ନୂଆଦିଲ୍ଲୀ: କରୋନାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ । ଏହି ବୈଠକରେ କରୋନାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏଥିରେ ଭ୍ୟାକ୍ସିନ୍ ଉପରେ ବି ଆଲୋଚନା ହେଉଥିବା ସୂଚନା ମିଳିଛି । ବୈଠକରେ ନୀତି ଆୟୋଗ, ସ୍ବାସ୍ଥ୍ୟ ମନ୍ତ୍ରାଳୟ ଓ ଗୃହ ମନ୍ତ୍ରାଳୟ ପ୍ରତିନିଧି ସାମିଲ ହୋଇଛନ୍ତି ।
ଦେଶରେ କରୋନା ସ୍ଥିତି ଉତ୍କଟ ହେଉଥିବାବେଳେ ଗୋଟେପଟେ ଅକ୍ସିଜେନର ଅଭାବ ଚିନ୍ତାର କାରଣ ପାଲଟିଛି । ମୃତ୍ୟୁ ସଂଖ୍ୟା ମଧ୍ୟ ତଦନୁଯାୟୀ ବୃଦ୍ଧି ଘଟିବାରେ ଲାଗିଛନ୍ତି । ତେଣୁ ସମସ୍ତ ସ୍ଥିତିରେ ସୁଧାର ଆଣିବା ପାଇଁ ପ୍ରଧାନମନ୍ତ୍ରୀ ଏହି ଉଚ୍ଚସ୍ତରୀୟ ବୈଠକ ଡାକିଥିବା ଜଣାପଡିଛି ।
ବୈଠକରେ ନୀତି ଆୟୋଗ ସଦସ୍ୟ, ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ପଦାଧିକାରୀ, ଏବଂ ଗୃହ ମନ୍ତ୍ରାଳୟର ଅନେକ ଅଧିକାରୀ ଉପସ୍ଥିତ ଥିବା ଜଣାପଡିଛି । ଭ୍ୟାକସିନ ଯୋଗାଣ, ଦେଶରେ କୋଭିଡ ଗାଇଡଲାଇନକୁ କଡାକଡ଼ି କରିବା, ଏବଂ ଅକ୍ସିଜେନ ଅଭାବ ଦୀର କରିବା ଆଦି ଦିଗରେ ବୈଠକରେ ମୁଖ୍ୟତଃ ଗୁରୁତ୍ୱ ଦିଆଯାଇଛି ।



ହେଲେ ଇସ୍ରାଇଲ ବିରୁଦ୍ଦରେ କଡାକାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଉଛି । କିନ୍ତୁ ପ୍ରଶ୍ନ ଉଠୁଛି ଯେ ଇସ୍ରାଇଲ ସହ ଭୀଷଣ ଯୁଦ୍ଧ ହେଲେ କଣ ଆରବ ଦେଶ ତାର ମୁକାବିଲା କରିପାରିବେ । କାହିଁକି ନା ଇସ୍ରାଇଲର ଇତିହାସ ଅନୁସାରେ ପୂର୍ବରୁ ଆରବ ଦୁନିଆକୁ ଇସ୍ରାଇଲ ଯୁଦ୍ଧକ୍ଷେତ୍ରରେ ଧୂଳି ଚଟାଇସାରିଛି । ୧୯୬୭ ଜୁନରେ ଇସ୍ରାଇଲ ଓ ଆରବ ଦେଶ ଭିତରେ ହୋଇଥିବା ଯୁଦ୍ଧରେ ଭୈାଗଳିକ ନକ୍ସାର ହିଁ ପରିବର୍ତ୍ତନ ହୋଇଯାଇଥିଲା । ଏହି ଯୁଦ୍ଧରେ ଇସ୍ରାଇଲ ବିରୁଦ୍ଧରେ ଥିଲେ ଆରବ ଦେଶ ମିଶର,ସିରିୟା ଓ ଜୋର୍ଡାନ । ୬ଦିନ ଧରି ଚାଲିଥିବା ଏହି ଯୁଦ୍ଧର ଫଳାଫଳ ଏୈତିହାସିକ ଥିଲା । ଏହାପୂର୍ବରୁ ଇସ୍ରାଏଲ ଓ ଆରବ ଦେଶ ମଧ୍ୟରେ ଯୁଦ୍ଧ ନ କରିବା ପାଇଁ ଅନେକ ରାଜନୈତିକ ଅଙ୍କ କଷାହେଲା । କିନ୍ତୁ କିଛି ବି ଆଲୋଚନା ପର୍ଯ୍ୟାଲୋଚନା କାମ ଦେଇନଥିଲା । ସେ ସମୟରେ ଇସ୍ରାଏଲ ଏହିସବୁ ଆରବଦେଶର ଏୟାରବେସ୍କୁ ଧ୍ୱଂସ କରିଦେଇଥିଲା ।

