୟମାବଳୀ ଅନୁଯାୟୀ ସମସ୍ତେ ମାସ୍କ ପିନ୍ଧିବେ ସାମାଜିକ ଦୂରତା ରକ୍ଷା କରିବେ । ଘରେ ରହି ଇଦ୍ ପାଳନ କରିବାକୁ ପ୍ରଶାସନ ପରାମର୍ଶ ଦେଇଛି । କେହି ବ୍ୟକ୍ତି ନିର୍ଦ୍ଦେଶନାମା ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଇଦ୍‌ରେ ଭାଇଜାନଙ୍କ ଭେଟି, ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେଲା ‘ରାଧେ’

ମୁମ୍ବାଇ: ଇଦ୍‌ରେ ଭାଇଜାନଙ୍କ ଭେଟି । ଫ୍ୟାନଙ୍କ ପାଇଁ ସଲମାନ ଆଣିଛନ୍ତି ମୁଭି ରାଧେ । ଆକ୍ସନ ଡ୍ରାମା ଓ କ୍ରାଇମ ଥ୍ରିଲରରେ ଭରପୁର ରହିଛି ମୁଭିର ଷ୍ଟୋରୀ । ଓଟିଟି ପ୍ଲାଟଫର୍ମରେ ସିନେମାଟି ରିଲିଜ୍ ହେଉଛି । ସିନେମାକୁ ନେଇ ସଲମାନ ଫ୍ୟାନଙ୍କ ମଧ୍ୟରେ ଉତ୍ସୁକତା ଭରି ରହିଛି । ପ୍ରତିବର୍ଷ ବଳି ଚଳିତଥର ଇଦରେ ନିଜ ଫ୍ୟାନ୍‌ଙ୍କୁ ଉପହାର ଦେଉଛନ୍ତି ସଲ୍ଲୁ ମିଆଁ । ପୂର୍ବରୁ ଫିଲ୍ମର ଟିଜର ଓ ଟ୍ରେଲର ହିଟ୍ ହୋଇଥିଲା ।

Salman Khan Radhe Movie Trailer At 11 am. Direct YouTube link here - Movies  News

ସିନେମାର ସବୁ ଗୀତ ଦର୍ଶକଙ୍କ ମନକୁ ଛୁଇଁଥିଲା । ସିଟି ମାର୍ ହେଉ କି ରାଧେ ଟାଇଟଲ ଟ୍ରାକ୍ ମ୍ୟୁଜିକ୍ ଚାଟରେ ହିଟ୍ହୋ ଇସାରିଛି । ସଲମାନଙ୍କ ସହ ଫିମେଲ ଲିଡରେ ଅଛନ୍ତି ବାଗି ବ୍ୟୁଟି ଦିଶା ପଟାନି । ଅନ୍ୟାନ୍ୟ ରୋଲରେ ଭର୍ସାଟାଇଲ ଆକ୍ଟର ରଣଦୀପ ହୁଡ୍ଡା, ସୁଧୀର ବାବୁ ପ୍ରମୁଖ ନଜର ଆସିଛନ୍ତି । ଏହି ଫିଲ୍ମର ପ୍ରଡକ୍ସନ ଡିଜାଇନ କରିଛନ୍ତି ଜଣେ ଓଡ଼ିଆ ପୁଅ । ନୟାଗଡ଼ର ଦୁର୍ଗା ମହାପାତ୍ର ଏହି ଚଳଚିତ୍ରରେ ପ୍ରଡକ୍ସନ ଡିଜାଇନ୍ କରି ଚର୍ଚ୍ଚାରେ ରହିଛନ୍ତି ।

ସୂଚନା ଓ ଲୋକ ସମ୍ପର୍କ ବିଭାଗର ଦାୟିତ୍ୱ ନେଲେ ବିଷ୍ଣୁପଦ ସେଠୀ

ଭୁବନେଶ୍ୱର: ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଦାୟିତ୍ୱ ଗ୍ରହଣ କରିଛନ୍ତି ବିଷ୍ଣୁପଦ ସେଠୀ   । ଆଜି ନିଜର ଦାୟିତ୍ୱ ଗ୍ରହଣ କରିବା ପରେ ବିଭାଗୀୟ ନିର୍ଦେଶକ କୃପାସିନ୍ଧୁ ମିଶ୍ର ଓ ବୈଷୟିକ ନିର୍ଦେଶକ ନିରଞ୍ଜନ ସେଠିଙ୍କ ସହ ଆଲୋଚନା କରିଛନ୍ତି  । ବରିଷ୍ଠ ଆଇଏଏସ ତଥା ରାଜସ୍ୱ ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟରତ ଥିଲେ ବିଷ୍ନୁପଦ ସେଠୀ   । ଆଜି  ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। ବରିଷ୍ଠ ଆଇଏଏସ ତଥା ରାଜସ୍ବ ବିଭାଗର ପ୍ରମୁଖ ସଚିବ ବିଷ୍ନୁପଦ ସେଠୀ @BPSethi ସୂଚନା ଓ ଲୋକ ସମ୍ପର୍କ @IPR_Odisha ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣ କରିବା ପରେ ବିଭାଗୀୟ ନିର୍ଦେଶକ କୃପାସିନ୍ଧୁ ମିଶ୍ର ଓ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି।

ମହାରାଷ୍ଟ୍ରରେ ଜୁନ୍ ପହିଲା ପର୍ଯ୍ୟନ୍ତ ବଢିଲା ଲକଡାଉନ୍ ଅବଧି

ମୁମ୍ବାଇ: ମହାରାଷ୍ଟରେ ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ବଢାଯାଇଛି ଲକଡାଉନ୍ ଅବଧି। ଜୁନ୍ ୧ ପର୍ଯ୍ୟନ୍ତ ଏହି କଟକଣାକୁ  ବଢାଇଛନ୍ତି ରାଜ୍ୟ ସରକାର ।

ସୂଚନା ଅନୁଯାୟୀ, ଚଳିତ ଥର କଡାକଡି ଭାବେ ପାଳନ ହେବ ଲକଡାଉନ୍ କଟକଣା । ଏଣିକି ରାଜ୍ୟକୁ ପ୍ରବେଶ କରିବାକୁ ହେଲେ ୪୮ ଘଣ୍ଟା ପୂର୍ବର ଆରଟିପିସିଆର ରିପୋର୍ଟ ବାଧ୍ୟତାମୂଳକ କରିଛି ପ୍ରଶାସନ । ପୂର୍ବରୁ ଅଧିକ କରୋନା ସଂକ୍ରମିତ ରାଜ୍ୟରୁ ଆସୁଥିବା ବ୍ୟକ୍ତିଙ୍କ ପାଇଁ ଏହି ନିୟମ ଲାଗୁ ଥିଲା । ଏବେ କିନ୍ତୁ ସମସ୍ତଙ୍କ ପାଇଁ ଏହି ନିୟମ ଲାଗୁ କରିଛନ୍ତି ମହାରାଷ୍ଟ୍ର ସରକାର ।

 

ତେବେ ମାଲବାହୀ ଗାଡିରେ କେବଳ ଡ୍ରାଇଭର ଏବଂ ହେଲପର ଯାତାୟାତକୁ ଅନୁମତି ଦିଆଯାଇଛି । ଅପରପକ୍ଷେ ବାହାର ରାଜ୍ୟର ମାଲବାହୀ ଗାଡି ହୋଇଥିଲେ ସେମାନଙ୍କ ପାଇଁ ଆରଟିପିସିଆର ନେଗଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ସେହିପରି ରାଜ୍ୟ ଭିତରେ ଚାଲୁ ରହିଥିବା ଜରୁରୀକାଳିନ ସେବା ଉପରେ କୌଣସି ପ୍ରତିବନ୍ଧକ ଲଗାଯାଇନାହିଁ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।