spot_img
Home Blog Page 5648

୪୨ ଲକ୍ଷ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀଙ୍କୁ ଶୁକ୍ରବାର ମିଳିବ ‘କାଳିଆ’ର ପଞ୍ଚମ କିସ୍ତି

ଭୁବନେଶ୍ୱର: ଅକ୍ଷୟ ତୃତୀୟା ପୂର୍ବରୁ ଚାଷୀଙ୍କୁ ମିଳିବ ‘କାଳିଆ’ଟଙ୍କା । ଆସନ୍ତାକାଲି ଶୁକ୍ରବାର ଅପରାହ୍ଣ ୫ଟାରେ ମିଳିବ ଅର୍ଥ । କାଳିଆ ଯୋଜନାର ପଞ୍ଚମ ପର୍ଯ୍ୟାୟ କିସ୍ତି ଅର୍ଥ ମିଳିବ । ମୁଖ୍ୟମନ୍ତ୍ରୀ ପ୍ରାୟ ୯ ଶହ ୨୦ କୋଟି ଟଙ୍କା ଏଥିପାଇଁ ମଞ୍ଜୁର କରିବେ । ୪୨ ଲକ୍ଷ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀ ଉପକୃତ ହେବେ । ସେମାନଙ୍କ ଭିତରେ ୩୬ ଲକ୍ଷ ୯୮ ହଜାର ହେଉଛନ୍ତି କ୍ଷୁଦ୍ର ଓ ନାମମାତ୍ର ଚାଷୀ ।

CM Naveen Patnaik To Distribute Financial Assistance 42 Lakh Farmer Under Kalia Scheme
FILE

ଏମାନଙ୍କ ଭିତରେ ଦେଢ଼ ଲକ୍ଷ ଚାଷୀ ପୁରୀ ଜିଲ୍ଲାର ଅଛନ୍ତି । ଏମାନେ ଗତଥର କିସ୍ତି, ପିପିଲି ନିର୍ବାଚନ ଆରଚରଣ ବିଧି ଯୋଗୁଁ ପାଇନଥିଲେ । ବାକି ୪ ଲକ୍ଷ ୮୮ ହଜାର ହେଉଛନ୍ତି ଭୂମିହୀନ ଚାଷୀ । ସେମାନଙ୍କୁ ଅଢେଇ ହଜାର ଲେଖାଁଏ ଟଙ୍କା ମିଳିବ । ଫେବ୍ରୁଆରୀ ମାସରେ ୫୩ ଲକ୍ଷ ଚାଷୀଙ୍କୁ ୧୨ ଶହ ୭୨ କୋଟି ଟଙ୍କା ମିଳିଥିବା ବେଳେ ଏପ୍ରିଲ ମାସରେ ୩୪ ଲକ୍ଷ ଚାଷୀଙ୍କୁ ୬ ଶହ ୯୩ କୋଟି ୯୪ ଲକ୍ଷ ଟଙ୍କା ମିଳିଥିଲା  ।

ମହାମାରୀ ସମୟରେ ମିଛ ଖବର, ଜଣଙ୍କୁ ଗିରଫ କଲା ପୋଲିସ

ରାଉରକେଲା: କରୋନା ବିରୋଧରେ ସଂଘର୍ଷ ଜାରି ରହିଛି । କରୋନା ଆକ୍ରାନ୍ତଙ୍କୁ ବଞ୍ଚାଇବା ଲାଗି ଦିନରାତି ପରିଶ୍ରମ କରୁଛନ୍ତି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ । ହେଲେ କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ସୋସିଆଲ୍ ମିଡିଆରେ ବାରମ୍ବାର ଗୁଜବ ସୃଷ୍ଟି କରୁଛନ୍ତି । ଏଭଳି ଗୁଜବ କରୁଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ରାଉରକେଲା ଉଦିତନଗର ଥାନା ପୋଲିସ । ଗିରଫ ବ୍ୟକ୍ତିଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯାଇଛି ।

ଗିରଫ ବ୍ୟକ୍ତି ଜଣଙ୍କ ଆପନା ରାଉରକେଲା ନାମକ ଏକ ଫେସବୁକ୍ ପେଜରେ ମିଥ୍ୟା ଖବର ପୋଷ୍ଟ କରିଥିଲେ । ଯେଉଁଥିରେ ସେ ଜଣେ ଡାକ୍ତରଙ୍କ ଫଟୋ ପୋଷ୍ଟ କରିବା ସହ ଲେଖିଥିଲେ- ‘ଉଦିତନଗର କୋଭିଡ୍ ହସ୍ପିଟାଲରେ କାର୍ଯ୍ୟରତ ଡକ୍ଟର ଏଚ.ଏ ଖାନ୍ ପ୍ରାଣ ହରାଇଛନ୍ତି ।’ ଏଭଳି ମିଛି ଖବର ଦେଇ ସେ ସୋସିଆଲ୍ ମିଡିଆରେ ଲୋକଙ୍କ ମନରେ ଭୟ ସୃଷ୍ଟି କରିଥିଲେ ।

ରାଉରକେଲା ସହରର ଜଣାଶୁଣା ଡକ୍ଟର ଏଚ.ଏ ଖାନ୍ ଏବେ ଶାନ୍ତି ମେମୋରିଆଲ୍ କୋଭିଡ୍ ହସ୍ପିଟାଲରେ କାର୍ଯ୍ୟରତ ଅଛନ୍ତି । ତାଙ୍କ ମୃତ୍ୟୁ ଖବର ସମ୍ପୂର୍ଣ୍ଣ ମିଛ । ସେ ଏବେ ସୁସ୍ଥ ଅଛନ୍ତି ଏବଂ କୋଭିଡ୍ ଆକ୍ରାନ୍ତଙ୍କ ସେବା କରୁଛନ୍ତି ବୋଲି ରାଉରକେଲା ଏସପି ସୂଚନା ଦେଇଛନ୍ତି ।

୨ ବର୍ଷରୁ ଅଧିକ ବୟସର ଛୁଆ ପିନ୍ଧିବେ ମାସ୍କ, ପରାମର୍ଶ ଦେଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି କରୋନା ସଂକ୍ରମଣ ମାମଲା । କରୋନାର ଦ୍ୱିତୀୟ ପ୍ରବାହକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଆଡଭାଇଜରୀ ଜାରି କରିଛି । ଆଡଭାଇଜରୀ ଅନୁସାରେ, ଗର୍ଭବତୀ ଓ ଶିଶୁଙ୍କ ପାଇଁ ସମସ୍ତ ପ୍ରକାର ଟିକାକରଣ ଜାରି ରହିବ । କୋଭିଡର ଦ୍ୱିତୀୟ ଲହରରେ ଛୁଆ ବି ସଂକ୍ରମିତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ୨ ବର୍ଷରୁ ଅଧିକ ବର୍ଷର ଛୁଆଙ୍କୁ ଘରୁ ବାହାରକୁ ନେବା ବେଳେ ମାସ୍କ ପିନ୍ଧାଇବାକୁ ପରାମର୍ଶ ଦିଆଯାଇଛି ।

ଏଥିସହ ଚଳିତ ଲହରରେ ଡାଇରିଆ, ବାନ୍ତି, ପେଟ ବ୍ୟଥା ଭଳି ନୂଆ ଲକ୍ଷଣ ଦେଖାଦେଉଛି । ପୂର୍ବରୁ ଥଣ୍ଡା, କଫ, ଜର, ସ୍ୱାଦ ଓ ଗନ୍ଧ ବାରି ନପାରିବା ଆଦି ଲକ୍ଷଣ ଦେଖା ଦେଉଥିଲା । ଯ କୌଣସି ବୟସର, ଯେ କୌଣସି ବ୍ୟକ୍ତିଙ୍କ ଠାରେ ଲକ୍ଷଣ ଦେଖା ଗଲେ ତୁରନ୍ତ ଟେଷ୍ଟିଂ କରି ଆଇସୋଲେସନରେ ରହିବାକୁ କୁହାଯାଇଛି ।

ଏଥିସହ ୨୦ ସେକେଣ୍ଡ ପରିବର୍ତ୍ତେ ସାବୁନରେ ୪୦ ସେକେଣ୍ଡ ଯାଏ ହାତ ଧୋଇବାକୁ କୁହାଯାଇଛି । ଆବଶ୍ୟକ ନଥିଲେ ମୁହଁ, ନାକ ଓ ଆଖିକୁ ଛୁଇଁବାରୁ ଦୂରେଇ ରୁହନ୍ତୁ । ୧୮ ବର୍ଷରୁ ଅଧିକ ସମସ୍ତ ବୟସ୍କଙ୍କୁ କୋଭିଡ୍ ଟିକା ଉପରେ ଗୁରୁତ୍ୱ ଦିଆଯାଇଛି ।

ଜଙ୍ଗଲ, ବ୍ୟାଙ୍କ ଓ ରେଲୱେ ଷ୍ଟାଫ ଆଗଧାଡ଼ି କର୍ମଚାରୀ, ଟିକାକରଣରେ ଦିଆଯିବ ପ୍ରାଧାନ୍ୟ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଷ୍ଟେଟ୍ ଷ୍ଟିୟରିଂ କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କରୋନା ଟିକାକରଣରେ ଆଉ କିଛି ବିଭାଗର କର୍ମଚାରୀଙ୍କୁ ଆଗଧାଡ଼ିର କର୍ମଚାରୀ ମାନ୍ୟତା ଦିଆଯାଇ ପ୍ରାଧାନ୍ୟ ଦିଆଯାଇଛି । ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ବିଭାଗ ପ୍ରଦୀପ୍ତ ମହାପାତ୍ର ସମସ୍ତ ଜିଲ୍ଲାପାଳ ଏବଂ ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖିଛନ୍ତି ।

  • ବନ ବିଭାଗ କର୍ମଚାରୀ ଏବଂ ଫରେଷ୍ଟ ଗାର୍ଡ
  • ବ୍ୟାଙ୍କିଂ ଷ୍ଟାଫ୍, ଜୀବନ ବୀମା କମ୍ପାନୀ, ଆର୍ଥିକ ନେଣଦେଣ ସଂସ୍ଥାର କର୍ମଚାରୀ, ଏଟିଏମ୍ ପରିଚାଳନାରେ ଜଡ଼଼ିତ କର୍ମଚାରୀ,
  • ରେଲୱେ ଷ୍ଟାଫ
  • ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଚାଇଲ୍ଡ ଲାଇନ୍ କର୍ମଚାରୀ, ୧୮୧ ହେଲ୍ପଲାଇନ୍ କର୍ମଚାରୀ, ୱାନ୍ ଷ୍ଟପ୍ ସେଣ୍ଟର କର୍ମଚାରୀ
  • ଅକ୍ସିଜେନ୍ ପ୍ଲାଣ୍ଟ କର୍ମଚାରୀ
  • ଫିଲିଂ ଷ୍ଟେସନ୍ କର୍ମଚାରୀ, କଲ୍ ସେଣ୍ଟର କର୍ମଚାରୀ

ଏମାନଙ୍କ ସହ ସରକାରୀ ପଶୁ ଡାକ୍ତର, ଏଲ୍ଆଇ, ପାରା-ଭେଟେନାରିଆନଙ୍କୁ ଆଗଧାଡ଼ି କର୍ମଚାରୀ ଭାବେ କୋଭିଡ୍ ଟିକାକରଣରେ ପ୍ରାଥମିକତା ଦିଆଯିବ । ତେବେ ପ୍ରଥମେ ଦ୍ୱିତୀୟ ଡୋଜ୍ ଟିକା ପାଇଁ ଅପେକ୍ଷା କରିଥିବା ବ୍ୟକ୍ତି ଭ୍ୟାକ୍ସିନ୍ ନେବେ । ଟିକାର ଉପଲବ୍ଧତା ଆଧାରେ ଭ୍ୟାକ୍ସିନ୍ ଦେବାକୁ ନିର୍ଦ୍ଦେଶ ରହିଛି ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ୭ କରୋନା ପଜିଟିଭ୍, ୫ ଦିନ ପାଇଁ ସିଲ୍

ଜୟପୁର: କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କରୋନା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ବିଭିନ୍ନ ଅଫିସରେ କାର୍ଯ୍ୟରତ ୭ ଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି । କର୍ମଚାରୀଙ୍କ ପରିବାରର କିଛି ସଦସ୍ୟଙ୍କ ରିପୋର୍ଟ କୋଭିଡ୍ ପଜିଟିଭ୍ ଆସିଛି ।

ଏଥିସହ ପଢ଼ନ୍ତୁ- ଗଜରାଜଙ୍କ ପାଇଁ କାଳ ହେଲା ବଜ୍ରପାତ, ନାଗନରେ ୧୮ ହାତୀ ମୃତ

ଏକାଧିକ କରୋନା ସଂକ୍ରମିତ ଚିହ୍ନଟ ପରେ ଜିଲ୍ଲାପାଳ ଅଫିସକୁ ୫ ଦିନ ପାଇଁ ବନ୍ଦ ରଖିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି । ମେ ୧୪ ସକାଳ ଠାରୁ ମେ ୧୮ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଜିଲ୍ଲାପାଳ ଅଫିସ୍ ବନ୍ଦର ରହିବ । ଏହି ସମୟରେ କେବଳ ଜରୁରୀ କାମ କରିବାକୁ ଜିଲ୍ଲାପାଳ ଅବଦଲ ଅକତାର ନିର୍ଦ୍ଦେଶ ଦେଇଛନ୍ତି ।

ଗଜରାଜଙ୍କ ପାଇଁ କାଳ ହେଲା ବଜ୍ରପାତ, ନାଗନରେ ୧୮ ହାତୀ ମୃତ

ଗୁଆହାଟି: ଆସାମରେ ବଜ୍ରାଘାତରେ ୧୮ ହାତୀଙ୍କ ଜୀବନ ଯାଇଛି । ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବୁଧବାର ବିଳମ୍ବିତ ରାତିରେ ନାଗନ ଜିଲ୍ଲାର କୁଣ୍ଡୋଲି ପାହାଡ଼ ଅଞ୍ଚଳରେ ବଜ୍ରପାତ ହୋଇଥିଲା । ଏଥିରେ ୧୮ଟି ହାତୀଙ୍କ ମୃତ୍ୟୁ ହୋଇଛି । ମାମଲାର ତଦନ୍ତ ସହ ଘଟଣାସ୍ଥଳ ପରିଦର୍ଶନ ପାଇଁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

18 elephants killed in lightning strikes in Assam’s Nagaon

କାଠିଆଟୋଲି ରେଞ୍ଜର କୁଣ୍ଡୋଲି ଜଙ୍ଗଲରେ ଏହି ଘଟଣା ଘଟିଛି । ୨ଟି ଦଳରେ ଥିବା ୧୮ ହାତୀଙ୍କ ମୃତ୍ୟୁ ହୋଇଛି । ପାହାଡ଼ର ଉପରୁ ଭାଗରେ ୧୪ ହାତୀଙ୍କ ମୃତଦେହ ପଡ଼ିଥିବା ବେଲେ ତଳ ଭାଗରେ ୪ଟି ହାତୀଙ୍କ ମରଶରୀର ପଡ଼ିଛି ।

18 elephants killed in lightning strikes in Assam’s Nagaon

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ଗଜରାଜଙ୍କ ମୃତ୍ୟୁ ଗତରାତିରେ ହୋଇଥିବ ବଜ୍ରପାତ ଯୋଗୁଁ ହୋଇଛି । ତେବେ ମୃତ୍ୟୁର କାରଣ ପୋଷ୍ଟ ମର୍ଟମ ପରେ ଜଣାପଡ଼ିବ । ଶୁକ୍ରବାର ମୃତହାତୀଙ୍କ ପୋଷ୍ଟମର୍ଟମ କରାଯିବ ।

୧୮ ରାଜ୍ୟରେ ସଂକ୍ରମଣ ହାର ୨୦ ପ୍ରତିଶତରୁ ଅଧିକ: କେନ୍ଦ୍ର

ନୂଆଦିଲ୍ଲୀ: ଦେଶର ୨୦ଟି ରାଜ୍ୟରେ ସମାନ୍ତରାଳ ରହିଛି କରୋନା ସଂକ୍ରମଣ । ୧୮ଟି ରାଜ୍ୟରେ ସଂକ୍ରମଣ ହାର ୨୦ ପ୍ରତିଶତରୁ ଅଧିକ ରହିଛି । ସେହିଭଳି ୧୨ଟି ରାଜ୍ୟରେ ୧ ଲକ୍ଷରୁ ଅଧିକ ସକ୍ରିୟ ମାମଲା ରହିଥିବା କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରାଳୟର ସଚିବ ଲବ ଅଗ୍ରୱାଲ୍ । ଦେଶର ୨୪ଟି ରାଜ୍ୟରେ ୧୫ ପ୍ରତିଶତରୁ ଅଧିକ ଆକ୍ଟିଭ୍ କେସ୍ ରହିଛି । ୧୬ଟି ରାଜ୍ୟରେ ୫୦ ହଜାରରୁ କମ ଆକ୍ଟିଭ୍ କେସ୍ ରହିଛି । ଗତ ଦୁଇ ସପ୍ତାହରେ ୧୮୭ଟି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା କମ୍ ରହିଥିବା କହିଛି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ।

ଦେଶରେ ୮୩. ୨୬ ପ୍ରତିଶତ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏଯାବତ୍ ୧୭ କୋଟି ୭୨ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଛି । କଣ୍ଟେନମେଣ୍ଟ ଜୋନ୍ ଉପରେ ଅଧିକ ଫୋକସ୍ କରାଗଲେ କରୋନା ସଂକ୍ରମିତଙ୍କ ସଂଖ୍ୟା ଆହୁରି କମିପାରିବ । ଦେଶର ବଡ଼ ବଡ଼ ସହରରେ ଏଭଳି ପଦକ୍ଷେପ ଫଳରେ ଏବେ ସଂକ୍ରମଣ କମିବାରେ ଲାଗିଛି । ଦେଶରେ ଗତ ୨୪ ଘଣ୍ଟାରେ ୩ଲକ୍ଷ ୬୨ହଜାର ୭୨୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ୪ ହଜାର ୧୨୦ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ।

କୋଭିଡ୍ ମୁକାବିଲା ପାଇଁ ବଲାଙ୍ଗିରକୁ ୨ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୋଭିଡ୍ ଦ୍ଵିତୀୟ ଲହରୀର ମୁକାବିଲା ପାଇଁ ବଲାଙ୍ଗୀର ଜିଲ୍ଲାକୁ ସହାୟତା । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଦୁଇ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୂଚନାଯୋଗ୍ୟ ଯେ, କୋଭିଡର ପ୍ରଥମ ଲହରରେ ଗତବର୍ଷ ବିଭିନ୍ନ ପର୍ଯାୟରେ ବଲାଙ୍ଗିର ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ୧୨ କୋଟି ଟଙ୍କା ମଞ୍ଜୁର କରିଥିଲେ ।

Naveen Sanctioned 2 Crore For Covid Management In Bolangir Dist

ବଲାଙ୍ଗିର ଜିଲ୍ଲାରେ ଏଯାବତ୍ ୧୬ ହଜାର ୯୪୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୧୪ ହଜାର ୩୧୬ ଜଣ ଆକ୍ରାନ୍ତ କରୋନାକୁ ମାତ୍ ଦେଇଥିବା ବେଳେ ଏବେ ଜିଲ୍ଲାରେ ୨୫୭୦ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି । କରୋନାରେ ଜିଲ୍ଲାରେ ୫୪ ଜଣଙ୍କ ମୃତ୍ୟୁ ହୋଇଛି ।

ବଲାଙ୍ଗିର ଜିଲ୍ଲାରେ ୨ଟି କୋଭିଡ୍ ହସ୍ପିଟାଲ୍ ସହ ୪ଟି କୋଭିଡ୍ କେୟାର ସେଣ୍ଟର ରହିଛି । ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜର କୋଭିଡ୍ ୱାର୍ଡରେ ୪୦ଟି ବେଡ୍ ସହ ୫୦ଟି ଆଇସିୟୁ ବେଡ୍ ରହିଛି । ସେହିଭଳି କିସ୍ କ୍ୟାମ୍ପସରେ ୮୦ଟି ବେଡ୍ ସହ ୨୦ଟି ଆଇସିୟୁ ବେଡ୍ ରହିଛି । ତା’ଛଡ଼ା ଟିଟିଲାଗଡ଼ ସିସିସିରେ ୧୩୦ଟି ବେଡ୍ ଥିବାବେଳେ କଣ୍ଟାବାଞ୍ଜି ଓ ବଲାଙ୍ଗିର ସରକାରୀ ପଲିଟେକନିକରେ ୧୫୦ଟି ଲେଖାଏଁ ଶଯ୍ୟା ରହିଛି ।

କରୋନା ସମୟରେ ବିଲରେ କୋଦାଳ ଧରି ଚାଷ କରୁଛନ୍ତି ବିଧାୟକ

ଜୟପୁର: କରୋନା ପାଇଁ ରାଜ୍ୟରେ ଲକଡାଉନ୍ । ଏହି ଲକଡାଉନ୍ ସମୟରେ ଅନେକ କଣ କରିବେ ବୋଲି ଭାବୁଛନ୍ତି, ଘରେ ବସି ରହିଛନ୍ତି । ହେଲେ କୋରାପୁଟ ଜିଲ୍ଲା ପଟାଙ୍ଗୀ ବିଧାୟକ ପ୍ରୀତମ ପାଢ଼ୀ ସାଜିଛନ୍ତି ଚାଷୀ । ହାତରେ କୋଦାଳ ଧରି ନିଜ ଜମିରେ ଅଦା ଚାଷୀ କରୁଛନ୍ତି ପଟାଙ୍ଗୀ ବିଧାୟକ । ଏହାଦ୍ୱାରା ଶାରିରୀକ ପରିଶ୍ରମ ହେବା ସହ ସେ ସୁସ୍ଥ ରହୁଥିବା କହିଛନ୍ତି ।

Pottangi MLA Pritam Padhi Engaged In Farming During Corona

ଗାଁରେ ଥିବା ଚାଷ ଜମିରେ ଅଦା ଚାଷ କରୁଛନ୍ତି ବିଧାୟକ । ସକାଳେ ଓ ଅପରାହ୍ଣରେ ଅନ୍ୟମାନଙ୍କ ସହ ମିଶି ଚାଷ କାର୍ଯ୍ୟ କରୁଛନ୍ତି । ଚାଷ ସହ ମୋବାଇଲ୍ ଫୋନ୍ ମାଧ୍ୟମରେ ଲୋକଙ୍କ ସମସ୍ୟା ଶୁଣୁଛନ୍ତି । ସମସ୍ୟାକୁ ବିଭାଗୀୟ ଅଧିକାରୀଙ୍କୁ ଜଣାଇ ତାର ସମାଧାନ ବି କରୁଛନ୍ତି ପଟାଙ୍ଗୀ ବିଧାୟକ ପ୍ରୀତମ ପାଢ଼ୀ ।

ଏଣିକି ପ୍ରଥମ ଡୋଜର ୧୨ରୁ ୧୬ ସପ୍ତାହ ମଧ୍ୟରେ ନେବେ କୋଭିସିଲ୍ଡର ଦ୍ୱିତୀୟ ଡୋଜ୍

ନୂଆଦିଲ୍ଲୀ: ଦେଶରେ କରୋନା ଟିକା ସଂକଟ ଲାଗି ରହିଥିବା ବେଳେ NTAGI ଦେଇଥିବା ସୁପାରିସକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଗ୍ରହଣ କରିଛି । ଏଣିକି କୋଭିସିଲ୍ଡର ପ୍ରଥମ ଡୋଜ୍ ନେଇଥିବା ବ୍ୟକ୍ତି ୧୨ରୁ ୧୬ ସପ୍ତାହ ପରେ ଦ୍ୱିତୀୟ ଡୋଜ୍ ଟିକା ନେବେ । ପୂର୍ବରୁ ପ୍ରଥମ ଓ ଦ୍ୱିତୀୟ ଡୋଜ୍ କୋଭିସିଲ୍ଡ ଟିକା ନେବା ପାଇଁ ୬ରୁ ୮ ସପ୍ତାହ ଅନ୍ତର ଥିଲା ।

12-16 Week Gap Between Covishield First And Second Dose

ସେହିଭଳି କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି ୧୪ ଦିନ ପରେ ଟିକା ନେବେ ନାହିଁ । କରୋନାରୁ ଆରୋଗ୍ୟ ହେବାର ୬ ମାସ ପରେ କୋଭିଡ୍ ଟିକା ନେଇ ପାରିବେ । ସେହିଭଳି NTAGIର ସୁପାରିସ୍ ଅନୁସାରେ, ଗର୍ଭବତୀ ମହିଳାଙ୍କୁ ଯେ କୌଣସି କରୋନା ଟିକା ନେବା ନେଇ ବିକଳ୍ପ ଦିଆଯିବ । ସେହିଭଳି ଛୁଆକୁ ସ୍ତନ୍ୟପାନ କରାଉଥିବା ମହିଳା ପ୍ରସବ ପରେ କୌଣସି ବି ସମୟରେ ଟିକା ନେଇପାରିବେ ।

12-16 Week Gap Between Covishield First And Second Dose

ତେବେ କୋଭାକ୍ସିନ୍ ଡୋଜ ମଧ୍ୟରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ପୂର୍ବ ଭଳି କୋଭାକ୍ସିନ୍ ପ୍ରଥମ ଡୋଜ୍ ନେବାର ୨୮ ଦିନ ପରେ କୋଭାକ୍ସିନର ଦ୍ୱିତୀୟ ଡୋଜ୍ ଟିକା ନେଇ ହେବ ।