ବର୍ଷା-ଅନୁଭବ ବିବାଦ: ‘ଜାଣିଶୁଣି ମାମଲାକୁ ବିଳମ୍ବ କରୁଛନ୍ତି ବର୍ଷା’

1 min read

କଟକ: ପରିବାର ଅଦଲତରେ ଚାଲିଥିବା ବର୍ଷା-ଅନୁଭବ ବିବାଦ ମାମଲାରେ ନୂଆ ମୋଡ଼ । ବର୍ଷା ଜାଣିଶୁଣି ମାମଲାକୁ ବିଳମ୍ବିତ କରୁଥିବା ଅଭିଯୋଗ କରିଛନ୍ତି ସାଂସଦ ତଥା ସ୍ବାମୀ ଅନୁଭବ । ଆଜି ମଧ୍ୟସ୍ଥତା କେନ୍ଦ୍ରରେ ଉଭୟଙ୍କ ମଧ୍ୟରେ ମିଳାମିଶା ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା । ତେବେ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହୋଇ ଅନୁଭବ ଆଜି ନିଜର ପକ୍ଷ ରଖିଥିବା ବେଳେ ବର୍ଷା ପ୍ରିୟଦର୍ଶିନୀ ହାଜର ହୋଇ ନାହାନ୍ତି ।

ତେବେ ଏହା ପ୍ରଥମ ଥର ନୁହେଁ ବରଂ ବର୍ଷା ବାରମ୍ବାର ଏହି ଭଳି କରି ଶୁଣାଣି ପ୍ରକ୍ରିୟାକୁ ବିଳମ୍ବିତ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଅନୁଭବ । ଏହା ସହିତ ବର୍ଷା ସାମାଜିକ ଗଣମାଧ୍ୟମରେ ସକ୍ରିୟ ରହୁଥିଲେ ମଧ୍ୟ ସେ ନିଜେ ଦାୟର କରିଥିବା ମାମଲାର ଶୁଣାଣିକୁ ଆସୁନଥିବା ମଧ୍ୟ କହିଛନ୍ତି ଅନୁଭବ । ସେପଟେ ଏନେଇ ବର୍ଷାଙ୍କର ପ୍ରତିକ୍ରିୟା ମିଳି ପାରିନାହିଁ ।

 

Leave a Reply