ଅପରାହ୍ଣ ୪ଟାରେ ଘୋଷଣା ହେବ ଦଶମ ଫଳାଫଳ, ସନ୍ଧ୍ୟା ୬ଟା ପରେ ୱେବସାଇଟରେ ମିଳିବ

1 min read

କଟକ: ଆଜି ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ । ଅପରାହ୍ଣ ୪ଟାରେ ବୋର୍ଡ କାର୍ଯ୍ୟାଳୟରେ ଘୋଷଣା ହେବ ମାଟ୍ରିକ ଫଳାଫଳ । ସନ୍ଧ୍ୟା ୬ଟା ପରେ ବୋର୍ଡ ୱେବସାଇଟରେ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ । www.bseodisha.ac.inwww.bseodisha.nic.inରେ ଉପଲବ୍ଧ ହେବ ରେଜଲ୍ଟ । ଇଣ୍ଟରନେଟ୍ ସହ ଏସଏମଏସ ମାଧ୍ୟମରେ ବି ରେଜଲ୍ଟ ଜାଣିପାରିବେ ଛାତ୍ରଛାତ୍ରୀ । ଏଥିପାଇଁ ଛାତ୍ରଛାତ୍ରୀ OR01 ସ୍ପେସ୍ ରୋଲ ନମ୍ବର ଲେଖି ୫୬୭୬୭୫୦ ନମ୍ବରକୁ ଏସଏମଏସ କଲେ ଫଳାଫଳ ମିଳିବ ।

 BSE To Announce 10th Class Results Today

ଦଶମ ଶ୍ରେଣୀ ବୋର୍ଡ ରେଗୁଲାର ସହ ଷ୍ଟେଟ୍ ଓପନ ସ୍କୁଲ ଓ ମଧ୍ୟମା ରେଜଲ୍ଟ ବି ପ୍ରକାଶ ପାଇବ । ପାଖାପାଖି ୫ ଲକ୍ଷରୁ ଅଧିକ ରେଗୁଲାର ଛାତ୍ରଛାତ୍ରୀଙ୍କ ଫଳ ପ୍ରକାଶ ପାଇବ । ଦଶମ ଶ୍ରେଣୀରେ ଦେଇଥିବା ୪ଟି ଇଣ୍ଟରନାଲ ପରୀକ୍ଷାରୁ ୬୦ ପତିଶତ ନମ୍ବର ଓ ନବମ ଶ୍ରେଣୀରେ ଦେଇଥିବା ଟେଷ୍ଟ ଓ ବାର୍ଷିକ ପରୀକ୍ଷାର ୪୦ ପ୍ରତିଶତ ନମ୍ବରକୁ ଆଧାର କରି ଘୋଷଣା ହେବ ରେଜଲ୍ଟ ।

 BSE To Announce 10th Class Results Today

ଚଳିତବର୍ଷ ମହାମାରୀ କରୋନା କାରଣରୁ ଗଣଶିକ୍ଷା ବିଭାଗ ମାଟ୍ରିକ ପରୀକ୍ଷା ବାତିଲ୍ କରିଥିଲା । ନବମ ଓ ଦଶମ ଶ୍ରେଣୀର ପରୀକ୍ଷାଫଳକୁ ନେଇ ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇବାକୁ ଯାଉଛି ।

Leave a Reply