ଚୀନ୍‌ର ଅନୁସନ୍ଧାନକାରୀଙ୍କ ନିର୍ଦ୍ଦେଶରେ ତଥ୍ୟ ହଟାଯାଇଥିଲା ବୋଲି ସ୍ପଷ୍ଟ କଲା ଆମେରିକା

1 min read

ନୂଆଦିଲ୍ଲୀ: ଆମେରିକାର ଡାଟାବେସରୁ ଚାଇନାରେ ମିଳିଥିବା କରୋନାଭାଇରସର ଜେନେଟିକ କ୍ରମର ତଥ୍ୟ ହଜିଯିବା ପ୍ରସଙ୍ଗ ଏକ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ସମୟରେ, ଚୀନ୍ ଅନୁସନ୍ଧାନକାରୀଙ୍କ ନିର୍ଦ୍ଦେଶରେ ଏହି ତଥ୍ୟ ହଟାଯାଇଛି ବୋଲି ଆମେରିକା ସ୍ପଷ୍ଟ କରିଛି। ବ୍ଲୁମବର୍ଗ ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ଆମେରିକୀୟ ଭାୟୋଲୋଜିଷ୍ଟ ଜେସି ବ୍ଲୁମ୍ ନିଖୋଜ ତଥ୍ୟକୁ ନେଇ ପ୍ରଶ୍ନ ଉଠାଇଥିଲେ।

ବୁଧବାର, ଆମେରିକାର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ ଏକ ବିବୃତ୍ତି ଦେଇଛି ଯେ ମାର୍ଚ୍ଚ ୨୦୨୦ରେ ଆମେରିକାର ସିକ୍ୱେନ୍ସ ରିଡ୍ ଆର୍କାଇଭରେ ଏହି ତଥ୍ୟ ଜମା କରାଯାଇଥିଲା। ଠିକ ତିନିମାସ ପରେ ସମାନ ଅନୁସନ୍ଧାନକାରୀଙ୍କଠାରୁ ଏହାକୁ ହଟାଇପାଇଁ ଅନୁରୋଧ କରାଯାଇଥିଲା। ଏହି ଜେନେଟିକ୍ କ୍ରମଗୁଡିକ ଚାଇନାର ଉହାନ୍ ସହରରୁ ଆସିଥିଲା, ଯେଉଁଠାରେ ପ୍ରଥମେ କୋଭିଡ୍ -୧୯ ମିଳିଥିଲା। ​

ରିପୋର୍ଟରେ ଏଜେନ୍ସିର ଉଦ୍ଧେଶ୍ୟରେ କୁହାଯାଇଛି ଯେ ସେହି ସମୟରେ ଦିଆଯାଇଥିବା କାରଣ ହେଉଛି କ୍ରମ ସୂଚନା ଅପଡେଟ୍ ହୋଇ ଅନ୍ୟ ଡାଟାବେସରେ ଦାଖଲ କରାଯାଉଥିଲା। ଏଜେନ୍ସି କହିଛି ଯେ ତଥ୍ୟ ସଂଗ୍ରହ କରୁଥିବା ଅନୁସନ୍ଧାନକାରୀଙ୍କର ଏହାକୁ ହଟାଇବାକୁ ଅନୁରୋଧ କାରିବା ପାଇଁ ସମ୍ପୂର୍ଣ୍ଣ ଅଧିକାର ଅଛି। ଏହା ପଛରେ ଅନୁସନ୍ଧାନକାରୀଙ୍କ ଉଦ୍ଦେଶ୍ୟ କ’ଣ ବୋଲି NIH ଅନୁମାନ କରିପାରିବ ନାହିଁ ବୋଲି ସେ କହିଛନ୍ତି।

ଆମେରିକାର ଡାଟାବେସ୍ ରୁ ଜେନେଟିକ୍ ସିକ୍ୱେନ୍ସିଂ ସୂଚନା ଗାୟବ ହେବା ପରେ ସେଠାରେ ଉତ୍ତେଜନା ଦେଖାଦେଇଥିଲା। ଭାୟୋଲୋଜିଷ୍ଟ ବ୍ଲୁମ୍ ଏହି ବିଷୟକୁ ସାର୍ବଜନୀନ କରିଥିଲେ। ତେବେ ପରେ ସେ ନିଖୋଜ ତଥ୍ୟକୁ ଉଦ୍ଧାର କରି ସ୍ପଷ୍ଟ କରିଛନ୍ତି ଯେ ଏହା ଭୂତାଣୁଙ୍କ ଉତ୍ପତ୍ତି ବିଷୟରେ ନିର୍ଦ୍ଦିଷ୍ଟ ସୂଚନା ପ୍ରଦାନ କରୁନାହିଁ।

Leave a Reply