spot_img
Home Blog Page 5647

ଏବେ ଖୋଲିବନି ନନ୍ଦନକାନନ, ସ୍ଥିତିକୁ ଦେଖି ନିଷ୍ପତ୍ତି

ଭୁବନେଶ୍ୱର: ଏବେ ଖୋଲିବନି ନନ୍ଦନକାନନ। ରାଜ୍ୟରେ କୋଭିଡ ସ୍ଥିତି ଯୋଗୁଁ ପୁଣି ଘୁଞ୍ଚିଚି ନନ୍ଦନକାନନ ଖୋଲିବା ନିଷ୍ପତ୍ତି। କୋଭିଡ କଟକଣା ଭିତରେ ରାଜ୍ୟରେ ଲକଡାଉନ ଜାରି ରହିଛି । ସପ୍ତାହନ୍ତ ସଟଡାଉନ ଜାରି ରହିଛି । ତେଣୁ ବଢୁଥିବା କୋଭିଡ ସ୍ଥିତିକୁ ପରିଲିକ୍ଷିତ କରି ବର୍ତ୍ତମାନ ନନ୍ଦନକାନନ ଏବଂ ରାଜ୍ୟ ବଟାନିକାଲ ଗାର୍ଡେନ ମଧ୍ୟ ନଖୋଲିବା ନେଇ ବିଜ୍ଞପ୍ତି ଜାର କରାଯାଇଛି ।

କୋଭିଡ ସଂକ୍ରିମତଙ୍କ ଶରୀରରେ ୮ ମାସ ରହୁଛି ଆଣ୍ଟିବଡି

ନୂଆଦିଲ୍ଲୀ: ଟିକା ଆସିଛି । ଟିକାକରଣ ବି ଚାଲିଛି । କିନ୍ତୁ କରୋନା କମୁନି। କୋଭିଡକୁ ଏକଦମ ପ୍ରତିହତ କରିବା ପାଇଁ ବିଭିନ୍ନ ଦେଶରେ ଭ୍ୟାକ୍ସିନେସନ କାର୍ଯ୍ୟକ୍ରମ ତ୍ୱରାନିତ ହୋଇଛି । କାରଣ କେବଳ ଗୋଟିଏ, ଭବିଷ୍ୟତରେ ଏହାର ପ୍ରଭାବ ପୁନର୍ବାର ନଆସୁ । କିନ୍ତୁ ନିକଟେରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ନିଶ୍ଟୟ ଆଶ୍ଚର୍ଯ୍ୟ କଲା ଭଳି । କୋଭିଡ ୧୯ ଇଫେକ୍ଟେଡ ହେଲା ପରେ ଶରୀରରେ ଆଣ୍ଟିବଡି ଡେଭଲପକୁ ନେଇ ଦେଇଛନ୍ତି କିଛି ଗୁରତୱପୂର୍ଣ୍ଣ ସୂଚନା ।

କିଛି କୋଭିଡ ସଂକ୍ରମିତଙ୍କୁ ନେଇ ଇଟାଲିର ISS ନ୍ୟାସନାଲ ହେଲ୍ଥ ଇନଷ୍ଟିଚ୍ୟୁଟ ଏହି ଷ୍ଟଡ଼ି ଜାରି ରଖିଛି । ଷ୍ଟଡ଼ି ମୁତାବକ ଜଣ କୋଭି଼ଡ ସଂକ୍ରମିତଙ୍କ ଶରୀରରେ ୮ ମାସ ପର୍ଯ୍ୟନ୍ତ ଆଣ୍ଟିବଡି ରହୁଥିବା ଜଣାପଡିଛି । ସେହିପରି ମେଲାନ ସୌନ ରାଫେଲ ହସ୍ପିଟାଲ କହିଛି ଯେଉଁ ବୟସ୍କର ହୁଅନ୍ତୁ କିମ୍ବା ଯେଉଁ ରୋଗରେ ମଧ୍ୟ ସେ ଆକ୍ରାନ୍ତ ହୁଅନ୍ତୁ କୋଭିଡ ଭୂତାଣୁ ବିରୋଧରେ ଆଣ୍ଟିବଡି ରକ୍ତରେ ରହିଥାଏ । କୋଭିଡ ବିପକ୍ଷରେ ଆଣ୍ଟିବଡି ଡେଭଲପ୍ ଜାରି ରହିଲେ ଭୁତାଣୁ ସୋପ ପାଇଥାଏ ବୋଲି ରିପୋର୍ଟରେ ପ୍ରକାଶ କରିଛନ୍ତି ଏକ୍ସପର୍ଟ ଟିମ ।

ପ୍ରାଥମିକ ସ୍ତରରେ ଇଟାଲିର ନ୍ୟାସନାଲ ହେଲ୍ଥ ଇନଷ୍ଟିଚ୍ୟୁଟ ୧୬୨ ଜଣ କୋଭିଡ ପଜଡିଭ ଆକ୍ରାନ୍ତଙ୍କୁ ନେଇ ଏହି ପରୀକ୍ଷା ଆରମ୍ଭ କରିଦେଇଥିଲେ । ଯେଉଁମାନଙ୍କୁ ପ୍ରଥମ ଲହର ସମୟରେ ଏମରଜେନ୍ସି ରୁମରେ ରଖାଯାଇଥିଲା । ସେମାନଙ୍କ ବ୍ଲଡ ସାମ୍ପୁଲ ମଧ୍ୟ ନିୟମିତ ପରୀକ୍ଷା କରାଯାଉଥିଲା । ମାର୍ଚ୍ଚ ମାସରୁ ଏପ୍ରିଲ ମଧ୍ୟରେ ଏହା ସଂଗ୍ରହ କରାଯାଇଥିଲା । ଯେଉଁଥିରୁ ୨୯ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଏହି ପରୀକ୍ଷାରେ ଅଧିକାଂଶ ଲୋକଙ୍କ ଶରୀରରେ ୮ ମାସ ପର୍ଯ୍ୟନ୍ତ ଆଣ୍ଟିବଡି ଅର୍ଥାତ ରୋଗ ପ୍ରତିରୋଧକ ଶକ୍ତି ରହିଥିବା ଜଣା ପଡିଥିଲା । ଏବଂ ତିନି ଜଣଙ୍କ ଠାରେ ଆଦୌ ଆଣ୍ଟି ବଡି ପରିଲିଖିତ ହୋଇନଥିବା ଜଣାପଡିଛି ।

ଚାପ ଖେଳିବେ ମହାପ୍ରଭୁ, କଟକଣାରେ ହେବ ଚନ୍ଦନଯାତ୍ରା

ପୁରୀ: ଶନିବାର ଚନ୍ଦନଯାତ୍ରା । ଚାପ ଖେଳିବେ ମହାପ୍ରଭୁ । ପୁରୀରେ ଚନ୍ଦନଯାତ୍ରା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯିବ । ନରେନ୍ଦ୍ର ପୁଷ୍କରିଣୀ ଓ ଶ୍ରୀମନ୍ଦିର ପ୍ରଶାସନ ସମ୍ମୁଖରେ ୧୪୪ ଧାରା ଲାଗୁ କରାଯିବ । ସେହିପରି ୬ଟି ଏନଫୋର୍ସମେଣ୍ଟ ସ୍କ୍ବାଡ୍‌ ରହିବ ।

ଏସଓପି ଅନୁସାରେ କେବଳ ପାସ୍‌ଥିବା ସେବାୟତ ଓ କର୍ମଚାରୀଙ୍କୁ ଅନୁମତି ଦିଆଯିବ । ସେପଟେ ଚନ୍ଦନଯାତ୍ରା ପାଇଁ ନନ୍ଦା, ଭଦ୍ରା, ଧନ୍ବନ୍ତରୀ ଚାପଡ଼ଙ୍ଗାରେ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏଥର ଚନ୍ଦନଯାତ୍ରା ସୀମିତ ସେବାୟତରେ କୋଭିଡ୍‌ କଟକଣାରେ ହେବ । ଯେଉଁ ସେବାୟତ ଚନ୍ଦନଯାତ୍ରା ନୀତିରେ ସାମିଲ ହେବେ ସେମାନଙ୍କ କୋଭିଡ୍‌ ଟେଷ୍ଟ କରାଯାଉଛି । ନେଗେଟିଭ ସେବାୟତ ହିଁ ଏଥିରେ ସାମିଲ ହେବେ ।

ଅନାଥାଶ୍ରମରେ କରୋନା, ୩୪ ଅନ୍ତେବାସୀ ସଂକ୍ରମିତ

ନୂଆପଡ଼ା: ଅନାଥାଶ୍ରମରେ କରୋନା । ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ୍‌ର ଦୁଇଟି ଅନାଥାଶ୍ରମର ଅନ୍ତୋବାସୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଦୁଇ ଆଶ୍ରମର ୩୪ ଜଣ ଅନ୍ତେବାସୀ କରୋନାରେ ସଂକ୍ରମିତ ହୋଇଛନ୍ତି । ଆଶ୍ରମର ସ୍ୱତନ୍ତ୍ର କୋଠରୀରେ ଏହି ଶିଶୁମାନଙ୍କର ଚିକିତ୍ସା ଜାରି ରହିଥିବା ଜଣାପଡିଛି ।

ଗୋଟେପଟେ ସମଗ୍ର ଦେଶରେ କୋଭିଡକୁ ନଇ କଟକଣା ଜାରି ରହିଛି । କୋଭଡିର ପ୍ରାଦୁର୍ଭାବରୁ ବର୍ତ୍ତିବା ପାଇଁ ସରକାର କଟକଣା ମଧ୍ୟ ଜାରି କରିଛନ୍ତି । ସ୍କୁଲ- କଲେଜ ମଧ୍ୟ ବନ୍ଦ ରହିଛି । କିନ୍ତୁ ଅନାଥାଶ୍ରମରେ କୋଭିଡ ପଜେଟିଭ ଟିହ୍ନଟ ହୋଇଥିବା ଆଜି ଜଣା ପଡିଛି ।

ଦେଶରେ ୩ ଲକ୍ଷ ୪୩ହଜାର କରୋନା କେସ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ୨୪ ଘଣ୍ଟାରେ୩ ଲକ୍ଷ୪୩ହଜାର ୧୪୪କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୪ହଜାର ଆକ୍ରାନ୍ତଙ୍କ ଜୀବନ ନେଇଛି ମହାମାରୀ କରୋନା । ୨୪ଘଣ୍ଟାରେ ୩ ଲକ୍ଷ୪୪ହଜାର ୭୭୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨କୋଟି୪୦ଲକ୍ଷ୪୬ହଜାର ୮୦୯ଥିବା ବେଳେ ମୋଟ୍ ସୁସ୍ଥ ହେଲେଣି ୨୦୦୭୯୫୯୯।

ସେହିପରି ଆଜି ମିଳିଥିବା ରିପୋର୍ଟ ମୁତାବକ ଦେଶରେ  ମୃତ୍ୟୁସଂଖ୍ୟା ୨ଲକ୍ଷ ୬୨ହଜାର ୩୧୭ ଥିବା ବେଳେ ଆକ୍ଟିଭ କେସ୍ ୩୭ଲକ୍ଷ ୪ହଜାର ୮୯୩ ରହିଛି । ସେପଟେ ଦେଶରେ  ଟିକାକରଣ ଜାରି ରହିଛି । ଏବେ ଯାଏଁ ମୋଟ୍ ୧୭ କୋଟି ୯୨ଲକ୍ଷ ୯୮ ହଜାର ୫୮୪ ଜଣଙ୍କୁ ଟିକା ଦିଆଯାଇଥିବା ଜଣା ପଡିଛି  ।

କୋଭିଡ ମୁକାବିଲା ନେଇ ସର୍ବଦଳୀୟ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ସର୍ବଦଳୀୟ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ୧୭ ତାରିଖରେ ବିଧାନସଭାର ସମ୍ମିଳନୀ କକ୍ଷରେ ବସିବ ବୈଠକ। ଆଲୋଚନାରେ ସମସ୍ତ ବିଧାୟକ ଅଂଶଗ୍ରହଣ କରିବେ। ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ବିଧାୟକ ଯୋଡିହେବେ । କୋଭିଡ ମୁକାବିଲା ନେଇ ବୈଠକରେ ସମସ୍ତ ବିଧାୟକଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ।

ବୈଠକ ପାଇଁ ବିଧାନସଭାର ନୂତନ ସମ୍ମିଳନୀ କକ୍ଷ ଓ ଜିଲ୍ଲାସ୍ତରରେ ବ୍ୟବସ୍ଥା କରାଯାଇଥିବା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ଭୁବନେଶ୍ବରର କିଛି ସ୍ଥାନରେ ମଧ୍ୟ ବ୍ୟବସ୍ଥା କରାଯାଇଛି । ସମସ୍ତ ବିଧାୟକ ମାନେ ବୈଠକରେ ନିଜ ଅଞ୍ଚଳର କୋଭିଡ ସ୍ଥିତି ସମ୍ପର୍କରେ ଆଲୋଚନା କରିବେ । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିହଂ ମିଶ୍ର ।

ରାଜ୍ୟରେ କରୋନା ମୁକାବିଲା ନେଇ ମିଳିତ ଉଦ୍ୟମର ଆବଶ୍ୟକତା ଥିଲା ବୋଲି ନରସିଂହ କହିଛନ୍ତି । ସର୍ବଦଳୀୟ ବୈଠକ ପାଇଁ କଂଗ୍ରେସ ପୂର୍ବରୁ ଦାବି କରିଥିଲା । ୨ୟ ଓ ୩ୟ ଲହରୀ ପାଇଁ ସରକାର କ’ଣ ପ୍ରସ୍ତୁତ କରିଛନ୍ତି ସେନେଇ ବୈଠକରେ ଆଲୋଚନା ହେବ ବୋଲି ନରସିଂହ ମିଶ୍ର କହିଛନ୍ତି ।

ସର୍ବକାଳୀନ ରେକର୍ଡ ଭାଙ୍ଗିଲା ସଂକ୍ରମଣ, ୧୨ ହଜାର ୩୯୦ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ସର୍ବକାଳୀନ ରେକର୍ଡ ଭାଙ୍ଗିଲା କରୋନା ସଂକ୍ରମଣ । ଦିନକରେ ଚିହ୍ନଟ ହୋଇଛନ୍ତି ଆଉ ୧୨ ହଜାର ୩୯୦ ପଜିଟିଭ । କ୍ବାରେଣ୍ଟାଇନରୁ ୬ହଜାର ୯୩୮ ସଂକ୍ରମିତ ବାହାରିଥିବା ବେଳେ, ଲୋକାଲ କେସ ରହିଛି ୫ ହଜାର ୪୫୨ । ସେହିପରି ଆଉ ୨୨ ଜୀବନ ନେଇଛି ମହାମାରୀ । ଦ୍ବିତୀୟ ଲହରରେ ପ୍ରଥମ ଥର ପାଇଁ ରାଜ୍ୟର ସମସ୍ତ ଜିଲ୍ଲାରେ ଶହେ ଉପରେ ରହିଛି ସଂକ୍ରମିତଙ୍କ ସଂଖ୍ୟା ।

ଖୋର୍ଦ୍ଧାରୁ ସର୍ବାଧିକ ୨୨୦୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରୁ ୮୮୨, କଟକରୁ ୭୧୯, ସମ୍ବଲପୁରରୁ ୬୭୭, ଅନୁଗୁଳରୁ ୫୩୨, ବରଗଡ଼ରୁ ୫୦୭, ମୟୂରଭଞ୍ଜରୁ ୪୮୦, ପୁରୀରୁ ୪୬୯, ବଲାଙ୍ଗୀରରୁ ୪୬୧, ଯାଜପୁର ୪୩୬, ଝାରସୁଗୁଡ଼ାରୁ ୪୧୩, ଭଦ୍ରକରୁ ୪୧୨, ଗଂଜାମରୁ ୩୮୭, ନବରଙ୍ଗପୁରରୁ ୩୬୨ ଓ ଷ୍ଟେଟପୁଲରୁ ୩୫୨ ଆକ୍ରାନ୍ତ ଅଛନ୍ତି ।

ସେହିପରି ବାଲେଶ୍ବରରୁ ୩୪୦, ନୟାଗଡରୁ ୩୦୧, ଜଗତସିଂହପୁରରୁ ୨୫୯, କୋରାପୁଟରୁ ୨୪୬, ବୌଦ୍ଧରୁ ୨୨୮, କଳାହାଣ୍ଡିରୁ ୨୧୦, କେନ୍ଦୁଝରରୁ ୨୦୮, ନୂଆପଡ଼ାରୁ ୨୦୪, ରାୟଗଡ଼ା ୧୮୭, ସୋନପୁର ୧୭୮, ଢେଙ୍କାନାଳରୁ ୧୭୪, କେନ୍ଦ୍ରାପଡ଼ାରୁ ୧୩୭, ଗଜପତିରୁ ୧୧୫, ଦେବଗଡ଼ରୁ ୧୦୮, ମାଲକାନଗିରିରୁ ୧୦୩ ଓ କନ୍ଧମାଳରୁ ୧୦୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆଜି ଇଦ୍-ଉଲ୍-ଫିତର: ଶୁଭେଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ମୁସଲମାନ ସମ୍ପ୍ରଦାୟର ପବିତ୍ର ପର୍ବ ଇଦ୍-ଉଲ୍-ଫିତର । କରୋନା ପାଇଁ ଚଳିତ ବର୍ଷ ମଧ୍ୟ ଫିକା ପଡିଛି ପର୍ବ । କଟକଣା ପାଇଁ ସମୂହ ନମାଜ ପାଠ କରିବାକୁ ବାରଣ କରାଯାଇଛି । ସରକାରଙ୍କ କୋଭିଡ୍ କଟକଣା ଯୋଗୁଁ ଏଥର ଗାଁରେ ନମାଜ ପାଠ କରାଯିବ ନାହିଁ । ମସଜିଦରେ କେବଳ ସାମାଜିକ ଦୂରତା ରଖି 8 ରୁ 10 ଜଣ ମଧ୍ୟରେ ନମାଜ ପାଠ କରିବାକୁ ନିଷ୍ପତି ନିଆଯାଇଛି ।

ପବିତ୍ର ରମଜାନ ମାସରେ, ମୁସଲମାନ ଭାଇ ଭଉଣୀମାନେ ରୋଜା ପାଳନ କରନ୍ତି ଏବଂ ନିୟମିତ ଭାବେ ଆଲ୍ଲାଙ୍କୁ ପ୍ରାର୍ଥନା ଓ ପ୍ରଣାମ କରନ୍ତି । ଇମ-ଉଲ-ଫିତର ପର୍ବର ଶୁଭ ଅବସର, ଯାହା ରମଜାନର ସମାପ୍ତିକୁ ଦର୍ଶାଇବା ସହିତ ଭ୍ରାତୃଭାବ ଓ ସୌହାର୍ଦ୍ଦ୍ୟର ଭାବନାକୁ ଦୃଢୀଭୂତ କରିବା ପାଇଁ ଏହାକୁ ଏକ ଉତ୍ସବ ଭାବରେ ପାଳନ କରାଯାଏ । ଇଦ୍-ଉଲ୍-ଫିତର ମଧ୍ୟ ଆମମାନଙ୍କୁ ମାନବ ସମାଜର ସେବାରେ ନିଜକୁ ପୁନଃ ଉତ୍ସର୍ଗ କରିବା ଏବଂ ଆବଶ୍ୟକ କରୁଥିବା ଲୋକଙ୍କ ଜୀବନରେ ଉନ୍ନତି ଆଣିବା ଲାଗି ଏକ ସୁଯୋଗ ଦେଇଥାଏ ।

ଏଇ ପର୍ବରେ ଆଲ୍ଲାଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ଭୋଜି-ଭାତ ସହିତ ଅନେକ ସୁସ୍ୱାଦୁ ଭୋଜନର ମଜା ନେଇଥାନ୍ତି ମୁସଲମାନ ଭାଇ ଭଉଣୀମାନେ । ଏହାଛଡ଼ା ନୂଆ ପୋଷାକ, ସାଙ୍ଗସାଥି, ଜ୍ଞାତି-କୁଟୁମ୍ବଙ୍କ ଭିତରେ ଉପହାରର ଆଦାନ ପ୍ରଦାନ କରିଥାନ୍ତି । ମୁସଲମାନ ଭାଇ ଭାଉଣୀଙ୍କୁ ଆଜିର ଦିନରେ ଶୁଭେଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି କହିଛନ୍ତି ଇଦ୍-ଉଲ୍-ଫିତର ଅବସରରେ ମୁଁ ସମସ୍ତ ଦେଶବାସୀ ବିଶେଷ କରି ମୁସଲମାନ ଭାଇ ଓ ଭଉଣୀମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ମଧ୍ୟ ଶୁଭେଛା ଜଣାଇଛନ୍ତି ।

ନେପାଳ ରାଜନୈତିକ ସଙ୍କଟରେ ପୂର୍ଣ୍ଣଚ୍ଛେଦ, କ୍ଷମତାରେ ପୁଣି କେପି ଶର୍ମା ଓଲି

କାଠମାଣ୍ଡୁ: ନେପାଳ ରାଜନୈତିକ ସଙ୍କଟରେ ପୂର୍ଣ୍ଣଚ୍ଛେଦ। କ୍ଷମତା ହରାଇଥିବା ପ୍ରଧାନମନ୍ତ୍ରୀ ପୁଣି ଥରେ କ୍ଷମତାସୀନ ହୋଇଛନ୍ତି । ଗାଦି ପାଇଁ ଲାଗିଥିବା ବାଜିକୁ ଜିତିନେଇଛନ୍ତି କେପି ଶର୍ମା ଓଲି । ଅର୍ଥାତ ପୁଣି ଥରେ ନେପାଳର ପ୍ରଧାନମନ୍ତ୍ରୀ ହୋଇଛନ୍ତି କେ ପି ଶର୍ମା ଓଲି । ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ ଓଲିଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ନିଯୁକ୍ତି କରିଛନ୍ତି । ବିରୋଧୀ ଦଳ ନେପାଳ କଂଗ୍ରେସ ଓ କମ୍ୟୁନିଷ୍ଟ ପାର୍ଟି ଅଫ ନେପାଳ ସଂସଦରେ ବହୁମତ ସାବ୍ୟସ୍ତ କରିବାରେ ଫେଲ ମାରିବାରୁ ରାଷ୍ଟ୍ରପତି ଏଭଳି ନିଷ୍ପତ୍ତି ନେଇଛନ୍ତି ।

ସମ୍ବିଧାନ ଧାରା ୭୬ (୨) ଅନୁଯାୟୀ ବିରୋଧୀ ବହୁମତ ହାସଲ କରିବାରେ ବିଫଳ ହେବାରୁ ଧାରା ୭୬ (୩) ଅନୁସାରେ କେ ପି ଶର୍ମା ଓଲିଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ । ଗତ ୧୦ ତାରିଖରେ ଓଲିଙ୍କ ବିରୋଧରେ ବହୁମତ ନଥିବା ଅଭିଯୋଗ ଆଣିଥିଲେ ବିରୋଧି ଦଳ । ପରେ ଅସ୍ଥା ଭୋଟରେ ବହୁମତ ସାବସ୍ତ୍ୟ କରିବାରେ ବିଫଳ ହୋଇଥିଲେ ଓଲି ସରକାର ।

ସୂଚନା ମୁତାବକ ଲଦାଖ ଘଟଣାକୁ ନେଇ ଭାରତ-ଚୀନ ଯେତେବେଳେ ମହାମୁହିଁ ହୁଅନ୍ତି । ସେହି ସମୟରେ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଚୀନକୁ ସମର୍ଥନ କରନ୍ତି । ଚୀନ ସପକ୍ଷରେ ଯୁକ୍ତି ବାଢନ୍ତି । ସେହିପରି ଭାରତର କିଛି ଅଞ୍ଚଳକୁ ନେପାଳ ମାନଚିତ୍ରରେ ସ୍ଥାନ ଦେଇ ନିଜର ବୋଲି ମିଥ୍ୟା ଯୁକ୍ତି ମଧ୍ୟ ବାଢନ୍ତି । ଓଲିଙ୍କ ଚାଇନା ପ୍ରେମକୁ ବିରୋଧ କରି ପ୍ରଥମେ ବିରୋଦ କରେ ସରକାରକୁ ସମର୍ଥନ କରୁଥିବା ପ୍ରଚଣ୍ଡ ନୀତ ଦଳ ।

ପରବର୍ତ୍ତୀ ସମୟରେ ପ୍ରଟଣ୍ଡ ନୀତଚ ଦଳ କେପି ଶର୍ମାଙ୍କ ଦଳରୁ ସମର୍ଥନ ପ୍ରତ୍ୟାହାର କରିନେଇଥିଲେ । ଏବଂ କେ ପି ଶର୍ମାଙ୍କ ମନମୁଖୀ ଶାସନରେ ଅତିଷ୍ଟ ହୋଇ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ମଧ୍ୟ ସମର୍ଥନ ହଟାଇ ନେଇଥିଲେ । ଫଳରେ ଦଳର ସିଟ ସଂଖ୍ୟା ୧୨୧ କୁ ଖସି ଆସିଥିଲା । ବିପକ୍ଷ ଦଳ ଆସ୍ଥା ଭୋଟ ପାଇଁ ସଂସଦରେ ପ୍ରସ୍ତାବ ଦେବା ପରେ ଆଜି ଗୃହରେ ବିଶ୍ୱାସ ଭୋଟ ପଡିଥିଲା । ଏବଂ କେପି ଶର୍ମାଙ୍କ କମ୍ୟୁନିଷ୍ଟ ପାର୍ଟି ବହୁମତ ପାଇଁ ଆବଶ୍ୟକ ହେଉଥିବା ୨୭୫ ଭୋଟ ପାଇବାରେ ବିଫଳ ହୋଇଛନ୍ତି ।

ଦ୍ୱିତୀୟ ଡୋଜ୍ ନେବାରେ ବିଳମ୍ବ ହେଲେ କ’ଣ ହେବ?

କରୋନା ମହାମାରୀ ବିରୁଦ୍ଧରେ ଲଢ଼େଇ ପାଇଁ ଏବେ ସାରା ଦେଶରେ ଟାକାକରଣ ଚାଲିଛି । ଟିକା ହିଁ ଏକମାତ୍ର ସଞ୍ଜିବନୀ ଯାହା ଆମକୁ କରୋନା ଦାଉରୁ ରକ୍ଷା କରିପାରିବ। ହେଲେ ଟିକାର ଅଭାବ ଯୋଗୁ ଦେଶର ଅନେକ ସ୍ଥାନରେ ଟିକାକରଣ ବନ୍ଦ ରହିଛି। ଏଭଳି ପରିସ୍ଥିତିରେ ଯେଉଁ ବ୍ୟକ୍ତିମାନେ ପ୍ରଥମ ଡୋଜ ନେଇ ସାରିଛନ୍ତି ଏବଂ ଦ୍ୱିତୀୟ ଡୋଜ୍ ପାଇଁ ଅପେକ୍ଷା କରିଛନ୍ତି ସେମାନେ ଏକପ୍ରକାରର ଭୟବୀତ ହେଉଥିବା ଦେଖିବାକୁ ମିଳିଛି। ମନେରେ ନାନା ପ୍ରଶ୍ନ ମଧ୍ୟ ଆସୁଛି । ଯେମିତି କି ଯଦି ସମୟରେ ଦ୍ୱିତୀୟ ଡୋଜ ନ ଦିଆଯାଏ ତେବେ କ’ଣ ପୁଣିଥରେ ପ୍ରଥମ ଡେଜ୍ ନେବାକୁ ପଡ଼ିବ । ଏମିତି ହେଲେ କଣ ଜଣେ ବ୍ୟକ୍ତିଙ୍କୁ ୩ଟି ଡୋଜ ନେବାକୁ ପଡ଼ିବ କି? ଅନେକ ଲୋକ ଏଭଳି ଦ୍ୱନ୍ଦରେ ପଡ଼ିଛନ୍ତି। ତେବେ ଆଜି ଆମେ ଆପଣଙ୍କ ସମସ୍ତ ପ୍ରଶନର ଉତ୍ତର ଦେବୁ।

ବର୍ତ୍ତମାନ ଦେଶରେ ୨ଟି ଟିକା କୋଭାକ୍ସିନ ଓ କୋଭିସିଲ୍ଡ ହିଁ ଦିଆଯାଉଛି। ତେବେ ନିୟମ ଅନୁଯାୟୀ ଆପଣ ଯଦି କୋଭାକ୍ସିନ ଟିକା ନେଇଛନ୍ତି ତେବେ ପ୍ରଥମ ଟିକାର ୪ ରୁ ୬ ସପ୍ତାହ ମଧ୍ୟରେ ଆପଣଙ୍କୁ ଦ୍ୱିତୀୟ ଡୋଜ୍ ନେବାକୁ ହେବ । ଏବଂ ସେହିଭଳି ଯଦି ଆପଣ କୋଭିସିଲ୍ଡ ନେଇଛନ୍ତି ତେବେ ଏଥିପାଇଁ ଦ୍ୱିତୀୟ ଡୋଜ ୬ରୁ ୮ ସପ୍ତାହ ମଧ୍ୟରେ ନେବାର ନିୟମ ରହିଛି । ଯଦି ଆପଣଙ୍କର ଦ୍ୱିତୀୟ ଡୋଜର ସମୟ ହୋଇଯାଇଛି ତଥାପି କୌଣସି କାରଣରୁ ଆପଣ ଟିକା ନେଇ ପାରୁ ନାହାଁନ୍ତି ତେବେ ଚିନ୍ତା କରନ୍ତୁ ନାହିଁ । ଏଭଳି ଭାବନ୍ତୁ ନାହିଁ ଯେ ଆପଣଙ୍କ ପ୍ରଥମ ଡୋଜ ବେକାର ହୋଇଗଲା ବୋଲି । ବିଷେଶଜ୍ଞଙ୍କ କହିବା କଥା ଯେ ଦ୍ୱିତୀୟ ଡୋଜରେ ବିଳମ୍ବର ଅର୍ଥ ନୁହେଁ ଯେ ଆପଣଙ୍କୁ ପୁଣିଥରେ ନୂଆ କରି ପ୍ରଥମ ଡେଜ ନେବାକୁ ହେବ। ଆପଣ ୬ ସପ୍ତାହ ବଦଳରେ ଯଦି ୮ରୁ ୧୦ ସପ୍ତାହ ହୋଇଯାଏ ତେବେ ବି ଆପଣ ଦ୍ୱିତୀୟ ଡୋଜ୍ ଟିକା ନେଇପାରିବେ।

ଅନ୍ୟପଟେ ବର୍ତ୍ତମାନ କୋଭିସିଲ୍ଡ ଟିକାର ସମୟସିମାକୁ ବଢ଼ାଯାଇପାରେ । ସରକାରୀ ପ୍ୟାନେଲ୍ ଏନଟିଏଜିଆଇ ଏହାକୁ ୧୨ରୁ ୧୬ ସପ୍ତାହ ପର୍ଯ୍ୟନ୍ତ ବଢ଼ାଇବାକୁ ପ୍ରସ୍ତାବ ଦେଇଛି । ତେଣୁ ଚିନ୍ତା କରିବାର ଆଦୌ ଆବଶ୍ୟ ନାହିଁ । ଟିକା ନେବାରେ ବିଳମ୍ବ ହେଲେ ବି ଆପଣଙ୍କ ପ୍ରଥମ ଡେଜ୍ ବେକାର ଯିବ ନାହିଁ । ଆପଣ ୨ସପ୍ତାହ ବିଳମ୍ବରେ ମଧ୍ୟ ୨ୟ ଡୋଜ ନେଇପାରିବେ ।

ତେବେ ଆସନ୍ତୁ ଜାଣିବା ଦ୍ୱିତୀୟ ଡୋଜ୍ କାହିଁକି?

ପୁଣେସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇଣ୍ଟିଫିକ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ ବା IISERର ଡକ୍ଟର ବିନିତା ବଳ କହିଛନ୍ତି ଯେ ଟିକାକରଣର ପ୍ରଥମ ଡୋଜ୍ ଦିଆଯିବା ମାତ୍ରେ କରୋନା ଜୀବାଣୁ ପ୍ରତି ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହେବାକୁ ଲାଗେ, ଯାହା ଦ୍ୱିତୀୟ ଡୋଜ ନେବାରେ ବିଳମ୍ବ ହେଲେ ଶେଷ ହୋଇଯାଏନି। କେବଳ କଥା ହେଉଛି ଯେପର୍ଯ୍ୟନ୍ତ ଆପଣ ଅନ୍ୟ ଏକ ଡୋଜ ନ ନିଅନ୍ତି, ସେପର୍ଯ୍ୟନ୍ତ ଆପଣଙ୍କ ଶରୀରରେ ପର୍ଯ୍ୟାପ୍ତ ପରିମାଣର ରୋଗ ପ୍ରତିରୋଧକ ଶକ୍ତି ଉତ୍ପାଦନ ହୋଇପାରେ ନାହିଁ । ତେଣୁ, ଦ୍ୱିତୀୟ ଡୋଜ୍ ନେବା ନିହାତି ଜରୁରୀ । ସେ କହିଛନ୍ତି ଯେ ଦ୍ୱିତୀୟ ଡୋଜ ପ୍ରଥମ ଡୋଜର କ୍ୱାଲିଟି ଏବଂ କ୍ୱାଣ୍ଟିଟିକୁ ବଢ଼ାଇଥାଏ। ସେ କହିଛନ୍ତି ଯେ ଟିକା ଦ୍ୱରା ଶରୀରରେ ଯେଉଁ ଆଣ୍ଟିବଡିଗୁଡିକ ସୃଷ୍ଟି ହୁଏ ଏଗୁଡ଼ିକ ହେଉଛି ପ୍ରୋଟିନ୍, ଯାହା ବ୍ୟବହାର ହେଉ କିମ୍ବା ନହେଉ, ସମୟ ସହିତ କ୍ରମେ କ୍ଷୟ ହୋଇଥାଏ। ସାଧାରଣତଃ ଏହା ୪ରୁ ୫ ମାସପରେ ହିଁ କ୍ଷୟ ହେବାକୁ ଲାଗେ ।