ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ମଲ୍ଟି ବ୍ୟାରେଲ ରକେଟ୍ ଲଞ୍ଚରର ସଫଳ ପରୀକ୍ଷଣ: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

1 min read

ବାଲେଶ୍ଵର: ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ମଲ୍ଟି ବ୍ୟାରେଲ୍ ରକେଟ୍ ଲଞ୍ଚରର ସଫଳ ପରୀକ୍ଷଣ । ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ କ୍ୟାଲେବର ରକେଟର ବର୍ଦ୍ଧିତ ରେଞ୍ଜ ସଂସ୍କରଣକୁ ସଫଳତାର ସହ ପରୀକ୍ଷା କରାଯାଇଛି । ୧୨୨ ମିଲିମିଟର ରକେଟର ଚାରୋଟି ବର୍ଦ୍ଧିତ ପରିସର ସଂସ୍କରଣକୁ ପୂର୍ଣ୍ଣ ଯନ୍ତ୍ର ସହିତ ପରୀକ୍ଷଣ କରାଯାଇଥିଲା । ଏହି ରକେଟଗୁଡିକ ସେନାରେ ପ୍ରୟୋଗ ପାଇଁ ବିକଶିତ ହୋଇଛି । ଏହାର ୪୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କ୍ଷମତା ରହିଛି । ଗୋଟିଏ ଦିନରେ ଏହାକୁ ୫ଥର ପରୀକ୍ଷା କରାଯାଇଛି । ପୁନେସ୍ଥିତ ଆର୍ମାମେଣ୍ଟ ରିସର୍ଚ୍ଚ ଆଣ୍ଡ ଡେଭେଲପ୍‌ମେଣ୍ଟ ଏଷ୍ଟାବ୍ଲିସ୍‌ମେଣ୍ଟ ଏବଂ ହାଇଦ୍ରାବାଦସ୍ଥିତ ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭେଲପ୍‌ମେଣ୍ଟ ଲାବୋରୋଟାରି ଦ୍ୱାରା ଏହାକୁ ବିକଶିତ କରାଯାଇଛି । ୧୯୯୯ କାର୍‌ଗିଲ୍‌ ଯୁଦ୍ଧ ସମୟରେ ପ୍ରଥମ କରି ପିନାକ୍‌ ରକେଟ୍‌ ବ୍ୟବହାର କରାଯାଇଥିଲା । ଏହା ପାହାଡ ଉପରେ ଥିବା ପାକ କ୍ୟାମ୍ପ୍‌ଗୁଡ଼ିକୁ ଟାର୍ଗେଟ କରି ଧ୍ୱଂସ କରିଥିଲା । ତେବେ ଡିଆରଡିଓର ଏହି ସଫଳ ପରୀକ୍ଷଣ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ ।

ଏଥିସହିତ ପଢ଼ନ୍ତୁ: କରୋନା ଟିକା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିଆରା ସଚେତନତା

Leave a Reply