ଅପହଞ୍ଚ ଇଲାକାରେ ଗ୍ରାମ ବିକାଶ ପକ୍ଷରୁ କୋଭିଡ୍ କେୟାର୍ ସେଣ୍ଟର

Gram Vikas sets up COVID Care Centre in remote rural Odisha

କଳାହାଣ୍ଡି: ଦକ୍ଷିଣପଶ୍ଚିମ ଓଡ଼ିଶାର କଳାହାଣ୍ଡି ଜିଲ୍ଲାରେ ଗ୍ରାମ ବିକାଶ ପକ୍ଷରୁ କ୍ଲଷ୍ଟର ସ୍ତରୀୟ କୋଭିଡ୍ କେୟାର ସେଣ୍ଟର କରାଯାଇଛି । ଥୁଆମୂଳରାମପୁର ବ୍ଲକର କୁମୁଡବାହଲ ଗାଁର ଗ୍ରାମ ବିକାଶ ଶିକ୍ଷା ନିକେତନରେ ୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ ସେଣ୍ଟର ହୋଇଛି । ଗ୍ରାମାଞ୍ଚଳରେ ସଂକ୍ରମଣ ବ୍ୟାପୁଥିବା ବେଳେ ଏହା ସ୍ଥାନୀୟ ଲୋକଙ୍କୁ ବେଶ୍ ସହାୟକ ହୋଇପାରିଛି ।

Gram Vikas sets up COVID Care Centre in remote rural Odisha

ମେ ୧୭ରେ ଏଠାରେ ୧୩୭ ଜଣ ପ୍ରବାସୀଙ୍କୁ ରଖା ଯାଇଥିଲା । ଏବେ ଉକ୍ତ ସିସିସିରେ ୩୯ ଜଣ ପ୍ରବାସୀ ଅଛନ୍ତି । ଗୋଲାମୁଣ୍ଡା, ଧର୍ମଗଡ଼ ସହ ଜୁନାଗଡ଼ ବ୍ଲକର ବିଭିନ୍ନ ଗାଁର ପ୍ରବାସୀ ସିସିସିରେ ଅଛନ୍ତି । ଉକ୍ତ ସିସିସିରେ ସମସ୍ତ ବ୍ୟବସ୍ଥା ରହିଛି । ପାଣି ଠାରୁ ଆରମ୍ଭ କରି ବିଦ୍ୟୁତ୍ ଓ ଗରମ ଖାଦ୍ୟ ଦିଆଯାଉଛି । ସେଠାରେ ସାମାଜିକ ଦୂରତା ରକ୍ଷା ସହ ମହିଳା ଓ ପୁରୁଷଙ୍କ ଲାଗି ଭିନ୍ନ ଭିନ୍ନ ପ୍ରକୋଷ୍ଠ ରହିଛି ।

ସିସିସିରେ ପହଞ୍ଚିବା ପରେ ପ୍ରବାସୀଙ୍କ ଆଣ୍ଟିଜେନ୍ ରାପିଡ୍ ଟେଷ୍ଟ ମଧ୍ୟ କରାଯାଉଛି । ଯଦି କାହାର ଲକ୍ଷଣ ଦେଖାଯାଏ ତ ତାଙ୍କୁ ୧୪ ଦିନ ଲାଗି ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ରଖାଯାଉଛି । ଲକ୍ଷଣ ନଥିବା ଲୋକଙ୍କୁ ୭ ଦିନ ରଖା ଯାଉଛି । ଏନେଇ ଗ୍ରାମ ବିକାଶର ଜିଲ୍ଲା ସଞ୍ଚାଳକ ସୂଚନା ଦେଇଛନ୍ତି । ସ୍ଥାନୀୟ ଆଶା ଓ ଏନଏମଏ ସିସିସି ପରିଦର୍ଶନ କରି ତାପମାତ୍ରା ସହ ଅମ୍ଲଜାନ ସ୍ତର ଦେଖୁଛନ୍ତି । ଥୁଆମୂଳ ରାମପୁର ସିଏଚସିର ଡାକ୍ତରୀ ଟିମ୍ ଦୁଇ ଦିନରେ ଥରେ ସିସିସିକୁ ଆସି ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି ।

Leave a Reply