‘ସବୁ ମୋଦି ଚୋର’ ବୟାନ ଉପରେ ଜବାବ ରଖିଲେ ରାହୁଲ, କହିଲେ କଟାକ୍ଷ…

1 min read

ସୁରଟ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଗୁରୁବାର ସକାଳେ ଗୁଜୁରାଟର ସୁରଟରେ ପହଞ୍ଚିଛନ୍ତି ।  ଏକ ସ୍ଥାନୀୟ ଅଦାଲତରେ ପହଞ୍ଚିଛନ୍ତି ରାହୁଲ । ଯେଉଁଠାରେ ୨୦୦୯ ଲୋକସଭା ନିର୍ବାଚନରେ ଦେଇଥିବା ଏକ ବୟାନ ପାଇଁ ରାହୁଲଙ୍କ ନାମରେ ମାନହାନୀ କେସ୍ ଦାଏର କରାଯାଇଥିଲା। ଯେଉଁଥିରେ ରାହୁଲ କହିଥିଲେ- ‘ସବୁ ମୋଦି ଚୋର’ ବୋଲି ।

Rahul Gandhi In Lok Sabha Slams Modi Govt Over Farmers Protest And Farmers Law

ହେଲେ କୋର୍ଟରେ ରାହୁଲ ଗାନ୍ଧୀ କହିଛନ୍ତି ଯେ, ସେ କହିଥିବା କଥା କୗେଣସି ସମାଜ ପାଇଁ ନୁହେଁ ବରଂ ନିର୍ବାଚନ ସମୟରେ ଏକ ରାଜନୈତିକ କଟାକ୍ଷ ଥିଲା । ଏହି ମାମଲାରେ ଅଧିକ କିଛି ମନେ ନାହିଁ । ଏବେ ଏହି ମାମଲାର ଆଗାମୀ ଶୁଣାଣୀ ଜୁଲାଇ ୧୨ ତାରିଖରେ ହେବ ବୋଲି ଜଣାପଡିଛି ।

ସୁରଟ କୋର୍ଟରେ ପେସ୍ ହେବା ପୂର୍ବରୁ ରାହୁଲ ଗାନ୍ଧୀ ଏକ ଟ୍ୱିଟ୍ କରିଥିଲେ । ଏପରିକି ସେ ଟ୍ୱିଟରେ ଏଭଳି କିଛି ଲେଖିଥିଲେ…

ଗୁଜୁରାଟର ଭାରତୀୟ ଜନତା ପାର୍ଟି ବିଧାୟକ ପୁର୍ଣ୍ଣେସ୍ ମୋଦି, ରାହୁଲ ବିରୋଧରେ ଏକ ମାନହାନୀ କେସ୍ ଦାଏର କରିଥିଲେ । ରାହୁଲ ନିଜ ଭାଷଣରେ ‘ସବୁ ମୋଦି ଚୋର’ ବୋଲି କହିଥିଲେ । ଯାହା ମୋଦି ସମାଜ ଉପରେ ଏକ ଅପମାନ ବୋଲି ଅଭିଯୋଗ କରାଯାଇଥିଲା।

ପରର୍ବତ୍ତୀ ସମୟରେ ବିଜେପି ବିଧାୟକ ପୁର୍ଣ୍ଣେସ୍ ମୋଦିଙ୍କ ଅଭିଯୋଗକୁ ସ୍ୱିକାର କରି ଚିଫ୍ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ବିଏଚ୍ କପାଡିଆଙ୍କ ପକ୍ଷରୁ ରାହୁଲ ଗାନ୍ଧୀଙ୍କୁ ସମନ କରାଯାଇଥିଲା । ଗତ ୨୦୧୯ ଏପ୍ରିଲ ୧୩ରେ କର୍ଣ୍ଣାଟକରେ ଆୟୋଜିତ ଏକ ସାଧାରଣ ସଭାରେ ନୀରବ ମୋଦି, ଲଳିତ ମୋଦି, ନରେନ୍ଦ୍ର ମୋଦି ଆଦି ସମସ୍ତେ ଗୋଟିଏ ପ୍ରକାରର ବୋଲି କହିଥିଲେ । ଏହା ସହ ସେ କିଛି ଅରୁଚିକର ମନ୍ତବ୍ୟ ବି ଦେଇଥଇଲେ । ବିଭିନ୍ନ ଜାଲିଆତି ମାମଲାରେ ନୀରବ ମୋଦି ଓ ଲଳିତ ମୋଦି ଫସିଥିବାବେଳେ ତାଙ୍କ ସହ ନରେନ୍ଦ୍ର ମୋଦିଙ୍କୁ ତୁଳନା କରିବା ବିରୋଧରେ ବିଜେପି ବିଧାୟକ କୋର୍ଟର ଦ୍ବାରସ୍ଥ ହୋଇଥିଲେ । ଆଇପିସିର ଧାରା ୪୯୯ ଓ ୫୦୦ରେ ମାମଲା ରୁଜୁ ହୋଇଛି ।

Leave a Reply