spot_img
Home Blog Page 5644

ଅକ୍ଷୟ ତୃତୀୟା ଅବସରରେ ଶୁଣନ୍ତୁ ଚାଷୀର ପାରମ୍ପରିକ ହଲିଆ ଗୀତ

ବଲାଙ୍ଗିର: ଆଜି ପବିତ୍ର ଅକ୍ଷୟ ତୃତୀୟା । ଏହି ଅବସରରେ ଅଖିମୁଠି ଅନୁକୂଳ କରିଛନ୍ତି ବଲାଙ୍ଗୀର ଜିଲ୍ଲାର ଚାଷୀ । ମାଟି ମାଆଙ୍କୁ ପୂଜାର୍ଚ୍ଚନା ପୂର୍ବକ ଚଳିତ ବର୍ଷ ଭଲ ବର୍ଷା ସାଙ୍ଗକୁ ଭଲ ଅମଳ ପାଇଁ ପ୍ରାଥନା କରିଛନ୍ତି । ହଲ, ଲଂଗଳ ଓ କୃଷି ଉପକରଣ ଗୁଡିକୁ ପୂଜାର୍ଚ୍ଚନା ପରେ ନିଜ ନିଜ ବିଲରେ ପାରମ୍ପରିକ ହାଲିଆ ଗୀତ ଗାଇ ଚାଷୀ ହଳ କରିଛି ।

ଚଳିତ ବର୍ଷ କାଳ ବୈଶାଖୀ ପାଇଁ ଗତ ୩ଦିନ ହେଲା ଝଡ଼ ବର୍ଷା ହୋଇଥିବାରୁ ଜମି ମାଟି ଓଦା ହୋଇଛି ଯାହା ଫଳରେ ଚାଷୀ ଚଳିତ ବର୍ଷ ଜମିରେ ନଙ୍ଗଲ ଲଗାଇ ହଳ କରିଛି । ଅକ୍ଷୟ ତୃତୀୟା ଅବସରରେ ଚାଷୀ ଖୁସିରେ ଜମିରେ ହଲିଆ ଗୀତ ଗାଇଛି  । ଶୁଣନ୍ତୁ ବଲାଙ୍ଗୀର ଚାଷୀର ପାରମ୍ପରିକ ହଳିଆ ଗୀତ…

କରୋନା ଚିକିତ୍ସାରେ ସାମିଲ ହେଲା ମେଡିସିନ 2-DG, ଦରକାର ପଡ଼ିବନି ଅକ୍ସିଜେନ୍

ଭୁବନେଶ୍ୱର: କରୋନା ଚିକିତ୍ସାରେ ସାମିଲ ହେଲା ମେଡିସିନ । ଆଉ ଅକ୍ସିଜେନ ଉପରେ ବେଶି ନିର୍ଭରଶୀଳ କରିବାକୁ ପଡିବନି । ଆସନ୍ତାକାଲି ଆସିବ ୧୦ହଜାର ଡୋଜ୍ । ଭାଇରସର ସାମ୍ନା କରିବାକୁ ଡିଆରଡିଓ ଆଣିଛି ମେଡିସିନ୍ 2-DG ବା D-ଗ୍ଲୁକୋଜ୍ । D-ଗ୍ଲୁକୋଜ୍‌ର ୧୦ହଜାର ଡୋଜ୍ ଆସନ୍ତାକାଲି ସୁଦ୍ଧା ଆସି ପହଞ୍ଚିବ । ଏହାସହ ମେଡିସିନର ଉତ୍ପାଦନ ଉପରେ ଗୁରୁତ୍ବ ଦିଆଯିବ । ଡିଆରଡିଓ ବୈଜ୍ଞାନିକଙ୍କ ଦ୍ବାରା ପ୍ରସ୍ତୁତ ଏହି ଔଷଧକୁ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ମିଳିସାରିଛି ।

ଏହା କରୋନା ଭାଇରସ ସହ ଲଢେଇରେ ସହାୟକ ହେବ ବୋଲି ଆଶା କରାଯାଉଛି । 2-DGର ଉତ୍ପାଦନ ଆରମ୍ଭ ହୋଇଗଲାଣି । ହାଇଦ୍ରାବାଦ ସ୍ଥିତ ଡକ୍ଚର ରେଡ୍ଡୀ ଲାବରେଟୋରୀରେ ଏହାକୁ ପ୍ରସ୍ତୁତ କରିଛି ଡିଆରଡିଓର ନ୍ୟୁକ୍ଲିଅର ମେଡିସିନ୍ ଓ ଆଲାଏଡ ସେଣ୍ଟର । ଏହି ମେଡିସିନ୍ ପାଉଚରେ ପାଉଡର ଆକାରରେ ଆସୁଛି । ପାଣିରେ ମିଶାଇ ପିଇବାକୁ ହେବ । ଭାଇରସ ଦ୍ବାରା ପ୍ରଭାବିତ ସେଲରେ ଏହା ପ୍ରଭାବ ପକାଇବ । 2-DG ମେଡିସିନ ସେବନ କଲେ କମ ସମୟରେ ସୁସ୍ଥ ହେବେ ବୋଲି ବୈଜ୍ଞାନିକ ମତ ଦେଇଛନ୍ତି । D-ଗ୍ଲୁକୋଜ୍ ବହୁତ ସହଜରେ ଉତ୍ପାଦନ କାରଯାଇପାରିବ ।

ଦେଶରେ ଦିନକରେ ୩ଲକ୍ଷ ୨୬ହଜାର ୯୮ସଂକ୍ରମିତ ଚିହ୍ନଟ, ୩, ୮୯୦ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ କାୟା ବିସ୍ତାର କରୁଛି କରୋନା । ଦିନକରେ ୩ଲକ୍ଷ ୨୬ହଜାର ୯୮ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩ହଜାର ୮୯୦ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ୨୪ ଘଣ୍ଟାରେ ୩ଲକ୍ଷ ୫୩ହଜାର ୨୯୯ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୪୩ଲକ୍ଷ ୭୨ହଜାର ୯୦୭ରେ ପହଞ୍ଚିଲାଣି । ମୋଟ୍ କରୋନାରୁ ସୁସ୍ଥ ହେଲେଣି ୨କୋଟି ୪ଲକ୍ଷ ୩୨ହଜାର ୮୯୮ଜଣ ଆକ୍ରାନ୍ତ । ମୋଟ୍ କରୋନା ମୃତ୍ୟୁସଂକ୍ୟା ୨ଲକ୍ଷ ୬୬ହଜାର ୨୦୭ । ଆକ୍ଟିଭ କେସ୍ ରହିଛି ୩୬ଲକ୍ଷ ୭୩ହଜାର୮୦୨ । ଦେ୍ଶରେ ଟିକାକରଣ ଜାରି ରିହଛି । ୧୮କୋଟି ୪ଲକ୍ଷ ୫୭ହଜାର ୫୭୯ଜଣଙ୍କୁ ଟିକା ଦିଆୟାଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

ମନ୍ତ୍ରୀ ସୁଶାନ୍ତ ସିଂଙ୍କ ମାନବିକତା, କୋଭିଡରେ ମୃତକଙ୍କ ଶବକୁ ଆମ୍ବୁଲାନ୍ସରେ ନେଇ କଲେ ଶେଷକୃତ୍ୟ

ଅନ୍ତିମଯାତ୍ରାର ସାଥି ସାଜି ପୁଣି ମାନବିକତା ଦେଖାଇଲେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ । କୋଭିଡରେ ମୃତକଙ୍କ ଶବକୁ ନିଜେ ଆମ୍ବୁଲାନ୍ସରେ ନେଇ କଲେ ଶେଷକୃତ୍ୟ । ଗତକାଲି ମଧ୍ୟ ରାତିରେ ଭଟଲି ବ୍ଲକର ଜାମପାଲିର ଜଣେ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ।

ତେବେ ଶେଷକୃତ୍ୟ ପାଇଁ ସ୍ଥାନୀୟ ଲୋକେ ଭୟଭୀତ ଥିବାରୁ, ମନ୍ତ୍ରୀଙ୍କ ସହ ଯୋଗାଯୋଗ କରିଥିଲେ । ଖବର ପାଇ ମନ୍ତ୍ରୀ ସୁଶାନ୍ତ ସିଂ ନିଜେ ଆମ୍ବୁାଲାନ୍ସ ଚଳାଇ ଶେଷକୃତ୍ୟ କରିଥିଲେ ।

 

ଆଜି ପବିତ୍ର ଅକ୍ଷୟ ତୃତୀୟା, ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆଜି ପବିତ୍ର ଅକ୍ଷୟ ତୃତୀୟା । କଟକଣା ଭିତରେ ଶ୍ରୀକ୍ଷେତ୍ରରେ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ନରେନ୍ଦ୍ର ପୁଷ୍କରିଣୀରେ ଆଲୋକ ସଜ୍ଜା ଯିବା ସହ ନୌକା ପ୍ରସ୍ତୁତ ହୋଇଛି । ବିନା ଭକ୍ତରେ ମହାପ୍ରଭୁ ଖେଳିବେ ଚାପ । ଏଥିପାଇଁ ନରେନ୍ଦ୍ର ଓ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ୧୪୪ ଧାରା ଜାରି କରାଯାଇଛି ।

କୋଭିଡ୍ ନିୟମ ଅନୁଯାୟୀ ନିତି ସମ୍ପାଦନ କରିବେ ସେବାୟତ । ସୁରକ୍ଷା ପାଇଁ ୬ଟି ଏନଫୋର୍ସମେଣ୍ଟ ସ୍କ୍ୱାଡ ଗଠନ କରାଯାଇଛି । ୨୧ ଦିନ ପର୍ଯ୍ୟନ୍ତ ଅପରାହ୍ନ ୩ଟାରୁ ରାତି ୯ଟା ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର ରହିବ । ସେପଟେ ଅଲାରନାଥଙ୍କ ଚନ୍ଦନ ଯାତ୍ରା ପାଇଁ ଲାଗୁ ହୋଇଛି ୧୪୪ ଧାରା । ମୋଟ୍ ୩୦ ଜଣ ସେବାୟତଙ୍କୁ ନେଇ ହେବ ଅଲାରନାଥଙ୍କ ଚନ୍ଦନ ଯାତ୍ରା । ଏପଟେ ଆଜି ରଥ ନିର୍ମାଣ ଅନୁକୂଳ ହେବ । ରଥ ପାଇଁ ଆବଶ୍ୟକୀୟ କାଠ ପହଞ୍ଚି ସାରିଥିବା ବେଳେ ନିର୍ମାଣରେ ନିୟୋଜିତ ହେବାକୁ ଥିବା ମହାରଣା ଓ ଭୋଇ ସେବକ ବେଶ ଉତ୍ସାହିତ ଅଛନ୍ତି । କୋଭିଡ କଟକଣା ଭିତରେ ଚାଲିବ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ।

ସେପରଟେ ପବିତ୍ର ଅକ୍ଷୟ ତୃତୀୟା ତଥା କୃଷକ ଦିବସ ଅବସରରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ଚାଷୀମାନଙ୍କ ଅଖିମୁଠି ଅନୁକୂଳ ଶୁଭଙ୍କର ହେଉ। ଚଳିତ ବର୍ଷ ଭଲ ଫସଲ ଅମଳ ଚାଷୀଙ୍କ ସୁଖ ଓ ସମୃଦ୍ଧିର ଧାରାକୁ ଆହୁରି ତ୍ୱରାନ୍ୱିତ କରୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

 

ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଗୁଜୁରାଟ ଗଲା NDRF ଟିମ

ଭୁବନେଶ୍ୱର: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଗୁଜୁରାଟ ଗଲା NDRF ଟିମ । ବାତ୍ୟା ମୁକାବିଲା ଲାଗି ଓଡ଼ିଶାରୁ ସ୍ବତନ୍ତ୍ର ବିମାନ ଯୋଗେ ଗୁଜୁରାଟ ଯାଇଛନ୍ତି NDRFର ୫ ଟିମ । ତେବେ ଏହି ଟିମ୍‌ରେ ମୋଟ୍‌ ୧୨୬ଜଣ ସଦସ୍ୟ ରହିଥିବା ବେଳେ ପ୍ରତ୍ୟେକ ଟିମ୍‌ରେ ରହିଛନ୍ତି ୨୫ ଜଣ ସଦସ୍ୟ । କଟକର ଡେପୁଟି କମଣ୍ଡାଣ୍ଟଙ୍କ ନତୃତ୍ବରେ ଏହି ଟିମ୍‌ ଗୁଡ଼ିକୁ ଗୁଜୁରାଟ ପଠାଯାଇଛି । ଗୁଜୁରାଟ ଓ କେରଳ ପାଇଁ ପାଣିପାଗ ବିଭାଗ ପକ୍ଷରୁ ରେଡ୍‌ ଓ୍ବାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ମେ’ ୧୮ ସୁଦ୍ଧା ଗୁଜୁରାଟର ଉପକୂଳକୁ ବାତ୍ୟା ଟାଉକଟଏ ଛୁଇଁବା ନେଇ ଆଶଙ୍କ ରହିଛି ।

ଆମ ସମାଜ କାହିଁକି କୃଷିଭିତ୍ତିକ ?

ଭୁବନେଶ୍ୱର: କାହିଁକି ଚାଷ ଆମର ମେରୁଦଣ୍ଡ ? ଏକଥା ଅନେକଙ୍କ ମନକୁ ଆନ୍ଦୋଳିତ କରୁଥିଲେ ବି ଏହା ବିଜ୍ଞାନ ସମ୍ମତ । କାରଣ ଆମର ଚାଷୀ ଆରମ୍ଭରୁ ହିଁ ବିଜ୍ଞାନୀ । ବର୍ଷର ୧୨ ମାସ ଚାଷ ସହ ମଣିଷ ସମାଜକୁ ଯୋଡ଼ି ରଖିବାକୁ ଅକ୍ଷି ତୃତୀୟାରୁ ପଣା ସଂକ୍ରାନ୍ତି ଯାଏଁ ବର୍ଷ ତମାମ ଆମ ପରମ୍ପରା ସହ ଯୋଡ଼ି ହୋଇରହିଛି ପର୍ବପର୍ବାଣୀ । ସେସବୁ ପୁଣି କୃଷିଭିତ୍ତିକ ଓ ଋତୁଚକ୍ର ସମ୍ମତ ।

ଆମ ପୂର୍ବ ପୁରୁଷମାନେ ଅତ୍ୟନ୍ତ ଚତୁର ଥିଲେ । ମଣିଷ ସମାଜର କ୍ରମ ବିକାଶ ସହ ବିଭିନ୍ନ ପର୍ବ ପର୍ବାଣୀ ମଧ୍ୟ ସରଂଚନା କରିଥିଲେ । ଯଦି ପ୍ରତ୍ୟେକ ପର୍ବକୁ ଆମେ ବିଶ୍ଳେଷଣ କରିବା ତା ପଛରେ ଏକ ବିଜ୍ଞାନ ସମ୍ମତ ଯୁକ୍ତି ଅନ୍ତର୍ନିହିତ ଥାଏ । ବିଶେଷ କରି ଯେତେ ସବୁ ମୁଖ୍ୟ ପର୍ବ ସେ ଭିତରୁ ଅଧିକାଂଶ କୃଷି ସହ ଜଡ଼ିତ । ଅର୍ଥାତ କୃଷିଭିତ୍ତିକ । ଋତୁଚକ୍ର ସହ ତାଳଦେଇ ବିଭିନ୍ନ ମାସରେ ଭିନ୍ନ ଭିନ୍ନ ପର୍ବପର୍ବାଣୀ ପାଳନ କରାଯାଇଥାଏ । ଅନେକଗୁଡ଼ିଏ କାରଣ ମଧ୍ୟରୁ ଯେଉଁ କେତୋଟି ପ୍ରମୁଖ କାରଣ ଯଥା – ସମୟ ଭିତ୍ତିକ ଚାଷ କାମ ତା ମଧ୍ୟରେ ଚାଷ ଏବଂ ଚାଷୀଙ୍କୁ ଅଗ୍ରାଧିକାର ଏବଂ ସମ୍ମାନ ଦିଆଯାଇଥାଏ ।


ସେମାନେ ବୁଝିଥିଲେ କୃଷି , କୃଷକ , କୃଷିଜାତ ଦ୍ରବ୍ୟର ମୂଲ୍ୟ ସମାଜ ଓ ସଭ୍ୟତା ପାଇଁ କେତେ ଆବଶ୍ୟକ । ପରମ୍ପରା ଭୁଲିଗଲେ ମୂଲ୍ୟବୋଧ ସାରିଯାଏ । ତେଣୁ ଆସ ପରମ୍ପରାକୁ ଉଜ୍ଜିବିତ କରିରଖିବା ଏବଂ ଚାଷ , ଚାଷୀ , ଚାଷଉତ୍ପାଦିତ ଦ୍ରବ୍ୟ ପ୍ରତି ସମ୍ମାନ ବଢ଼ାଇବା । କୃଷି ଭିତ୍ତିକ ପର୍ବ  ଆଦ୍ୟ ପର୍ବ – ଅକ୍ଷୟ ତୃତୀୟାର ଅନୁଚିନ୍ତା  ।
ନିମ୍ନରେ ପ୍ରମୁଖ କୃଷି ଭିତ୍ତିକ ପର୍ବର ତାଲିକା ଦିଆଯାଇଛି…

କୃଷିଭିତ୍ତିକ ପର୍ବ ପର୍ବାଣୀ
ଓଡ଼ିଆ ମାସ ଅନୁସାରେ
୧. ଅକ୍ଷୟ ତୃତୀୟା
୨. ଶୀତଳ ଷଷ୍ଠୀ
୩. ରଜ ଉତ୍ସବ
୪. ଭୂମିଦାହ
୫. ବସୁମତୀ ସ୍ନାନ
୬. ମନସା ପଞ୍ଚମୀ ( ନାଗପୂଜା )
୭. ଚିତାଲାଗି ଅମାବାସ୍ୟା
୮. ଶ୍ରୀ ବଳଦେବ ଜନ୍ମ ( ଗହ୍ମା ପୂର୍ଣ୍ଣିମା )
୯. ନୂଆଖାଇ
୧୦. ସୁନିଆଁ
୧୧. ଜହ୍ନିଓଷା
୧୨. ଗଜଲଷ୍ମୀ ପୂଜା
୧୩. ଗର୍ଭଣା ସଂକ୍ରାନ୍ତି
୧୪. ଗୋବର୍ଦ୍ଧନ ପୂଜା
୧୫. ଗୋଷ୍ଠାଷ୍ଟମୀ
୧୬. ଅଂଳା ନବମୀ
୧୭. ମାଣ ଓଷା
୧୮. ବାଟ ଓଷା
୧୯. ବଉଳ ଅମାବାସ୍ୟା
୨୦. ମକର ସଂକ୍ରାନ୍ତି
୨୧. ଅଗ୍ନିତ୍ସୋବ
୨୨. ପଣା( ମହାବିଷୁବ) ସଂକ୍ରାନ୍ତି

ଆଜି ଦିନକରେ ୧୧,୮୦୫ କରୋନା ସଂକ୍ରମିତ ଚିହ୍ନଟ, ୨୧ ମୃତ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ଲକ୍ଷ ପାର୍ । ଦିନକରେ ୧୧ହଜାର ୮୦୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୧ଜଣଙ୍କ ଜୀବନ ନେଇଛି କିଲର କରୋନା । ଖୋର୍ଦ୍ଧାରୁ ୪, ଅନୁଗୁଳରୁ ୩, ପୁରୀ, ରାୟଗଡ଼ା, ସୁନ୍ଦରଗଡ଼, କଳାହାଣ୍ଡି, କେନ୍ଦ୍ରାପଡାରୁ ୨ଜଣ ଲେଖାଏଁ, ବୌଦ୍ଧ, ଗଜପତି, କୋରାପୁଟ, ନୂଆପଡାରୁ ଜଣେ ଲେଖାଏଁ ସଂକ୍ରମିତଙ୍କ ଜୀବନ ଯାଇଛି । କ୍ବାରେଣ୍ଟାଇନରୁ ୬୬୧୧, ଲୋକାଲ କେସ୍ ୫୧୯୪ । ଖୋର୍ଦ୍ଧାରୁ ସର୍ବାଧିକ ୧୪୧୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୨୦୯, କଟକରୁ ୧୧୯୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ବଢିଚାଲିଛି ଦୈନିକ ସଂକ୍ରମଣ ସଂଖ୍ୟା । ଖୋର୍ଦ୍ଧା , ସୁନ୍ଦରଗଡ ଓ କଟକରୁ ଲଗାତାର ଭାବେ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଗତ କିଛିଦିନ ପରେ ରାଜ୍ୟରେ ପୁଣି ସଂକ୍ରମଣ ହାର ଅଧିକ ହେଉଥିବାରୁ ଏହାକୁ ନିୟନ୍ତ୍ରଣ କରିବାକୁ ଲକଡାଉନ ଅବଧିରେ ବୃଦ୍ଧି କରିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ସେପଟେ ରାଜ୍ୟରେ ଦୈନିକ ଟେଷ୍ଟିଂ ୫୦ହଜାର ଉପରେ ରହିଛି । ଆଗକୁ ଦିନକୁ ୬୦ ହଜାର ଟେଷ୍ଟିଂ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ଏହାସହ ବେଡ ସଂଖ୍ୟାରେ ବୃଦ୍ଧି ଓ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରିବାକୁ ସରକାର ଗୁରୁତ୍ବ ଦେଇଛନ୍ତି । ରାଜ୍ୟରେ ମେ ମାସ ଶେଷ ସୁଦ୍ଧା କରୋନା ସଂକ୍ରମଣ ପିକକୁ ଯାଇ ଜୁନ୍ ମାସରେ ଧୀରେ ଧୀରେ କମିବ । ତେଣୁ ବର୍ତ୍ତମାନ ସ୍ଥିତିକୁ ଦେଖି ଲକଡାଉନ ଅବଧିକୁ ମେ ମାସ ଶେଷ ଯାଏ ବଢାଇବାକୁ ବିଶେଷଜ୍ଞମାନେ ମତ ଦେଇଛନ୍ତି ।

କୋଭିଡ ଆକ୍ରାନ୍ତଙ୍କୁ ଦେଖିବା ପାଇଁ ଯାଉଥିବାବେଳେ ପୋଲ ତଳକୁ ଖସିଲା କାର୍: ୩ ମୃତ, ୨ ଗୁରୁତର

ବାଲେଶ୍ୱର:୧୬ ନମ୍ବର ଜାତୀୟ ରାଜପଥର ଶିଳ୍ପାଞ୍ଚଳ ଥାନା ବିର୍ଲା ଟାୟାର ନିକଟ ଏକ ପୋଲ ତଳକୁ ଖସିଲା କାର୍ । ଘଟଣା ସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇ ବାଲେଶ୍ବର ଡ଼ାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ମୃତକମାନେ ହେଲେ ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଚିଲିମା ଗାଁର ପିଣ୍ଟୁ ଆଚାର୍ଯ୍ୟ, ବାରିପଦା ଟାଉନ ଥାନା ତକତପୁର ଅଞ୍ଚଳର ରବୀନ୍ଦ୍ର ସାହୁ ଓ ସନ୍ତୋଷ ପଣ୍ଡା । ଏକ କାର୍‌ ଯୋଗେ ବାରିପଦାରୁ ଭୂବନେଶ୍ବର ଫେରିବାବେଳେ, ରାତି ୩ଟା ସମୟରେ କାର୍‌ଟି ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିଥିଲା ।

ସୂଚନାପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲା । ସେଠାରେ ଡ଼ାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ । ବାରିପଦାରୁ ଭୂବନେଶ୍ବର କୋଭିଡ଼ରେ ଆକ୍ରାନ୍ତଙ୍କୁ ଦେଖିବା ପାଇଁ ଯାଉଥିବାବେଳେ ଦୂର୍ଘଟଣା ଘଟିଛି ।

ଆଜି କଟକଣା ଭିତରେ ଶ୍ରୀକ୍ଷେତ୍ରରେ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା

ଭୁବନେଶ୍ୱର: ଆଜି ପବିତ୍ର ଅକ୍ଷୟ ତୃତୀୟା । କଟକଣା ଭିତରେ ଶ୍ରୀକ୍ଷେତ୍ରରେ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ନରେନ୍ଦ୍ର ପୁଷ୍କରିଣୀରେ ଆଲୋକ ସଜ୍ଜା ଯିବା ସହ ନୌକା ପ୍ରସ୍ତୁତ ହୋଇଛି । ବିନା ଭକ୍ତରେ ମହାପ୍ରଭୁ ଖେଳିବେ ଚାପ । ଏଥିପାଇଁ ନରେନ୍ଦ୍ର ଓ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ୧୪୪ ଧାରା ଜାରି କରାଯାଇଛି । କୋଭିଡ୍ ନିୟମ ଅନୁଯାୟୀ ନିତି ସମ୍ପାଦନ କରିବେ ସେବାୟତ । ସୁରକ୍ଷା ପାଇଁ ୬ଟି ଏନଫୋର୍ସମେଣ୍ଟ ସ୍କ୍ୱାଡ ଗଠନ କରାଯାଇଛି ।

୨୧ ଦିନ ପର୍ଯ୍ୟନ୍ତ ଅପରାହ୍ନ ୩ଟାରୁ ରାତି ୯ଟା ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର ରହିବ । ସେପଟେ ଅଲାରନାଥଙ୍କ ଚନ୍ଦନ ଯାତ୍ରା ପାଇଁ ଲାଗୁ ହୋଇଛି ୧୪୪ ଧାରା । ମୋଟ୍ ୩୦ ଜଣ ସେବାୟତଙ୍କୁ ନେଇ ହେବ ଅଲାରନାଥଙ୍କ ଚନ୍ଦନ ଯାତ୍ରା । ଏପଟେ ଆଜି ରଥ ନିର୍ମାଣ ଅନୁକୂଳ ହେବ । ରଥ ପାଇଁ ଆବଶ୍ୟକୀୟ କାଠ ପହଞ୍ଚି ସାରିଥିବା ବେଳେ ନିର୍ମାଣରେ ନିୟୋଜିତ ହେବାକୁ ଥିବା ମହାରଣା ଓ ଭୋଇ ସେବକ ବେଶ ଉତ୍ସାହିତ ଅଛନ୍ତି । କୋଭିଡ କଟକଣା ଭିତରେ ଚାଲିବ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ।